ଅଟୋ ସେକ୍ଟରରେ ମାନ୍ଦାବସ୍ଥା ଜାରି;ଅଗଷ୍ଟରେ ସର୍ବାଧିକ ଗାଡ଼ି ବିକ୍ରି ହ୍ରାସ

ନୂଆଦିଲ୍ଲୀ,୧୦-୯: ଅଟୋ ସେକ୍ଟରରେ ମାନ୍ଦାବସ୍ଥା ମାଡ଼ କମ୍ପାନୀଗୁଡ଼ିକର ଆର୍ଥିକ ସ୍ଥିତିକୁ ତଳିତଳାନ୍ତ କଲାଣି। କ୍ରମାଗତ ଦଶମ ମାସ ହେଲା ଗାଡ଼ି ବିକ୍ରି ହ୍ରାସ ପାଇ ଚାଲିଛି। ଗାଡ଼ି ନିର୍ମାଣକାରୀ ସଂଗଠନ ସିଆମ ପକ୍ଷରୁ ପ୍ରଦତ୍ତ ତଥ୍ୟ ଅନୁଯାୟୀ, ଅଗଷ୍ଟରେ ପାସେଞ୍ଜର ଗାଡ଼ି ବିକ୍ରି ଗତବର୍ଷର ଏହି ଅବଧି ତୁଳନାରେ ଅତ୍ୟନ୍ତ କମ୍‌ ରହିଛି। ପ୍ରାୟ ସମସ୍ତ କମ୍ପାନୀର ଗାଡ଼ି(ଦୁଇ, ତିନି ଓ ୪ ଚକିଆ) ବିକ୍ରି ସର୍ବାଧିକ ହ୍ରାସ ପାଇଛି। ସିଆମ ତଥ୍ୟ ଅନୁଯାୟୀ, ଅଗଷ୍ଟରେ ପାସେଞ୍ଜର ଗାଡ଼ି ବିକ୍ରି ଗତବର୍ଷ ଅପେକ୍ଷା ୩୧.୫୭ ପ୍ରତିଶତ ହ୍ରାସ ପାଇ ୧,୯୬,୫୨୪ ରହିଛି। ଗତବର୍ଷ ଏହି ସମୟରେ ୨,୮୭, ୧୯୮ ଗାଡ଼ି ବିକ୍ରି ହୋଇଥିଲା। ଗାଡ଼ି ବିକ୍ରିର ଏହା ଦୀର୍ଘ ୨୧ ବର୍ଷର ସର୍ବନିମ୍ନ ସ୍ତର। ୧୯୯୭-୯୮ପରେ ଗାଡ଼ି ବିକ୍ରି ଅଗଷ୍ଟ ମାସରେ ସର୍ବନିମ୍ନ ସ୍ତର ଛୁଇଁଛି। ସେହିପରି ବାଇକ ବିକ୍ରି ୩ ବର୍ଷର ସର୍ବନିମ୍ନ ସ୍ତର ଛୁଇଁସାରିଲାଣି। ସିଆମ ପକ୍ଷରୁ ସୋମବାର ଦିଆଯାଇଥିବା ତଥ୍ୟରେ କୁହାଯାଇଛି ଯେ,ଅଗଷ୍ଟରେ ଘରୋଇ ବଜାରରେ କାର୍‌ ବିକ୍ରି ୪୧.୦୯ ପ୍ରତିଶତ ହ୍ରାସ ପାଇ ୧,୧୫,୯୫୭ ରହିଛି, ଯାହା କି ବର୍ଷକ ପୂର୍ବରୁ ଏହି ସମୟରେ ୧,୯୬,୮୪୭ ଥିଲା। ଏହି ଅବଧିରେ ଦୁଇଚକିଆ ଯାନ ବିକ୍ରି ୨୨.୨୪% କମିଛି ଏବଂ ୧୫,୧୪,୧୯୬ ଗାଡ଼ି ବିକ୍ରି ହୋଇଛି। ବର୍ଷକ ପୂର୍ବରୁ ଏହି ମାସରେ ଦେଶରେ ୧୯,୪୭,୩୦୪ ଦୁଇଚକିଆ ଗାଡ଼ି ବିକ୍ରି ହୋଇଥିଲା। ତନ୍ମଧ୍ୟରୁ କେବଳ ମୋଟର ସାଇକେଲ ବିକ୍ରି ୨୨.୩୩% ହ୍ରାସ ପାଇ ୯,୩୭,୪୮୬ ରହିଛି। ବର୍ଷକ ପୂର୍ବରୁ ୨୦୧୮ ଅଗଷ୍ଟରେ ୧୨,୦୭,୦୦୫ ବାଇକ ବିକ୍ରି ହୋଇଥିଲା। ପ୍ରାପ୍ତ ସୂଚନାନୁଯାୟୀ, ଅଗଷ୍ଟରେ କମର୍ସିଆଲ ଗାଡ଼ି ବିକ୍ରି ୩୮.୭୧ ପ୍ରତିଶତ ହ୍ରାସ ପାଇ ୫୧,୮୯୭ ରହିଛି। ଏଣୁ ସମସ୍ତ ପ୍ରକାର ଗାଡ଼ି ବିକ୍ରିକୁ ହିସାବକୁ ନେଲେ ଅଗଷ୍ଟରେ ମୋଟ ଗାଡ଼ି ବିକ୍ରି ୨୩.୫୫% ହ୍ରାସ ପାଇ ୧୮,୨୧,୪୯୦ ରହିଛି। ପୂର୍ବ ବର୍ଷ ଏହି ସମୟରେ ୨୩,୮୨,୪୫୬ ଗାଡ଼ି ବିକ୍ରି ହୋଇଥିଲା। ସେହିପରି ଭାରି ଯାନ ବିକ୍ରି ୫୪.୩% କମି ୧୫,୫୭୩ରେ ପହଞ୍ଚତ୍ଛି। ଅନୁରୂପ ଭାବେ ହାଲୁକା ବାଣିଜି୍ୟକ ଯାନ ବିକ୍ରି ଗତବର୍ଷ ଅପେକ୍ଷା ୨୮% ହ୍ରାସ ପାଇ ୩୬,୩୨୪ରେ ପହଞ୍ଚତ୍ଛି।


All Right Reserved By Dharitri.Com

ରପ୍ତାନିକାରୀଙ୍କ ଲାଗି ଅନିବାର୍ଯ୍ୟ ହେବ ଜିଏସ୍‌ଟିଇନ୍‌ ତଥ୍ୟ

ନୂଆଦିଲ୍ଲୀ,୧୦-୨: ରପ୍ତାନିକାରୀ ଏବଂ ଆମଦାନୀକାରୀଙ୍କ ଲାଗି ଫେବୃୟାରୀ ୧୫ରୁ ଜିଏସ୍‌ଟିଇନ୍‌ ତଥ୍ୟ ପ୍ରଦାନ କରିବା ଅନିବାର୍ଯ୍ୟ ହେବ। ସାମଗ୍ରୀ ଓ ସେବା ଟିକସ କ୍ଷେତ୍ରରେ ହେଉଥିବା...

ପୀୟୂଷ ଗୋୟଲଙ୍କୁ ରେଳ ମନ୍ତ୍ରଣାଳୟ ଦାୟିତ୍ୱ

ନୂଆଦିଲ୍ଲୀ,୩୧। ୫: ଗୁରୁବାର କେନ୍ଦ୍ରରେ ପ୍ରଧାନମନ୍ତ୍ରୀଙ୍କ ନରେନ୍ଦ୍ର ମୋଦିଙ୍କ ସମେତ ତାଙ୍କର ନୂଆ ମନ୍ତ୍ରୀମଣ୍ଡଳ ଦାୟିତ୍ୱ ଗ୍ରହଣ କରିଛନ୍ତି। ମୋଦିଙ୍କ ପ୍ରଥମ ପାଳିରେ ରେଳ ମନ୍ତ୍ରଣାଳୟ...

ରାଷ୍ଟ୍ରାୟତ୍ତ ଉଦ୍ୟୋଗ ମହଙ୍ଗା ଭତ୍ତା ୧୫୭.୩%

ଭୁବନେଶ୍ୱର,୧-୧(ବ୍ୟୁରୋ): ଦେଶର ଶିଳ୍ପ ଶ୍ରମିକଙ୍କ ଲାଗି ଉଦ୍ଦିଷ୍ଟ ହାରାହାରି ଖାଉଟି ମୂଲ୍ୟ ସୂଚୀ ଅକ୍ଟୋବରରେ ୩୨୫ ପଏଣ୍ଟ ଥିଲା। ନଭେମ୍ବରରେ ଏଥିରେ ୩ ପଏଣ୍ଟ ବଢି...

କୋର୍‌ ସେକ୍ଟରରେ ସାମାନ୍ୟ ଅଭିବୃଦ୍ଧି

ନୂଆଦିଲ୍ଲୀ,୧-୫: ଦେଶର ୮ କୋର୍‌ ସେକ୍ଟର ଅଭିବୃଦ୍ଧି ମାର୍ଚ୍ଚରେ ସାମାନ୍ୟ ବଢ଼ି ୪.୭%ରେ ପହଞ୍ଚତ୍ଛି। ଗତବର୍ଷର ଏହି ଅବଧିରେ ଏହା ୪.୫% ଥିଲା। ମଙ୍ଗଳବାର ଜାରି...

ପୁଞ୍ଜି ପ୍ରତ୍ୟାହାର ଲକ୍ଷ୍ୟ ୧.୦୫ ଲକ୍ଷ କୋଟି

ନୂଆଦିଲ୍ଲୀ,୬-୭: ୨୦୧୯-୨୦ ଆର୍ଥତ୍କ ବର୍ଷ ଲାଗି ୧.୦୫ ଲକ୍ଷ କୋଟି ଟଙ୍କାର ପୁଞ୍ଜି ପ୍ରତ୍ୟାହାର ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଏହା ଅନ୍ତରୀଣ ବଜେଟରେ ୯୦,୦୦୦ କୋଟି...

ମାଲ୍ୟା, ମୋଦିଙ୍କ ପ୍ରତ୍ୟର୍ପଣ ତଥ୍ୟ ଦେଲାନି ଏମ୍‌ଇଏ

ନୂଆଦିଲ୍ଲୀ,୧୬।୫: ପଳାତକ ମଦ ବ୍ୟବସାୟୀ ବିଜୟ ମାଲ୍ୟା ଏବଂ ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ପ୍ରତ୍ୟର୍ପଣ ସମ୍ପର୍କରେ ତଥ୍ୟ ଦେବାକୁ ମନା କରିଦେଇଛନ୍ତି ବୈଦେଶିକ ମନ୍ତ୍ରଣାଳୟ(ଏମ୍‌ଇଏ)।...

୩ହଜାର କୋଟି ବକେୟା ଆଦାୟ କରିବ ବିଏସ୍‌ଏନ୍‌ଏଲ୍‌

ନୂଆଦିଲ୍ଲୀ,୧୨-୮: ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଥିବା ରାଷ୍ଟ୍ରାୟତ୍ତ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ(ବିଏସ୍‌ଏନ୍‌ଏଲ୍‌) ବକେୟା ପ୍ରାୟ ୩ ହଜାର କୋଟି ଟଙ୍କା ଆଦାୟ...

ଗ୍ରାହକଙ୍କ ବିଶ୍ୱାସ ଭରଷାର ଅନ୍ୟନାମ;ଗୁପ୍ତା ଡିଷ୍ଟ୍ରିବ୍ୟୁଟର୍ସ

ଯେକୌଣସି ବାଣିଜ୍ୟ ଲାଗି ଗ୍ରାହକଙ୍କ ରେସ୍‌ପନ୍ସ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ଗ୍ରାହକ ଆଦୃତି ଲାଭ ଦ୍ୱାରା ବ୍ରାଣ୍ଡ ଆଗକୁ ଅଗ୍ରସର ହେବାରେ କୌଣସି ଅସୁବିଧା ହୁଏ...

Leave a comment

Your email address will not be published. Required fields are marked *