ରୋଡିଂଶପ୍‌ର ପ୍ରସ୍ତୁତି ଆରମ୍ଭ:ଆକର୍ଷଣ ସାଜିବ ଘାସ ତୋରଣ

ବଅଁରପାଳ, ୧୦।୯ (ଡି.ଏନ୍‌.ଏ)

ଅନୁଗୋଳ ଜିଲା ନାଲ୍‌କୋ ନଗରରେ ପ୍ରସିଦ୍ଧ ବିଶ୍ୱକର୍ମା ପୂଜାରେ ଚଳିତ ବର୍ଷ ୨୩ଟି ମଣ୍ଡପରେ ବିରାଜମାନ ହେବେ ଦେବଶିଳ୍ପୀ। ପୂଜାକୁ ଆଡ଼ମ୍ବର ସହକାରେ ପାଳନ କରିବା ପାଇଁ ଏବେଠାରୁ ନାଲକୋବାସୀ ବେଶ୍‌ ତତ୍ପର ହୋଇପଡ଼ିଛନ୍ତି। ବିଭିନ୍ନ ପୂଜା କମିଟି ପକ୍ଷରୁ ଆକର୍ଷଣୀୟ ତୋରଣ ସାଙ୍ଗକୁ ସୁସଜ୍ଜିତ ପୂଜା ମଣ୍ଡପ ଓ ମୂର୍ତ୍ତି ନିର୍ମାଣ କରାଯାଉଛି। ଚଳିତ ବର୍ଷ ରୋଡ଼ିଂଶପ୍‌-୨ ଅପରେଶନ୍‌ ବିଭାଗ ପକ୍ଷରୁ ମଣ୍ଡପକୁ ଆକର୍ଷଣୀୟ କରିବାକୁ କର୍ମକର୍ତ୍ତାମାନେ ପ୍ରସ୍ତୁତି କାର୍ଯ୍ୟରେ ଲାଗିପଡ଼ିଛନ୍ତି। ତୋରଣ ସାଜସଜ୍ଜାକୁ ସବୁଠାରୁ ଅଲଗା ତଥା ଭିନ୍ନ ଧରଣର କରିବାକୁ କମିଟି ପକ୍ଷରୁ ଉଦ୍ୟମ ଚାଲିଛି। ସମଗ୍ର ତୋରଣ ଘାସରେ କାରୁକାର୍ଯ୍ୟ କରାଯିବ ବୋଲି ଆୟୋଜକମାନେ କହିଛନ୍ତି। ସେହିପରି ଭିତର ପୂଜା ମଣ୍ଡପର ସାଜସଜ୍ଜାକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ପାହାଡ଼ ଉପରେ ମହାଦେବଙ୍କୁ ପୂଜା କରାଯାଉଥିବାର ଦୃଶ୍ୟ ଉପସ୍ଥାପନ କରାଯିବ। ମୋଟ ୬୩ ଜଣ ସଦସ୍ୟ ଏଥିରେ ସାମିଲ ହୋଇଛନ୍ତି।
ଏ ସମ୍ପର୍କରେ ପୂଜା କମିଟି କୋଅର୍ଡ଼ିନେଟର ପ୍ରତାପ କୁମାର ସାହୁ କୁହନ୍ତି, ତୋରଣକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଆମେ ଉଦ୍ୟମ କରିଛୁ। ସମସ୍ତ ତୋରଣ କାରୁକାର୍ଯ୍ୟ ଘାସରେ ନିର୍ମିତ ହେବ। ଏଥିପାଇଁ ତାମିଲନାଡ଼ୁରୁ ଘାସ ଅଣାଯିବା ପାଇଁ ବ୍ୟବସ୍ଥା କରାଯାଇଛି। ସେହିପରି ଭିତର ସାଜସଜ୍ଜାକୁ ଅଧିକ ସୁସଜ୍ଜିତ କରିବା ପାଇଁ ପ୍ରସ୍ତାବ ରଖାଯାଇଛି।
କମିଟି ସଦସ୍ୟ ଅନିଲ କୁମାର ସାହୁ କହନ୍ତି, ଚଳିତ ବର୍ଷ ଆମ ପୂଜା ନିଶ୍ଚିତ ଭାବେ ଦର୍ଶକଙ୍କର ମନମୋହିବ। ପ୍ରଥମ ଥର ପାଇଁ ତୋରଣ କାରୁକାର୍ଯ୍ୟ ଘାସରେ ନିର୍ମିତ କରାଯାଉଛି। ସେହିପରି ପ୍ରତ୍ୟେକ ଦିନ ଅନ୍ନପ୍ରସାଦର ବ୍ୟବସ୍ଥା କରାଯାଇଛି। ପ୍ରାୟ ୪ ଲକ୍ଷ ଟଙ୍କା ବ୍ୟୟରେ ମଣ୍ଡପ ତିଆରି ହେଉଛି। କାରିଗର ମାନସ କୁମାର ସାମଲ କୁହନ୍ତି, ପ୍ରତି ବର୍ଷ ପରି ଚଳିତ ବର୍ଷ ଏହି ପୂଜା ମଣ୍ଡପର ସାଜସଜ୍ଜା କାର୍ଯ୍ୟ କରୁଛି। ମଣ୍ଡପ ଓ ତୋରଣ କାରୁକାର୍ଯ୍ୟକୁ କିଭଳି ଅଧିକ ଆକର୍ଷଣୀୟ କରାଯିବ ସେଥିପାଇଁ ଚେଷ୍ଟା ଜାରି ରହିଛି।


