ଗରିବ ପିଲାଙ୍କ ପାଇଁ ଝୁମ୍ପୁଡି ବସ୍ତିରେ ସ୍କୁଲ ଖୋଲିରେ ୧୨ ବର୍ଷର ଛାତ୍ର

ଆର୍ଜେଣ୍ଟିନାର ସାନ୍‌ଜୁଆନ୍‌ ସ୍ଥିତ ୧୨ ବର୍ଷୀୟ ଲିଓନାର୍ଡୋ ନିକାନୋର୍‌ ନିଜେ ପଢ଼ିବା ସହ ଗରିବ, ଅସହାୟ, ନିରାଶ୍ରୟ ପିଲାଙ୍କୁ ପଢ଼ାଇବାର ଏକ ଗୁରୁଦାୟିତ୍ୱ ବହନ କରିଛନ୍ତି। ପିଲାଦିନୁ ସେ ଖୁବ୍‌ ପଢ଼ାପ୍ରିୟ। ବର୍ତ୍ତମାନ ଏକ ସେକେଣ୍ଡାରୀ ସ୍କୁଲ୍‌ର ଛାତ୍ର ମଧ୍ୟ। କିନ୍ତୁ ଆଶ୍ଚର୍ଯ୍ୟ କଥା ଯେ ଖେଳକୁଦ କରିବା ବୟସରେ ସେ ନିଜ ଉଦ୍ୟମରେ ଝୁମ୍ପୁଡି ବସ୍ତିରେ ଏକ ମାଗଣା ବେସରକାରୀ ସ୍କୁଲ୍‌ ଖୋଲି ସେଠାରେ ପିଲାଙ୍କୁ ପାଠ ପଢ଼ାଉଛନ୍ତି। ତାଙ୍କର ଏହି ପ୍ରୟାସକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଉଛି। ତେବେ ଏ ପ୍ରୟାସ ଆରମ୍ଭ କରିବା ପୂର୍ବରୁ ସେ କିଛି ବ୍ୟତିକ୍ରମ ଦେଖିଥିଲେ, ଯାହା ତାଙ୍କ ଚପଳ ମନକୁ ଦୋହଲାଇ ଦେଇଥିଲା ଏବଂ ମାଗଣା ସ୍କୁଲ୍‌ଟିଏ ତିଆରି କରିବାକୁ ପଥ ପରିଷ୍କାର କରିଥିଲା। ପ୍ରକୃତରେ ଯେଉଁ ସ୍କୁଲ୍‌ରେ ସେ ପଢ଼ନ୍ତି, ସେଠାରେ ଅନେକ ପିଲା ପଢ଼ିବାକୁ ଇଚ୍ଛା କରି ମଧ୍ୟ ଅର୍ଥାଭାବ ଯୋଗୁଁ ପଛଘୁଞ୍ଚା ଦେଉଥିଲେ। ଆହୁରି ଅନେକ ପିଲା ପଢ଼ା ଛାଡ଼ି ଖେଳକୁଦରେ ସମୟ ନଷ୍ଟ କରୁଥିଲେ। ଶିକ୍ଷାର ଉପଯୋଗିତା ମଣିଷ ଜୀବନରେ କେତେ ଦରକାରୀ, ତାହାକୁ ସେ ଏ ପିଲାଙ୍କ ମନରେ ଭରିବାକୁ ଚାହୁଁଥିଲେ। ଏଣୁ ନିଜ ଜେଜେମା’ଙ୍କ ସହାୟତାରେ ଘରଟିଏ ନେଇ ତାକୁ ସ୍କୁଲ୍‌ ଆକାର ଦେଲେ। ପିଲାମାନଙ୍କୁ ଏକାଠି କରି ଅପରାହ୍ଣ ୪ଟାରୁ ସନ୍ଧ୍ୟା ୭ଟା ଯାଏ ଦୈନନ୍ଦିନ ପଢ଼ାଇଲେ। ଖରା, ବର୍ଷାକୁ ଖାତିର୍‌ ନକରି ସେ ନିଜ ଭବିଷ୍ୟତ ସାଙ୍ଗକୁ ଏହି ପିଲାଙ୍କ ଭବିଷ୍ୟତ ଗଢ଼ିବାରେ ଲାଗିଛନ୍ତି। ଏବେ ତାଙ୍କ ସ୍କୁଲ୍‌ରେ ପ୍ରାୟ ୪୦ ଜଣ ଛାତ୍ରଛାତ୍ରୀ ଅଧ୍ୟୟନରତ ଅଛନ୍ତି। ସବୁଠୁ ଆଶ୍ଚର୍ଯ୍ୟର ବିଷୟ, ପାଠ ପଢ଼ୁଥିବା ପିଲାଙ୍କ ମଧ୍ୟରେ ପ୍ରାୟ ୩୦ଜଣ ଲିଓନାର୍ଡୋଙ୍କଠୁ ବୟସରେ ବଡ଼।


All Right Reserved By

ପ୍ରବଳ ବର୍ଷାରେ ବେହାଲ୍‌ ଆମେରିକା : ହ୍ବାଇଟ୍‌ ହାଉସରେ ପଶିଲା ପାଣି

ଓ୍ବାଶିଂଟନ,୯।୭: ଗତ ସୋମବାର ଆମେରିକାରେ ପ୍ରବଳ ବର୍ଷା ହେବା ଫଳରେ ବିଭିନ୍ନ ସହର ଜଳମଗ୍ନ ହେବା ସହ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏମିତିକି ଆମେରିକାର...

ପାକିସ୍ତାନର ଏମିତି ସହର : ଯେଉଁଠି ହିନ୍ଦୁ ରଖିଥାନ୍ତି ରୋଜା, ମୁସ୍‌ଲିମ୍‌ ପାଳନ୍ତି ଦୀପାବଳି

ଭାରତ-ପାକିସ୍ତାନର ତିକ୍ତ ସମ୍ପର୍କ କାହାକୁ ଅଛପା ନାହିଁ। ସାରା ବିଶ୍ୱ ଜାଣିଛି ପାକିସ୍ତାନରେ ରହୁଥିବା ଭାରତୀୟଙ୍କ ଅବସ୍ଥା କେବେ ଠିକ୍‌ ନୁହେଁ, ବିଶେଷକରି ହିନ୍ଦୁମାନଙ୍କର। ମାତ୍ର...

ବେଜିଂରୁ ହଟାଯିବ ମୁସଲମାନଙ୍କ ସମସ୍ତ ପ୍ରତୀକ

ବେଜିଂ,୧।୮: ଚାଇନାର ରାଜଧାନୀ ବେଜିଂରୁ ଏଣିକି ମୁସଲମାନଙ୍କ ସମସ୍ତ ପ୍ରତୀକକୁ ହଟାଯିବ ବୋଲି ଚାଇନା ସରକାର ନିର୍ଦ୍ଦେଶ ଦେଇଛନ୍ତି। ହଲାଲ ରେସ୍ତୋରାଁଠାରୁ ଆରମ୍ଭ କରି ଫୁଡ...

 ୨ ଶହ କିମି ଚାଲି ଚାଲି ଅଢ଼େଇ ଦିନ ପରେ ମାଲିକଙ୍କ ପାଖକୁ ଫେରିଲା କୁକୁର

ମସ୍କୋ,୨୨।୭: କୁକୁର ମଣିଷର ଅତି ବିଶ୍ୱସ୍ତ ପ୍ରାଣୀ ବୋଲି କୁହାଯାଇଥାଏ। ହୁଏତ ମାଲିକ କୁକୁରକୁ ଭୁଲି ପାରେ ମାତ୍ର କୁକୁର ମାଲିକଙ୍କୁ ଭୁଲି ପାରେନା। ଏପରି...

ସର୍କସର ନୂଆ ପ୍ରୟାସ: ସତ ନୁହେଁ, ହୋଲୋଗ୍ରାମ୍‌ ପ୍ରାଣୀ

ସର୍କସର ଆକର୍ଷଣ ଥାଏ ହାତୀ, ଘୋଡା, ବାଘ, ମାଙ୍କଡ ଭଳି ପ୍ରାଣୀଙ୍କ ଆଶ୍ଚର୍ଯ୍ୟଜନକ ଖେଳ। ପିଲାଠୁ ବୁଢା ସମସ୍ତେ ଏହାକୁ ଦେଖି ଆନନ୍ଦ ଉଠାନ୍ତି। ଏହିସବୁ...

ପଡ଼ୋଶୀଙ୍କୁ ଖୁସି କରିବାକୁ କାନ୍ଥରେ ଆଙ୍କିଲେ ଇମୋଜି, ମାମଲା ପହଞ୍ଚିଲା ଥାନାରେ

ପଡ଼ୋଶୀଙ୍କୁ ଖୁସି କରିବାକୁ ଜଣେ ବ୍ୟକ୍ତି ଘରର କାନ୍ଥରେ ଇମୋଜି ଆଙ୍କିଥିଲେ। କିନ୍ତୁ ଏଥିରେ ପଡ଼ୋଶୀ ରାଗିଯାଇ ଥାନାରେ କେସ୍‌ କରିଛନ୍ତି। ଏମିତି ଏକ ଅଜବ...

ଭିନ୍ନ ଏହି କ୍ୟାମ୍ପିଙ୍ଗ୍‌ ସାମଗ୍ରୀ

ବ୍ୟସ୍ତବହୁଳ ଜୀବନରୁ ସମୟ ବାହାର କରି କିଛି ରୋମାଞ୍ଚକର ଅନୁଭୂତି ପାଇବା ପାଇଁ କେତେ ଲୋକ କ୍ୟାମ୍ପିଙ୍ଗ୍‌ରେ ଯିବାକୁ ପସନ୍ଦ କରିଥାନ୍ତି। ତେବେ ଏହି କ୍ୟାମ୍ପିଙ୍ଗ୍‌କୁ...

ପବନରୁ ମିଳିବ ପାନୀୟ ଜଳ

ଚେକ୍‌ ଗଣରାଜ୍ୟର ପ୍ରାଗ ବିଶ୍ୱବିଦ୍ୟାଳୟର ଗବେଷକମାନେ ସ୍ବୟଂଚାଳିତ ସୋଲାର ସିଷ୍ଟମ୍‌ ଦ୍ୱାରା ପବନରୁ ପାଣି ସଂଗ୍ରହ କରିବାର ଏକ ପଦ୍ଧତି ପାଇଛନ୍ତି। ଏହାକୁ ସୋଲାର ଏୟାର...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *