୨୨ଶହ ମସିହା ବେଳକୁ ମୃତ୍ୟୁକୁ ଜୟ କରିବ ମଣିଷ …

ମଣିଷ ବି ମୃତ୍ୟୁ ଉପରେ ବିଜୟ ଲାଭ କରିବାକୁ ସକ୍ଷମ ହୋଇପାରିବ। ଆଉ ୨୨ ଶହ ମସିହା ବେଳକୁ ମଣିଷ ହୋଇଯିବ ଭଗବାନ। ଯେପରି ସୃଷ୍ଟିକର୍ତ୍ତା ପୃଥିବୀର ସଂରଚନା କରିଛନ୍ତି ଠିକ୍‌ ସେହିଭଳି କାମ ମଣିଷ କରିବାକୁ ସକ୍ଷମ ହେବ। ମଣିଷ ପାଖରେ ମଧ୍ୟ ଭଗବାନ ହେବାର କ୍ଷମତା ଦେଖାଦେବ। ଏନେଇ ଜେରୁଜେଲମର ହିବ୍ରୁ ବିଶ୍ୱବିଦ୍ୟାଳୟର ହୋଇଥିବା ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଆସନ୍ତା କେତେ ଶହ ବର୍ଷ ପରେ ମଣିଷ ନିଜ ଭିତରେ ଦୈବୀଶକ୍ତି ହାସଲ କରିବାର କ୍ଷମତା ପାଇପାରିବ। ଟଙ୍କା ଦେଇ ମଣିଷ ନିଜ ମନମୁତାବକ ଶରୀର ଗଢି ପାରିବ। ଶାସ୍ତ୍ରରେ ଉଲ୍ଲେଖ ଅଛି ଯେ, ମଣିଷ ଭଗବାନଙ୍କ ସୃଷ୍ଟି ଏବଂ ଭଗବାନ ମଣିଷକୁ ତାଙ୍କ ହିସାବରେ ଗଢିଛନ୍ତି। ତେବେ ଏହା ଆଗାମୀ ଦିନରେ ମିଥ୍ୟାରେ ପରିଣତ ହେବ। ଆଧୁନିକ ଜ୍ଞାନକୌଶଳ ଦ୍ୱାରା ମଣିଷ ମୃତ୍ୟୁ ଉପରେ ମଧ୍ୟ ବିଜୟ ଲାଭ କରିବାକୁ ସକ୍ଷମ ହେବ। ମଣିଷ ଯେପର୍ଯ୍ୟନ୍ତ ଚାହିଁବ ବଞ୍ଚିବ। ଯେବେ ଚାହିଁବ ସେତେବେଳେ ଇଛା ମୃତ୍ୟୁ ଗ୍ରହଣ କରିବ। ଆଧୁନିକ ବାୟୋଟେକ୍ନୋଲୋଜି ଏବଂ ଜେନେଟିକ ଇଞ୍ଜିନିୟରିଂର ବିକାଶ ଦ୍ୱାରା ଏହା ସମ୍ଭବ ହୋଇପାରିବ ବୋଲି ଗବେଷଣା ରିପୋର୍ଟରେ ସୂଚନା ଦିଆଯାଇଛି।


All Right Reserved By Dharitri.Com

ଶକ୍ତି ପରୀକ୍ଷାରେ ୟେଦୁରପ୍ପା ପାସ୍‌: ଗୃହରେ ଭଏସ୍‌ ଭୋଟ୍‌; ବିରୋଧୀ ଦାବୀ କଲେ ନି ଭୋଟିଂ

ବେଙ୍ଗାଲୁର୍‌,୨୯।୭: କର୍ନାଟକ କ୍ଷମତା ଦଖଲ ଡ୍ରାମା ଶେଷ ହୋଇଛି। ସୋମବାର ମୁଖ୍ୟମନ୍ତ୍ରୀ ବି.ଏସ୍‌. ୟେଦୁରପ୍ପା ବିଧାନସଭାରେ ଆସ୍ଥା ଭୋଟ୍‌ରେ ବିଜୟୀ ହୋଇଛନ୍ତି। ବାଚସ୍ପତି କେ. ଆର୍‌....

ଦିନକ ପୂର୍ବରୁ ବନ୍ଦ ହେଲା ଚାଇନାରୁ ଆସିଥିବା ବରଙ୍କ ବିବାହ

ଥିରୁଭାନନ୍ଥମପୁରମ୍‌,୫।୨: ସାରା ବିଶ୍ୱରେ କରୋନାଭାଇରସ୍‌ ଆତଙ୍କ ଖେଳାଇଥିବା ବେଳେ ଚାଇନାରେ ଏହାର ମୃତ୍ୟୁ ସଂଖ୍ୟା ୪୯୦କୁ ଛୁଇଁଛି। ଆଉ ୨୪ହଜାରରୁ ଊର୍ଦ୍ଧ୍ୱ ଲୋକ ଏହି ରୋଗରେ...

ସୀମାବର୍ତ୍ତୀ ଅଞ୍ଚଳରେ ଚାଇନା ଭାଷା କହୁଥିବା ଲୋକଙ୍କ ହେବ ଯାଞ୍ଚ୍‌

ନୂଆଦିଲ୍ଲୀ,୧।୭: ନେପାଳ ତଥା ଉତ୍ତରାଖଣ୍ଡର ସୀମାବର୍ତ୍ତୀ ଅଞ୍ଚଳରେ ବାସ କରୁଥିବା ଲୋକଙ୍କର ଯାଞ୍ଚ୍‌ ପାଇଁ ଭାରତ ପକ୍ଷରୁ ଯୋଜନା ପ୍ରସ୍ତୁତ କରାଯାଇଛି। ଏସବୁ ଅଞ୍ଚଳରେ ଚାଇନା...

ଜମି ଦୁର୍ନୀତି ମାମଲା: ସ୍ବତନ୍ତ୍ର କୋର୍ଟରେ ହାଜର ହେଲେ ହୁଡ୍ଡା

ଚଣ୍ଡିଗଡ଼,୩୦।୧୦: ହରିୟାଣା ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଭୂପେନ୍ଦ୍ର ସିଂ ହୁଡ୍ଡାଙ୍କୁ ପଞ୍ଚକୁଲା ସ୍ଥିତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ସ୍ବତନ୍ତ୍ର କୋର୍ଟରେ ହାଜର କରାଯାଇଛି।...

ପଡିଗଲେ ମୋଦି: ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୫।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନ୍ୟାଶନାଲ ଗଙ୍ଗା କାଉନସିଲ ବୈଠକରେ ଯୋଗ ଦେବାକୁ ଶନିବାର କାନପୁରରେ ପହଞ୍ଚିଥିଲେ। ସେଠାରେ ସେ ‘ନମାମି ଗଙ୍ଗା’ ପ୍ରୋଜେକ୍ଟର ସମୀକ୍ଷା...

କମଲେଶଙ୍କୁ ୧୫ ଥର ଛୁରି ଭୁସିଥିଲେ ହତ୍ୟାକାରୀ

ଲକ୍ଷ୍ନୌ,୨୪ା୧୦(ପି.ଟି.): ହିନ୍ଦୁବାଦୀ ନେତା କମଳେଶ ତିଓ୍ବାରୀଙ୍କୁ ହତ୍ୟାକାରୀ ୧୫ ଥର ଛୁରି ଭୁସିବା ସହ ମୁହଁକୁ ଗୁଳି କରିଥିଲେ। ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଏହା ଜଣାପଡିଛି।...

ମୋଦିଙ୍କ ଭାଷଣ ପ୍ରସାରଣ ନ କରିବାରୁ ଚେନ୍ନାଇ ଦୂରଦର୍ଶନ ଅଧିକାରୀ ନିଲମ୍ବିତ

ଚେନ୍ନାଇ,୨।୧୦: ପ୍ରସାର ଭାରତୀ ପକ୍ଷରୁ ଚେନ୍ନାଇ ଦୂରଦର୍ଶନ କେନ୍ଦ୍ର ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଆଇଆଇଟି ମାଡ୍ରାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଉଥିବା ଭାଷଣକୁ...

ହନୁମାନ ଚାଳିଶା ପାଠୋତ୍ସବରେ ଯୋଗ ହେବାରୁ ମୁସଲମାନ ମହିଳାଙ୍କୁ ଘର ଛାଡିବାକୁ କହିଲେ ମାଲିକ

କୋଲକାତା,୧୮।୭: ସାମୁହିକ ହନୁମାନ ଚାଳିଶା ପାଠରେ ଯୋଗ ଦେଇଥିବା ଭାଜପା ନେତା ଇଶରତ ଜହାଁଙ୍କୁ ଏବେ ହିନସ୍ତା ହେବାକୁ ପଡିଛି। ସେ ଯେଉଁ ଘରେ ଭଡାରେ...

Leave a comment

Your email address will not be published. Required fields are marked *