ଡିଜିଟାଲ ପେମେଣ୍ଟ ବ୍ୟବସ୍ଥାକୁ ଶକ୍ତ ଧକ୍କା : ଆୟ ଆଠଣା ଖର୍ଚ୍ଚ ଟଙ୍କାଏ; ପେଟିମ୍‌ର କ୍ଷତି ୪ ହଜାର ୨ଶହ ୧୭ କୋଟି

ନୂଆଦିଲ୍ଲୀ,୧୦।୯: ଡିଜିଟାଲ ପେମେଣ୍ଟ ବ୍ୟବସ୍ଥାକୁ ଶକ୍ତ ଧକ୍କା ଲାଗିଛି। ଏହି ବ୍ୟବସ୍ଥାରେ ଆୟ ଆଠଣା ହେଉଥିବାବେଳେ ଖର୍ଚ୍ଚ ଟଙ୍କାଏ ରହିଥିବା କୁହାଯାଉଛି। ଡିଜିଟାଲ ପେମେଣ୍ଟ କ୍ଷେତ୍ରରେ କାର୍ଯ୍ୟ କରୁଥିବା ପେଟିଏମ୍‌ର କ୍ଷତି ପରିମାଣ ଇତିମଧ୍ୟରେ ୪ ହଜାର ୨ଶହ ୧୭ କୋଟି ଟଙ୍କା ଛୁଇଁଛି। ଏହାର ମୁଖ୍ୟ କମ୍ପାନୀ ଓ୍ବନ-୯୭ କମ୍ୟୁନିକେଶନକୁ ମାର୍ଚ୍ଚ ୩୧ ସୁଦ୍ଧା ବଡ଼ ଧରଣର କ୍ଷତି ସହିବାକୁ ପଡ଼ିଛି। ଏସବୁ ମଧ୍ୟରେ ପେଟିଏମ୍‌ ମନି, ପେଟିଏମ୍‌ ଫାଇନାନ୍ସିଆଲ୍‌ ସର୍ଭିସେଜ୍‌, ପେଟିଏମ୍‌ ଇଣ୍ଟରନେଟ୍‌ ସର୍ଭିସେଜ୍‌ ଆଦି କାରବାର ରହିଛି। କମ୍ପାନୀର ବାର୍ଷିକ ରିପୋର୍ଟରେ ଦର୍ଶାଯାଇଛି ଯେ, ଗତ ବର୍ଷ କ୍ଷତିର ପରିମାଣ ୧,୬୦୪.୩୪ କୋଟି ଟଙ୍କା ରହିଥିଲା। ସେହିପରି ଓ୍ବନ-୯୭ କମ୍ୟୁନିକେଶନର କ୍ଷତି ପରିମାଣ ୩,୯୫୯.୬ କୋଟି ଟଙ୍କା ରହିଛି। ଇତିମଧ୍ୟରେ କମ୍ପାନୀର ଆୟରେ ୮.୨ ପ୍ରତିଶତ ବୃଦ୍ଧି ହୋଇ ଏହା ୩,୫୭୯.୬୭ କୋଟି ଟଙ୍କା ହୋଇଥିବା ବେଳେ ଖର୍ଚ୍ଚ ପରିମାଣ ଆୟକୁ ଟପି ୭,୭୩୦.୧୪ କୋଟି ଟଙ୍କାରେ ପହଞ୍ଚିଛି।


All Right Reserved By Dharitri.Com

ହୋଣ୍ଡା ଟୁହ୍ବିଲର୍ସ ପକ୍ଷରୁ ସଡକ ସୁରକ୍ଷା ସମରକ୍ୟାମ୍ପ

ନୂଆଦିଲ୍ଲୀ,୨୯-୬ – ହୋଣ୍ଡା ମୋଟର ସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ ଲିମିଟେଡ ପକ୍ଷରୁ ସ୍ଥାନୀୟ ଟ୍ରାଫିକ ଟ୍ରେନିଂ ପାର୍କଠାରେ ପିଲାମାନଙ୍କ ଲାଗି ନେଇ ଏକ ସଡକ...

ଇଣ୍ଡିଗୋର ନିୟନ୍ତ୍ରଣ ପାଇଁ ଦୁଇ ପ୍ରମୋଟରଙ୍କ ମଧ୍ୟରେ ଲଢ଼େଇ

ନୂଆଦିଲ୍ଲୀ,୧୭-୫: ଜେଟ୍‌ ଏୟାରଓ୍ବେଜ୍‌ ପରେ ବେସାମରିକ ବିମାନ ଚଳାଚଳ ସେକ୍ଟରର ଦୁର୍ଦ୍ଦିନ ବଢ଼ିବାରେ ଲାଗିଛି। ଦେଶର ସବୁଠାରୁ ସଫଳ ଏବଂ ଲାଭଜନକ ଏୟାରଲାଇନ୍ସ କୁହାଯାଉଥିବା ଇଣ୍ଡିଗୋର...

ଭାରତର ଅଭିବୃଦ୍ଧି ୭.୧% ରହିବ:ୟୁଏନ୍‌ ରିପୋର୍ଟ

ନୂଆଦିଲ୍ଲୀ,୨୩-୫: ୨୦୧୯-୨୦ ଆର୍ଥତ୍କ ବର୍ଷରେ ଘରୋଇ ବଜାରର ଜିଡ଼ିପି ଅଭିବୃଦ୍ଧି ହାର ୭.୧% ରହିବ ବୋଲି ୟୁନାଇଟେଡ ନେସନ୍ସ ଏହାର ରିପୋର୍ଟରେ ଉଲ୍ଲେଖ କରିଛି। ନିବେଶ...

ଟ୍ରମ୍ପଙ୍କ ଗସ୍ତକୁ ନେଇ ଶେୟାର ବଜାରରେ ଖୁସି ନୁହଁ

ନୂଆଦିଲ୍ଲୀ, ୨୫-୨: ସୋମବାରଠାରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଗସ୍ତରେ ଆସିଛନ୍ତି। ଭାରତରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଛି। ହେଲେ ତାଙ୍କ ଗସ୍ତକୁ ନେଇ...

ବକେୟା ସ୍ପେକ୍ଟ୍ରମ ଫି ଦେବାରେ ଆର୍‌କମ୍‌ ପୁଣି ବିଫଳ

ନୂଆଦିଲ୍ଲୀ,୨୮-୪: ରିଲାଏନ୍ସ କମ୍ୟୁନିକେଶନ(ଆର୍‌କମ୍‌) ପୁଣି ଥରେ ଟେଲିକମ୍‌ ବିଭାଗ(ଡିଓଟି)କୁ ବକେୟା ୪୯୨ କୋଟି ଟଙ୍କା ଫି ଦେବାରେ ବିଫଳ ହୋଇଛି। ଜଣେ  ଅଧିକାରୀ ଏ ସମ୍ପର୍କରେ...

ଏସାର ଷ୍ଟିଲର ଅଧିଗ୍ରହଣ ପ୍ରକ୍ରିୟା ସମ୍ପୂର୍ଣ୍ଣ

ନୂଆଦିଲ୍ଲୀ,୧୭-୧୨: ଏସାର ଷ୍ଟିଲର ଅଧିଗ୍ରହଣ ପ୍ରକ୍ରିୟା ସୋମବାର ସମ୍ପୂର୍ଣ୍ଣ ହୋଇଛି। ୪୨ ହଜାର କୋଟି ଟଙ୍କାର ଏହି ଡିଲ୍‌କୁ ମିଳିତ ଭାବେ ଆର୍ସେଲର ମିତ୍ତଲ ଏବଂ...

୧୮ ଭାରତୀୟ କମ୍ପାନୀ ଫୋର୍ବ୍ସ ତାଲିକାରେ

ନୂଆଦିଲ୍ଲୀ,୨୫-୯: ଫୋର୍ବ୍ସର ସମ୍ମାନିତ କମ୍ପାନୀ ତାଲିକାରେ ୧୮ ଭାରତୀୟ କମ୍ପାନୀ ସ୍ଥାନ ପାଇଛି। ତନ୍ମଧ୍ୟରେ ଆଇଟି କମ୍ପାନୀ ଇନ୍‌ଫୋସିସ୍‌, ଟାଟା କନ୍‌ସଲ୍‌ଟାନ୍ସି ସର୍ଭିସେସ୍‌(ଟିସିଏସ୍‌) ଏବଂ ଏଫ୍‌ଡିଏଫ୍‌ସି...

ଇସ୍ତଫା ଦେଲେ ଏୟାର ଇଣ୍ଡିଆର ୧୨୦ ପାଇଲଟ

ନୂଆଦିଲ୍ଲୀ,୧୪ା୧୦: ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀ ଏୟାର ଇଣ୍ଡିଆର ୧୨୦ ପାଇଲଟ ସାମୂହିକ ଭାବେ ଇସ୍ତଫା ଦେଇଛନ୍ତି। ବେତନ ଏବଂ ପଦୋନ୍ନତିକୁ ନେଇ ଏହି ପାଇଲଟମାନେ ଅସନ୍ତୋଷ...

Leave a comment

Your email address will not be published. Required fields are marked *