Posted inUncategorized

ବରିଷ୍ଠ ସାମ୍ବାଦିକ ଦିଲୀପଙ୍କ ବିୟୋଗରେ ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ

ଭୁବନେଶ୍ୱର,୯।୯(ବ୍ୟୁରୋ) : ବରିଷ୍ଠ ସାମ୍ବାଦିକ ଦିଲୀପ ଶତପଥୀଙ୍କ ରବିବାର ବିଳମ୍ବିତ ରାତିରେ ହୃଦ୍‌୍‌ଘାତରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୬ ବର୍ଷ ବୟସ ହୋଇଥିଲା। ତାଙ୍କ ବିୟୋଗରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଥିବା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଶୋକ ପ୍ରକାଶ କରିଛନ୍ତି। ରାଜନୈତିକ ବିଶ୍ଲେଷଣ କ୍ଷେତ୍ରରେ ଦିଲୀପଙ୍କ ସ୍ବତନ୍ତ୍ର ସ୍ଥାନ ଥିଲା ବୋଲି ଧର୍ମେନ୍ଦ୍ର କହିଛନ୍ତି। ସେହିପରି ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଶୋକ ପ୍ରକାଶ କରିବା ସହ ଦିଲୀପଙ୍କ ବିୟୋଗ ସାମ୍ବାଦିକତା କ୍ଷେତ୍ରରେ ଏକ ଅପୂରଣୀୟ କ୍ଷତି ବୋଲି କହିଛନ୍ତି । ଗତ ଅଶି ଦଶକରେ ସେ ଓଡ଼ିଆ ଖବରକାଗଜରୁ ନିଜ ସାମ୍ବାଦିକତା ଜୀବନ ଆରମ୍ଭ କରିଥିଲେ। ପରେ ସେ ୧୯୯୩ରେ ବିଜନେସ୍‌ ଷ୍ଟାଣ୍ଡାର୍ଡରେ ଯୋଗଦେଇଥିଲେ। ରକ୍ତକର୍କଟ ରୋଗରେ ପୀଡ଼ିତ ଦିଲୀପ ରବିବାର ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା । ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ବିଭିନ୍ନ ଖବରକାଗଜରେ ନିୟମିତ ବ୍ୟବସାୟ, ଶିଳ୍ପ, ବାଣିଜ୍ୟ ସମ୍ପର୍କିତ ସ୍ତମ୍ଭ ଲେଖିବା ସହ ଟେଲିଭିଜନରେ ମଧ୍ୟ ବଭିନ୍ନ ଆଲୋଚନାରେ ସେ ଭାଗ ନେଉଥିଲେ।


All Right Reserved By Dharitri.Com

Posted inUncategorized View All

ବିବାହ କଲେ ପ୍ରଥମ ଟ୍ରାନ୍ସଜେଣ୍ଡର ଖବରଦାତା

ଥିରୁଭାନନ୍ଥପୁରମ,୨୬।୧: କେରଳର ପ୍ରଥମ ଟ୍ରାନ୍ସଜେଣ୍ଡର ଖବରଦାତା ହେଇଦି ସାଦିୟା ବିବାହ କରିଛନ୍ତି। ଏର୍ନାକୁଲମରେ ଅଥର୍ବ ମୋହନଙ୍କୁ ସେ ରବିବାର ବିବାହ କରିଥିବା ଜଣାପଡିଛି। ସ୍ପେଶାଲ ମ୍ୟାରେଜ୍‌...

କରତାରପୁର କରିଡର ଉଦ୍‌ଘାଟନ ପାଇଁ ପହଞ୍ଚିଲେ ମୋଦି

ଇସ୍‌ଲାମାବାଦ,୯।୧୧: ଶିଖ ସମ୍ପ୍ରଦାୟର ବହୁବର୍ଷ ଧରି ଥିବା ସ୍ବପ୍ନ ଏବେ ପୁରଣ ହୋଇଛି। ପାକିିସ୍ତାନର ନାରୋଓ୍ବାଲ ଜିଲା କରତାରପୁରଠାରେ ଅବସ୍ଥିତ ଗୁରୁଦ୍ୱାର ଦରବାର ସାହିବ ଯିବାପାଇଁ...

ଚନ୍ଦ୍ରୟାନ-୨ ବିକ୍ରମ ଲ୍ୟାଣ୍ଡର ଉଭାନ୍‌

ଓ୍ବାଶିଂଟନ: ଭାରତର ବହୁ ପ୍ରତୀକ୍ଷିତ ଚନ୍ଦ୍ରୟାନ-୨ ବିକ୍ରମ ଲ୍ୟାଣ୍ଡରର ପତ୍ତା ମିଳୁନାହିଁ। ବହୁ ପ୍ରୟାସ ସତ୍ତ୍ୱେ ନାସା ଫେଲ୍‌ ମାରିଛି। ଏହାର ଫଟୋ ଉଠାଇବା ଲାଗି...

ମହାଦେଇଯୋଡ଼ା ରାଣୀ ଜମି ହଡ଼ପ ଉଦ୍ୟମ: ଜବରଦଖଲ ଉଚ୍ଛେଦ କଲେ ଗ୍ରାମବାସୀ

ରାଇସୁଆଁ,୯।୧(ଡି.ଏନ୍‌.ଏ.): କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ମହାଦେଇଯୋଡ଼ା ପଞ୍ଚାୟତ ମହାଦେଇଯୋଡ଼ା ଗ୍ରାମରେ ପୂର୍ବ ପୁରୁଷରୁ ଥିବା ୩ଶହ ଏକର ରାଣୀ ଜମିକୁ ଗ୍ରାମର କିଛି ନ୍ୟସ୍ତସ୍ବାର୍ଥ...

ପାଲଘର ବିସ୍ଫୋରଣ: ମୃତକଙ୍କୁ ୫ଲକ୍ଷ ଟଙ୍କା ଦେବେ ସରକାର

ପାଲଘର,୧୨।୧: ମହାରାଷ୍ଟ୍ର ପାଲଘର ଜିଲା ତାରାପୁରରେ ଶନିବାର ଏକ ରାସାୟନିକ କାରଖାନାରେ ବିସ୍ଫୋରଣ ଘଟି ୭ଜଣଙ୍କ ମୃତ୍ୟୁ ହୋଇଥିଲା। ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ୫ ଲକ୍ଷ...

ଶୁକ୍ରବାରଠାରୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି

ଭୁବନେଶ୍ୱର,୨୬।୯(ବ୍ୟୁରୋ)- ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶୁକ୍ରବାର ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଗୋପାଳପୁରସ୍ଥିତ ଗୋଳାବନ୍ଧଠାରେ ଥିବା ଆର୍ମି ଏୟାର ଡିଫେନ୍ସ କଲେଜର ୨୫ ବର୍ଷ...

Leave a comment

Your email address will not be published. Required fields are marked *