Posted inଖେଳ

ରେକର୍ଡ ସମକକ୍ଷ ରାମୋସ

ଗିଜୋନ(ସ୍ପେନ),୯।୯(ଏଏଫ୍‌ପି): ସେର୍ଗିଓ ରାମୋସ ସ୍ପେନ ପାଇଁ ସର୍ବାଧିକ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିବାର ରେକର୍ଡର ସମକକ୍ଷ ହୋଇଛନ୍ତି। ରବିବାର ଫାରୋ ଦ୍ୱୀପ ବିପକ୍ଷ ୟୁରୋ ୨୦୨୦ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ରେ ସେର୍ଗିଓ ଜାତୀୟ ଦଳ ପକ୍ଷରୁ ୧୬୭ ତମ ଥର ପାଇଁ ପ୍ରତିନିଧିତ୍ୱ କରିଥିଲେ। ସମାନ ସଂଖ୍ୟକ ମ୍ୟାଚ୍‌ ଆଇକର କାସିଲାସ ଖେଳିଥିଲେ। ରିଅଲ ମାଡ୍ରିଡ୍‌ ସେଣ୍ଟର ବ୍ୟାକ ରାମୋସ ୧୪ ବର୍ଷ ତଳେ ଅନ୍ତର୍ଜାତୀୟ ସ୍ତରରେ ପଦାର୍ପଣ କରିଥିଲେ। କାସିଲାସଙ୍କ ସମକକ୍ଷ ହେବା ଏକ ବଡ଼ ଚ୍ୟାଲେଞ୍ଜ ଥିଲା। ବର୍ଷ ବର୍ଷର ଉଦ୍ୟମର ଫଳ। ଏହା ମୋ ପାଇଁ ସମ୍ମାନ ବୋଲି ରାମୋସ କହିଛନ୍ତି। ୩୩ ବର୍ଷୀୟ ଖେଳାଳି ୨୦୧୦ ଫିଫା ବିଶ୍ୱକପ୍‌ ଚାମ୍ପିୟନ ସ୍ପେନ ଦଳର ସଦସ୍ୟ ଥିଲେ। ତାଙ୍କ ପ୍ରତିନିଧିତ୍ୱରେ ଦଳ ୟୁରୋ ୨୦୦୮ ଓ ୨୦୧୨ ସଂସ୍କରଣରେ ଟାଇଟଲ ହାତେଇଥିଲା। ଗୋଲକିପର କାସିଲାସଙ୍କ ପରେ ୨୦୧୬ରେ ସେ ଦଳର ନେତୃତ୍ୱ ନେଇଥିଲେ। ରାମୋସ ଏବେ ୟୁରୋପିଆନ ରେକର୍ଡଠାରୁ ୯ ମ୍ୟାଚ୍‌ ଦୂରରେ ରହିଛନ୍ତି। ୟୁରୋପରେ ସବୁଠୁ ଅଧିକ ମ୍ୟାଚ୍‌ ଖେଳିବା ରେକର୍ଡ ଇଟାଲିର ଗିଆନଲୁଇଗି ବଫନ (୧୭୬)ଙ୍କ ନାମରେ ରହିଛି।


All Right Reserved By Dharitri.Com

Posted inଖେଳ View All

ଗୋଟିଏ ବି ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍‌ ଖେଳି ନ ଥିବା ମୟଙ୍କ ଅଗ୍ରଓ୍ବାଲଙ୍କୁ ବିଶ୍ୱକପ୍‌ ଦଳରେ କାହିଁକି ମିଳିଲା ସ୍ଥାନ, ଜାଣନ୍ତୁ

ବର୍ମିଂହମ୍‌, ୨।୭: ଭାରତୀୟ ଦଳର ଅଲରାଉଣ୍ଡର ବିଜୟ ଶଙ୍କର ଆହତ ହୋଇ ବିଶ୍ୱକପର ବାକି ମ୍ୟାଚ୍‌ରୁ ବାଦ୍‌ ପଡିଛନ୍ତି। ତାଙ୍କ ସ୍ଥାନରେ କର୍ନାଟକ ବ୍ୟାଟ୍ସମ୍ୟାନ୍‌ ମୟଙ୍କ...

୨୧ବର୍ଷ ରେକର୍ଡ ଭାଙ୍ଗିଲେ ଏହି ବୋଲର୍‌

ନଟିଂହାମ, ୭ା୬:ଟ୍ରେଣ୍ଟବ୍ରିଜଠାରେ ଗୁରୁବାର ଖେଳାଯାଇଥିବା ଆଇସିସି ବିଶ୍ୱକପ ମ୍ୟାଚରେ ଗତଥରର ଚାମ୍ପିୟନ ଅଷ୍ଟ୍ରେଲିଆ ୧୫ ରନରେ ଓ୍ବେଷ୍ଟଇଣ୍ଡିଜକୁ ହରାଇ ଦେଇଛି। ୨୮୯ ରନର ବିଜୟ ଲକ୍ଷ୍ୟକୁ...

ଚତୁର୍ଥ ଆଶେସ ଟେଷ୍ଟ: ଅଷ୍ଟ୍ରେଲିଆ ୧୮୫ ରନରେ ବିଜୟୀ

ମାଞ୍ଚେଷ୍ଟର, ୯।୯- ଓଲ୍ଡ ଟ୍ରାଫୋର୍ଡ ଗ୍ରାଉଣ୍ଡରେ ଅନୁଷ୍ଠିତ ଚତୁର୍ଥ ଆଶେସ କ୍ରିକେଟ ଟେଷ୍ଟରେ ଅଷ୍ଟ୍ରେଲିଆ ୧୮୫ ରନରେ ଇଂଲଣ୍ଡକୁ ହରାଇ ଦେଇଛି। ୩୮୩ ରନ ବିଜୟ...

ପ୍ରୋ କବାଡ଼ି: ଷ୍ଟିଲର୍ସକୁ ହରାଇଲା ପାନ୍ଥର୍ସ

ମୁମ୍ବାଇ, ୧।୮(ପି.ଟି.)- ଅଧିନାୟକ ଦୀପକ ହୁଦାଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଜୟପୁର ପିଙ୍କ୍‌ ପାନ୍ଥର୍ସ ଚଳିତ ପ୍ରୋ କବାଡ଼ି ଲିଗ୍‌ରେ ବିଜୟ ଅଭିଯାନ ଜାରି ରଖିଛି।...

ହିମା ଦାସଙ୍କୁ ସ୍ବର୍ଣ୍ଣ

ନୂଆଦିଲ୍ଲୀ, ୪।୭(ପିଟି)- ଭାରତୀୟ ଷ୍ଟାର ସ୍ପ୍ରିଣ୍ଟର ହିମା ଦାସ ପୋଲାଣ୍ଡରେ ଅନୁଷ୍ଠିତ ପୋଜନାନ ଆଥ୍‌ଲେଟିକ୍ସ ଗ୍ରାଁ ପ୍ରି ଟୁର୍ନାମେଣ୍ଟର ୨୦୦ ମିଟର ଦୌଡ଼ ଇଭେଣ୍ଟରେ ସ୍ବର୍ଣ୍ଣ...

ଏଟିପି ଫାଇନାଲ୍ସ ଖେଳିବେ ନାଡାଲ

ମାଡ୍ରିଡ, ୬ା୧୧ (ଏଏଫ୍‌ପି)-ବିଶ୍ୱର ନମ୍ବର ଓ୍ବାନ ପୁରୁଷ ସିଙ୍ଗଲ୍ସ ଖେଳାଳି ରାଫାଲ ନାଡାଲ ଆଘାତ ଜନିତ ସମସ୍ୟାରୁ ମୁକୁଳିଛନ୍ତି। ନଭେମ୍ବର ୧୦ରୁ ୧୭ ପର୍ଯ୍ୟନ୍ତ ଲଣ୍ଡନରେ...

ଭାବପ୍ରବଣତାକୁ ନିୟନ୍ତ୍ରଣରେ ରଖିବାକୁ ରୁଟ୍‌ଙ୍କ ପରାମର୍ଶ

ବର୍ମିଂହାମ,୨୮।୬(ପି.ଟି.)- ଆସନ୍ତା ରବିବାର ଏଠାରେ ଖେଳାଯିବାକୁ ଥିବା ଭାରତ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଜୋ ରୁଟ୍‌ ସାଥୀ ଖେଳାଳିମାନଙ୍କୁ କିଛିଟା ଗୁରୁତ୍ୱପୂର୍ଣ୍ଣ ପରାମର୍ଶ...

ଆୟର୍ଲାଣ୍ଡ ବିପକ୍ଷ ଟେଷ୍ଟରୁ ଓହରିଲେ ଆଣ୍ଡରସନ

ଲଣ୍ଡନ, ୨୩।୭ (ଏଏଫ୍‌ପି)- ଘରୋଇ ଇଂଲଣ୍ଡ ଓ ଆୟର୍ଲାଣ୍ଡ ମଧ୍ୟରେ ଏକମାତ୍ର ଟେଷ୍ଟ ମ୍ୟାଚ୍‌ ବୁଧବାରଠାରୁ ସ୍ଥାନୀୟ ଐତିହାସିକ ଲଡର୍‌ସ ଗ୍ରାଉଣ୍ଡରେ ଆରମ୍ଭ ହେବ। ତେବେ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *