ମୁଖ୍ୟମନ୍ତ୍ରୀଙ୍କ ୫-ଟି ମନ୍ତ୍ରକୁ ଦିଆଯିବ ଗୁରୁତ୍ୱ

ବ୍ରହ୍ମପୁର ଅଫିସ/ ସୋରଡା,୧୦ା୯(ଡି.ଏନ.ଏ.)-ଗଞ୍ଜାମ ଜିଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ମଙ୍ଗଳବାର ସୋରଡ଼ାରେ ଅନୁଷ୍ଠିତ ହେବ। ଏଥିରେ ଦଳର ପ୍ରାୟ ୩ ହଜାର କର୍ମୀ, ନେତା ଓ ଛାମୁଆ ସଂଗଠନ କର୍ମକର୍ତ୍ତା ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସେଠାକାର ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁଙ୍କୁ ଆୟୋଜନର ଦାୟିତ୍ୱ ଦିଆଯାଇଛି। ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଛତ୍ରପୁର ବିଧାୟକ ତଥା ଦଳର ଜିଲା ସାଧାରଣ ସମ୍ପାଦକ ସୁବାସ ଚନ୍ଦ୍ର ବେହେରା ସୋରଡ଼ାରେ ରହି ଏହାର ତଦାରଖ କରୁଛନ୍ତି।
୨୦୧୮ ଜୁନ ୨୨ରେ ଗୋପାଳପୁରରେ ଅନୁଷ୍ଠିତ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକର ୧୫ ମାସ ବିତିବାକୁ ଯାଉଥିବା ବେଳେ ୨୦୧୯ର ବୈଠକ ସୋରଡ଼ାରେ ଆୟୋଜନ କରାଯାଇଛି। ଜିଲା ସଭାପତି ତଥା ଗୋପାଳପୁର ବିଧାୟକ ଡ଼. ପ୍ରଦୀପ କୁମାର ପାଣିଗ୍ରାହୀ ଏଥିରେ ଅଧ୍ୟକ୍ଷତା କରିବେ। ୨ ଏମ୍‌ପିଙ୍କ ବ୍ୟତୀତ ୧୧ ବିଧାୟିକା, ବିଧାୟକ ଯୋଗଦେବେ। ଜିଲା ପର୍ଯ୍ୟବେକ୍ଷକ ଓ ଅନ୍ୟମାନେ ଉପସ୍ଥିତ ରହିବେ ।
ମୁଖ୍ୟତଃ ଦଳର ସଂଗଠନକୁ ବିସ୍ତାର କରିବା ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆ ୫-ଟି ର ସଫଳ ରୂପାୟନ ପାଇଁ ସର୍ବାଧିକ ଗୁରୁତ୍ୱ ଦିଆଯିବ ବୋଲି ଜିଲା ସାଧାରଣ ସମ୍ପାଦକ ସୁବାସ ସୂଚନା ଦେଇଛନ୍ତି। ନୂଆ ଫର୍ମୁଲାରେ ବିଜେଡି ସଦସ୍ୟା, ସଦସ୍ୟଙ୍କ ସଂଖ୍ୟା ଆଶାନୁରୂପ ବୃଦ୍ଧି ନିମନ୍ତେ ସମବେତ କର୍ମୀ ଓ ନେତାଙ୍କୁ ପରାମର୍ଶ ଦିଆଯିବ। ଏଥିପାଇଁ ପ୍ରସ୍ତୁତ ବ୍ଲୁପ୍ରିଣ୍ଟ ଉପସ୍ଥାପିତ କରାଯିବ।
ଗତ ବର୍ଷ ଗୋପାଳପୁର ବୈଠକରେ ଆଗତ ୨୭ ରାଜନୈତିକ ପ୍ରସ୍ତାବରୁ କେତୋଟି କାର୍ଯ୍ୟକାରୀ ହୋଇଛି ସେନେଇ ସମୀକ୍ଷା କରାଯିବ। ଏହି ଗୃହୀତ ପ୍ରସ୍ତାବଗୁଡ଼ିକ ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀଙ୍କୁ ପଠାଯାଇଥିଲା। ତା’ ମଧ୍ୟରେ ଜିଲାର ସବୁ ବ୍ଲକରେ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗର ବିକାଶ କରି ବ୍ୟାପକ ନିଯୁକ୍ତି ସୃଷ୍ଟି କରିବା, ଏମ୍‌କେସିଜି ମେଡିକାଲ କଲେଜକୁ ସ୍ବୟଂଶାସିତ ମାନ୍ୟତା ଦିଆଯିବା ଏବଂ ସେଠାରେ ଖାଲି ପଡ଼ିଥିବା ସମସ୍ତ ପଦବୀ ପୂରଣ କରାଯିବା, ଗଞ୍ଜାମ ଜିଲାରେ ସ୍ବାସ୍ଥ୍ୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା, ଋଷିକୁଲ୍ୟା ନଦୀ ଯୋଜନାର ଆଧୁନିକୀକରଣ, ଘଟକେଶ୍ୱର ସେଚ ପ୍ରକଳ୍ପ ନିର୍ମାଣ ସମ୍ପୂର୍ଣ୍ଣ କରାଯିବା, ମତ୍ସ୍ୟଜୀବୀଙ୍କ ପାଇଁ ମାଛ ଧରା ବନ୍ଦର ନିର୍ମାଣ ଆଦି ଅନ୍ତର୍ଭୁକ୍ତ ଥିଲା। ସେହିପରି ବ୍ରହ୍ମପୁରରେ ରିଂ-ରୋଡ ନିର୍ମାଣ, ଆସିକା ଚିନିଶିଳ୍ପର ଉନ୍ନତୀକରଣ କରାଯିବା ଆଦି ପ୍ରସ୍ତାବ ଗୃହୀତ ହୋଇଥିଲା। ତନ୍ମଧ୍ୟରୁ ଗୋଟିଏ ମଧ୍ୟ କାର୍ଯ୍ୟକାରୀ ହୋଇ ନ ଥିବା ବେଳେ ସୋରଡ଼ା ବୈଠକରେ ବିଭିନ୍ନ ପ୍ରସ୍ତାବ ଗୃହୀତ ହେବ।
ଗୋପାଳପୁର ବୈଠକରେ ଓଡ଼ିଶା ତଥା ଗଞ୍ଜାମ ଜିଲା ପ୍ରତି କେନ୍ଦ୍ର ସରକାରଙ୍କ ଅବହେଳା ନେଇ ୧୨ ପ୍ରସ୍ତାବ ଗୃହୀତ ହୋଇଥିଲା। ବୈମାତୃକ ମନୋଭାବ ପୋଷଣ ନେଇ କେନ୍ଦ୍ରକୁ ଟାର୍ଗେଟ କରାଯାଇଥିଲା। ଚଳିତ ବର୍ଷ ସାଧାରଣ ନିର୍ବାଚନ ପରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମନୋଭାବରେ ପରିବର୍ତ୍ତନ ଘଟିଛି। ତେଣୁ ସୋରଡ଼ା ବୈଠକରେ କେନ୍ଦ୍ର ଅବହେଳାକୁ ନେଇ କି ପ୍ରକାର ପ୍ରସ୍ତାବ ଆଗତ ହେବ କି ନାହିଁ ସେନେଇ ରାଜନୈତିକ ମହଲରେ ଅପେକ୍ଷା କରାଯାଇଛି।


All Right Reserved By Dharitri.Com

ଏଲ୍‌ଆଇସି ଅଂଶଧନ ବିକ୍ରିକୁ ବିରୋଧ

ବ୍ରହ୍ମପୁର ଅଫିସ,୩ା୨-ଭାରତୀୟ ଜୀବନ ବୀମା ନିଗମ (ଏଲଆଇସି)ରୁ ସରକାରଙ୍କ ଅଂଶଧନରୁ କିଛି ପ୍ରତିଶତ ଷ୍ଟକ୍‌ ବଜାର ମାଧ୍ୟମରେ ତଥା ଆଇପିଓ ରୂପେ ବିକ୍ରି କରାଯିବା ଲୋକ...

ଇନ୍ସପେକ୍ଟର ସ୍ତରରେ ଅଦଳବଦଳ

ବ୍ରହ୍ମପୁର ଅଫିସ, ୨୭।୮: ବ୍ରହ୍ମପୁର ପୋଲିସ ଜିଲା ଇନ୍ସପେକ୍ଟର ସ୍ତରରେ ଅଦଳବଦଳ ହୋଇଛି । ଜିଲା ମୁଖ୍ୟାଳୟ ଚିଠି ନମ୍ବର ୧୬୯୪ ଅନୁଯାୟୀ ମୋଟ ୮ଜଣ...

ନାବାଳିକାଙ୍କୁ ବଳାତ୍କାର ଘଟଣା, ଅଭିଯୁକ୍ତ ଗିରଫ: ନିରପେକ୍ଷ ତଦନ୍ତ ଦାବି କଲା ଭାଜପା ମହିଳା ମୋର୍ଚ୍ଚା

ହିଞ୍ଜିଳିକାଟୁ,୨୨ା୧୧(ଡି.ଏନ୍‌.ଏ)- ହିଞ୍ଜିଳି ଥାନା ଅଞ୍ଚଳରେ ଗତ ଶନିବାର ଜଣେ ୧୦ବର୍ଷୀୟ ନାବାଳିକାଙ୍କୁ ନିଜ ଦୋକାନରେ ବଳାତ୍କାର କରିଥିବା ଅଭିଯୁକ୍ତଙ୍କୁ ପୋଲିସ ଗୁରୁବାର ଗିରଫ କରିଛି। ସେ...

ଗୁଳିମାଡ଼ରେ ଜଣେ ଗୁରୁତର

ଫୁଲବାଣୀ ଅଫିସ,୧୬ା୬: କନ୍ଧମାଳ ଜିଲା ଚକାପାଦ ବ୍ଲକ ଟିକାବାଲି ଥାନା ମିଣିଆଖଡ଼ି ଜଙ୍ଗଲରେ ଗୁଳିମାଡ଼ରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ତାଙ୍କୁ ପ୍ରଥମେ ଟିକାବାଲି ଓ...

ବର୍ଷାରେ ବେହାଲ ରେଶମ ସହର

ବ୍ରହ୍ମପୁର ଅଫିସ,୨୧ା୮- ବର୍ଷାରେ ପୁଣି ବେହାଲ ହୋଇଛି ବ୍ରହ୍ମପୁର ମହାନଗର ନିଗମର ବହୁ ଅଞ୍ଚଳ। ମଙ୍ଗଳବାର ଅପରାହ୍ନରେ ମାତ୍ର ଦେଢଘଣ୍ଟା ବର୍ଷାରେ ସହରର ଅନେକ ଅଞ୍ଚଳ...

ବନ୍ୟାପାଣିରେ ପୋଲ ଭୁଶୁଡ଼ିଲା

ପାଟପୁର,୬ା୯(ଡି.ଏନ.ଏ.)- ସାନଖେମୁଣ୍ଡି ଅଞ୍ଚଳରେ ବୁଧବାର ସନ୍ଧ୍ୟାରୁ ଜାରି ରହିଛି ଲଗାଣ ବର୍ଷା। ଏହାର ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି ା ସମଗ୍ର ସାନଖେମୁଣ୍ଡି ଅଞ୍ଚଳ...

ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ କଲେ ତହସିଲଦାର

ଶେରଗଡ଼,୨୫।୭(ଡି.ଏନ.ଏ.): ଗଞ୍ଜାମ ଜିଲାର ଶେରଗଡ଼ ତହସିଲଦାର ଗୁରୁବାର ଦିନ କୁଲାଗଡ଼ ସେକ୍ଟର ଓ ମହୁପଦର ସେକ୍ଟରରେ ଥେିବା ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରଗୁଡିକୁ ଅଚାନକ ପରିଦର୍ଶନ କରିଛନ୍ତି।...

ଅଙ୍ଗନଓ୍ବାଡ଼ି କର୍ମୀଙ୍କ ଆନ୍ଦୋଳନ

ପୁରୁଷୋତ୍ତମପୁର,୮।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ଭାରତ ବନ୍ଦର ସମ୍ପୂର୍ଣ୍ଣ ପ୍ରଭାବ ଦେଖାଦେଇଛି। ସହରର ବିଭିନ୍ନ ସ୍ଥାନରେ ଅଙ୍ଗନୱାଡ଼ି କର୍ମୀ, ବିଭିନ୍ନ ବିଦ୍ୟାଳୟର ମଧ୍ୟାହ୍ନଭୋଜନରେ ନିୟୋଜିତ ପାଚିକା,ସହାୟିକା...

Leave a comment

Your email address will not be published. Required fields are marked *