ଗ୍ଲାସେ ଉଷୁମ ପାଣିରୁ ଆରମ୍ଭ ହୁଏ ଐଶ୍ୱର୍ଯ୍ୟାଙ୍କ ଦିନ

ନୀଳନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ସୌନ୍ଦର୍ଯ୍ୟତାର ରାଜ୍‌ ସମ୍ପର୍କରେ ଜାଣିବାକୁ ଫ୍ୟାନ୍‌ମାନଙ୍କର ଇଚ୍ଛା ଥାଏ। ତେବେ ଆସନ୍ତୁ ଜାଣିବା ଫିଟ୍‌ ରହିବା ପାଇଁ ଐଶ୍ୱର୍ଯ୍ୟା କ’ଣ ସବୁ କରିଥାନ୍ତି।
ତାଙ୍କର ସକାଳ ଆରମ୍ଭ ହୁଏ ଲେମ୍ବୁ ଏବଂ ଗ୍ଲାସେ ଉଷୁମ ପାଣିରୁ। ସକାଳ ଜଳଖିଆ ଖାଇବାକୁ ସେ ଆଦୌ ଭୁଲନ୍ତି ନାହିଁ। ଜଳଖିଆରେ ବ୍ରାଉନ୍‌ ବ୍ରେଡ୍‌ ଟୋଷ୍ଟ ସାମିଲ କରିଥାନ୍ତି। କେବେ କେବେ ଓଟ୍‌ସ ବି ଖାଇଥାନ୍ତି। ଏଥିରେ ଫାଇବରର ମାତ୍ରା ଅଧିକ ଥାଏ। ତେଣୁ ସ୍ବାସ୍ଥ୍ୟ ଭଲ ରହିଥାଏ। ଲଞ୍ଚ୍‌ରେ ଭାତ, ଡାଲି, ଏବଂ ସବୁଜ ପନିପରିବାରେ ପ୍ରସ୍ତୁତ ତରକାରୀ ଖାଇଥାନ୍ତି।

ରାତିରେ ହାଲୁକା ଖାଦ୍ୟ ଖାଇବାକୁ ସେ ପସନ୍ଦ କରନ୍ତି। କାରଣ ପାଚନ ପ୍ରକ୍ରିୟା ସହଜ ହୋଇଥାଏ। ରାତିରେ ବେଳେବେଳେ ବ୍ରାଉନ୍‌ ରାଇସ୍‌ ଏବଂ ମାଛ ଖାଇଥାନ୍ତି। ୨୪ ଘଣ୍ଟା ଭିତରେ ସେ କିଛି କିଛି ଫଳ ଆହାର କରିଥାନ୍ତି। ଜଙ୍କ୍‌ଫୁଡ୍‌ ଆଦୌ ଗ୍ରହଣ କରନ୍ତି ନାହିଁ। ଦିନକୁ ୮ ଗ୍ଲାସ ପାଣି ପିଇଥାନ୍ତି।

ଏକ ସାକ୍ଷାତକାରରେ ଐଶ୍ୱର୍ଯ୍ୟା କହିଛନ୍ତି, ପ୍ରତିଦିନ ସେ ଜିମ୍‌ ଯାଆନ୍ତିନାହିଁ। ସପ୍ତାହରେ ଦିନେ ଦୁଇଦିନ ଯାଇଥାନ୍ତି। ଏହା ବ୍ୟତୀତ ସେ ଯୋଗ କରିଥାନ୍ତି। ସେ କୁହନ୍ତି, ଯୋଗ କରିବା ଦ୍ୱାରା ମନ ଫୂର୍ତ୍ତି ରହିବା ସହ ଶରୀର ଶକ୍ତିଶାଳୀ ହୋଇଥାଏ। ସେ ୪୫ ମିନିଟ୍‌ ଯୋଗ କରିଥାନ୍ତି। ସକାଳେ ଜଗିଂ ବି କରିଥାନ୍ତି।


All Right Reserved By Dharitri.Com

୩୯ରେ ରିୟା ସେନ : ବିବାହ ପୂର୍ବରୁ ଗର୍ଭବତୀ ଥିବା ନେଇ ହୋଇଥିଲା ଚର୍ଚ୍ଚା

ମୁମ୍ବାଇ: ବଲିଉଡ୍‌ର ଚୁଲ୍‌ବୁଲି ଅଭିନେତ୍ରୀ ସୁନ୍ଦରୀ ରିୟା ସେନ୍‌ ଶୁକ୍ରବାର ୩୯ ବର୍ଷରେ ପଦାର୍ପଣ କରିଛନ୍ତି । ସେ ୧୯୮୧ ଜାନୁୟାରୀ ୨୪ରେ କୋଲକତାଠାରେ ଜନ୍ମଗ୍ରହଣ...

୨୦୧୯ର ଚର୍ଚ୍ଚିତ ଷ୍ଟାରକିଡ୍‌: ତାଲିକାରେ ତୈମୁର, ଇନାୟା, ସୁହାନା, ଅନନ୍ୟା….

ବମ୍ବେ: ବଲିଉଡ୍‌ର ଷ୍ଟାରକିଡ୍‌ମାନେ ନିଜ ନିଜ ମା’ବାପାଙ୍କଠାରୁ ଚର୍ଚ୍ଚିତ ହେବାରେ କମ୍‌ ନୁହନ୍ତି। ସେଥିପାଇଁ ତ ସେ ସୈଫ୍‌-କରିନାଙ୍କ ତୈମୁର ହୁଅନ୍ତୁ ଅଥବା ଶାହିଦ-ମୀରାଙ୍କ ମିଶା,...

ପୂର୍ବ ପ୍ରେମିକ ହାର୍ଦ୍ଦିକଙ୍କ ସହ ସମ୍ପର୍କକୁ ନେଇ ଅଡ଼ୁଆରେ ଉର୍ବଶୀ, କହିଲେ ‘ମୋ ଛବିକୁ ଖରାପ କରା ନ ଯାଉ’

ମୁମ୍ବାଇ: ବଲିଉଡ ଅଭିନେତ୍ରୀଙ୍କ ସହ ଭାରତୀୟ କ୍ରିକେଟ ଖେଳାଳିଙ୍କ ନାମ ଯୋଡ଼ା ଯିବା ସାଧାରଣ କଥା। ମାତ୍ର ବେଳେବେଳେ ଏହା ଅଭିନେତ୍ରୀମାନଙ୍କ ବ୍ୟକ୍ତିଗତ ଜୀବନକୁ ପ୍ରଭାବିତ...

ମୁଁ ଜନ୍ମରୁ ମୁସଲମାନ, ଆଗକୁ ବି ରହିବି: ନୁଶରତ୍‌ ଜହାଁ

କୋଲକତା, ୪।୭: ପଶ୍ଚିମବଙ୍ଗର ବସିରହାଟରୁ ନବନିର୍ବାଚିତ ତୃଣମୂଳ ସାଂସଦ ନୁଶରତ୍‌ ଜହାଁ ନିକଟରେ କୋଲକାତାର ଜଣେ ବ୍ୟବସାୟୀ ନିଖିଲ ଜୈନଙ୍କୁ ବିବାହ କରିଥିଲେ। ବିହାହ ପରେ...

ପିଲାଙ୍କୁ ନିଜ ଫିଲ୍ମ ଦେଖିବାକୁ ମନାକଲେ ଇମ୍ରାନ୍‌ ହାସ୍‌ମୀ

ମୁମ୍ବାଇ: ବଲିଉଡ୍‌ ଅଭିନେତା ଇମ୍ରାନ୍‌ ହାସ୍‌ମୀ ଆଜିକାଲି ଏକଦମ୍‌ ବ୍ୟସ୍ତ ଅଛନ୍ତି। ନିଜ ଅପ୍‌କମିଂ ଫିଲ୍ମ ‘ଦ ବଡି’ର ପ୍ରମୋଶନରେ ଲାଗିପଡ଼ିଛନ୍ତି ଇମ୍ରାନ୍‌। ଏହି ପରିପ୍ରେକ୍ଷୀରେ...

ଓ୍ବାଘା ବର୍ଡରରେ ସୋନାଲି

ମୁମ୍ବାଇ: ଏଥର ନୂଆବର୍ଷକୁ କିଏ କେତେ ଢଙ୍ଗରେ ପାଳନ କରିଛନ୍ତି। ବିଶେଷ ଭାବେ ବଲିଉଡ୍‌ ସେଲିବ୍ରିଟିମାନେ ଭିନ୍ନ ଭିନ୍ନ ସ୍ଥାନରେ ଯାଇ ନୂଆବର୍ଷ ପାଳନ କରିଥିବାର...

ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଏହି ସୁନ୍ଦରୀ ଏମ୍‌ପି

ଚଳିତବର୍ଷ ସାଧାରଣ ନିର୍ବାଚନ ରଣାଙ୍ଗନରେ ବାଜି ମାରି ନେଇଥିବା ଜଣେ ଅଭିନେତ୍ରୀ ଏବେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଅଭିନେତ୍ରୀରୁ ରାଜନେତ୍ରୀ ପାଲଟିଥିବା ସୁନ୍ଦରୀ...

‘ବାଲା’ ଦେଖି ପୁଅ ଆଙ୍କିଲେ ଆୟୁଷ୍ମାନଙ୍କ ସ୍କେଚ୍‌, ତାହିରା କଲେ ଶେୟାର

ବମ୍ବେ: ଦର୍ଶକମାନଙ୍କୁ ଗୋଟିଏ ପରେ ଗୋଟିଏ ହିଟ୍‌ ଫିଲ୍ମ ଦେଇ ଚାଲିଛନ୍ତି ବଲିଉଡ୍‌ ଅଭିନେତା ଆୟୁଷ୍ମାନ ଖୁରାନ୍ନା। ଏହି କ୍ରମରେ ‘ବାଲା’ ସପ୍ତମ ହିଟ୍‌ ସାବ୍ୟସ୍ତ...

Leave a comment

Your email address will not be published. Required fields are marked *