ଲୋକନାଥ ମନ୍ଦିର ବେଢାରେ ୨ ଫୁଟର ପାଣି

ପୁରୀ ଅଫିସ, ୧୦।୯: ଶ୍ରୀଲୋକନାଥ ମନ୍ଦିର ବେଢାରେ ଜମିଛି ପ୍ରାୟ ୨ଫୁଟର ପାଣି। ଫଳରେ ପ୍ରଭୁ ଲୋକନାଥଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିବା ଲାଗି ହଟହଟା ହେଉଛନ୍ତି ଭକ୍ତ ଏବଂ ସେବାୟତ। ସୋମବାର ଠାକୁରଙ୍କ ଦର୍ଶନ କରି ନ ପାରି ଭକ୍ତମାନେ ଫେରିଯାଉଥିବା ଦେଖିବାକୁ ମିଳିଥିଲା। ବେଢାର ବିଭିନ୍ନ ସ୍ଥାନରେ ପାଣି ଜମି ରହିଥିବାବେଳେ ଏଣେତେଣେ ଅଳିଆ ଆବର୍ଜନା ଭାସି ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ବାରମ୍ବାର ମନ୍ଦିର ଭିତରେ ପାଣି ଜମୁଥିଲେ ମଧ୍ୟ ନିଷ୍କାସନ ଲାଗି କୌଣସି ପ୍ରକାର ସ୍ଥାୟୀ ପ୍ରତିକାର କରାଯାଉନାହିଁ। ଏହାକୁ ନେଇ ସେବାୟତ, ଭୋଗ ଦୋକାନୀ ଏବଂ ଶ୍ରଦ୍ଧାଳୁ ଅସନ୍ତୋଷ ପ୍ରକାଶ କରିଛନ୍ତି।
ଅସରାଏ ବର୍ଷା ହେଲେ ଲୋକନାଥ ମନ୍ଦିର ପରିସର ଜଳମଗ୍ନ ହୋଇପଡ଼ୁଛି। ନିଷ୍କାସନ ସୁବିଧା ନ ଥିବାରୁ ଦୀର୍ଘ ସମୟ ପର୍ଯ୍ୟନ୍ତ ପାଣି ଜମି ରହୁଛି। ଗତ ଗୁରୁବାର ଓ ଶୁକ୍ରବାର ଦୁଇଦିନ ଧରି ଲଗାଣ ବର୍ଷା ଯୋଗୁ ମନ୍ଦିର ବେଢା ନିକଟସ୍ଥ ପାର୍ବତୀ ସାଗର ଜଳପୂର୍ଣ୍ଣ ହୋଇଯାଇଛି। ବେଢାରୁ ପାଣି ନିଷ୍କାସନ ହୋଇପାରୁ ନ ଥିବାରୁ ଏଭଳି ପରିସ୍ଥିତି ଉପୁଜିଛି। ଏଥିଯୋଗୁ ସେବାୟତ ଓ ଭକ୍ତ ହଇରାଣ ହେଉଛନ୍ତି। ସୋମବାର ପ୍ରଭୁ ଲୋକନାଥଙ୍କ ଦର୍ଶନ ଲାଗି ସକାଳେ ବହୁସଂଖ୍ୟକ ଶ୍ରଦ୍ଧାଳୁ ଆସିଥିଲେ। ହେଲେ ବେଢାରେ ପାଣି ଦେଖି ଅସନ୍ତୋଷ ବ୍ୟକ୍ତ କରି ମନ୍ଦିର ପାହାଚରୁ ଠାକୁରଙ୍କୁ ମୁଣ୍ଡିଆ ମାରି ଫେରିଯାଇଥିଲେ।
ସେବାୟତ ନିଯୋଗ ସମ୍ପାଦକ ସନ୍ତୋଷ କୁମାର ପଣ୍ଡା କହିଛନ୍ତି, ବର୍ଷା ହେଲା ମାତ୍ରେ ମନ୍ଦିର ବେଢାରେ ପାଣି ଜମିବା ଏକପ୍ରକାର ନିଶ୍ଚିତ। ଏହାଦ୍ୱାରା ଠାକୁରଙ୍କ ସେବା ପୂଜା କରିବାରେ ସେବାୟତମାନେ ଯେତିକି ହଇରାଣ ହେଉଛନ୍ତି ଅଧିକ ସମସ୍ୟାରେ ପଡୁଛନ୍ତି ଭକ୍ତ। ଏମିତି କି ଥରେ ଥରେ ୨/୩ ଫୁଟ ଉଚ୍ଚର ପାଣି ଦୀର୍ଘଦିନ ଧରି ଜମି ରହିବା ନଜିର ରହିଛି। ବେଢା ପରିସରରୁ ଜଳ ନିଷ୍କାସନର ସ୍ଥାୟୀ ବ୍ୟବସ୍ଥା ହେବା ଦରକାର। ପାଣି ଜମିରହି ସାପ, ବିଷାକ୍ତ ପୋକଜୋକ ଭାସୁଥିବାରୁ ଭକ୍ତଙ୍କୁ ଭିତରକୁ ଛଡ଼ାଯାଉନାହିଁ। ସେମାନେ ବାହାରେ ଠାକୁରଙ୍କ ଉଦ୍ଦେଶ୍ୟରେ ମୁଣ୍ଡିଆ ମାରି ଫେରୁଛନ୍ତି। ସେହିପରି ଲୋକନାଥ ମନ୍ଦିର ମ୍ୟାନେଜର ଅପଚ୍ଛ ପରିଡ଼ା କହିଛନ୍ତି, ଏହି ମନ୍ଦିର ଖାଲୁଆ ଅଞ୍ଚଳରେ ରହିଛି। ମନ୍ଦିର ପରିସରରେ ଜଳ ନିଷ୍କାସନ ଲାଗି କୌଣସି ବ୍ୟବସ୍ଥା ନାହିଁ। ତେଣୁ ବର୍ଷା ହେଲେ ପାର୍ବତୀ ସାଗରର ଜଳପତ୍ତନ ଯାହା ରହୁଛି ମନ୍ଦିର ବେଢାରେ ସେହି ଉଚ୍ଚତାର ପାଣି ଜମୁଛି। ବର୍ତ୍ତମାନ ପାର୍ବତୀ ସାଗର ଜଳପୂର୍ଣ୍ଣ ରହିଥିବାରୁ ବେଢାରେ ପ୍ରାୟ ୨ଫୁଟ ଉଚ୍ଚର ପାଣି ଜମିଛି। ତଥାପି ଜଳ ନିଷ୍କାସନ ଲାଗି ବାହାର ବେଢାରେ ଗୋଟିଏ ପମ୍ପ ପଡ଼ିଛି। ପାର୍ବତୀ ସାଗରର ଜଳପତ୍ତନ ନ କମିଲେ ବେଢା ଭିତରୁ ପାଣି ଛାଡ଼ିବ ନାହିଁ। ଏ ସମ୍ପର୍କରେ ଉପଜିଲାପାଳ ଭବତାରଣ ସାହୁ କହିଛନ୍ତି, ଅଗ୍ନିଶମ ବିଭାଗ ପକ୍ଷରୁ ଜଳ ନିଷ୍କାସନ ବ୍ୟବସ୍ଥା କରାଯାଇଛି।


All Right Reserved By

ନବନିର୍ମାଣ କୃଷକ ସଙ୍ଗଠନର ଜିଲାସ୍ତରୀୟ ସାଙ୍ଗଠନିକ ବୈଠକ:  ୬ରେ ସର୍ବଭାରତୀୟ ସମ୍ମିଳନୀରେ ଯୋଗଦେବେ

ନୟାଗଡ଼ ଅଫିସ,୭।୯-ନୟାଗଡ଼ ଜିଲା ନବନିର୍ମାଣ କୃଷକ ସଙ୍ଗଠନର ଜିଲାସ୍ତରୀୟ ସାଙ୍ଗଠନିକ ବୈଠକ ସ୍ଥାନୀୟ ଗୁଣ୍ଡିଚା ମନ୍ଦିରଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲା ସଂଯୋଜକ ମହେଶ୍ୱର ଜେନାଙ୍କ ସଭାପତିତ୍ୱରେ...

ରାଜଧାନୀରେ ଗାଡ଼ି ପଲ୍ୟୁଶନ ସାର୍ଟିଫିକେଟ କେଳେଙ୍କାରୀ: ଧୂଆଁ ବାହାରିଲେ ବି ମେଶିନକୁ ଭୂଆଁ

ଭୁବନେଶ୍ୱର, ୧୦ା୯(ବ୍ୟୁରୋ): ବାଇକ୍‌ରୁ ବାହରୁଥିଲା ଧୂଆଁ, ହେଲେ ଚାଳକଙ୍କ ହାତରେ ଥିଲା ପଲ୍ୟୁଶନ ସାର୍ଟିଫିକେଟ। ଅସଲି ନା ନକଲି ପରଖୁ ପରଖୁ କଥା ପହଞ୍ଚତ୍ଥିଲା ରାଜଧାନୀରେ...

