ସମ୍ପାଦକୀୟ/ବାତିଲ ଶୁଭଙ୍କର

ଆଫଗାନିସ୍ତାନରେ ସ୍ଥିତି ଜାହିର କରିଥିବା ଆତଙ୍କବାଦୀ ସଙ୍ଗଠନ ତାଲିବାନ ସହ ଶାନ୍ତି ଚୁକ୍ତି କରିବା ଲାଗି ଆମେରିକା ବର୍ଷେ ହେବ ଚଳାଇ ଆସୁଥିବା ଉଦ୍ୟମ ବାତିଲ ହୋଇଛି। ୫ ସେପ୍ଟେମ୍ବର ୨୦୧୯ରେ କାବୁଲରେ ତାଲିବାନ ଆକ୍ରମଣରେ ଆଫଗାନିସ୍ତାନରେ ମୁତୟନ ହୋଇଥିବା ଆମେରିକା ସେନାର ଜଣେ ସୈନ୍ୟଙ୍କ ସମେତ ୧୨ ଜଣଙ୍କ ପ୍ରାଣହାନି ଘଟିବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଶାନ୍ତି ଆଲୋଚନାକୁ ରଦ୍ଦ କରିଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଓ୍ବାଶିଂଟନ ନିକଟ କ୍ୟାମ୍ପ ଡାଭିଡ୍‌ରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍‌ ଓ ତାଲିବାନ ନେତାଙ୍କ ମଧ୍ୟରେ ଶାନ୍ତି କଥାବାର୍ତ୍ତା ହେବାର ଥିଲା। ତେବେ ଆଫଗାନିସ୍ତାନ ସରକାରଙ୍କ ପରାମର୍ଶ ନ ନେଇ ସିଧାସଳଖ ତାଲିବାନ ନେତାଙ୍କ ସହ ଯୋଗାଯୋଗ ସ୍ଥାପନ କରାଯାଉଥିବାରୁ ଟ୍ରମ୍ପ୍‌ଙ୍କ ନିଷ୍ପତ୍ତି ଉପରେ ବିଶେଷଜ୍ଞମାନେ ପ୍ରଶ୍ନ ଉଠାଉଥିଲେ। ଏଭଳି ସ୍ଥଳେ ଆମେରିକାର ସୈନ୍ୟଙ୍କୁ ହତ୍ୟା କରିଥିବା ତାଲିବାନ ସ୍ବୀକାର କରିବା ପରେ ଏହି ଆତଙ୍କବାଦୀ ସଙ୍ଗଠନର ଶାନ୍ତି ପ୍ରତି ବିମୁଖଭାବ ଥିବା ଜଣାପଡ଼ିଯାଉଛି। ଖୋଦ୍‌ ଟ୍ରମ୍ପ୍‌ ମଧ୍ୟ ବୁଝିଯାଇଛନ୍ତି ଯେ ତାଲିବାନ କାହାର ନୁହେଁ। ଏଠାରେ ମନେପକାଇ ଦିଆଯାଇପାରେ ଯେ, ଆଫଗାନିସ୍ତାନରେ ସୋଭିଏଟ୍‌ ୟୁନିୟନର ଉପସ୍ଥିତିକୁ ପ୍ରତିହତ କରିବା ଲାଗି ଆମେରିକା ତାଲିବାନ ଭଳି ଦୁଷ୍ଟ ଶକ୍ତିକୁ ସୃଷ୍ଟି କରିଥିଲା। ସେତେବେଳେ ପାକିସ୍ତାନ ସମର୍ଥିତ ତାଲିବାନ ଉଗ୍ରପନ୍ଥୀମାନେ ଆମେରିକାର ବଳ ପାଇ ଆଫଗାନିସ୍ତାନରେ ବଳୀୟାନ ହୋଇଯାଇଥିଲେ। ଦେଶ ଶାସନକୁ ନିଜ ହାତକୁ ନେବା ଲାଗି ଆଫଗାନିସ୍ତାନରେ ଏହି ଆତଙ୍କବାଦୀ ସଙ୍ଗଠନ ନରସଂହାର ରଚିଥିଲା। ଏପରି କି ଚଳିତ ଶତାବ୍ଦୀର ପ୍ରାରମ୍ଭରେ ସେଠାରେ ସମାନ୍ତରାଳ ଶାସନ ଚାଲିଥିଲା। ସେହି ସମୟରେ ଅନ୍ୟ ଦୁର୍ଦ୍ଧଷର୍ର୍ ଆତଙ୍କବାଦୀ ସଙ୍ଗଠନ ଅଲ-କାଏଦା ଆଫଗାନିସ୍ତାନରେ ମୁଖ୍ୟ ଘାଟି ସ୍ଥାପନ କରିଥିଲା। ଆତଙ୍କବାଦକୁ ରୋକିବା ଲାଗି ଆମେରିକା ଯେତେବେଳେ ସେଠାରେ ଜୋରଦାର ଉଦ୍ୟମ କଲା, ସେତେବେଳେ ଅଲ୍‌-କାଏଦା ପ୍ରତିଶୋଧ ପରାୟଣ ହୋଇପଡ଼ିଥିଲା। ୧୧ ସେପ୍ଟେମ୍ବର ୨୦୦୧ରେ ଏହି ସଙ୍ଗଠନ ଆମେରିକାର ବିଶ୍ୱ ବାଣିଜ୍ୟ କେନ୍ଦ୍ର (ଡବ୍ଲ୍ୟୁଟିସି) ଉପରେ ଆକ୍ରମଣ କରି ବିଶ୍ୱକୁ ଥରାଇ ଦେଇଥିଲା। ଏହା ପରେ ଆମେରିକା ସେଠାରେ ନିଜ ସୈନ୍ୟ ସଂଖ୍ୟା ବଢ଼ାଇ ଚାଲିଲା। ୨୦୦୯ ଶେଷ ଆଡ଼କୁ ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ବାରାକ୍‌ ଓବାମା ୩୦,୦୦୦ ସୈନ୍ୟ ଆଫଗାନିସ୍ତାନକୁ ପ୍ରେରଣ କରିବା ଲାଗି ଘୋଷଣା କରିଥିଲେ। ୨୦୧୧ ଜୁଲାଇ ବେଳକୁ ସୈନ୍ୟ ପ୍ରତ୍ୟାହାର ଲାଗି ନିଷ୍ପତ୍ତି ନିଆଯାଇଥିଲା। ଇତିମଧ୍ୟରେ ସେଠାରୁ ବହୁ ସୈନ୍ୟଙ୍କୁ ଅପସାରଣ କରାଯାଇସାରିଲାଣି। ଏବେ ମଧ୍ୟ ୧୪,୦୦୦ ସୈନ୍ୟ ଅଛନ୍ତି। ତନ୍ମଧ୍ୟରୁ ୫,୦୦୦ରୁ ଊର୍ଦ୍ଧ୍ୱ ସୈନ୍ୟଙ୍କୁ ପ୍ରତ୍ୟାହାର ଲାଗି ଟ୍ରମ୍ପ୍‌ ଚିନ୍ତା କଲା ବେଳକୁ ତାଲିବାନ ଆକ୍ରମଣ ଘଟିଲା।
ତାଲିବାନ ସହ ଆମେରିକାର ଶାନ୍ତି ଆଲୋଚନା ରଦ୍ଦ ହେବା ପରେ ଏହା ଭାରତ ପାଇଁ ଲାଭଦାୟକ ହେବ ବୋଲି କୁହାଗଲାଣି। ଆଜିର ପରିସ୍ଥିତି ଦେଖିଲେ କଶ୍ମୀର ପ୍ରସଙ୍ଗକୁ ନେଇ ପାକିସ୍ତାନ ଓ ଭାରତ ମଧ୍ୟରେ ସମ୍ପର୍କ ବିଗିଡ଼ି ଯାଇଛି। ନିକଟରେ ଭାରତର ରାଷ୍ଟ୍ରପତିଙ୍କ ବିଦେଶ ଗସ୍ତ ବେଳେ ତାଙ୍କ ବିମାନ ପାକିସ୍ତାନ ଉପରେ ଉଡ଼ିପାରିବ ନାହିଁ ବୋଲି ଇସ୍‌ଲାମାବାଦ ମନା କରିଦେଇଛି। ଏହି ସନ୍ଧିକ୍ଷଣରେ ବାହାର ରାଷ୍ଟ୍ର ସହ ବାଣିଜି୍ୟକ କାରବାର ଲାଗି ଭାରତ ପାଇଁ ଆଫଗାନିସ୍ତାନ ଅନ୍ୟତମ ପ୍ରମୁଖ ମାଧ୍ୟମ ପାଲଟିଛି। ସେହିପରି ଇରାନ୍‌ର ଛାବାହର ବନ୍ଦରକୁ ଭାରତ ବିକଶିତ କରିଥିବାରୁ ସେହି ବାଟ ଦେଇ ବାଣିଜି୍ୟକ କାରବାର ନୂଆଦିଲ୍ଲୀ ପାଇଁ ସୁଗମ ହେଉଛି। ଆଫଗାନିସ୍ତାନରେ ତାଲିବାନଙ୍କୁ ପ୍ରତିହତ କରିବା ସକାଶେ ଆମେରିକା ସୈନ୍ୟ ପ୍ରମୁଖ ଭୂମିକା ନିଭାଉଛନ୍ତି। ଆମେରିକା ସେଠାରୁ ଅବଶିଷ୍ଟ ସୈନ୍ୟ ପ୍ରତ୍ୟାହାର କରିବ ନାହିଁ ବୋଲି ନିଷ୍ପତ୍ତି ନେବା ପରେ ନୂଆଦିଲ୍ଲୀ ଆଶ୍ୱସ୍ତ ହୋଇଥାଇପାରେ। ବିଶ୍ୱ ମାନଚିତ୍ରରେ ଭାରତକୁ ଦେଖିଲେ ପୂର୍ବ, ଉତ୍ତର ଓ ପଶ୍ଚିମ ପଟରେ ଇସ୍‌ଲାମୀୟ ଦେଶଗୁଡ଼ିକ ଭାରତକୁ ଘେରି ରହିଛନ୍ତି। ପୂର୍ବରୁ ଜଣା ଯେ, ଇସ୍‌ଲାମିକ୍‌ ଷ୍ଟେଟ୍‌ (ଆଇଏସ୍‌)ର ଲକ୍ଷ୍ୟ ଥିଲା ଭାରତକୁ ମଧ୍ୟ ମୁସଲମାନ ଦେଶରେ ପରିଣତ କରିବ। ଅନ୍ୟପକ୍ଷରେ ଦେଖିଲେ ଗତ ନିର୍ବାଚନ ସମୟରେ ଟ୍ରମ୍ପ୍‌ ଦେଶବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଯେ, କ୍ଷମତାକୁ ଆସିଲେ ଆଫଗାନିସ୍ତାନରୁ ସୈନ୍ୟ ପ୍ରତ୍ୟାହାର କରିବେ। କାରଣ ସେଠାରେ ମୁତୟନ ହୋଇଥିବା ସୈନ୍ୟ ଯୋଗୁ ଆମେରିକା ରାଜକୋଷକୁ ପର୍ଯ୍ୟାପ୍ତ ଅର୍ଥ ବ୍ୟୟ କରିବାକୁ ପଡ଼ୁଛି। ଏହା ସତ୍ତ୍ୱେ ଗଲ୍ଫ ଦେଶ ଉପରେ ପ୍ରଭାବ ବିସ୍ତାର କରିଆସିଥିବା ଆମେରିକା ପାଇଁ ଆଫଗାନିସ୍ତାନରେ ସୈନ୍ୟ ମୁତୟନର ଆବଶ୍ୟକତା ରହିଛି। ଏ କଥା ଜାଣି ମଧ୍ୟ ଟ୍ରମ୍ପ୍‌ ନିଜ ଜିଦ୍‌ ଯୋଗୁ ସୈନ୍ୟ ପ୍ରତ୍ୟାହାର କରିବାକୁ ଇଚ୍ଛା ପ୍ରକାଶ କରିଥିଲେ। ବର୍ତ୍ତମାନ ଶାନ୍ତି ଆଲୋଚନା ରଦ୍ଦ ହୋଇଥିବାରୁ ଆଫଗାନିସ୍ତାନ ସରକାର ପାଇଁ ଫଳପ୍ରଦ ହେବ। ଅନ୍ୟପକ୍ଷରେ ଟ୍ରମ୍ପ୍‌ ଓ ତାଲିବାନ ନେତାଙ୍କ ମଧ୍ୟରେ ଗୁପ୍ତ ବୈଠକ ବାତିଲ ହୋଇଥିବାରୁ ପାକିସ୍ତାନ ସବୁଠାରୁ କ୍ଷତିଗ୍ରସ୍ତ ହୋଇପାରେ। କାରଣ ତାଲିବାନର ଭୟ ଦେଖାଇ ଆମେରିକାର ନିକଟବର୍ତ୍ତୀ ହେବାକୁ ପାକିସ୍ତାନ ଆଶା ବାନ୍ଧିଥିଲା। ଏହି ପରିପ୍ରେକ୍ଷୀରେ ଟ୍ରମ୍ପ୍‌ ନିର୍ବାଚନକୁ ଆଖି ଆଗରେ ରଖି ସୈନ୍ୟ ପ୍ରତ୍ୟାହାର ନିମନ୍ତେ ତାଲିବାନ ସହ ଆଲୋଚନା କରିଥିଲା। ଏହା ତାଙ୍କୁ ଆମେରିକୀୟ ଭୋଟରଙ୍କ ପାଖରେ ଲୋକପ୍ରିୟ କରିଥାଆନ୍ତା। କିନ୍ତୁ ତଲିବାନ ଆକ୍ରମଣ ଯୋଗୁ ଆମେରିକୀୟ ସୈନ୍ୟ ନିହତ ହେବାରୁ ତାଙ୍କ ଆତଙ୍କବାଦ ବିରୋଧୀ ଆଭିମୁଖ୍ୟ ପ୍ରଶ୍ନବାଚୀରେ ଆସିଗଲା। ହୁଏତ ନିଜକୁ ଦୁର୍ବଳ ଦେଖାଇବା ଅଧିକ କ୍ଷତିକାରକ ହୋଇପାରେ ବୋଲି ଚିନ୍ତା କରି ଟ୍ରମ୍ପ୍‌ ନିଷ୍ପତ୍ତି ବଦଳାଇ ଦେଲେ। ଫଳରେ ତାଲିବାନ ସହ ଆଲୋଚନା ଭାଙ୍ଗିଲା ଏବଂ ଭାରତୀୟ ବ୍ୟବସ୍ଥା ଆଉ କିଛି ଦିନ ଆଶ୍ୱସ୍ତ ରହିପାରିବ।


