ବେଆଇନ ବାଣ କାରଖାନାରେ ଚଢ଼ାଉ,୩ ଗିରଫ

ଆସିକା,୧୦ା୯(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ଆସିକା ଥାନା ନଳବଣ୍ଟା ଗ୍ରାମରେ ବେଆଇନ ଭାବେ ଚାଲିଥିବା ୭ ବାଣ କାରଖାନା ଉପରେ ପୋଲିସ ସୋମବାର ଚଢ଼ାଉ କରିଥିଲା। ସେଠାରୁ ବିପୁଳ ପରିମାଣର ବାଣ ଓ ବାରୁଦ ଜବତ କରାଯାଇଛି ା ଜବତ ବାଣ ଓ ବାରୁଦର ମୂଲ୍ୟ ୭୦ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି କୁହାଯାଇଛି ା ଏହି ଘଟଣାରେ ଉକ୍ତ ଗ୍ରାମର ୩ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ସନ୍ତୋଷ କୁମାର ପାଢୀ, ଦିବାନ ସେଠୀ ଓ ବିପ୍ର ସେଠୀ ା କାରଖାନାରୁ ଫେରାର୍‌ ଥିବା ଅନ୍ୟ ୬ ଜଣଙ୍କୁ ଗିରଫ କରିବା ପାଇଁ ଉଦ୍ୟମ ଜାରି ରହିଥିବା ପୋଲିସ ସୂଚନା ଦେଇଛି।
ଆସିକା-ବ୍ରହ୍ମପୁର ୫୯ ନମ୍ବର ଜାତୀୟ ରାଜପଥରେ ଥିବା ନଳବଣ୍ଟା ଗ୍ରାମରେ ପ୍ରସ୍ତୁତ ହେଉଥିବା ବାଣର ଚାହିଦା ରହିଛି। ଏହାର ସୁଯୋଗ ନେଇ କେତେଜଣ ମୁଷ୍ଟିମେୟ ବ୍ୟକ୍ତି ସାହିବସ୍ତିରେ ଥିବା ଘର ଓ ଗ୍ରାମ ସଂଲଗ୍ନ ପରିତ୍ୟକ୍ତ ସ୍ଥାନରେ କୁଡିଆ କରି ରୀତିମତ ବାଣ ପ୍ରସ୍ତୁତି ଚଳାଇ ଆସୁଛନ୍ତି ା ବାଣ ପ୍ରସ୍ତୁତିରେ ପିଲାଙ୍କଠାରୁ ଆରମ୍ଭ କରି ମହିଳାମାନଙ୍କୁ ମଧ୍ୟ ନିୟୋଜିତ କରାଯାଉଛି ା ବିଭିନ୍ନ ସମୟରେ ବାଣ ପ୍ରସ୍ତୁତ ବେଳେ ବିସ୍ଫୋରଣ ଘଟି ବହୁ ଧନଜୀବନ ନଷ୍ଟ ହୋଇଥିବା ମଧ୍ୟ ନଜିର ରହିଛି ା ଆଗକୁ ଦଶହରା ଓ ଦିପାବଳୀ ଆସୁଥିବାରୁ
ଜୋରଦାର ବାଣ ପ୍ରସ୍ତୁତି ଚାଲିଛି। ଏଥିରେ ରୋକ ଲଗାଇବା ପାଇଁ ପୋଲିସ ତତ୍ପର ହୋଇଛି। ସୋମବାର ଆସିକା ଏସ୍‌ଡିପିଓ ସୂର୍ଯ୍ୟମଣି ପ୍ରଧାନଙ୍କ ତତ୍ତ୍ୱାବଧାନ ଓ ଆସିକା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁଙ୍କ ନେତୃତ୍ୱରେ ୬ ଅଧିକାରୀ ଓ ୨ ପ୍ଲାଟୁନ ସଶସ୍ତ୍ର ପୋଲିସ ନଳବଣ୍ଟା ଗ୍ରାମରେ ଚାଲିଥିବା ବାଣ କାରଖାନାରେ ଚଢ଼ାଉ କରିଥିଲେ। ଆସିକା ତହସିଲଦାର ଆଶୁତୋଷ ଗୌରବକର ମାଜିଷ୍ଟ୍ରେଟ ଭାବେ ଉକ୍ତ ଚଢାଉ ବେଳେ ଉପସ୍ଥିତ ଥିଲେ ା ମୋଟ ୭ଟି କାରଖାନା ଉପରେ ଚଢ଼ାଉ କରାଯାଇ ପ୍ରସ୍ତୁତ ହୋଇ ରହିଥିବା କୁମ୍ପି, ମଥାପି, ହାବେଳି, ଉଚ୍ଚଶବ୍ଦ ସୃଷ୍ଟି କରୁଥିବା ଫୋଟକା ବାଣ ଏବଂ ବହୁ ପରିମାଣର ଗନ ପାଉଡର, ସୁରାଖାର, ଗନ୍ଧକ, ଅଙ୍ଗାର ଆଦି ଜବତ କରାଯାଇଛି ା ଜବତ ବାଣ ଓ ବାରୁଦକୁ ୭ଟି ପିକଅପ୍‌ ଭ୍ୟାନ ଯୋଗେ ଅଣାଯାଇ ଥାନା ପଛପଟେ ରଖାଯାଇଛି। ଏ ନେଇ ପୃଥକ ୭ ମାମଲା (ନଂ.୩୦୭, ୩୦୮, ୩୦୯, ୩୧୦, ୩୧୧, ୩୧୨ ଓ ୩୧୩/୧୯) ରୁଜୁ କରାଯାଇଥିବା ଥାନା ଅଧିକାରୀ ସାହୁ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ନଳବଣ୍ଟାରେ ବେଧଡକ ଭାବେ ଚାଲିଥିବା ବାଣ କାରଖାନାରେ ପୂର୍ବରୁ ରୀତିମତ ପୋଲିସ ଚଢାଉ କରୁଥିଲେ ମଧ୍ୟ ଏତେ ପରିମାଣର ବାଣ ଓ ବାରୁଦ କେବେ ଜବତ ହୋଇ ନ ଥିଲା ା


All Right Reserved By Dharitri.Com

ରକ୍ତ ଦେଇ ଗର୍ଭବତୀଙ୍କ ଜୀବନ ବଞ୍ଚାଇଲେ ଫାର୍ମାସିଷ୍ଟ:ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୯।୧ (ବ୍ୟୁରୋ):ଆଜି ବି ମାନବିକତା ବଞ୍ଚିରହିଛି। ଆଉ ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଆଦିବାସୀ ଅଧ୍ୟୁଷିତ ମାଲ୍‌କାନଗିରି ଜିଲାରେ। ଜଣେ ଗର୍ଭବତୀ ମହିଳାଙ୍କୁ ରକ୍ତ ଦେଇ...

ସହଜରେ ବିମାନ ବନ୍ଦରରୁ ମିଳିପାରିବ ହଜିଯାଇଥିବା ସାମଗ୍ରୀ

ଭୁବନେଶ୍ୱର, ୬।୮(ବ୍ୟୁରୋ): ବିମାନ ବନ୍ଦରରେ ଛାଡ଼ି ଚାଲି ଆସିଥିବା ବା ହଜିଯାଇଥିବା ଜିନିଷପତ୍ର ଅତି ସହଜରେ ପାଇପାରିବେ ଯାତ୍ରୀ। ଏଥିପାଇଁ ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ...

