ହାଟପଡ଼ିଆରୁ ଯୁବକଙ୍କ ମୃତଦେହ ଉଦ୍ଧାର

କେନ୍ଦୁଝର,୯।୯ (ସ୍ବ.ପ୍ର.): କେନ୍ଦୁଝର ଜିଲା ହରିଚନ୍ଦନପୁର ଥାନାଠାରୁ ପ୍ରାୟ ଶହେ ମିଟର ଦୂରରେ ଥିବା ହାଟପଡ଼ିଆରୁ ସୋମବାର ସକାଳେ ଯୁବକଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ସେ ହେଲେ ଶରତ ମୁଣ୍ଡା(୩୦)। ତାଙ୍କ ଘର ଭଅଁରପୁର ପଞ୍ଚାୟତ ମଧ୍ୟପୁର ଗ୍ରାମରେ ବୋଲି ଜଣାପଡ଼ିଛି।
ଶରତ ରବିବାର କୌଣସି କାମରେ ହରିଚନ୍ଦନପୁର ଯାଇଥିଲେ। ତେବେ ଦେହ ଅସୁସ୍ଥ ହୋଇପଡ଼ିବାରୁ ସେ ହାଟପଡିଆରେ ବିଶ୍ରାମ ନେଇଥିଲେ। ସେଠାରେ ତାଙ୍କର ରକ୍ତବାନ୍ତି ହୋଇଥିଲା। ପରେ ହୃଦଘାତ୍‌ରେ ତାଙ୍କର ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି । ହାଟପଡ଼ିଆରେ ଯୁବକଙ୍କ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଯୁବକଙ୍କ ପକେଟରୁ ମୋବାଇଲ ଫୋନ୍‌ ବାହାରକରି ପରିବାର ଲୋକଙ୍କୁ ଜଣାଇଥିଲା। ପରିବାର ଲୋକଙ୍କ କହିବା ଅନୁସାରେ, ଗତ କିଛି ଦିନ ହେବ ତାଙ୍କ ଦେହ ଅସୁସ୍ଥ ଥିଲା। ପୋଲିସ ମୃତଦେହ ଜବତକରି ବ୍ୟବଚ୍ଛେଦ ନିମନ୍ତେ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।


All Right Reserved By Dharitri.Com

ମାସ୍କ ବାଣ୍ଟିଲା ନେହେରୁ ଯୁବକେନ୍ଦ୍ର

ବରଗଡ଼ ଅଫିସ୍‌,୨୧।୪: ବରଗଡ଼ ଜିଲା ବରପାଲି ବ୍ଲକ କୁଶନପୁରୀ ଗ୍ରାମରେ କ୍ରୀଡ଼ା ଓ ଯୁବ ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରୁଥିବା ବରଗଡ଼ର ନେହେରୁ ଯୁବକେନ୍ଦ୍ର ତରଫରୁ...

ଜେଲରେ ନୂଆ କଏଦୀଙ୍କ ପାଇଁ କ୍ୱାରାଣ୍ଟାଇନ ଓ୍ବାର୍ଡ

ସମ୍ବଲପୁର,୧୩।୪(ବ୍ୟୁରୋ)-କରୋନା ସଂକ୍ରମଣ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ରାଜ୍ୟ ଓ ଦେଶ ବାହାରୁ ଆସିଥିବା ଲୋକଙ୍କୁ କ୍ବାରାନଣ୍ଟାଇନରେ ରଖିବାକୁ ବ୍ୟବସ୍ଥା କରାଯାଉଛି। ଏହାସହ ଅନେକ ଲୋକଙ୍କୁ...

ଲକ୍‌ ଡାଉନ ନିୟମ ଉଲ୍ଲଂଘନ, ୨ ଦୋକାନ ସିଲ୍‌ କଲା ପ୍ରଶାସନ

ବରଗଡ଼ ଅଫିସ୍‌,୨୨।୪: ଘାତକ କରୋନା(କୋଭିଡ୍‌-୧୯) ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଲକ୍‌ ଡାଉନ୍‌ କଟକଣା ଲାଗୁ ହୋଇଛି । ଏଥିରୁ କେବଳ ଅତ୍ୟାବଶ୍ୟକୀୟ ସାମଗ୍ରୀ...

୩ ଶିଶୁ ଶ୍ରମିକ ଉଦ୍ଧାର

କୋରେଇ,୧୨।୮(ସ୍ବ.ପ୍ର.):  ପରୀ ୩ କାର୍ଯ୍ୟକ୍ରମ ମାଧ୍ୟମରେ କୋରେଇ ପୋଲିସ ରବିବାର ୩ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରି ଜିଲା ଶିଶୁ ମଙ୍ଗଳ ଅଧିକାରୀଙ୍କୁ ହସ୍ତାନ୍ତର କରିଛି।...

୩ଦିନ ହେଲା ପାଣିଆସୁନି, ଟ୍ୟାଙ୍କର ଯୋଗେ ପାଣି ଯୋଗାଇଲେ ସରପଞ୍ଚ

ଗଞ୍ଜାମ,୧ା୫(ଡି.ଏନ୍‌.ଏ.)- ଲକ୍‌ଡାଉନ୍‌ ବେଳେ ପାନୀୟଜଳ ସମସ୍ୟା ଗଞ୍ଜାମ ବ୍ଲକ ପାଣିବନ୍ଧ ପଞ୍ଚାୟତବାସୀଙ୍କ ସମସ୍ୟାକୁ ଦ୍ୱିଗୁଣିତ କରିଛି। ପଞ୍ଚାୟତର ସୂର୍ଯ୍ୟନାରାୟଣପୁର ଓ ଲକ୍ଷ୍ମୀନାରାୟଣପୁର ଗ୍ରାମରେ ୩ ଦିନ...

ସଖୀ କେନ୍ଦ୍ର ଉଦ୍‌ଘାଟିତ: ନିର୍ଯାତିତା ମହିଳା, ଯୁବତୀଙ୍କୁ ଯୋଗାଇ ଦିଆଯିବ ସୁବିଧା

ଭଦ୍ରକ ଅଫିସ,୨।୧୦: ଭଦ୍ରକ ଜିଲାପାଳଙ୍କ ପୁରୁଣା କାର୍ଯ୍ୟାଳୟ ନିକଟରେ ବୁଧବାର ସଖୀ କେନ୍ଦ୍ର ଉଦ୍‌ଘାଟିତ ହୋଇଛି। ଏହି କେନ୍ଦ୍ର ମାଧ୍ୟମରେ ନିର୍ଯାତିତା ମହିଳା ଓ ଯୁବତୀମାନଙ୍କୁ...

ସେଣ୍ଟ୍ରାଲ ଚର୍ଚ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୧ ଲକ୍ଷ ଟଙ୍କା ସହାୟତା

ବଲାଙ୍ଗୀର ଅଫିସ, ୧୭ା୪- କରୋନା ଭାଇରସ ସଂକ୍ରମଣର ମୁକାବିଲା କରିବା ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡିଛନ୍ତି । କରୋନା ଲଢ଼େଇକୁ ମଜବୁତ କରିବା ପାଇଁ...

ଅଚଳାବସ୍ଥାରେ ୱାଟର ଏଟିଏମ୍‌

ବ୍ରହ୍ମପୁର ଅଫିସ,୧୬ା୩: ଆଗକୁ ଆସୁଛି ଗ୍ରୀଷ୍ମ ଋତୁ। ବ୍ରହ୍ମପୁର ମହାନଗରବାସୀ ଓ ବାହାରୁ ସହରକୁ ଆସୁଥିବା ଜନସାଧାରଣଙ୍କ ପାଇଁ ବିଶୁଦ୍ଧ ଜଳ ଯୋଗାଣ ନିମନ୍ତେ ମହାନଗର ନିଗମ...

Leave a comment

Your email address will not be published. Required fields are marked *