All Right Reserved By

ସମ୍ପାଦକୀୟ/ ମୂଷା ଯନ୍ତା

ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନ୍‌ୟୁ)ର ପୂର୍ବତନ କୁଳପତି ଆଶିଷ ଦତ୍ତା, ପ୍ରଖ୍ୟାତ ବୈଜ୍ଞାନିକ ଆର୍‌. ରାଜାରାମନ୍‌ ଏବଂ ଐତିହାସିକ ରୋମିଲା ଥାପରଙ୍କ ସମେତ ୧୨ ସେବାନିବୃତ୍ତ...

ନିଜ ଗଧକୁ ଦେଖ

ଅଞ୍ଜନ ଚାନ୍ଦ ବେପାରୀ କେତୋଟି ଗଧ ନେଇ ହାଟକୁ ବିକିବା ପାଇଁ ଯାଉଥିଲା। ଚାଲି ଚାଲି ଥକିଯିବାରୁ ସେ ଗୋଟେ ଗଧ ଉପରେ ବସିଲା। କିଛି...

ଏଇ ଭାରତରେ

ଗତ ୪ଶହ ବର୍ଷ ଧରି ମଧ୍ୟପ୍ରଦେଶର ରାଜଗଡ଼ ଜିଲା ସଙ୍କ୍‌ ଶ୍ୟାମ୍‌ ଜୀ ଗାଁରେ କୌଣସି ଶିଶୁଙ୍କ ଜନ୍ମ ହୋଇନି। ଭୋପାଳଠାରୁ ଏହି ଗାଁର ଦୂରତା...

ନିର୍ବାଚନର ଦୁଃଖ

ଡ. ସୁବାସ ଚନ୍ଦ୍ର ପାତ୍ର କେଉଁ ଦେଶ ପାଇଁ ନଦୀ, ପାହାଡ଼, ପର୍ବତ, ମରୁଭୂମି ହୁଏ ତ ଦୁଃଖ ହୋଇପାରେ କିନ୍ତୁ ଭାରତ ଭଳି ଏକ...

ମୁଁ ଭୋଟ ଦେଲି କାହିଁକି

ଆକାର ପଟେଲ ବ୍ୟକ୍ତିଗତ ଭାବେ ଏ ନିର୍ବାଚନରେ କିଏ ଜିତିଲେ ବା ହାରିଲେ ମୋର କିଛି ଯାଏ ଆସେ ନାହିଁ। ମୁଁ ହେଉଛି ଜଣେ ମଧ୍ୟବୟସୀ...

ଅନ୍ଧବିଶ୍ୱାସ ଓ ଚକରା ମଉସା

ସୁଧାକର ଦାସ ଅନ୍ଧବିଶ୍ୱାସ କ’ଣ ଏକ ପ୍ରଥା? ଏହା ସହିତ ଆମ ସାମାଜିକ ଓ ଅର୍ଥନୈତିକ ଜୀବନର କ’ଣ କିଛି ସମ୍ପର୍କ ନାହିଁ? ହତାଶା ଓ...

ବିପଦରେ ବର୍ଣ୍ଣବୋଧ

ଡ. ପ୍ରଫୁଲ୍ଲ କୁମାର ସାହୁ ପ୍ରତ୍ୟେକ ବ୍ୟକ୍ତିର ଜାତୀୟତାର ପରିଚୟ ହେଉଛି ତା’ର ଭାଷା। ମାତ୍ର ଭାଷାର ବ୍ୟବହାର ଉପରେ ନିର୍ଭର କରେ ସେହି ପରିଚୟ...

ତଥାପି ବଞ୍ଚିଛି ମାନବିକତା

ଡ. ରମେଶ ଚନ୍ଦ୍ର ପରିଡ଼ା ମଣିଷ କ୍ରମେ ଅଧିକରୁ ଅଧିକ କ୍ରୂର ହୋଇଚାଲିଛି। ଫଳରେ ବଢ଼ି ବଢ଼ି ଚାଲିଛି ଯୁଦ୍ଧ ଘନଘଟା, ଅପରାଧ, ଆତଙ୍କବାଦ ଭଳି...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *