ଅଡିଟ୍‌ ଧରିଲା ମଧ୍ୟାହ୍ନଭୋଜନ ଚାଉଳ ଅଖା ଦୁର୍ନୀତି

ରଣପୁର,୧୦ା୯(ସ୍ବ.ପ୍ର.): ନୟାଗଡ ଜିଲାରେ ମଧ୍ୟାହ୍ନଭୋଜନ ଚାଉଳ ଅଖା ଦୁର୍ନୀତି ହୋଇଛି । ସ୍କୁଲର ପ୍ରଧାନଶିକ୍ଷକମାନେ ଅଖା ଅଥବା ଅଖା ବାବଦ ଟଙ୍କା ନ ଦେବାରୁ ଅଡିଟ୍‌ ଧରିଛି। ଏ ଅବସରରେ ଅଡିଟ୍‌ କ୍ଲିଅରାନ୍ସ ପାଇଁ ଅଖା ପିଛା ୨୦ ଟଙ୍କା ହିସାବରେ ୨୦୧୫ରୁ ୨୦୧୭ ପର୍ଯ୍ୟନ୍ତ ୨ବର୍ଷର ଅର୍ଥ ଫେରାଇବାକୁ ରଣପୁର ବ୍ଲକ ଶିକ୍ଷା ଅଧିକାରୀ ୨୩୬ ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ହେଲେ ୨ବର୍ଷର ଅଖା ଏକ ସମୟରେ ମାଗିଲେ କେଉଁଠୁ ଆଣିବେ ସେ ନେଇ ପ୍ରଧାନଶିକ୍ଷକମାନେ ଚିନ୍ତାରେ ପଡିଛନ୍ତି। ଅନ୍ୟପକ୍ଷରେ ଏତେ ସଂଖ୍ୟକ ଅଖା ଷ୍ଟକ୍‌ରେ ରଖିବା ସମ୍ଭବ ହୋଇ ନ ଥିବାବେଳେ ଅଖା ପିଛା ୨୦ଟଙ୍କା ଆଦାୟକୁ ଶିକ୍ଷକ ସଂଘ ବିରୋଧ କରିଛି । ବ୍ଳକ ଶିକ୍ଷା ଅଧିକାରୀ ନିର୍ଦ୍ଦେଶ ପ୍ରତ୍ୟାହାର ନ କଲେ ଆନ୍ଦୋଳନ କରାଯିବ ବୋଲି ସଂଘ ଧମକ ଦେଇଛି।
୫ରୁ ୬କେଜି ଚାଉଳ ଉଭାନ
ମଧ୍ୟାହ୍ନଭୋଜନ ଚାଉଳ ବସ୍ତା ସହ ୫୧ କେଜି ଦେବା ପାଇଁ ନିର୍ଦ୍ଦେଶ ରହିଛି । ତେବେ ପ୍ରତି ଅଖା ପିଛା ୫ରୁ ୬କେଜି ସବୁବେଳେ କମ୍‌ ରହୁଛି। ସ୍କୁଲ ଓ ଶିକ୍ଷକ ସଂଘ ପକ୍ଷରୁ ବିଭିନ୍ନ ସମୟରେ ବସ୍ତା ପିଛା ୫ରୁ ୬କେଜି କମ ରହୁଥିବା ବ୍ଲକ ଓ ଜିଲା ଶିକ୍ଷା ଅଧିକାରୀଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ସୁଫଳ ମିଳିନି। ଏପରିସ୍ଥଳେ ପ୍ରଧାନଶିକ୍ଷକ ୫ରୁ ୬କେଜି ଚାଉଳ କେଉଁଠାରୁ ଭରଣା କରିବେ ବୋଲି ପ୍ରଶ୍ନ କରିଛନ୍ତି। ପ୍ରତି ଅଖାରୁ ୫ରୁ ୬କେଜି ଚାଉଳ କିଏ ନେଉଛି ତା’ର ତଦନ୍ତ କରାଗଲେ ଦୁର୍ନୀତି ପଦାକୁ ଆସିବ ବୋଲି କୁହାଯାଇଛି।
ଚାପରେ ଶିକ୍ଷକ
ଛାତ୍ରୀଛାତ୍ରଙ୍କ କ୍ରୀଡା ଉପକରଣ କିଣିବାକୁ ପ୍ରାଥମିକ ବିଦ୍ୟାଳୟକୁ ୫ ହଜାର ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ୧୦ ହଜାର ଟଙ୍କା ଅନୁଦାନ ଆସିଛି । ହେଲେ ପ୍ରଧାନ ଶିକ୍ଷକ ଓ ସ୍କୁଲ ପରିଚାଳନା କମିଟି ଏହି ଟଙ୍କା ଖର୍ଚ୍ଚ କରିପାରିବେନି ବୋଲି ବ୍ଲକ ଶିକ୍ଷା ଅଧିକାରୀ ଅଲିଖିତ ନିର୍ଦ୍ଦେଶନାମା ଦେଇଛନ୍ତି। ନିର୍ଦ୍ଦେଶ ଅନୁସାରେ ସିଆର୍‌ସିସିମାନେ ଏହି ଟଙ୍କାରେ ନୟାଗଡର ଏକ ନିର୍ଦ୍ଦିଷ୍ଟ ଦୋକାନରୁ ଉପକରଣ କିଣି ସ୍କୁଲକୁ ଦେବେ। ପ୍ରଧାନଶିକ୍ଷକ ଟଙ୍କା ଉଠାଇ ସିଆର୍‌ସିସିଙ୍କୁ ଦେବେ। ଯଦି ଦୁର୍ନୀତି ହେବ ପୁଣି ପ୍ରଧାନଶିକ୍ଷକଙ୍କ ଉପରେ ଦୋଷ ଲଦାଯିବ। ପ୍ରତିବାଦ କଲେ ଦୋଷ, ନ କଲେ ବି ଦୋଷ । ଏଣୁ ଚାପରେ ଶିକ୍ଷକମାନେ ରହିବାକୁ ବାଧ୍ୟ ହେଉଛନ୍ତି ବୋଲି ଶିକ୍ଷକ ସଂଘ ପକ୍ଷରୁ କୁହାଯାଇଛି । ନୟାଗଡ଼ ଜିଲା ପ୍ରାଥମିକ ଶିକ୍ଷକ ସଂଘର ଜିଲା ସଭାପତି ଜ୍ୟୋତି ରଞ୍ଜନ ଦାଶ କୁହନ୍ତି, ଶିକ୍ଷକମାନଙ୍କ ପ୍ରତି ଅନ୍ୟାୟ ବଢ଼ୁଛି। ଶିକ୍ଷା ବିଭାଗ ଏହାର ନିରାକରଣ ନ କଲେ ଆନ୍ଦୋଳନ କରିବାକୁ ବାଧ୍ୟ ହେବୁ। ଜିଲା ଶିକ୍ଷା ଅଧିକାରୀ ଶିବ ଶଙ୍କର ପ୍ରଧାନ କୁହନ୍ତି, ଶିକ୍ଷା ବିଭାଗର ନିର୍ଦ୍ଦେଶ ଅଛି, ଅଡିଟ୍‌ ଧରିଛି, ଅଖା ଟଙ୍କା ଫେରାଇବାକୁ ପଡିବ। ଏଥିପାଇଁ ବସ୍ତା ପିଛା ୨୦ ଟଙ୍କା ନ ଦେଲେ ଆଇନଗତ ପଦକ୍ଷେପ ନିଆଯିବ।


