Posted inଜାତୀୟ

ଧରାପଡିଲେ ୮୧ ବର୍ଷର ବୃଦ୍ଧ ବେଶରେ ଆମେରିକା ଯାଉଥିବା ଯୁବକ

ନୂଆଦିଲ୍ଲୀ,୧୦।୯: ଅହମ୍ମଦାବାଦର ଜୟେଶ ପଟେଲ ନାମକ ଜଣେ ୩୨ ବର୍ଷୀୟ ଯୁବକ ନିଜକୁ ୮୧ବର୍ଷୀୟ ବୃଦ୍ଧ ବେଶରେ ସଜାଇ ସୋମବାର ଆମେରିକା ଯିବାକୁ ଚେଷ୍ଟା କରୁଥିବା ସମୟରେ ଦିଲ୍ଲୀ ବିମାନ ବନ୍ଦରରେ ଧରାପଡିବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି। ତେବେ ଉକ୍ତ ଯୁବକ ଜଣକ ଅମରିକ ସିଂ ନାମରେ ପାସପୋର୍ଟ କରି ଆମେରିକା ଯିବାକୁ ଚେଷ୍ଟା କରୁଥିବା ବେଳେ ସିଆଇଏସ୍‌ଏଫ୍‌ ହାତରେ ଧରାପଡିଛନ୍ତି। ଏଥିପାଇଁ ଯୁବକ ଜଣକ ମୁଣ୍ଡ କେଶ ଓ ଦାଢି କଳା କରିବା ସହ ଏକ ଜିରୋ ପାଓ୍ବାର ଚଷମା ପିନ୍ଧି ହ୍ବିଲ ଚେୟାରରେ ଏୟାର ପୋର୍ଟରେ ପହଞ୍ଚିଥିଲେ। ହେଲେ ଯାଞ୍ଚ ସମୟରେ ତାଙ୍କୁ ଚେୟାରରୁ ଉଠିବାକୁ କହିବାରୁ ସେ ନ ଉଠିବା ସହ ଆଖିରେ ଆଖି ମିଶାଇ କଥା ମଧ୍ୟ ହୋଇ ନ ଥିଲେ। ଏହା ଯାଞ୍ଚ କର୍ମଚାରୀଙ୍କ ସନ୍ଦେହକୁ ଆସିବାରୁ ଶେଷରେ ଯୁବକ ଜଣକ ଚେହେରା ବଦଳାଇ ଆମେରିକା ଯିବାକୁ ଚେଷ୍ଟା କରୁଥିବା ଜଣାପଡିଥିଲା। ଏହାପରେ ତାଙ୍କୁ ଦିଲ୍ଲୀ ପୋଲିସର ଜିମା ଦିଆଯାଇଛି।


All Right Reserved By Dharitri.Com

ଉତ୍ତରପ୍ରଦେଶରେ ଗାନ୍ଧୀ ପରିବାରର ୪ ସଦସ୍ୟ: ୩ ଆଗୁଆ ଜଣେ ପଛୁଆ

ନୂଆଦିଲ୍ଲୀ,୨୩।୫: ଲୋକ ସଭା ନିର୍ବାଚନରେ ଉତ୍ତରପ୍ରଦେଶରେ ଗାନ୍ଧୀ ପରିବାରର ୪ ସଦସ୍ୟ ନିର୍ବାଚନ ଲଢୁଛନ୍ତି। ସେମାନଙ୍କ ମଧ୍ୟରେ ଅମେଠି ଲୋକ ସଭା ଆସନରେ କଂଗ୍ରେସ ରାଷ୍ଟ୍ରୀୟ...

ବିବେକ କୁମାର ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ

ନୂଆଦିଲ୍ଲୀ, ୨୦ା୭(ପି.ଟି.): ଭାରତୀୟ ବିଦେଶ ସେବା (ଆଇଏଫ୍‌ଏସ୍‌) ଅଫିସର ବିବେକ କୁମାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟକ୍ତିଗତ ସଚିବ ନିଯୁକ୍ତ ହୋଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ...

କୃଷ୍ଣସ୍ବାମୀ ନଟରାଜନ୍‌ ଭାରତୀୟ ତଟରକ୍ଷୀ ବାହିନୀ ଡିଜି ନିଯୁକ୍ତ

ନୂଆଦିଲ୍ଲୀ, ୨୫।୬: ଭାରତୀୟ ତଟରକ୍ଷୀ ବାହିନୀ ଡିଜି ଭାବେ କୃଷ୍ଣସ୍ବାମୀ ନଟରାଜନ୍‌ଙ୍କୁ ନିଯୁକ୍ତ କରାଯାଇଛି। ସେ ବର୍ତ୍ତମାନ ଡିଜି ଭାବେ କାର୍ଯ୍ୟ କରୁଥିବା ରାଜେନ୍ଦ୍ର ସିଂଙ୍କ...

ସୋପୋରରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟର: ଲଶ୍କର ଆତଙ୍କବାଦୀ ଆସିଫ୍‌ ନିହତ

ଶ୍ରୀନଗର,୧୧।୯: ଜମ୍ମୁ-କଶ୍ମୀର ସୋପୋରରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ଲଶ୍କର-ଇ-ତୋଏବା ଶୀର୍ଷ ଆତଙ୍କବାଦୀ ଆସିଫ୍‌ଙ୍କ ମୃତ୍ୟୁ ଘଟିଛି। ଆସିଫ୍‌ ଏଠାରେ ଲୁଚିଥିବା ଖବର ପାଇ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଘେରାବନ୍ଦୀ...

ଅଧ୍ୟକ୍ଷ ପଦ ଛାଡ଼ିବା ନିଷ୍ପତ୍ତିରେ ରାହୁଲ ଅଟଳ: ମନାଇବାରେ ୫ ମୁଖ୍ୟମନ୍ତ୍ରୀ ବିଫଳ

ନୂଆଦିଲ୍ଲୀ,୨ା୭(ଆଇଏଏନ୍‌ଏସ୍‌): ଲୋକ ସଭା ନିର୍ବାଚନରେ କଂଗ୍ରେସର ପରାଜୟ ପରେ ଅଧ୍ୟକ୍ଷ ପଦ ଛାଡିବା ନିଷ୍ପତ୍ତିରେ ରାହୁଲ ଗାନ୍ଧୀ ଅଟଳ ରହିଛନ୍ତି। ସୋମବାର ତାଙ୍କୁ ମନାଇବାକୁ ଉଦ୍ୟମ...

ଆମ୍ବୁଲାନ୍ସ ନ ମିଳିବାରୁ ମରାଠି କଳାକାରଙ୍କ ସହ ନବଜାତକର ମୃତ୍ୟୁ

ମୁମ୍ବାଇ,୨୨।୧୦: ଦୁର୍ଗମ ଅଞ୍ଚଳରେ ଆମ୍ବୁଲାନ୍ସ ନ ମିଳିବା ରୋଗୀ ବା ଗର୍ଭବତୀ ଖଟିଆରେ ବୁହାହେବା ଅବା ଚାଲି ଚାଲି ହସ୍ପିଟାଲ ଯିବା ଖବର ଦେଖିବାକୁ ମିଳିଛି।...

କେମିତି ହୋଇଥିଲା ହାଇଦ୍ରାବାଦ ଗଣବଳାତ୍କାର ଅଭିଯୁକ୍ତଙ୍କୁ ଏନକାଉଣ୍ଟର

ହାଇଦ୍ରାବାଦ୍‌,୬।୧୨: ୮ ଦିନ ତଳେ ତେଲେଙ୍ଗାନରେ ଡାକ୍ତରାଣୀଙ୍କୁ ଗଣବଳାତ୍କାର ଓ ହତ୍ୟା ଘଟଣା ସାରା ଦେଶରେ ଚହଳ ସୃଷ୍ଟି କରିଥିଲା। ଏହି ଘଟଣାରେ ସମ୍ପୃକ୍ତ ଥିବା...

ଇଦ୍‌-ଉଲ୍‌-ଜ୍ଜୁହା ପାଇଁ ଜମ୍ମୁ-କଶ୍ମୀରରେ ଅଢ଼େଇ ଲକ୍ଷ ଛେଳିମେଣ୍ଢା ଏବଂ ୩୦ ଲକ୍ଷ କୁକୁଡ଼ା ବନ୍ଦୋବସ୍ତ କଲେ ସରକାର

ଶ୍ରୀନଗର,୧୧।୮: ଜମ୍ମୁ-କଶ୍ମୀରରେ ସ୍ବାଭାବିକ ସ୍ଥିତି ପୁଣି ଫେରିବାରେ ଲାଗିଛି। ସୋମବାର ଇଦ୍‌-ଉଲ୍‌-ଜ୍ଜୁହା ପାଳିତ ହେବ। ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଅଢ଼େଇ ଲକ୍ଷରୁ ଅଧିକ...

Leave a comment

Your email address will not be published. Required fields are marked *