Posted inଖେଳ

‘ସ୍ମିଥ ଜଣେ ଚିଟର ଭଳି ମନେ ରହିବେ’

ଲଣ୍ଡନ,୯।୯(ପିଟି): ଯେତେ ମାଇଲଷ୍ଟୋନ ଓ ରେକର୍ଡ ହାସଲ କଲେ ମଧ୍ୟ ଅଷ୍ଟ୍ରେଲିଆ ଦଳର ବ୍ୟାଟିଂ ମେରୁଦଣ୍ଡ ଷ୍ଟିଭ ସ୍ମିଥ ସର୍ବଦା ଜଣେ ଚିଟର ଭାବେ ମନେ ରହିବେ। ଏଭଳି ମନ୍ତବ୍ୟ ଦେଇଛନ୍ତି ପୂର୍ବତନ ଇଂଲଣ୍ଡ ପେସର ଷ୍ଟିଭ ହାର୍ମିସନ। ଚଳିତ ଆଶେସ ସିରିଜ୍‌ରେ ସ୍ମିଥ ଇଂଲଣ୍ଡ ଦଳର ପରାଜୟର ମୁଖ୍ୟ କାରଣ। ଡାହାଣହାତୀ ବ୍ୟାଟ୍ସମ୍ୟାନ ଏକ ଦ୍ୱିଶତକ ସହ ୧୩୪.୨୦ ଆଭରେଜରେ ୬୭୧ ରନ୍‌ କରିଛନ୍ତି। ଏଭଳି ପ୍ରଦର୍ଶନ ସତ୍ତ୍ୱେ ସ୍ମିଥ, ପୂର୍ବତନ ଓପନ ଚେଷ୍ଟ ବୋଲରଙ୍କୁ ସମାଲୋଚନା କରିବାରୁ ରୋକିପାରି ନାହିଁ। କେପ ଟାଉନଠାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅନୁଷ୍ଠିତ ମ୍ୟାଚ୍‌ରେ ସ୍ମିଥ ବଲ ଟାମ୍ପରିଂରେ ଜଡ଼ିତ ଥିଲେ। ଏଥିରୁ ସେ କଦାପି ଦୋଷମୁକ୍ତ ହୋଇପାରିବେ ନାହିଁ। ସ୍ମିଥ ଓ ତାଙ୍କ ସାଥୀ ଡେଭିଡ ଓ୍ବାର୍ନର ଓ କାମେରୁନ ବାନ୍‌କ୍ରାଫ୍ଟଙ୍କୁ ଚିଟର ଟ୍ୟାଗ ସହ ବଞ୍ଚିବାକୁ ପଡ଼ିବ। କାହା ମତାମତ ତାଙ୍କ ଦୋଷ ଲୁଚାଇ ପାରିବ ନାହିଁ। କାରଣ ସେମାନଙ୍କ କାର୍ଯ୍ୟ କ୍ରିକେଟକୁ ଲଜ୍ଜିତ କରିଥିଲା ବୋଲି ହାର୍ମିସନ ଏକ କ୍ରୀଡ଼ାଭିତ୍ତିକ ରେଡିଓ ଚ୍ୟାନଲକୁ କହିଛନ୍ତି। ହାର୍ମିସନ ଇଂଲଣ୍ଡ ପକ୍ଷରୁ ୬୩ ଟେଷ୍ଟ ଖେଳିଛନ୍ତି। ୨୦୦୫ ଐତିହାସିକ ଆଶେସ ବିଜୟ ଦଳର ସେ ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ଥିଲେ।


All Right Reserved By Dharitri.Com

Posted inଖେଳ View All

ଇଂଲଣ୍ଡ ବିଶ୍ୱକପ୍‌ ଦଳରେ ୫ ଅଣବ୍ରିଟିଶ୍‌ ଖେଳାଳି

ଲଣ୍ଡନ,୨୭।୫- ଆସନ୍ତା ୩୦ ତାରିଖଠାରୁ ଆଇସିସି ବିଶ୍ୱକପ୍‌ ଆରମ୍ଭ ହେବାକୁ ଯାଉଛି। ଏହି ବିଶ୍ୱକପ୍‌ ଲାଗି ଫେଭରାଇଟ ଗଣାଯାଉଥିବା ଇଂଲଣ୍ଡ ଦଳରେ ଅଣ ବ୍ରିଟିଶ୍‌ ଖେଳାଳି...

ପେଣ୍ଟ ବଲ ଖେଳିଲା ଭାରତୀୟ ଦଳ

ନୂଆଦିଲ୍ଲୀ,୧।୬-ଆସନ୍ତ ୫ ତାରିଖରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ତା’ର ପ୍ରଥମ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ଭେଟିବ। ମ୍ୟାଚ୍‌ ପୂର୍ବରୁ ଅଭ୍ୟାସ କରିବା ପରିବର୍ତ୍ତେ...

ବଦଳିଲା ଆରସିବି ଲୋଗୋ

ବାଙ୍ଗାଲୋର,୧୪।୨- ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ଫ୍ରାଞ୍ଚାଇଜ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଶୁକ୍ରବାର ତା’ର ନୂଆ ଲୋଗୋ ଉନ୍ମୋଚନ କରିଛି। ଆଇପିଏଲର ୧୩ତମ ସଂସ୍କରଣ ପୂର୍ବରୁ...

ରଣବୀରଙ୍କୁ ବାଃ ବାଃ କଲେ କପିଳ ଦେବ, ଜାଣନ୍ତୁ କାହିଁକି

ବଲିଉଡ୍‌ ଅଭିନେତା ରଣବୀର ସିଂଙ୍କ ପ୍ରଶଂସାରେ ପୋତି ପକାଇଛନ୍ତି ପୂର୍ବତନ କ୍ରିକେଟର କପିଳ ଦେବ। କାରଣ ଫିଲ୍ମ ‘୮୩’ରେ ୧୯୮୩ ବିଶ୍ୱକପର ହିରୋ କପିଳଙ୍କ ଲୁକରେ...

ଭାରତ-ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜ ବାତିଲ

ନୂଆଦିଲ୍ଲୀ, ୧୩।୩(ପି.ଟି.): କରୋନା ଭାଇରସ ଆତଙ୍କ କ୍ରୀଡ଼ା ଜଗତରେ ଏହାର କାୟା ବିସ୍ତାର କରିବାରେ ଲାଗିଛି। ଭାରତୀୟ କ୍ରୀଡ଼ା ମଧ୍ୟ ଏଥିଯୋଗୁ ଗୁରୁତର ପ୍ରଭାବିତ ହୋଇଛି।...

ବୁମ୍‌ରାଙ୍କ ୫୦ତମ ଅନ୍ତର୍ଜାତୀୟ ମ୍ୟାଚ୍‌

ସାଉଥାମ୍ପ୍‌ଟନ,୫।୬- ଭାରତୀୟ ପେସର ଯଶ୍‌ପ୍ରୀତ ବୁମ୍‌ରା ଏଠାରେ ଖେଳାଯାଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ମୁକାବିଲାରେ କ୍ୟାରିୟରର ୫୦ତମ ମ୍ୟାଚ୍‌ ଖେଳିଛନ୍ତି। ବୁଧବାର ଖେଳାଯାଇଥିବା ମ୍ୟାଚ୍‌ରେ ସେ...

ଦଳରେ ମୋ ଦାୟିତ୍ୱ ବଢ଼ିଛି: ଆୟାର

କଟକ, ୨୨।୧୨(କ୍ରୀଡ଼ା ପ୍ରତିନିଧି)- ବାରବାଟୀ ଷ୍ଟାଡିୟମରେ ରବିବାର ଭାରତ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ସିରିଜ ନିର୍ଣ୍ଣାୟକ ମ୍ୟାଚ ଅନୁଷ୍ଠିତ ହେବ। ଏହା ଉଭୟ ଦଳ ପାଇଁ...

ଏବେ ସନ୍ନ୍ୟାସ ନେଉ ନାହିଁ: ଗେଲ୍‌

ନୂଆଦିଲ୍ଲୀ,୧୫।୮: ଓ୍ବେଷ୍ଟଇଣ୍ଡିଜ ଦଳର ବିସ୍ଫୋରକ ଓପନର କ୍ରିସ୍‌ ଗେଲ୍‌ ଭାରତ ବିପକ୍ଷ ଅନ୍ତିମ ଦିନିକିଆ ମ୍ୟାଚ୍‌ରେ ୩୦୧ ନଂ ଥିବ ସ୍ବତନ୍ତ୍ର ଜର୍ସି ପରିଧାନ କରିଥିଲେ।...

Leave a comment

Your email address will not be published. Required fields are marked *