କଶ୍ମୀର: ପାକିସ୍ତାନର ଦାବି ଓ ଧମକ

ବିପିନ ବିହାରୀ ମିଶ୍ର
କଶ୍ମୀର ବିଷୟରେ ପାକିସ୍ତାନ ବାରମ୍ବାର ଅନେକ ପ୍ରଶ୍ନ ଉଠାଉଛି। ଦାବି କରୁଛି ଓ ଯୁଦ୍ଧର ଧମକ ଦେଉଛି। ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଯିଏ କି ଜଣେ ଭଲ କ୍ରିକେଟ ଖେଳାଳି ଥିଲେ କିନ୍ତୁ ଛାତ୍ର ହିସାବରେ ଇଂଲଣ୍ଡର ଏକ ବିଶ୍ୱବିଦ୍ୟାଳୟଠାରୁ ସହପାଠୀଙ୍କ ଦ୍ୱାରା ‘ବୋକା ଇମ୍ରାନ’ ଆଖ୍ୟା ପାଇଥିଲେ, ସେ ପାର୍ଲାମେଣ୍ଟରେ ପାକିସ୍ତାନ-ଭାରତ ସମ୍ପର୍କରେ ଲମ୍ବା ଭାଷଣ ଦେଇଥିଲେ। କହୁ କହୁ କହିଲେ ଯେ, ପଡ଼ୋଶୀ ରାଜ୍ୟ ମଧ୍ୟରେ କାହିଁକି ସୁସମ୍ପର୍କ ସ୍ଥାପିତ ହୋଇପାରିବନି? ଉଦାହରଣ ଦେଇ କହିଲେ, ଏଇ ଦେଖନ୍ତୁ ଜର୍ମାନୀ ଓ ଜାପାନ କଥା- ଏ ଦୁଇଟି ଦେଶ ପଡ଼ୋଶୀ। ଦ୍ୱିତୀୟ ମହାଯୁଦ୍ଧ ସମୟରେ ସେମାନେ ପରସ୍ପର ବିରୋଧରେ ଲଢ଼ିଥିଲେ। କିନ୍ତୁ ଏବେ ସେମାନଙ୍କ ମଧ୍ୟରେ ବେଶ୍‌ ଭଲ ବନ୍ଧୁତା ଅଛି। ଜର୍ମାନୀ ଓ ଜାପାନ ଶବ୍ଦ ବାରମ୍ବାର ଉଚ୍ଚାରଣ କରୁଥିବାରୁ କେହି କହିପାରିବେ ନାହିଁ ଯେ ପାଟିରୁ କଥା ଖସିଗଲା। ତାଙ୍କ ଦେଶର ହିନା ରବାନୀ ଯିଏ ଜଣେ ପୂର୍ବତନ ବୈଦେଶିକ ମନ୍ତ୍ରୀ, ସେ ପାକିସ୍ତାନ ପାର୍ଲାମେଣ୍ଟରେ ଇମ୍ରାନଙ୍କର ଇତିହାସ ଓ ଭୂଗୋଳ ଜ୍ଞାନ କେତେ ଦୁର୍ବଳ ତାହାକୁ ନେଇ ଆକ୍ଷେପ କରିଥିଲେ। ସେ କହିଲେ, ଜର୍ମାନୀ ହେଉଛି ୟୁରୋପରେ, ଜାପାନ ହେଉଛି ଏସିଆରେ। ପୁଣି ୨ୟ ମହାଯୁଦ୍ଧ ସମୟରେ ସେମାନେ କାନ୍ଧକୁ କାନ୍ଧ ମିଶାଇ ଇଂଲଣ୍ଡ ଓ ଆମେରିକା ବିରୋଧରେ ଲଢେଇ କରୁଥିଲେ। ଏଇ ପରିପ୍ରେକ୍ଷୀରେ ତାଙ୍କର ମନ୍ତବ୍ୟ କେତେ ହାସ୍ୟାସ୍ପଦ ଓ ଲଜ୍ଜାଜନକ ତାହା ଅନୁମାନ କରନ୍ତୁ। ସାରା ବିଶ୍ୱରେ ଆମେ ଲୋକହସା ହେଉଛୁ। ସେ ଏବଂ ତାଙ୍କର ରେଳମନ୍ତ୍ରୀ ବାରମ୍ବାର ଯୁଦ୍ଧ ଘୋଷଣା କରୁଛନ୍ତି। ରେଳମନ୍ତ୍ରୀ ଅନେକଦିନ ପୂର୍ବରୁ କହିଥିଲେ ଯେ, ଭାରତ-ପାକିସ୍ତାନ ଯୁଦ୍ଧ ହେଲେ ଆଉ ଭାରତର ମନ୍ଦିରରେ ଘଣ୍ଟି ବାଜିବ ନାହିଁ। ସେମାନଙ୍କ ସାଙ୍ଗକୁ କେତେକ କ୍ରିକେଟ ଖେଳାଳି ଅଣ୍ଟା ଭିଡି ବାହାରିଛନ୍ତି। ଜାଭେଦ ମିଆଁଦାଦ ଭଲ ବ୍ୟାଟିଂ କରୁଥିଲେ ଏବଂ ସେ କହିଛନ୍ତି ଭାରତୀୟଗୁଡା ଭୀରୁ। ବାସ୍ତବରେ ଭୀରୁ ବଦଳରେ ସେ ଏକ ଅତ୍ୟନ୍ତ ଅଶ୍ଳୀଳ ଶବ୍ଦ ବ୍ୟବହାର କରିଥିଲେ, ଯାହା କେବଳ ତାଙ୍କ ମୁହଁରେ ଶୋଭାପାଏ। କାରଣ ସେ ହେଉଛନ୍ତି କୁଖ୍ୟାତ ଅନ୍ତର୍ଜାତୀୟ ଅପରାଧୀ ଦାଉଦ ଇବ୍ରାହିମ୍‌ଙ୍କ ସମୁଦି। ତେବେ ମୂଳ କଥା ଉପରକୁ ଆସିବା। ପାକିସ୍ତାନ ସରକାର ଉଠାଇଥିବା କେତେକ ପ୍ରଶ୍ନ: ୧- କଶ୍ମୀର ପାକିସ୍ତାନର ଓ ଭାରତ ତାକୁ ଛଡ଼େଇ ନେଇଛି। ଏହାର ଉତ୍ତର ହେଉଛି ଯେ, ପାକିସ୍ତାନର ଜନ୍ମ ହେଲା ୧୪ ଅଗଷ୍ଟ ୧୯୪୭ରେ। ସେତେବେଳେ କଶ୍ମୀର ଥିଲା ଏକ ଦେଶୀୟ ସ୍ବୟଂଚାଳିତ ରାଜ୍ୟ। ସୀମା ନିର୍ଦ୍ଧାରଣ କମିଟିର ଅଧ୍ୟକ୍ଷ ରାଡକ୍ଲିଫ ଯେତେବେଳେ ସୀମା ଗାର କାଟିଲେ ସେଥିରେ ସେ କଶ୍ମୀରକୁ ପାକିସ୍ତାନ ଅନ୍ତର୍ଭୁକ୍ତ କରିନାହାନ୍ତି। ଆଇନ ଦୃଷ୍ଟିରୁ ନ ହେଲେ ମଧ୍ୟ ଭୌଗୋଳିକ ଦୃଷ୍ଟିରୁ କଶ୍ମୀର ଭାରତର ନ ଥିଲା କିମ୍ବା ପାକିସ୍ତାନର ନ ଥିଲା।
୨- ଯେହେତୁ ଏହା ମୁସଲମାନ ବହୁଳ ତେଣୁ ଏହା ପାକିସ୍ତାନରେ ମିଶିବା କଥା। ଭାରତ ଏହାକୁ ଆକ୍ରମଣ କରି ଜବରଦସ୍ତ ମାଡିବସିଛି। ଏହାର ଉତ୍ତର ହେଉଛି ଯେ, ସ୍ବାଧୀନତା ପୂର୍ବରୁ ଇଂରେଜ ସରକାର ଏକ ଆଇନ କଲେ ଯାହାକୁ କଂଗ୍ରେସ ଓ ମୁସଲିମ ଲିଗ୍‌ ଗ୍ରହଣ କଲା। ସେତେବେଳେ ଭାରତରେ ମୋଗଲବନ୍ଦୀ ଓ ଦେଶୀୟ ରାଜ୍ୟ ଦୁଇପ୍ରକାର ଅଞ୍ଚଳ ଥିଲା। ମୋଗଲବନ୍ଦୀ ସିଧାସଳଖ ଇଂରେଜ ସରକାର ଅଧୀନରେ ଥିଲେ, ଯାହାକୁ ଶାସନ କରୁଥିଲେ ଗଭର୍ନର ଓ ଗଭର୍ନର ଜେନେରାଲ ଇତ୍ୟାଦି। ଦେଶୀୟ ରାଜ୍ୟ (ହାଇଦ୍ରାବାଦ, କଶ୍ମୀର, ମହୀଶୂର ଏବଂ ଓଡିଶାର ମୟୂରଭଞ୍ଜ ଓ କେନ୍ଦୁଝର ଇତ୍ୟାଦି) ରାଜା ମହାରାଜାଙ୍କ ଅଧୀନରେ ଥିଲା। ଇଂରେଜ ସରକାର ପଲିଟିକାଲ ଏଜେଣ୍ଟ ଓ ରେସିଡେଣ୍ଟଙ୍କ ମାଧ୍ୟମରେ ସେମାନଙ୍କ ଉପରେ ସୀମିତ ଅଧିକାର ଜାହିର କରୁଥିଲେ। ୧୯୪୭ର ସ୍ବାଧୀନତା ଆଇନ (ଇଂରେଜ ସରକାର ପ୍ରଣୀତ) ଅନୁସାରେ ମୋଗଲବନ୍ଦୀ ସ୍ଥାନ ଧର୍ମବହୁଳତାକୁ ଦୃଷ୍ଟିରେ ରଖି ଭାଗ କରାଯିବ। କିନ୍ତୁ ଦେଶୀୟ ରାଜ୍ୟଗୁଡ଼ିକର ରାଜାମାନେ ମିଶ୍ରଣ ବିଷୟରେ ନିଷ୍ପତ୍ତି ନେବେ। ସର୍ଦ୍ଦାର ପଟେଲ ପ୍ରାଣପଣେ ଚେଷ୍ଟାକରି ୫୬୫ ଦେଶୀୟ ରାଜା ମହାରାଜାଙ୍କ ମଧ୍ୟରୁ ୫୬୨ଙ୍କୁ ପ୍ରବର୍ତ୍ତେଇ ଭାରତ ସଙ୍ଗେ ମିଶ୍ରଣ କରିଦେଲେ। ବାକି ରହିଲା ହାଇଦ୍ରାବାଦ, ଜୁନାଗଡ ଓ କଶ୍ମୀର। ପରେ ସର୍ବସାଧାରଣଙ୍କ ଇଚ୍ଛା ଏବଂ ହାଇଦ୍ରାବାଦ ଓ ଜୁନାଗଡରେ (ଉଭୟ ହିନ୍ଦୁବହୁଳ) ନୃଶଂସ ଅତ୍ୟାଚାର ଓ ହତ୍ୟାର ଖବର ପାଇ ଏବଂ ସେମାନଙ୍କ ଅସ୍ଥାୟୀ ସରକାରଙ୍କ ଇଚ୍ଛାକୁ ସମ୍ମାନ ଦେଇ ବଳ ପ୍ରୟୋଗ କରି ଏ ଦୁଇ ରାଜ୍ୟକୁ ଦଖଲ କରାଗଲା।
୩- ଭାରତ ଆକ୍ରମଣ କରି କଶ୍ମୀରକୁ ମାଡି ବସିଲା। ଏହାର ଉତ୍ତରରେ ଅନେକବାର କୁହାଯାଇଛି ଯେ, ବିଶ୍ୱଯୁଦ୍ଧ ପରେ ସୈନ୍ୟବାହିନୀରୁ ଛଟେଇ ହୋଇଥିବା ହଜାର ହଜାର ପାହାଡିଆ ଲୋକଙ୍କୁ ପାକିସ୍ତାନ ମେଜର ଜେନେରାଲ ଆକବର ଖାଁଙ୍କ ମାଧ୍ୟମରେ ଅସ୍ତ୍ରଶସ୍ତ୍ର ଯୋଗାଇଲା ଏବଂ ପାକିସ୍ତାନର ଉତ୍ତରପଶ୍ଚିମ ପ୍ରଦେଶର ବ୍ରିଟିଶ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଏଇମାନଙ୍କୁ ଟ୍ରକ୍‌, ପେଟ୍ରୋଲ, ଖାଦ୍ୟଦ୍ରବ୍ୟ ଇତ୍ୟାଦି ଯୋଗେଇ ଦେଲେ ଓ ଇସାରା ଦିଆଗଲା ଯେ ଯିଏ ଯାହା ଲୁଟତରାଜ କରିବ ସେଇଟା ତା’ର ବ୍ୟକ୍ତିଗତ ସମ୍ପତ୍ତି ହେବ। ତେଣୁ ପାକିସ୍ତାନୀ (ପାକିସ୍ତାନ ନୁହେଁ) କଶ୍ମୀର ଆକ୍ରମଣ କଲେ ଓ ଶ୍ରୀନଗର ଆଡକୁ ଆଗେଇ ୧୨ ମାଇଲ ଦୂରରେ ରହିଲେ। ଭୟଭୀତ ହୋଇ ବା ଅନନ୍ୟୋପାୟ ହୋଇ ମହାରାଜା ହରି ସିଂ ଭାରତର ସାମରିକ ସାହାଯ୍ୟ ଭିକ୍ଷା କଲେ କିନ୍ତୁ ଭାରତ କହିଲା ଯେ ଯଦି କଶ୍ମୀର ଭାରତରେ ମିଶିବ ତେବେ ଆମେ କଶ୍ମୀରକୁ ରକ୍ଷା କରିବୁ। ଅକ୍ଟୋବର ୨୬, ୧୯୪୭ରେ ମହାରାଜା ହରି ସିଂ ଭାରତ ସଙ୍ଗେ ମିଶ୍ରଣ ଚୁକ୍ତିରେ ଦସ୍ତଖତ କଲେ ଓ ୨୭ ଅକ୍ଟୋବରରେ ଗଭର୍ନର ଜେନେରାଲ ମାଉଣ୍ଟ ବ୍ୟାଟେନ ତାହାକୁ ଗ୍ରହଣ କଲେ। ସଙ୍ଗେ ସଙ୍ଗେ ସୈନ୍ୟ ପଠାଗଲା ଓ କଶ୍ମୀରର ଦୁଇତୃତୀୟାଂଶ ହାସଲ କଲା ପରେ ପଣ୍ଡିତ ନେହେରୁ ଜାତିସଂଘକୁ ଗଲେ ପାକିସ୍ତାନ ବିରୋଧରେ ଅଭିଯୋଗ କରିବା ପାଇଁ। ସର୍ଦ୍ଦାର ପଟେଲଙ୍କୁ ନ ପଚାରି ଏଭଳି ଭୁଲ୍‌ ସେ କାହିଁକି କଲେ ତାହା ସ୍ବତନ୍ତ୍ର ଭାବେ ଆଲୋଚନା କରାଯାଇପାରେ। ସେ ବିଷୟରେ ପାକିସ୍ତାନ ବାରମ୍ବାର କହୁଛି ଯେ କଶ୍ମୀରରେ ଗଣଭୋଟ ହେଉ ବୋଲି ନିରାପତ୍ତା ପରିଷଦ ନିର୍ଦ୍ଦେଶ ଦେଇଛି। ଏହା ଆଂଶିକ ଭାବେ ସତ୍ୟ କିନ୍ତୁ ଗଣଭୋଟ କିଭଳି ହେବ ଓ କେଉଁ ପରିସ୍ଥିତିରେ ହେବ ଏବଂ କାହିଁକି ଭାରତ ରାଜି ହେଉନାହିଁ ସେ ବିଷୟରେ ସମସ୍ତେ ଅବଗତ ହେବା ଉଚିତ। ପ୍ରଥମ କଥା ହେଲା ୨୭ ଅକ୍ଟୋବର ୧୯୪୭ରେ ମାଉଣ୍ଟ ବ୍ୟାଟେନ ମିଶ୍ରଣ ଚୁକ୍ତିରେ ସ୍ବାକ୍ଷର କରିବା ମାତ୍ରେ କଶ୍ମୀର ଭାରତର ଅଂଶ ହୋଇଗଲା। ତେଣୁ ଗଣଭୋଟ କରିବାର ପ୍ରଶ୍ନ ଉଠୁ ନାହିଁ, ଯଦିବା ନେହେରୁ ନିଜ ଆଡୁ ପ୍ରସ୍ତାବ ଦେଇଥିଲେ। ୧୩ ଅଗଷ୍ଟ ୧୯୪୮ରେ ନିରାପତ୍ତା ପରିଷଦ ଯେଉଁ ପ୍ରସ୍ତାବ ଦେଲା ତା’ର ଅଂଶ ୨(କ) ପାରା-୧ର ଶେଷ ଧାଡ଼ିରେ ଲେଖାଯାଇଛି ଯେ, ପାକିସ୍ତାନ କଶ୍ମୀରରୁ ତା’ର ସମସ୍ତ ସୈନ୍ୟ ଫେରେଇ ନେବ ବୋଲି ରାଜିହେଲା। ପାରା-୨ରେ ଲେଖାଗଲା ଯେ, ପାକିସ୍ତାନ ଯୁଦ୍ଧ ଉଦ୍ଦେଶ୍ୟରେ ପଶିଥିବା ପାହାଡ଼ି ସଶସ୍ତ୍ର ବାହିନୀ ଓ ଅନ୍ୟାନ୍ୟ ପାକିସ୍ତାନୀଙ୍କୁ ଫେରେଇନେବା ପାଇଁ ପାରୁପର୍ଯ୍ୟନ୍ତ ଚେଷ୍ଟା କରିବ। ନିରାପତ୍ତା ପରିଷଦର ପ୍ରସ୍ତାବ (ଖ)ରେ ଲେଖାଯାଇଛି କି ଯେତେବେଳେ କମିଶନ ସନ୍ତୁଷ୍ଟ ହେବ ଯେ ପାକିସ୍ତାନ ତା’ର ସମସ୍ତ ସୈନ୍ୟ, ବେସାମରିକ ଅଧିକାରୀ, ନାଗରିକଙ୍କୁ ଫେରେଇ ନେଇଛି ତା’ ପରେ ନିରାପତ୍ତା ପରିଷଦ ଭାରତକୁ କହିବ ତା’ର ଅଧିକାଂଶ ସୈନ୍ୟଙ୍କୁ ଫେରେଇନେବ ଓ ଭାରତ ଏଥିରେ ରାଜି ହେଲା। ଏହାର ଅର୍ଥ ହେଲା ଯେ ତଥାକଥିତ ଆଜାଦ କଶ୍ମୀରକୁ ପାକିସ୍ତାନ ସମ୍ପୂର୍ଣ୍ଣ ଭାବେ ଖାଲି କରିବ ଓ ଭାରତ କିଛି ସୈନ୍ୟଙ୍କୁ ରଖିବ। ତୃତୀୟ ଭାଗରେ ଲେଖାଗଲା ଯେ ଏହାପରେ ଜମ୍ମୁ-କଶ୍ମୀର ଅଧିବାସୀଙ୍କ ଇଚ୍ଛା ଅନୁସାରେ କଶ୍ମୀରର ଭବିଷ୍ୟତ ନିର୍ଦ୍ଧାରଣ ହେବ। ଏହାପରେ ଜାତିସଂଘର କମିଶନ ଜାନୁୟାରୀ ୫, ୧୯୪୯ରେ ପ୍ରସ୍ତାବ ଦେଲେ ଯେ ନିରାପତ୍ତା ପରିଷଦର ୧୯୪୮ ଅଗଷ୍ଟ ୧୩ର ପ୍ରସ୍ତାବକୁ ଉଭୟ ଦେଶ ପାଳନ କଲା ପରେ ଗଣଭୋଟ ପ୍ରକ୍ରିୟା ଆରମ୍ଭ ହେବ। ଏ ବିଷୟରେ ଅନେକ ପ୍ରକ୍ରିୟା ଲେଖାଯାଇଛି ଯାହା ଅନ୍ୟତ୍ର ଆଲୋଚନା କରାଯାଇପାରେ। କିନ୍ତୁ ମୂଳ କଥା ହେଲା ପାକିସ୍ତାନ ତଥାକଥିତ ଆଜାଦ କଶ୍ମୀରରୁ ସୈନ୍ୟ ଫେରେଇବା ପରିବର୍ତ୍ତେ ସୈନ୍ୟ ଠୁଳ କରୁଛି ଓ ୧୯୮୯ ମସିହାଠାରୁ ସନ୍ତ୍ରାସବାଦ ଶିବିର ଖୋଲି ସେମାନଙ୍କୁ କଶ୍ମୀରକୁ ପଠାଉଛି। ବିଭିନ୍ନ ସମୟରେ ଜାତିସଂଘ ଆଲୋଚନାରେ ଆମର ବିଭାଗବିହୀନ ମନ୍ତ୍ରୀ ଓ ପରେ ରକ୍ଷାମନ୍ତ୍ରୀ ଭି.ପି. କ୍ରିଷ୍ଣା ମେନନ ଓ ତାଙ୍କ ପରେ ସ୍ବତନ୍ତ୍ର ପ୍ରତିନିଧି ମହମ୍ମଦ କରିମ ଚଗଲା ବାରମ୍ବାର ଯୁକ୍ତି କରିଛନ୍ତି ଯେ ୧୩ ଅଗଷ୍ଟ ୧୯୪୮ରେ ନିରାପତ୍ତା ପରିଷଦ ଦ୍ୱାରା ନିଆଯାଇଥିବା ନିର୍ଦ୍ଦେଶକୁ ପାକିସ୍ତାନ ପାଳନ ନ କରି ଚାହୁଁଛି ଭାରତ ଏହି ନିର୍ଦ୍ଦେଶ ପାଳନ କରୁ। ନିରାପତ୍ତା ପରିଷଦ କହିଥିଲା ଯେ ଏଭଳି କୌଣସି ଅବସ୍ଥା ସୃଷ୍ଟି କରାଯିବା ଉଚିତ ନୁହେଁ ଯାହା ଅନ୍ୟ ଦେଶର ସ୍ବାଧୀନତା ଓ ଅଖଣ୍ଡତା ପ୍ରତି ବିପଦ ସୃଷ୍ଟି କରିବ। ପାକିସ୍ତାନର ଏ ଚୁକ୍ତି ୧୯୬୫ରେ ଭାଙ୍ଗିଗଲା। ୧୯୫୮ରେ ଯେତେବେଳେ ସେନାପତି ଆୟୁବ ଖାଁ ଶାସନ ଦଖଲ କଲେ ସେ ଭାରତ ବିରୋଧରେ ଯୁଦ୍ଧ ହୁଂକାର ଦେଇଥିଲେ। ପ୍ରତ୍ୟକ୍ଷ ଯୁଦ୍ଧରେ ହାରିଯିବାରୁ ବର୍ତ୍ତମାନ ପରୋକ୍ଷ ଯୁଦ୍ଧ (ସନ୍ତ୍ରାସବାଦ) କରାଯାଉଛି। କିନ୍ତୁ ଆମ ସରକାର ବିଶେଷତଃ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଚେଷ୍ଟା ଫଳରେ ପାକିସ୍ତାନ ଏକଘରିଆ ହୋଇଛି ଓ ଆଣବିକ ଯୁଦ୍ଧର ଧମକ ଦେଉଛି। ଏ ଧମକର ଉତ୍ତର ପ୍ରାୟ କୋଡିଏ ବର୍ଷ ତଳେ ପ୍ରଧାନମନ୍ତ୍ରୀ ବାଜପେୟୀ ଦେଇଥିଲେ। ଜଣେ ପାକିସ୍ତାନୀ ସାମ୍ବାଦିକ ପଚାରିଲେ ପାକିସ୍ତାନ ଯଦି ଦିଲ୍ଲୀ, ବମ୍ବେ ଇତ୍ୟାଦି ସହରରେ ପରମାଣୁ ବୋମା ପକାଏ ଭାରତର କେତେ କ୍ଷତି ହେବ ଜାଣିପାରୁଛନ୍ତି ତ? ମୁରୁକିହସା ଦେଇ ବାଜପେୟୀ କହିଲେ, ହଁ ଜାଣିପାରୁଛି କିନ୍ତୁ ଏଥିରେ ଆନନ୍ଦିତ ହେବା ପାଇଁ ଜଣେ ବି ପାକିସ୍ତାନୀ ବଞ୍ଚିବେ ନାହିଁ।
ମୋ-୯୦୪୦୪୧୨୩୭୮


All Right Reserved By

ଏଇ ଭାରତରେ

ଭାରତରେ ଏମିତି କିଛି ପରମ୍ପରା ରହିଛି ଯାହା ଜାଣିଲେ ଆଶ୍ଚର୍ଯ୍ୟ ଲାଗେ। ଦେବୀଙ୍କ ଉପରେ ବିଶ୍ୱାସ ରଖି ପତିଙ୍କ ମଙ୍ଗଳ ଲାଗି ମହିଳାମାନେ ସେମାନଙ୍କ ସାମାଜିକ...

ସମ୍ପାଦକୀୟ/ନୀତି ନୁହେଁ, ବୁଝାମଣା

କର୍ନାଟକରେ କଂଗ୍ରେସ-ଜେଡି(ଏସ୍‌) ମେଣ୍ଟ ସରକାର ରାଜନୈତିକ ସଙ୍କଟ ଦେଇ ଗତି କରୁଛି। ୮ ଜୁଲାଇରେ ୨୧ କଂଗ୍ରେସ ମନ୍ତ୍ରୀ, ଜେଡି(ଏସ୍‌)ର ୯ ମନ୍ତ୍ରୀ ଏବଂ ସ୍ବାଧୀନରୁ...

ଏଇ ଭାରତରେ

ଗୁଜରାଟ ଅହମଦାବଦର ମନୀଷ ସୋନୀ ନାମକ ଜଣେ ଯୁବକ ଏବେ ଖୁବ୍‌ ଚର୍ଚ୍ଚାରେ। କ୍ରିକେଟ ଓ୍ବାର୍ଲଡ କପ୍‌ ଚାଲିଥିବା ସମୟରେ ସେ ସୁନାରେ ତିଆରି କରିଛନ୍ତି...

ଏଇ ଭାରତରେ

ଜେଲରେ ରହନ୍ତି ଜଣେ ମାତ୍ର କଏଦୀ। କଥାଟା ଆଶ୍ଚର୍ଯ୍ୟ ଲାଗିଲେ ବି ସତ। ଗୁଜରାଟ ନିକଟବର୍ତ୍ତୀ ଆରବ ସାଗରର ଡିଉ ଆଇଲାଣ୍ଡରେ ଥିବା ଡିଉ ଫୋର୍ଟରେ...

କଶ୍ମୀରୀଙ୍କ ପ୍ରତିକ୍ରିୟାକୁ ଅପେକ୍ଷା

ଅାକାର ପଟେଲ କଶ୍ମୀରରେ ଅାମେ ଯାହା କଲୁ ତାହାର ପୂର୍ଣ୍ଣ ଅର୍ଥ କଣ ତାହା ଯଥାସମୟରେ ଜଣାପଡ଼ିବ ଏବେ ଅାମେ କହିଚାଲିଛୁ କି ଅାମେ ଯାହା...

ଆଜିର ଅର୍ଥନୀତି/ ଅଭିବୃଦ୍ଧି ବଢ଼ାଅ

ଚଳିତ ମାସର ଅଧିକାଂଶ ସମୟ ଅର୍ଥନୈତିକ ଆଲୋଚନା ଦେଶର ଲୋକମାନଙ୍କ ବୈଠକଖାନାରୁ ନେପଥ୍ୟକୁ ଚାଲିଯାଇଛି। ସମ୍ବିଧାନରୁ ୩୭୦ ଧାରା ଉଚ୍ଛେଦ, ଜମ୍ମୁ-କଶ୍ମୀରକୁ ଦୁଇଭାଗ କରି ଦୁଇଟି...

କର୍ମ ନେଇ ଫଳ

ରମେଶ ଚନ୍ଦ୍ର ସାମଲ ପିମ୍ପୁଡି ରୁଖା ଉପରକୁ ଉଠିଗଲେ ଭାବେ ତା’ ମୁଣ୍ଡ ସ୍ବର୍ଗରେ ଲାଗିଛି। ସମାଜର ପ୍ରତ୍ୟେକ ସ୍ତରରେ ଏହା ଦେଖିବାକୁ ମିଳୁଛି। ଯିଏ...

ସମ୍ପାଦକୀୟ/ଅବିଶ୍ୱସନୀୟ ଦୃଷ୍ଟାନ୍ତ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ ଏକ ହିନ୍ଦୀ ଟେଲିଭିଜନ ଚ୍ୟାନେଲକୁ ସାକ୍ଷାତ୍‌କାର ଦେଇ କହିଛନ୍ତି, ୧୯୮୭-୮୮ରେ ସେ ଡିଜିଟାଲ କ୍ୟାମେରା ବ୍ୟବହାର କରୁଥିଲେ। ଏପରି କି...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *