କୋର୍ଟ ପରିସରରୁ ଫେରାର ଥିବା ବିଚାରାଧୀନ କଏଦୀ ଗିରଫ

କେନ୍ଦୁଝର, ୨୧।୫(ସ୍ବ.ପ୍ର.): କେନ୍ଦୁଝର ଅତିରିକ୍ତ ଜିଲା ଜଜ୍‌ କୋର୍ଟ ପରିସରରୁ ଫେରାର ଥିବା ବିଚାରାଧୀନ କଏଦୀ ଟାଉନ ଥାନା ପୋଲିସ ହାତରେ ମଙ୍ଗଳବାର ଧରାପିଡ଼ିଛନ୍ତି। ସେ ହେଲେ କ୍ରିଷ୍ଣା ଲୋହାର। ତାଙ୍କ ଘର ଟାଉନ ଥାନା ଗମ୍ଭାରୀଆରେ ବୋଲି ଜଣାପଡିଛି। କ୍ରିଷ୍ଣା ଗମ୍ଭାରିଆ ଗ୍ରାମ ନିକଟ ଏକ ବିଦ୍ୟାଳୟରେ ଲୁଚିଥିବା ବେଳେ ପୋଲିସ ତାଙ୍କୁ ଧରିଥିଲା।
ପ୍ରକାଶ ଯେ, ଗତ ୧ ତାରିଖରେ ଅନ୍ୟ କଏଦୀଙ୍କ ସହ କ୍ରିଷ୍ଣାଙ୍କୁ କୋର୍ଟରେ ହାଜର ପାଇଁ ଜିଲା କାରାଗାରରୁ ନିଆଯାଇଥିବା ବେଳେ ସେ କୋର୍ଟ ପରିସରରୁ ଫେରାର ହୋଇଯାଇଥିଲେ। ଗତ ବର୍ଷ ଜୁଲାଇ ୩ରେ ନାବାଳିକାଙ୍କୁ ବଳାତ୍କାର ମାମଲାରେ ସେ ଗିରଫ ହୋଇ ଜେଲରେ ଥିଲେ। ଏହି ଘଟଣାରେ ଦୁଇ ପୋଲିସ କର୍ମଚାରୀ ମଧ୍ୟ ନିଲମ୍ବିତ ହୋଇଥିଲେ। ଏ ନେଇ ଟାଉନ ଥାନା ପୋଲିସ ଅଧିକାରୀ ସୋମନାଥ ଜେନା କହିଛନ୍ତି ଯେ, ଫେରାର କଏଦୀ ଧରାପଡିଛନ୍ତି। ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେ ଦୀର୍ଘଦିନ ହେଲା କେଉଁଠି ଥିଲା ତାହାର ତଦନ୍ତ ପୋଲିସ କରୁଥିବା ବେଳେ ତାଙ୍କୁ ସହଯୋଗ କରୁଥିବା ଅନ୍ୟ ଦୁଇ ଜଣଙ୍କୁ ଅଟକ ରଖାଯାଇଛି। କ୍ରିଷ୍ଣାଙ୍କୁ ଧରାଇଦେବା ପାଇଁ ସେମାନଙ୍କ ମଧ୍ୟରୁ ଜଣେ ପୋଲିସ ସହିତ ମୂଲ ଚାଲ କରିଥିବା କୁହାଯାଉଛି।


All Right Reserved By Dharitri.Com

ସୋଲାର ସିଷ୍ଟମ୍‌ ନଳକୂପ ଅଚଳ: ଫେଲ୍‌ ମାରିଛି ଯୋଜନା

ଝୁମ୍ପୁରା, ୧୭।୭ (ଡି.ଏନ.ଏ.)-କେନ୍ଦୁଝର ଜିଲା ଝୁମ୍ପୁରା ବ୍ଲକ ଅନ୍ତର୍ଗତ ଖଣି କ୍ଷତିଗ୍ରସ୍ତ ଅଞ୍ଚଳ ଭାବେ ପ୍ରଥମ ଭାଗରେ ଚିହ୍ନଟ ହୋଇଥିବା ୫ଟି ପଞ୍ଚାୟତ (ବସନ୍ତପୁର, ମଲଦା,...

ମହିଳା ଓ ଶିଶୁ ସହାୟତା କେନ୍ଦ୍ର

ମହିଳା ଓ ଶିଶୁଙ୍କ ସୁରକ୍ଷା ପାଇଁ ରାଜ୍ୟର ପ୍ରମୁଖ ରେଳ ଷ୍ଟେଶନରେ କାର୍ଯ୍ୟକାରୀ ହେଉଛି ମହିଳା ଓ ଶିଶୁ ସହାୟତା କେନ୍ଦ୍ର। ମାତ୍ର ବାଲେଶ୍ୱର ରେଳ...

ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ଯୋଗୁ ମହିଳାଙ୍କ ମୃତ୍ୟୁ

ଔପଦା, ୨୧।୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ଔପଦା ବ୍ଲକ ରାଏରାମଚନ୍ଦ୍ରପୁର ପଞ୍ଚାୟତ ସୋରିଷପାଳ ଗ୍ରାମର ଅନ୍ନପୂର୍ଣ୍ଣା ପାଢ଼ୀ (୧୮) ନାମ୍ନୀ ମହିଳା ପରିବାର ନିୟୋଜନ ଅସ୍ତ୍ରୋପଚାର କରିବାକୁ ଯାଇ...

ମତଦାନ ବିଳମ୍ବିତ, ରାତି ପର୍ଯ୍ୟନ୍ତ ବୁଥ୍‌ରେ ଭୋଟର

ଭଦ୍ରକ ଅଫିସ,୩୦ା୪- ଭଦ୍ରକ ଜିଲାରେ ସୋମବାର ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଛି। ସୋମବାର ସକାଳ ୭ ଟାରୁ ମତଦାନ ଆରମ୍ଭ ହୋଇଥିଲା।  ବିଭିନ୍ନ...

ଆଧାରକେନ୍ଦ୍ରରେ ତୁମୁଳକାଣ୍ଡ: କର୍ମଚାରୀଙ୍କୁ ମାଡ଼ ମାରି ଯୁବକ ଫେରାର

ବାଲେଶ୍ୱର ଅଫିସ, ୨୫।୧୨-ନୂତନ ଆଧାର କାର୍ଡ କରିବାର ବିଳମ୍ବ ହେବାରୁ ବାଲେଶ୍ୱର ଜିଲାପାଳ ଅଫିସ୍‌ ପରିସର ସରକାରୀ ଗୃହରେ ଓକାକ୍‌ ଦ୍ୱାରା ଅନୁମୋଦିତ ଆଧାରକେନ୍ଦ୍ରରେ ତୁମୁଳକାଣ୍ଡ...

ଧାନ ବିକି ପ୍ରାପ୍ୟ ପାଉନାହାନ୍ତି ଚାଷୀ

ବନ୍ତ, ୩।୬ (ଡି.ଏନ.ଏ.) – ଚାଷୀମାନଙ୍କଠାରୁ ଉଚିତ୍‌ ମୂଲ୍ୟରେ ଧାନକ୍ରୟ କରିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଇଥିଲା। ହେଲେ ଚଳିତ ଖରିଫ ଋତୁରେ...

ବର୍ଷା ଋତୁ ଆରମ୍ଭ ସତ୍ତ୍ୱେ ସରିଲାନି ପୋଲ କାମ; ୬ରୁ ଅଧିକ ଗାଁ ବିଚ୍ଛିନ୍ନ ହେବା ଆଶଙ୍କା

ଖଇରା, ୧।୭ (ଉତ୍କଳବନ୍ଧୁ ପଣ୍ଡା)-  ବାଲେଶ୍ୱର ଜିଲା ଖଇରା ଓ ଔପଦା ବ୍ଲକକୁ ସଂଯୋଗ କରୁଥିବା କଣ୍ଟାବଣିଆ-ଡଗରପଡା ରାସ୍ତାର ଦିଘିତେନ୍ତୁଳି ଗ୍ରାମ ନିକଟରେ ନିର୍ମାଣାଧୀନ ଥିବା...

ବାତ୍ୟା ପ୍ରଭାବରେ ସୋରରେ କ୍ଷତି

ସୋର, ୨୨ା୫(ଡି.ଏନ.ଏ.)-ବାତ୍ୟା ଅମ୍ଫନ୍‌ ପ୍ରଭାବରେ ସୋରରେ ବ୍ୟାପକ କ୍ଷତି ଘଟିଛି। ସୋର ବ୍ଲକ ମାଣିପୁର ପଞ୍ଚାୟତ ଖୁଣ୍ଟାପାଟଣା ଗ୍ରାମରେ ଥିବା ସଂରକ୍ଷିତ ଜଙ୍ଗଲରେ ବଡ଼ ବଡ଼...

Leave a comment

Your email address will not be published. Required fields are marked *