୫ ହଜାର ଟଙ୍କା ପାଇଁ ହତ୍ୟା; ଅଭିଯୁକ୍ତ ଗିରଫ

ସଜନାଗଡ଼, ୯।୯(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ଥାନା ଜାମୁଡ଼ିହା ପଞ୍ଚାୟତ ବାଘମରା ଗ୍ରାମରେ ୫ ହଜାର ଟଙ୍କା ପାଇଁ ଏକ ହତ୍ୟାକାଣ୍ଡ ଘଟିଛି। ପୋଲିସ ମୃତଦେହକୁ ଜବତ କରି ଛାନଭିନ କରିବା ପରେ ହତ୍ୟାକାଣ୍ଡର କାରଣ ପଦାକୁ ଆସିଛି। ବାବୁରାମ ସିଂ (୪୦) ନାମକ ଜଣେ ଯୁବକଙ୍କୁ ପିଟି ହତ୍ୟା କରିବା ଅଭିଯୋଗରେ ପୋଲିସ ଅଭିଯୁକ୍ତ ଚୁନୁ ସିଂ(୩୦)ଙ୍କୁ ଗିରଫ କରିଛି।
ପୋଲିସ ସୂଚନା ଅନୁଯାୟୀ, ବାଘମରା ଗ୍ରାମର ଜଣେ ମହିଳା ଏକ ଆପରାଧିକ ମାମଲାରେ ଗିରଫ ହୋଇ ଏବେ ବିଚାରାଧୀନ କଏଦୀ ଭାବେ ଦିନ କାଟୁଛନ୍ତି। ସେ ଜେଲ ପରିସରରେ କାମଧନ୍ଦା କରି ତାଙ୍କ ପୁଅ ବାବୁରାମ ସିଂ (୪୦) ପାଖକୁ ତାଙ୍କୁ ଜାମିନରେ ମୁକୁଳାଇବା ଲାଗି ୫ହଜାର ଟଙ୍କା ପଠାଇଥିଲେ। ଜଣେ ସମ୍ପର୍କୀୟ ଚୁନୁ ସିଂ ଏହି ଟଙ୍କା ଆଣିଥିଲେ। ବାବୁରାମଙ୍କୁ ସେ ଟଙ୍କା ନ ଦେବାରୁ ଏନେଇ ଗତ ୫ତାରିଖରେ ପାଟିତୁଣ୍ଡ ହୋଇ ଗଣ୍ଡଗୋଳ ଘଟିଥିଲା। ଚୁନୁ ଉତ୍ତ୍ୟକ୍ତ ହୋଇ ବାବୁରାମଙ୍କୁ ମାରପିଟ୍‌ କରିବା ସହ ଏକ ଶିଳପୁଆ ଆଣି ତାଙ୍କ ମୁଣ୍ଡକୁ ପିଟି ଦେଇଥିଲେ। ଘଟଣାସ୍ଥଳରେ ବାବୁରାମ ରକ୍ତାକ୍ତ ହୋଇ ଚେତା ହରାଇ ବସିଥିଲେ। ଏହାପରେ ଚୁନୁ ତାଙ୍କୁ ନେଇ ଗଁାର ଭାଗବତ ଟୁଙ୍ଗି ଘରେ ଛାଡି ଚାଲିଯାଇଥିଲେ। ପରଦିନ ସକାଳେ ଗଁା ଲୋକେ ଭାଗବତ ଟୁଙ୍ଗି ଘରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ବାବୁରାମ ପଡ଼ିଥିବା ଦେଖି ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ। ବାବୁରାମଙ୍କ ଉପରେ ପାଣି ଛିଞ୍ଚାଯିବାରୁ ତାଙ୍କ ଚେତା ଫେରିଥିଲା। ସେ ସମସ୍ତ ଘଟଣା ଗ୍ରାମବାସୀଙ୍କ ସମ୍ମୁଖରେ କହିଥିଲେ। ପରେ ଗ୍ରାମବାସୀ ଓ ପରିବାର ଲୋକେ ତାଙ୍କୁ ନୀଳଗିରି ଡାକ୍ତରଖାନାକୁ ନେଇଯାଇଥିଲେ। ଅଭିଯୁକ୍ତ ଚୁନୁ ତାଙ୍କର ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବେ ବୋଲି କହିଥିଲେ। ନୀଳଗିରି ଅବସ୍ଥା ଗୁରୁତର ହେବାରୁ ଡାକ୍ତର ତାଙ୍କୁ ବାଲେଶ୍ୱର ଜିଲା ମୁଖ୍ୟଚିକିତ୍ସାଳୟକୁ ସ୍ଥାନାନ୍ତର କରିବାକୁ ପରାମର୍ଶ ଦେଇଥିଲେ। କିନ୍ତୁ ଚୁନୁ ଓ ଅନ୍ୟମାନେ ବାବୁରାମଙ୍କୁ ବାଲେଶ୍ୱର ନ ନେଇ ଗଁାକୁ ଆଣି ଜଣେ ପଡ଼ୋଶୀଙ୍କ ଘରେ ରଖିଥିଲେ। ପୁନଶ୍ଚ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଗତ ୮ ତାରିଖରେ ନୀଳଗିରି ମେଡ଼ିକାଲକୁ ଆଣି ଚିକିତ୍ସା କରାଇ ସେମାନେ ଗଁାକୁ ନେଇଯାଇଥିଲେ। ପଡୋଶୀଙ୍କ ଘରେ ଥିବା ବେଳେ ୮ ତାରିଖ ରାତିରେ ବାବୁରାମଙ୍କ ମୃତ୍ୟୁ ଘଟିଥିଲା। ସୋମବାର ସକାଳେ ମୃତ୍ୟୁ ଖବର ଜଣାପଡିବା ପରେ ନୀଳଗିରି ପୋଲିସ୍‌ ଆସି ପହଞ୍ଚତ୍ଥିଲା। ମୃତକଙ୍କ ସାନଭାଇ ବିଦେଶୀ ସିଂ ନୀଳଗିରି ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଏନେଇ ଏକ ମାମଲା (ନଂ. ୨୧୩/୧୯) ରୁଜୁ କରିଛି। ଏହାସହ ମୃତଦେହକୁ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଗିରଫ ଚୁନୁଙ୍କୁ ମଙ୍ଗଳବାର କୋର୍ଟଚାଲାଣ କରାଯିବ ବୋଲି ନୀଳଗିରି ଆଇଆଇସି ନଳିତା ମୋଦି ପ୍ରକାଶ କରିଛନ୍ତି।


All Right Reserved By Dharitri.Com

ଲଗାଣ ବର୍ଷାରେ ଘର ଭାଙ୍ଗିଲା, ଘରେ ପଶିଲା ପାଣି

କୋକସରା,୬।୯(ଡି.ଏନ.ଏ.)-ନୂଅଁାଖାଇ ପରେ ଅଞ୍ଚଳରେ ଖୁସିର ବାତାବରଣ ଲାଗି ରହିଥିବା ବେଳେ କଳାହାଣ୍ଡି ଜିଲା କୋକସରା ବ୍ଲକରେ ଗତ ଦୁଇ ଦିନ ଧରି ଲଗାଣ ବର୍ଷା ହୋଇଛି।...

କଳାବଜାରୀ ରୋକିବାକୁ କୃଷି ବିଭାଗର ଚଢାଉ : ଯୋଗାଣ ହେଲା ୧୧୩୨ ମେଟ୍ରିକ ଟନ

ନୂଆପଡା ଅଫିସ,୧୯ା୯: ବର୍ତ୍ତମାନ ଜିଲାରେ ଚାଷ କାର୍ଯ୍ୟ ଧୂମଧାମରେ ଚାଲିଥିବାବେଳେ ୟୁରିଆ ସାର ଯୋଗାଣରେ ବିଳମ୍ବ ହୋଇଥିବାରୁ ଏହାରି ସୁଯୋଗ ନେଇ ଅସାଧୁ ବେପାରୀମାନେ କଳାବଜାରୀ...

ଅନୁଗୋଳ ଜିଲାରେ ୬୫୨ ଅଙ୍ଗନଓ୍ବାଡି କେନ୍ଦ୍ରର ନିଜସ୍ବ ଗୃହ ନାହିଁ

ଭୁବନେଶ୍ୱର,୧୭।୧୧(ବ୍ୟୁରୋ): ଅନୁଗୋଳ ଜିଲାରେ ମୋଟ ୧୬୫୪ଟି ଅଙ୍ଗନଓ୍ବାଡି କେନ୍ଦ୍ର ରହିଛି। ସେଥିରୁ ୧୦୦୨ଟିର ନିଜସ୍ବ ଗୃହ ଥିବାବେଳେ ୬୫୨ର ନିଜସ୍ବ ଗୃହ ନାହିଁ। ୩୩୧ଟି ଗୃହ...

ମହାନଦୀରେ ବନ୍ୟା, ରାସ୍ତାରେ ଆଣ୍ଠୁଏ ପାଣି:ମଣିପୁର ଓ ହନୁମନ୍ତପ୍ରସାଦ ଗ୍ରାମ ବାହ୍ୟଜଗତରୁ ବିଚ୍ଛିନ୍ନ

ଭାପୁର,୧୫ା୮(ଡି.ଏନ.ଏ): ମହାନଦୀର ପ୍ରଥମ ବନ୍ୟା ଜଳରେ ଭାପୁର ବ୍ଲକର ମଣିପୁର ଓ ହନୁମନ୍ତପ୍ରସାଦ ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ଜଳବନ୍ଦୀ ଅବସ୍ଥାରେ ରହିଛି। କରବର-ବୈଦ୍ୟେଶ୍ୱର...

ଅନ୍ତର୍ଜାତୀୟ ନାଟକ ମହୋତ୍ସବରେ ଭାଗ ନେବାକୁ କଳାକାରଙ୍କ ଗୋଆ ଗସ୍ତ

ବ୍ରହ୍ମପୁର ଅଫିସ,୨୬।୭: ଗୋଆଠାରେ ଚଳିତମାସ ୨୮ରୁ ୩୧ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଅନ୍ତର୍ଜାତୀୟ ନାଟକ ମହୋତ୍ସବରେ ଭାଗନେବାକୁ ଗଞ୍ଜାମ ଜିଲାର ଏକ ୧୬ ଜଣିଆ...

ନବନିର୍ବାଚିତ ବିଧାୟକ, ଏମ୍‌ପିଙ୍କୁ ସମ୍ବର୍ଦ୍ଧନା

ବାହାନଗା,୯।୬(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ଗୋପାଳପୁର ପଞ୍ଚାୟତର ସତ୍ୟଭାମା କଲ୍ୟାଣ ମଣ୍ଡପ ପରିସରରେ ବିଜୁ ଜନତା ଦଳ ପକ୍ଷରୁ ଏକ ସମୀକ୍ଷା ବୈଠକ ରବିବାର...

ସୁରେଖାକୁଁ ସାହାଯ୍‌ର ହାତ୍‌ ବଢ଼ାଲା ପରଶାସନ

ଗଣ୍ଡତୁରୁମ, ୯ା୧(ଡି.ଏନ୍‌.ଏ.)- ବରଗଡ଼ ଜିଲା ଭେଡ଼େନ ବ୍ଲକ ମହୁଲପାଲି ପଁଚେତ୍‌ ଅଧୀନ ବ୍ରାହ୍ମଣତୁରୁମ ଗଁାର ସୁରେଖା ମେହେର(୪୫)। ସେ ଦୁଇ ବଛର ହେଲା ମେରୁହାଡ଼ ସମସିଆରେ...

ଅଢ଼େଇ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ : ବ୍ୟବସାୟୀ ଗିରଫ

କେନ୍ଦ୍ରାପଡ଼ା ଅଫିସ,୨୩।୯: କେନ୍ଦ୍ରାପଡ଼ା ଜିଲାରେ ପ୍ରଥମଥର ପାଇଁ ବ୍ରାଉନସୁଗାର ଚୋରା କାରବାର ସମ୍ପର୍କରେ ଖୁଲାସା ହୋଇଛି। ଟାଉନ ଥାନା ଅଧୀନ ଆମବାଡ଼ିରୁ ୨୫ ଗ୍ରାମରୁ ଅଧିକ...

Leave a comment

Your email address will not be published. Required fields are marked *