ଟ୍ରେନ୍‌କୁ ପଥରମାଡ଼: ଦୁଇବର୍ଷରେ ୨୮ଥର

ଭୁବନେଶ୍ୱର,୧୦।୯(ବ୍ୟୁରୋ): ଟ୍ରେନ୍‌ ଉପରକୁ ବିଭିନ୍ନ ସମୟରେ ପଥର ମାଡ଼ ହେଉଛି। ଏଥିଯୋଗୁ ଟ୍ରେନ୍‌ କ୍ଷତିଗ୍ରସ୍ତ ହେଉଥିବାବେଳେ ଯାତ୍ରୀ ଆହତ ହେଉଛନ୍ତି। ଗତ ଦୁଇବର୍ଷ ମଧ୍ୟରେ ପୂର୍ବତଟ ରେଳପଥରେ ଟ୍ରେନ୍‌ ଉପରକୁ ପ୍ରାୟ ୨୮ଥର ପଥର ମାଡ଼ ହୋଇଥିବା ଜଣାପଡିଛି। ଅଧିକାଂଶ ଘଟଣାରେ ଛୋଟପିଲା ଓ ଆଉ କିଛି ଘଟଣାରେ ଲୁଟେରା ବା ଅସାମାଜିକ ଲୋକେ ସମ୍ପୃକ୍ତ ଥିବା ଜଣାପଡିଛି। ଏହାକୁ ନେଇ ଏବେ ଚିନ୍ତା ବଢ଼ିଥିବାବେଳେ ରୋକିବାକୁ ବିକଳ୍ପ ପନ୍ଥା ଆପଣାଇଛି ରେଳପଥ ସୁରକ୍ଷା ବଳ (ଆର୍‌ପିଏଫ୍‌)। ବିଗତ ଦିନରେ ଯେଉଁ ସ୍ଥାନଗୁଡ଼ିକରେ ପଥର ମାଡ଼ ହୋଇଛି ସେଠାରେ ସଚେତନତା କାର୍ଯକ୍ରମ ଓ ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯାଇଛି। ବିଶେଷକରି ବସ୍ତି ଅଞ୍ଚଳରେ ଏଭଳି ଘଟଣା ସର୍ବାଧିକ ଘଟିଥିବାରୁ ସେସବୁ ଅଞ୍ଚଳରେ ଆର୍‌ପିଏଫ୍‌ ପକ୍ଷରୁ ଚକୋଟେଲ, ବିସ୍କୁଟ ଆଦି ବଣ୍ଟନ କରାଯାଇ ସଚେତନତା ସୃଷ୍ଟି କରାଯାଉଛି। ତଥାପି ପଥରମାଡ଼ ବନ୍ଦ ହେଉ ନ ଥିବାରୁ ନୂଆ ସଚେତନତା ବାର୍ତ୍ତା ‘ଟ୍ରେନ୍‌କୁ ଫୋପାଡୁଥିବା ପଥର ଆପଣଙ୍କ ସମ୍ପର୍କୀୟଙ୍କୁ ମଧ୍ୟ ଆହତ କରିପାରେ’ ଜାରି କରାଯାଇଛି। ଏହା ପଥର ଫିଙ୍ଗୁଥିବା ଛୋଟ ପିଲା ହେଉ ଅବା ବ୍ୟକ୍ତି ବିଶେଷଙ୍କ ମନ ଓ ହୃଦୟଙ୍କୁ ନିଶ୍ଚିତ ଆନ୍ଦୋଳିତ କରିବା ସହ ସଚେତନ କରିବ ବୋଲି କୁହାଯାଇଛି।
ରେଳପଥରୁ ମିଳିଥିବା ସୂଚନାନୁସାରେ, ଗତବର୍ଷ ଭୁବନେଶ୍ୱରରେ ୬ଥର, କଟକରେ ୨ ଓ ସମ୍ବଲପୁରରେ ୨ଥର ଟ୍ରେନକୁ ପଥର ମାଡ଼ ହୋଇଛି। ଚଳିତ ବର୍ଷ ପୂର୍ବତଟ ରେଳପଥରେ ଏଭଳି ୧୮ ମାମଲା ରିପୋର୍ଟ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ଷ୍ଟେଶନରେ ସୁରକ୍ଷାକୁ କଡାକଡି କରାଯିବା ସହ ସୁରକ୍ଷା ବଳ ଏହା ଉପରେ ସ୍ବତନ୍ତ୍ର ନଜର ରଖିଛି। ପଥର ପିଙ୍ଗା ନେଇ କୌଣସି ସୂଚନା କିମ୍ବା ଅଭିଯୋଗ ଥିଲେ ହେଲପ୍‌ଲାଇନ ନମ୍ବର ୧୮୨କୁ ଫୋନ କରିବା ଲାଗି ପୂର୍ବତଟ ରେଳପଥ ପକ୍ଷରୁ ସାଧାରଣ ଲୋକଙ୍କୁ ନିବେଦନ କରାଯାଇଛି।


All Right Reserved By Dharitri.Com

ଜିଲାସ୍ତରରେ କୃଷି ଯୋଜନାର କାର୍ଯ୍ୟାନ୍ବୟନ ପରଖିବେ ଅଧିକାରୀ

ଭୁବନେଶ୍ୱର,୧୮।୬(ବ୍ୟୁରୋ): କୃଷି ଓ କୃଷକର ଉନ୍ନତି ପାଇଁ ରାଜ୍ୟ ସରକାର ବହୁବିଧ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଯୋଜନାଗୁଡ଼ିକର ସଫଳ ରୂପାୟନ କରିବା ଲାଗି କୃଷକମାନଙ୍କ ଉନ୍ନତି...

‘ମିସେସ୍‌ ଇଣ୍ଡିଆ ୟୁନିଭର୍ସ ୨୦୧୯’: ପ୍ଲାଟିନମ୍‌ ବର୍ଗରେ ୱାର୍ଲଡ୍‌ ଟାଇଟଲ ଜିତିଲେ ସୋନାଲୀ

ଭୁବନେଶ୍ୱର, ୧୧ା୧୨(ବ୍ୟୁରୋ):‘ମିସେସ ଇଣ୍ଡିଆ ୟୁନିଭର୍ସ ୨୦୧୯’ ଗ୍ରାଣ୍ଡ୍‌ ଫିନାଲେର ପ୍ଲାଟିନମ୍‌ ବର୍ଗରେ ଓଡ଼ିଆ ମହିଳା ସୋନାଲୀ ରାଜ୍‌ ମହାନ୍ତି ‘ମିସେସ ଇଣ୍ଡିଆ ୟୁନିଭର୍ସ ୨୦୧୯’ ୱାର୍ଲଡ୍‌...

ବନ୍ଦ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା: ସତର୍କ ରହିବାକୁ ସମସ୍ତ ଏସ୍‌ପିଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର, ୭ା୧(ବ୍ୟୁରୋ): କେନ୍ଦ୍ର ସରକାରଙ୍କ ଜନବିରୋଧୀ ତଥା ରାଷ୍ଟ୍ରଦ୍ରୋହୀ ନୀତିର ପ୍ରତିବାଦ କରିବା ସହ ୧୨ ଦଫା ଦାବି ନେଇ ୧୦ ଟ୍ରେଡ୍‌ ୟୁନିୟନ ବୁଧବାର...

ଯୋଡ଼ା ନାବାଳିକା ଗଣବଳାତ୍କାର ମାମଲା

ଭୁବନେଶ୍ୱର, ୨୮।୬(ବ୍ୟୁରୋ) : କେନ୍ଦୁଝର ଜିଲା ଯୋଡା ଅଞ୍ଚଳରେ ଗତ ସୋମବାର ଜଣେ ନାବାଳିକା ଗଣବଳାତ୍କାରର ଶିକାର ହୋଇଥିଲେ। ଏହି ଘଟଣାକୁ ନେଇ ମାନବାଧିକାର କର୍ମୀ...

ଉପ ଶାସନ ସଚିବଙ୍କୁ ସିଧା ଫାଇଲ ଦେବେ ଏଏସ୍‌ଓ

ଭୁବନେଶ୍ୱର,୧୦ା୧୦(ବ୍ୟୁରୋ): ସଚିବାଳୟରେ କାର୍ଯ୍ୟରତ ସହକାରୀ ଉପବିଭାଗ ଅଧିକାରୀ(ଏଏସ୍‌ଓ) ଫାଇଲ କାର୍ଯ୍ୟ ସମାପ୍ତ କରି ଉପବିଭାଗ ଅଧିକାରୀ(ଏସ୍‌ଓ) ଏବଂ ଡେସ୍କ ଅଫିସର(ଡିଓ)ଙ୍କୁ ଦାଖଲ କରିବେ ନାହିଁ। ଏଏସ୍‌ଓମାନେ...

‘ମୋ ବସ୍‌’ ଯାତ୍ରୀ ସଂଖ୍ୟା ଲକ୍ଷେ ଛୁଇଁଲା

ଭୁବନେଶ୍ୱର,୧୬।୧୦(ବ୍ୟୁରେ): ଗୋଟିଏ ଦିନରେ ‘ମୋ ବସ୍‌’ ଯାତ୍ରୀ ସଂଖ୍ୟା ଏକ ଲକ୍ଷ ଛୁଇଁଲା। ସୋମବାର ‘ମୋ ବସ୍‌’ରେ ୧୦୧୮୮୧ ଜଣ ଯାତ୍ରୀ ଯାତ୍ରା କରିଥିଲେ। ଯାହା...

ପ୍ରାକ୍ଟିକାଲରେ କମ୍‌ ମାର୍କ ପାଇଁ କଲେଜ ଘେରିଲେ ଛାତ୍ରୀ

ଜୟପୁର,୨୬ା୬(ନି.ପ୍ର./ଡି.ଏନ୍‌.ଏ.): ଥିଓରିରେ ୮୦ ପ୍ରତିଶତ ମାର୍କ ରଖିଥିବା ଜଣେ ଛାତ୍ରୀଙ୍କୁ ଗୃହ ବିଜ୍ଞାନର ପ୍ରାକ୍ଟିକାଲରେ ମାତ୍ର ୧୨ ମାର୍କ ମିଳିଛି। ଜୟପୁର ସରକାରୀ ମହିଳା ମହାବିଦ୍ୟାଳୟରେ...

ବାଲେଶ୍ୱରରେ ଧରାପଡ଼ିଲେ ନକଲି ପରୀକ୍ଷାର୍ଥୀ

ବାଲେଶ୍ୱର ଅଫିସ, ୧୯।୨: ବାଲେଶ୍ୱର ଜିଲା ବସ୍ତା ବ୍ଲକ ଅନ୍ତର୍ଗତ ପାଉଁଶକୁଲି ଗ୍ରାମର ରାଧାନାଥ ହାଇସ୍କୁଲ ପରୀକ୍ଷାକେନ୍ଦ୍ରରେ ବୁଧବାର ମାଟ୍ରିକ ପରୀକ୍ଷା ଚାଲୁଥିବା ବେଳେ ଜଣେ...

Leave a comment

Your email address will not be published. Required fields are marked *