ରିତେଶ ହତ୍ୟାକାରୀଙ୍କୁ ଫାଶୀ ଦିଅ

ଫୁଲବାଣୀ ଅଫିସ,୧୧।୬ – ଦାରିଙ୍ଗବାଡିର ଶିଶୁ ରିତେଶ ପ୍ରଧାନଙ୍କୁ ମେ’ ୫ରେ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏହାର ସ୍ବତନ୍ତ୍ର କୋର୍ଟ ଜରିଆରେ ତୁରନ୍ତ ବିଚାର...

ମୌକାର ଫାଇଦା ଉଠାଉଛନ୍ତି ଚୋରା ବାଲି ଚାଲାଣକାରୀ: ତହସିଲଦାର ଦୃଷ୍ଟି ଆକର୍ଷଣ ପାଇଁ ସାଧାରଣରେ ଦାବି

ଆନନ୍ଦପୁର,୧୧।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ବୈତରଣୀ ସେତୁ ମରାମତି ନିମନ୍ତେ ସ୍ଥାନୀୟ ପୂର୍ତ୍ତ ବିଭାଗ ଦ୍ୱାରା ଏକ ଅସ୍ଥାୟୀ ରାସ୍ତା ବନ୍ୟା ସୁରକ୍ଷା ବନ୍ଧରୁ ନଦୀର...

ଗ୍ରାମ ଜଙ୍ଗଲରୁ କାଠ କାଟିବା ଅଭିଯୋଗ: ୨ ଟ୍ରକ୍‌ ଅଟକ

କୋରାପୁଟ,୨୭।୮(ସ୍ବ.ପ୍ର.): କୋରାପୁଟ ବ୍ଲକର ପଦ୍ମପୁର ଗ୍ରାମବାସୀ ସୋମବାର ବିଳମ୍ବିତ ରାତିରେ ୨ଟି କାଠ ବୋଝେଇ ଟ୍ରକ୍‌କୁ ଅଟକ ରଖିଛନ୍ତି। ଗ୍ରାମ ଜଙ୍ଗଲରୁ କାଠ କାଟିଥିବା ଅଭିଯୋଗରେ...

ବାରକୋଟରୁ କଲରାପତରିଆ ବାଘ ଚମଡ଼ା ଜବତ ଘଟଣା: ଅଭିଯୁକ୍ତଙ୍କୁ ୫ଦିନ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର, ୨୩ା୬(ବ୍ୟୁରୋ): ଦେବଗଡ଼ ଜିଲା ବାରକୋଟରୁ କଲରାପତରିଆ ବାଘ ଚମଡ଼ା ର଼୍ୟାକେଟ୍‌ ଧରାପଡ଼ିବା ଘଟଣାରେ କ୍ରାଇମବ୍ରାଞ୍ଚ ୩ ଅଭିଯୁକ୍ତଙ୍କୁ ୫ଦିନ ରିମାଣ୍ଡରେ ନେଇଛି। ପରେ କ୍ରାଇମବ୍ରାଞ୍ଚ...

ବର୍ଷା ଅଘଟଣରେ ୮ ମୃତ: ଏସ୍‌ଆର୍‌ସି

ଭୁବନେଶ୍ୱର, ୧୩।୮(ବ୍ୟୁରୋ): ରାଜ୍ୟରେ ବର୍ଷା ଓ ବନ୍ୟା ଜନିତ ଅଘଟଣରେ ବର୍ତ୍ତମାନ ପର୍ଯ୍ୟନ ମୋଟ ୮ ଜଣଙ୍କ ମୃତ୍ୟୁ ଘଟିଛି। ମଙ୍ଗଳବାର ଆୟୋଜିତ ଏକ ସ୍ବତନ୍ତ୍ର...

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଉପଲକ୍ଷେ ସଫେଇ କାର୍ଯ୍ୟକ୍ରମ: ସମଲେଇ ମନ୍ଦିରରେ ଝାଡ଼ୁମାରିଲେ କେନ୍ଦ୍ର ମନ୍ତ୍ରୀ

ସମ୍ବଲପୁର,୧୭।୯(ବ୍ୟୁରୋ): ସମ୍ବଲପୁର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଇ ମନ୍ଦିରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଉପଲକ୍ଷେ ମଙ୍ଗଳବାର ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ କେନ୍ଦ୍ରମନ୍ତ୍ରୀ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *