ବିପଦସଙ୍କୁଳ ଅବସ୍ଥାରେ କନାଝୁରୁ ପୋଲ: ମରାମତି ଲାଗି ଦାବି

କୋଟଗଡ଼,୧୦।୯( ଡି.ଏନ.ଏ.): କନ୍ଧମାଳ ଜିଲା କୋଟଗଡ଼ ବ୍ଲକ ସୁବର୍ଣ୍ଣଗିରି ରାସ୍ତାରେ ଥିବା କନାଝୁରୁ ନାଳ ପୋଲ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ବାରା ନିର୍ମାଣ ହୋଇଥିବା ଏହି ପୋଲର ଦୁଇ ପାର୍ଶ୍ୱ ଲଗାଣ ବର୍ଷାରେ ଧୋଇଯାଇଥିବା ବେଳେ ମାଟି ଧସି ରାସ୍ତାର ଅଧାଭାଗ ଦବି ଗର୍ତ୍ତ ସୃଷ୍ଟି ହୋଇଛି। ଏହି ପୋଲ ଉପରେ ସୁବର୍ଣ୍ଣଗିରି, ବାଣ୍ଡିଗୁଡ଼ା, ରଡ଼ା, ବାନ୍ଦାଗୁଡ଼ା, ସାରତୁଲ ଗ୍ରାମବାସୀ ନିର୍ଭରଶୀଳ ଥିବାବେଳେ ଯାନବାହନ ଚଳାଚଳରେ ବାଧା ଉପୁଜିଛି। ଉକ୍ତ ରାସ୍ତାର ମରାମତି ଲାଗି ବିଭାଗୀୟ ପ୍ରଶାସନ ପଦକ୍ଷେପ ନେବାକୁ ପୂର୍ବତନ ସରପଞ୍ଚ ପରାସର ପାଟମାଝି, ପୂର୍ବତନ ସମିତି ସଭ୍ୟା ସୁରେଖା ପାଟମାଝି, ମହାରାଜା ବଡ଼ସେଟ ପ୍ରମୁଖ ଦାବି କରିଛନ୍ତି।


All Right Reserved By Dharitri.Com

ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ କାନ୍ଥ ଖୋଳି ଚୋରି ଉଦ୍ୟମ

ଭଣ୍ଡାରିପୋଖରୀ,୨୯।୧୨(ଡି.ଏନ୍‌.ଏ.) : ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବଜାରଠାରେ ଥିବା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ କାନ୍ଥ ଖୋଳି ଶନିବାର ବିଳମ୍ବିତ ରାତିରେ ଡକାୟତି ଉଦ୍ୟମ ହୋଇଥିବାବେଳେ ବ୍ୟାଙ୍କକୁ...

ବଡ ଡୁମ୍ବୁଳାଗାଁରେ ପଶିଲା ଝରଣା ପାଣି : ୨ ଶହ ପରିବାର ଜଳବନ୍ଦୀ

ଦିଗପହଣ୍ଡି,୨୬ା୧୦(ଡି.ଏନ.ଏ.)-ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗାଁରେ ସୀତାଦେଈ ପାହାଡର ଝରଣା ପାଣି ପଶିଯିବାରୁ ପ୍ରାୟ ୨ ଶହ ପରିବାର ଜଳବନ୍ଦୀ ଅଛନ୍ତି। ବିଡିଓ ହଳଧର ଶବର, ବ୍ଲକ...

ସାଇନ୍ସ ପାର୍କ ନିର୍ମାଣ ପାଇଁ କୁଳେଇପଦାରେ ଅନୁଧ୍ୟାନ

ଆରଡ଼ି, ୮।୮ (ଡି.ଏନ.ଏ.) – ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ି ନିକଟ କୁଳେଇପଦା ପଡ଼ିଆରେ ନିର୍ମାଣ ହେବାକୁ ଥିବା ପ୍ରସ୍ତାବିତ ସାଇନ୍ସ ପାର୍କ ଯୋଜନା...

ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପାଇଁ ଦାବିପତ୍ର

କପ୍ତିପଦା,୧ା୧୦(ଡ଼ି.ଏନ୍‌.ଏ)- କପ୍ତିପଦା ବ୍ଲକ ଅଧୀନ ବଡ଼ ଗୁଡୁଗୁଡ଼ିଆ ପଞ୍ଚାୟତର ସରପଞ୍ଚ ଦମୟନ୍ତୀ ହାଁସଦା ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ପାଇଁ ଦାବି ହୋଇଛି। ସୋମବାର ଉକ୍ତ...

୩୦ରୁ ତିହିଡ଼ି ମହୋତ୍ସବ

ତିହିଡ଼ି,୨୯ା୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ତିହିଡ଼ି କାଳିପଡ଼ିଆରେ ଆସନ୍ତା ୩୦ ତାରିଖଠାରୁ ତିହିଡ଼ି ମହୋତ୍ସବ ଆରମ୍ଭ ହେବ। ୫ଦିନ ଧରି ଚାଲିବାକୁ ଥିବା ଏହି ମହୋତ୍ସବରେ ସ୍ବାସ୍ଥ୍ୟ...

ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିିରହିଛି ଶୀତଳଭଣ୍ଡାର

ଭବାନୀପାଟଣା,୧୮।୫(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ଆଦିବାସୀ ହରିଜନ ଲୋକଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ କରିବା ପାଇଁ ସରକାରଙ୍କ ଅନେକ ଯୋଜନା ପ୍ରସ୍ତୁତ ହୋଇଛି...

ସାନଘାଗରାରେ ଜମୁଛି ଭିଡ଼: ବିଭିନ୍ନ ଆଚାରର ଚାହିଦା ଅଧିକ

କେନ୍ଦୁଝର, ୪।୧ (ସ୍ବ.ପ୍ର.)- କେନ୍ଦୁଝର ଜିଲାର ଅନ୍ୟତମ ଆକର୍ଷଣ ସାନଘାଗରା ଜଳପ୍ରପାତରେ ନୂଆବର୍ଷ ଉପଲକ୍ଷେ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି। ସାନଘାଗରା ଜଳପ୍ରପାତ ବୁଲିବା ସହ ଭୋଜିଭାତ...

ଗାଡ଼ି ଧକ୍କାରେ ୨ ଛାତ୍ର ମୃତ

ଭଦ୍ରକ ଅଫିସ, ୧୧।୯:ଭଦ୍ରକ ସହର ନୂଆ ବସ୍‌ଷ୍ଟାଣ୍ଡ ନିକଟସ୍ଥ ଲୋକାଲ ରୋଡ୍‌ ନିକଟରେ ମଙ୍ଗଳବାର ସକାଳ ସାଢେ ୬ଟା ବେଳେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା...

Leave a comment

Your email address will not be published. Required fields are marked *