ଭାନୁପ୍ରତାପ ଯୋଷୀ ଫୁଟବଲ ଟୁର୍ନାମେଣ୍ଟ ଉଦ୍‌ଘାଟିତ: ପ୍ରଥମ ମ୍ୟାଚରେ ଗନିଆରୀ ବିଜୟୀ

କୋମନା,୧୦।୯(ଡି.ଏନ.ଏ.)
ନୂଆପଡା ଜିଲା କୋମନା ବ୍ଲକ ଭେଲାସ୍ଥିତ ହାଇସ୍କୁଲ ଖେଳ ପଡିଆରେ ପ୍ରଥମ ଭାନୁପ୍ରତାପ ଯୋଷୀ ମେମୋରିଆଲ ଫୁଟବଲ ଟୁର୍ନାମେଣ୍ଟ ସୋମବାର ଉଦ୍‌ଘାଟିତ ହୋଇଯାଇଛି। ପ୍ରଥମ ମ୍ୟାଚ ରୋୟଲ କ୍ଲବ ଗନିଆରୀ ଏବଂ ନୂଆପଡା ମଧ୍ୟରେ ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ ହୋଇଥିଲା। ଏଥିରେ ଗନିଆରୀ ଦଳ ନୂଆପଡାକୁ ୧-୦ ଗୋଲରେ ପରାସ୍ତ କରି ପ୍ରଥମ ମ୍ୟାଚ ବିଜୟ ଲାଭ କରିଥିଲା। ବଳରାମ ସରାଫ, ଗୁଡୁ ମାଝି, ବନ ସାହୁ ଏବଂ ତ୍ରିନାଥ କୁମ୍ଭାର ଖେଳ ପରିଚାଳନା କରିଥିଲେ। ଉଦ୍‌ଘାଟନୀ ମ୍ୟାଚରେ ମୁଖ୍ୟଅତିଥି ଭାବେ ଖଡିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଭେଲା ସରପଞ୍ଚ ରିଖିରାମ ଦଣ୍ଡସେନା ଓ ପ୍ରିୟରଞ୍ଜନ ବାଗ ଓ ସ୍ବର୍ଗତ ଯୋଷୀଙ୍କ ପୁଅ ତଥା ସାମାଜିକ କର୍ମୀ ବିମଳ ଯୋଷୀ ପ୍ରମୁଖ ଯୋଗଦେଇ ଟର୍ନାମେଣ୍ଟ ଉଦ୍‌ଘାଟନ କରିଥିଲେ। ମୁଖ୍ୟଅତିଥି ବିଧାୟକ ପାଣିଗ୍ରାହୀ ଖେଳାଳିମାନଙ୍କୁ ଉତ୍ସାହିତ କରିବା ସହ ଏଭଳି ଏକ ଟୁର୍ନାମେଣ୍ଟ ଗ୍ରାମାଞ୍ଚଳରେ ଆୟୋଜନ କରୁଥିବାରୁ ଆୟୋଜକଙ୍କୁ ସାଧୁବାଦ ଜଣାଇଥିଲେ। ଅମନ ଛତ୍ରିଆ, ମୁକେଶ ଯୋଷୀ, କ୍ଷୁଦ୍ରଦେବ ଶବର, ହେତୁରାମ ଶବର, ସାଗର ଶବର, ଲିଟୁ ସେଠୀ, ଆଶିଶ ଶବର, ପରେଶ ଶବର, ରାହୁଲ ଶବର ପ୍ରମୁଖ ସହଯୋଗ କରିଥିଲେ।


All Right Reserved By Dharitri.Com

କୋନାବିରା ଅଞ୍ଚଳରେ ୨୨ ହାତୀ

କୋମନା,୩୧।୮(ଡି.ଏନ.ଏ.) ନୂଆପଡା ଜିଲା କୋମନା ବ୍ଲକ କୋନାବିରା ଅଞ୍ଚଳରେ ହାତୀ ପୁଣି ଥରେ ପ୍ରବେଶ କରି ତିଖାଳି ଡ୍ୟାମ ଭିତରେ ଆଡ୍ଡା ଜମାଇଛି । ଫଳରେ...

ଅଜଣା ରୋଗରେ ୨୫ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ

ନୂଆପଡା ଅଫିସ/କୋମନା,୭।୯(ଡି.ଏନ.ଏ.) ନୂଆପଡା ଜିଲା କୋମନା ବ୍ଲକ ଅନ୍ତର୍ଗତ ଟିକ୍ରାପଡା ଗାଁରେ ଏକ ଅଜଣା ରୋଗରେ ୨୫ରୁ ଊର୍ଦ୍ଧ୍ୱ ଲୋକ ଆକ୍ରାନ୍ତ ହୋଇଥିବା ଖବର ମିଳିଛି...

ବଢ଼ୁଛେ ଝୁନକେତନର ପେଟ୍‌:ସାହାଯ୍‌ ଲାଗି ଗୁହାରି କରି ମା’ବାପ୍‌ ନିରାଶ

କୋମନା,୯ା୮(ଡି.ଏନ୍‌.ଏ): ନୂଆପଡ଼ା ଜିଲା କୋମନା ବ୍ଲକ ଟିକ୍ରାପଡ଼ା ପଁଚେତ୍‌ ଜଗନ୍ନାଥପାଲିର ଝନେ ନିହାତି ଗରିବ୍‌ ଅସାହା ବାପ୍‌ ପୁଓର ଚିକିଛା ସାହାଯ୍‌ ଲାଗି ଗୁହାରି କରି...

ଅଜନା ରୋଗ୍‌ରେ ପୀଡ଼ିତ ହୀରାଦେଈ

ଖଡିଆଳ,୨୩।୧୦(ଡି.ଏନ୍‌.ଏ.)- ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ କେନ୍ଦୁପାଟି ଗଁାର କେତୁ ଷଣ୍ଢକଁର ମାଏକିନା ହୀରାଦେଈ ଷଣ୍ଢ। ଆଏଜ୍‌କେ ୨ ବଛର ହେଲା କେହେନ୍‌ସି ଗୁଟେ ଅଜନା...

କୋମନା ବ୍ଲକରେ ହାଡଭଂଗା ଶୀତ: ରାଏତ୍‌ବେଲା ୬ ଡିଗ୍ରୀକେ ଖସୁଛେ ତାପ୍‌ମାନ

କୋମନା, ୩।୧ (ଡି.ଏନ୍‌.ଏ.)- ଦିନାକେତେ ହେଲା ପଶ୍ଚିମ ଓଡ଼ିଶାରେ ହାଡ଼ଭଂଗା ଶୀତ ହେଉଛେ। ରାଏତ୍‌ବେଲା ବଡ଼ଭାଗି ସହରର ତାପ୍‌ମାନ ୧୦ ଡିଗ୍ରୀ ତଲେ ରହୁଛେ। ଏନ୍‌ତାଥି...

ଓଡ଼ିଶା-ଛତିଶଗଡ଼ ସୀମା ବିବାଦ ଘଟଣା: ଘଟଣାସ୍ଥଳ ପରିଦର୍ଶନ କଲେ ପ୍ରଶାସନି ଟିମ୍‌

ସିନାପାଲି,୧୧।୯(ଡି.ଏନ.ଏ.)-ନୂଆପଡା ଜିଲା ସିନାପାଲି ତହସିଲ ଅନ୍ତର୍ଗତ ଛତିଶଗଡ ସୀମାନ୍ତରେ ଥିବା ନୂଆମାଲପଡା ଗ୍ରାମ ଚାଷୀଙ୍କ ଜମିକୁ ଜବରଦସ୍ତ ଛଡାଇ ନେଇ ଛତିଶଗଡ ରାଜ୍ୟର ଚାଷୀ ଚାଷ...

ଖଡିଆଳ ଓକିଲ ସଂଘର କାର୍ଯ୍ୟ ବନ୍ଦ ଆନ୍ଦୋଳନ

ଖଡିଆଳ,୮।୮(ଡି.ଏନ.ଏ.) ନୂଆପଡା ଜିଲା ଖଡିଆଳ ଓକିଲ ସଂଘ ତରଫରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରାଯାଇଛି । ଖଡିଆଳ, ସିନପାଲି, ବୋଡେନ ଅଞ୍ଚଳର...

କଳାବଜାରୀ ରୋକିବାକୁ କୃଷି ବିଭାଗର ଚଢାଉ : ଯୋଗାଣ ହେଲା ୧୧୩୨ ମେଟ୍ରିକ ଟନ

ନୂଆପଡା ଅଫିସ,୧୯ା୯: ବର୍ତ୍ତମାନ ଜିଲାରେ ଚାଷ କାର୍ଯ୍ୟ ଧୂମଧାମରେ ଚାଲିଥିବାବେଳେ ୟୁରିଆ ସାର ଯୋଗାଣରେ ବିଳମ୍ବ ହୋଇଥିବାରୁ ଏହାରି ସୁଯୋଗ ନେଇ ଅସାଧୁ ବେପାରୀମାନେ କଳାବଜାରୀ...

Leave a comment

Your email address will not be published. Required fields are marked *