All Right Reserved By Dharitri.Com

ସାତ୍‌ସପନ ହେଇଛେ ଆବାସ ଯୋଜନା: ସହଦେବକେ ସାହା ପରହର ପରଛି

ବିଜେପୁର, ୧୨।୭ (ଡି.ଏନ.ଏ): ଖରା, ବରଷା, ଶୀତନୁ ରକ୍ଷା ପାଏବାର ଲାଗି ଗରିବ ଦୁଖିକୁ କେନ୍ଦ୍ର ପ୍ରଧାନମନ୍ତ୍ରୀ ଆବାସ ଆର ରାଏଜ ସରକାର ମୋ କୁଡିଆ...

ମେସ୍କୋ ହୋଟେଲ, ଗେଷ୍ଟ ହାଉସ୍‌ ଦଖଲକୁ ନେଲା ଇଡ୍‌କୋ

କଳିଙ୍ଗନଗର,୨୬।୯(ଡି.ଏନ୍‌.ଏ.): କଳିଙ୍ଗନଗର ଶିଳ୍ପାଞ୍ଚଳ ଯଖପୁରାଠାରେ ଥିବା ମେସ୍କୋଷ୍ଟିଲର ଏକ ହୋଟେଲ ଓ ଗେଷ୍ଟହାଉସ୍‌କୁ ବୁଧବାର ଇଡ୍‌କୋ ଦଖଲକୁ ନେଇଛି। ଇଡ୍‌କୋ କର୍ତ୍ତୃପକ୍ଷ ଏବଂ ଜିଲା ପ୍ରଶାସନ...

କବିକସ୍ତୁରୀ ଫାଉଣ୍ଡେଶନର ବାର୍ଷିକୋତ୍ସବ: ‘ହାଡ଼ିବନ୍ଧୁ ପାଢ଼ୀ ଙ୍କୁ ବିଚାରକ ମଉଡ଼ମଣି ସମ୍ମାନ

କଣାସ,୧୬ା୧(ସ.ପ୍ର.): କଣାସ ବ୍ଲକ ଅନ୍ତର୍ଗତ ଗୋପୀନାଥପୁର ପଞ୍ଚାୟତରେ ଅବସ୍ଥିତ କବିକସ୍ତୁରୀ ଫାଉଣ୍ଡେଶନର ସପ୍ତଦଶତମ ବାର୍ଷିକ ଉତ୍ସବ ବୁଧବାର ବିଜୟ ବିହାରସ୍ଥିତ ଶିଶୁ ବିକାଶ ବିଦ୍ୟାମନ୍ଦିର ପରିସରରେ...