All Right Reserved By Dharitri.Com

ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ: ୨ ମୃତ, ୧୦ରୁ ଊର୍ଦ୍ଧ୍ୱ ଆହତ

ପାପଡ଼ାହାଣ୍ଡି,୧୫।୨(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ମୃଗବିହାର ନିକଟରେ ଶନିବାର ଏକ ଘରୋଇ ବସ୍‌ ଦୁର୍ଘଟଣା ଘଟିଛି। ଫଳରେ ଘଟଣା ସ୍ଥଳରେ ୨ ଜଣଙ୍କ ମୃତ୍ୟୁ...

ରାୟଗଡ଼ାରେ ରାବଣପୋଡ଼ି

ରାୟଗଡା ଅଫିସ, ୯।୧୦: ବିଜୟା ଦଶମୀ ଅବସରରେ ମଙ୍ଗଳବାର ରାୟଗଡା ଜିଲାର ବିଭିନ୍ନ ପୂଜାମଣ୍ଡପ ପକ୍ଷରୁ ରାବଣପୋଡ଼ି ଅନୁଷ୍ଠିତ ହୋଇଥିଲା। ସେହିପରି ରାୟଗଡ଼ା ସହରସ୍ଥିତ ବ୍ରାହ୍ମଣ...

ବେଆଇନ ଚିଙ୍ଗୁଡ଼ି ଚାଷ ଉଚ୍ଛେଦ ନିର୍ଦ୍ଦେଶ

ଛତ୍ରପୁର,୨୯ା୫(ଡି.ଏନ.ଏ.)-ଖାରି ଜଳ ଚିଙ୍ଗୁଡି ଚାଷକୁ ପ୍ରୋତ୍ସାହିତ କରିବା ପାଇଁ ଚାଷୀଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରିବାକୁ ପ୍ରଶିକ୍ଷଣ ଶିବିର ଆୟୋଜନ ହେବ। ମଙ୍ଗଳବାର ଛତ୍ରପୁରସ୍ଥିତ ଜିଲାପାଳଙ୍କ...

୧୫ ଭରି ସୁନା ଗହଣା ଲୁଟିନେଲେ ଦୁର୍ବୃତ୍ତ

ବ୍ରହ୍ମପୁର ଅଫିସ,୨୧ା୨: ବ୍ରହ୍ମପୁର ସଦର ଥାନା ଅଞ୍ଚଳରେ ଏବେ ଚୋରି ଦିନକୁ ଦିନ ବଢ଼ିବାରେ ଲାଗିଛି। କାଳୀଚରଣ ସାହୁ ସପରିବାର ପୁରୀରୁ ଜଗନ୍ନାଥ ଦର୍ଶନ ସାରି...

ଅନୁଗୋଳ ପୋଲିସ ହାତରେ ୮ ଜଣିଆ ଗ୍ୟାଙ୍ଗ; ୩ ଘରେ ବୁଲାଇଥିଲେ କଳାକନା

ଅନୁଗୋଳ ଅଫିସ, ୧୧।୧୧:  ସହରର ବିଭିନ୍ନ ସ୍ଥାନରୁ ଚୋରି କରି ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଥିବା ଏକ ୮ ଜଣିଆ ଗ୍ୟାଙ୍ଗକୁ ଧରିବାରେ ସଫଳତା ପାଇଛି...

ଅବସରପ୍ରାପ୍ତ ଶିକ୍ଷକଙ୍କୁ ଶୁଣ୍ଢରେ ଟେକି କଚାଡ଼ି ମାରିଲା ଦନ୍ତା

ଛେଣ୍ଡିପଦା,୧।୧୦(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବନଖଣ୍ଡ ପାଟକମୁଣ୍ଡା ପଞ୍ଚାୟତର ଧାଙ୍ଗୁରମୁଣ୍ଡା କୋଠଘର ନିକଟରେ ହାତୀ ଆକ୍ରମଣରେ ମଙ୍ଗଳବାର ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ମୃତ୍ୟୁ ଘଟିଛି। ମୃତକ...

ବଜ୍ରପାତରେ ଚାଷୀଙ୍କ ପ୍ରାଣ ଗଲା

ଭୋଗରାଇ, ୫।୮(ଡି.ଏନ.ଏ.)-ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଯୋଗୁ ସୋମବାର ଅପରାହ୍ନରୁ ଉତ୍ତର ବାଲେଶ୍ୱରରେ ମଧ୍ୟମ ଧରଣର ବର୍ଷା ହୋଇଛି। ଭୋଗରାଇ ବ୍ଲକ କଲ୍ୟାଣପୁର ଗ୍ରାମରେ ବଜ୍ରପାତ ହେବାରୁ...

ପାନୀୟ ଜଳ ଯୋଗାଣରେ ଅବ୍ୟବସ୍ଥା: ପମ୍ପ ହାଉସ୍‌ରେ ତାଲା ଠୁଙ୍କି ପ୍ରତିବାଦ

ପରଜଙ୍ଗ, ୧୭।୧୧(ଡି.ଏନ.ଏ.)-ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କୁମୁସୀ ଗ୍ରାମରେ ପାଇପ ପାଣି ଯୋଗାଣରେ ବ୍ୟାପକ ଅବ୍ୟବସ୍ଥା ହେଉଥିବା ଅଭିଯୋଗ ଆଣିଛନ୍ତି ଅଞ୍ଚଳବାସୀ। ଏହାର ପ୍ରତିବାଦରେ ସେମାନେ...

Leave a comment

Your email address will not be published. Required fields are marked *