ମହାନଦୀ ଶଯ୍ୟାରେ ବିଦେଶାଗତ ପକ୍ଷୀଙ୍କ ଭିଡ଼: ଠାବହେଲା ବିରଳ ପକ୍ଷୀ କମନ୍‌ ମରଗାନସର

ସୋନପୁର,୨୬ା୧୨(ନି.ପ୍ର.): ବର୍ତ୍ତମାନ ଶୀତଦିନରେ ଦେଶ ତଥା ଦେଶ ବାହାରର ପକ୍ଷୀଙ୍କ ପାଇଁ ଚିରସ୍ରୋତା ମହାନଦୀ ପାଲଟିଛି ଜଳନିବାସ। ପ୍ରଚଣ୍ଡ ଶୀତରେ ସେଠାକାର ପରିବେଶରେ ବରଫ ପଡୁଥିବାରୁ...

ପ୍ରଶାସନର ନଜର ଆଢୁଆଳରେ :ଐତିହ୍ୟ ସମ୍ପନ୍ନ ନୀଳମାଧବ ଜୀଉଙ୍କ ଦଶହରା ପଡ଼ିଆ

ଖଣ୍ଡପଡ଼ା,୨ା୯(ସ୍ବ.ପ୍ର.): ଜଗନ୍ନାଥ ସଂସ୍କୃତିର ଆଦିପୀଠ ଭାବରେ କଣ୍ଟିଲୋର ଶ୍ରୀ ନୀଳମାଧବ ପୀଠ ସର୍ବଜନ ବିଦିତ। ପୁରୀ ଶ୍ରୀମନ୍ଦିର ପୂଜାନୀତି ସହ ଏହି ମନ୍ଦିର ପୂଜା ନୀତି...

ରାସ୍ତା ଉପରେ ଜଳିଗଲା କାର୍‌

ଭଞ୍ଜନଗର,୨୯।୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଭଞ୍ଜନଗର ବେଲଗୁଣ୍ଠା ମୁଖ୍ୟ ରାସ୍ତାର ନୂଆଗାଁ ସେତୁ ନିକଟରେ ମଙ୍ଗଳବାର ଏକ କାର୍‌ରେ ଅଗ୍ନିକାଣ୍ଡ ଘଟିଛି। କାର୍‌ର ବ୍ୟାଟେରିରୁ ଏହି ଅଗ୍ନିକାଣ୍ଡ...

ଘଟଣାର ତଦନ୍ତ ହୋଇ ସତ ବାହାରକୁ ଆସୁ: ଭାଜପା

ଭୁବନେଶ୍ୱର,୯ା୧୨(ବ୍ୟୁରୋ): ଅନୁଗୋଳ ଜିଲା ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ଭରତପୁର କ୍ୟାମ୍ପ ଅଫିସରେ ଶନିବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ପଶି ତାଙ୍କ ଗାଡିରେ ନିଆଁ...

ଦୁର୍ଗମ କହମପଡ଼ି ଗାଁରେ ବିଧାୟକ ସାଲୁଗା

ଦାରିଙ୍ଗବାଡ଼ି,୧୪।୭(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ପର୍ତ୍ତମାହା ପଞ୍ଚାୟତର ଦୁର୍ଗମ ଗାଁ କହମପଡ଼ିକୁ ରବିବାର ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଗସ୍ତ କରିଛନ୍ତି। ଗାଁକୁ ସବୁଦିନିଆ...

ଜାତୀୟ ରାଜପଥରେ ଜଳିଗଲା କାର୍‌

ଭଣ୍ଡାରିପୋଖରୀ, ୧୩ା୯(ଡି.ଏନ.ଏ.)- ଭଦ୍ରକ ଜିଲା ୧୬ ନମ୍ବର ଜାତୀୟ ରାଜପଥର ଭଣ୍ଡାରିପୋଖରୀ ପୁରିପଡ଼ା ସ୍କୁଲଠାରୁ ଅନତି ଦୂରରେ ଶୁକ୍ରବାର ସନ୍ଧ୍ୟା ପ୍ରାୟ ୭ଟା ବେଳେ ଏକ...

Leave a comment

Your email address will not be published. Required fields are marked *