ଅପହୃତା ଝିଅକୁ ଉଦ୍ଧାର ପାଇଁ ଥାନା ଆଗରେ ଧାରଣାରେ ବସିଲେ ମା’, ବାହାର ରାଜ୍ୟକୁ ଚାଲାଣ ଅଭିଯୋଗ ଆଣିଲେ ପରିବାର

ହାଟଡ଼ିହୀ, ୨୭ା୫ (ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ ଓରାଳି ପଞ୍ଚାୟତ ମଧୁରଗଡ଼ିଆ ଗ୍ରାମର ଜଣେ ୧୫ ବର୍ଷିୟା ସବର୍ଣ୍ଣ ନାବାଳିକାଙ୍କୁ ସେହି ଗ୍ରାମର କିଛି...

ଦେଢ଼ ବର୍ଷ ପରେ କବର ତଳୁ କଙ୍କାଳ ଉଦ୍ଧାର

ଜି.ଉଦୟଗିରି,୧୦ା୧୨(ଡି.ଏନ.ଏ.)-ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗରେ କନ୍ଧମାଳ ଜିଲା ଜି.ଉଦୟଗିରି ଥାନା କୁମ୍ଭାରକୁପାରେ ସୋମବାର ପୋଲିସ ଜଣେ ନାବାଳିକାଙ୍କ କଙ୍କାଳ ଉଦ୍ଧାର କରିଛି। ନାବାଳିକାଙ୍କ ବାପାଙ୍କ ଏତଲାକୁ...

ଆର୍ଥିକ ଗତିବିଧି ନେଇ ଧର୍ମେନ୍ଦ୍ରଙ୍କ ଆଲୋଚନା

ଭୁବନେଶ୍ୱର,୩୧ା୮(ବ୍ୟୁରୋ): ରୁଷ ଗସ୍ତର ଦ୍ୱିତୀୟ ଦିନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ବିଶ୍ୱର ଅଗ୍ରଣୀ ଇସ୍ପାତ୍‌ ଉପତ୍ାଦନକାରୀ ଏଭରାଜ୍‌ ଗ୍ରୁପର ସିଇଓ ଆଲେକ୍‌ଜାଣ୍ଡର ଫ୍ରୋଲୋଭ ଏବଂ...

ଜେଲ୍‌ରେ ପୂରାଇଥିବା ଦୁଇ ଝିଅଙ୍କୁ କାଢ଼: ଲେଖାଶ୍ରୀ

ଭୁବନେଶ୍ୱର,୨୮।୧(ବ୍ୟୁରୋ): ଜାନୁୟାରୀ ୨୬ତାରିଖ ଦିନ ଦୁଇ ଆଦିବାସୀ ଝିଅ ଦମୟନ୍ତୀ ଓ ପାର୍ବତୀଙ୍କୁ ରାଜ୍ୟ ସରକାର ପୋଲିସ ଲଗାଇ ପରେଡ୍‌ ଗ୍ରାଉଣ୍ଡରୁ ଉଠାଇ ନେଇଛନ୍ତି। ସେମାନଙ୍କୁ...

ଆହୁରି ୨ଦିନ ବର୍ଷା

ଭୁବନେଶ୍ୱର, ୨୪ା୧୦(ବ୍ୟୁରୋ): ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ବୁଧବାର ଲଘୁଚାପରେ ପରିଣତ ହୋଇଛି। ଏହାର ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଜାରି ରହିଛି। ବିଶେଷ କରି ଦକ୍ଷିଣ...

Leave a comment

Your email address will not be published. Required fields are marked *