ହିମେଶଙ୍କ ପରେ ଏବେ ରାନୁଙ୍କୁ ସୁଯୋଗ ଦେଲେ ରାକ୍ଷୀ

ବଲିଉଡ୍‌ ଅଭିନେତ୍ରୀ ରାକ୍ଷୀ ସାଓ୍ବନ୍ତ ନିଜ ବିବାହକୁ ନେଇ ଏବେ ଖୁବ୍‌ ଚର୍ଚ୍ଚାରେ। ନିକଟରେ ତାଙ୍କ ବିବାହ ଶେଷ ହୋଇଥିବା ସେ ସୋସିଆଲ ମିଡିଆରେ କହିସାରିଛନ୍ତି। ସ୍ବାମୀ ଜଣେ ଅଣଭାରତୀୟ ହୋଇଥିବା ବେଳେ ତାଙ୍କ ନାମ ରିତେଶ। ଏହି ନିକଟରେ ରାକ୍ଷୀଙ୍କ ଏକ ଗୀତ ‘ଛପ୍ପନ ଛୁରୀ’ ରିଲିଜ୍‌ ହୋଇଛି। ଯାହାର ପ୍ରମୋଶନରେ ସେ କୌଣସି ସୁଯୋଗକୁ ହାତଛଡ଼ା କରି ନାହାନ୍ତି। ତେବେ ଏହି ନିକଟରେ ରାକ୍ଷୀ ରାନୁ ମଣ୍ଡଳଙ୍କୁ ଏକ ବଡ଼ ଅଫର ଦେଇଛନ୍ତି। ରାକ୍ଷୀ ରାନୁଙ୍କ ସ୍ବରର ପ୍ରଶଂସା କରିବା ସହ ତାଙ୍କୁ ଏକ ଗୀତ ‘ଛପ୍ପନ ଛୁରୀ’ର ରିମେକ୍‌ରେ ଗୀତ ଗାଇବାକୁ ସୁଯୋଗ ଦେଇଛନ୍ତି। ରାନୁଙ୍କ ପରି ଜଣେ ପ୍ରତିଭାଶାଳୀ ଗାୟିକାଙ୍କୁ ସୁଯୋଗ ଦେଉଥିବାରୁ ଏପରି ଇଣ୍ଡଷ୍ଟ୍ରି ସହ ଜଡିତ ହୋଇ ମୁଁ ବହୁତ ଖୁସି ବୋଲି ରାକ୍ଷୀ କହିଛନ୍ତି। ଏଥିସହ ସେ ହିମେଶ ରେଶମିୟାଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି। ପଞ୍ଚିମ ବଙ୍ଗଳା ରେଳଷ୍ଟେଶନରେ ଲତା ମଙ୍ଗେସକରଙ୍କ ଏକ ଗୀତ ଗାଇ ରାତାରାତି ଚର୍ଚ୍ଚାକୁ ଆସି ସଫଳତା ପାଇଥିବା ରାନୁଙ୍କ ଭାଗ୍ୟ ବଦଳିଯାଇଛି ।


All Right Reserved By Dharitri.Com

ପୁଣି ଦୀପିକା ମା’ ହେବାକୁ ଯାଉଥିବା ନେଇ ଚର୍ଚ୍ଚା

ମୁମ୍ବାଇ: ପୁଣି ଦୀପିକା ମା’ ହେବାକୁ ଯାଉଥିବା ନେଇ ଚର୍ଚ୍ଚା। ଚଳିତ ବର୍ଷ ଆଇଫା ଆଓ୍ବାର୍ଡସ୍‌ରେ ଦୀପିକା ପର୍ପଲ(ବାଇଗେଣୀ) ରଙ୍ଗର ଏକ ଗାଉନ୍‌ ପିନ୍ଧିଥିଲେ। ନିଜ...

କ୍ୟାଟ୍ରିନାଙ୍କୁ ଶ୍ରମିକ କହିଲେ ହ୍ରିତିକ

ମୁମ୍ବାଇ: ବଲିଉଡ୍‌ର ସେକ୍ସି କୁଇନ୍‌ କ୍ୟାଟ୍ରିନା କୈଫଙ୍କୁ ଅଭିନେତା ହ୍ରିତିକ ରୋଶନ ଶ୍ରମିକ କହିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। କିନ୍ତୁ ସେ କାହିଁକି କ୍ୟାଟ୍ରିନାଙ୍କୁ...

ଅମିତାଭଙ୍କ ଅନୁରୋଧରେ ହିନ୍ଦୀ ଫିଲ୍ମ ଦେଖିଥିଲେ ମୋଦି

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ତାଙ୍କର ୬୯ ତମ ଜନ୍ମ ଦିନ ପାଳନ କରୁଥିବା ବେଳେ ସବୁଆଡୁ ତାଙ୍କ ନିକଟକୁ ଛୁଟିଛି ଶୁଭେଚ୍ଛାର ସୁଅ।...

ମନେ ମନେ ମନ ଖୋଜୁଥିଲା

ଏକ ଭିନ୍ନ ଧରଣର ପ୍ରେମ କାହାଣୀକୁ ଆଧାର କରି ନିର୍ମିତ ହେବାକୁ ଯାଉଛି ନୂଆ ଓଡ଼ିଆ ସିନେମା ‘ମନେ ମନେ ମନ ଖୋଜୁଥିଲା।’ କାହାଣୀ ଅନୁସାରେ...

‘କବିର ସିଂହ’ର ‘ଶିବା’ ଚରିତ୍ର ଆଣିଦେଇଛି ସଫଳତା, ଚର୍ଚ୍ଚାରେ ସୋହମ୍‌

ମୁମ୍ବାଇ: ଚଳଚ୍ଚିତ୍ରର କାହାଣୀ ସାଙ୍ଗକୁ ନାୟିକା-ନାୟକଙ୍କ ଅଭିନୟ ଦର୍ଶକଙ୍କ ମନରେ ଗଭୀର ଛାପ ଛାଡ଼ିଥାଏ। ଏଥିରୁ ଫିଲ୍ମଟି କେତେ ସଫଳ ତାହା ବାରି ହୋଇପଡେ। ଏମାନଙ୍କୁ...

ମାତ୍ର ୫୧ ଟଙ୍କା

ବଲିଉଡ୍‌ର ହି-ମ୍ୟାନ୍‌ ଭାବରେ କିଏ ପରିଚିତ ତାହା କହିବା ବାହୁଲ୍ୟ। ସେ ହେଲେ ଧର୍ମେନ୍ଦ୍ର। ତାଙ୍କର ‘କୁତେ କମିନେ’ ଡାଏଲଗ୍‌ ଏବେ ମଧ୍ୟ ସିନେପ୍ରେମୀଙ୍କ ମଧ୍ୟରେ...

ସଫଳତା ସାଉଁଟୁଛି ‘ଜୋକର’

ମୁମ୍ବାଇ: ଗାନ୍ଧୀ ଜୟନ୍ତୀ ଅବସରରେ ସିନେମା ଘରେ ମୁକ୍ତିଲାଭ କରିଥିବା ହଲିଉଡ୍‌ ଫିଲ୍ମ ‘ଜୋକର’ ମଧ୍ୟ ବକ୍ସ ଅଫିସ୍‌ରେ ଜବରଦସ୍ତ କଲେକ୍ସନ କରିଛି। ତୋଡ୍‌ ଫିଲିପ୍ସ...

ଗର୍ଲଫ୍ରେଣ୍ଡ୍‌ଙ୍କ ଜନ୍ମଦିନରେ ସଲମାନ ଉପହାର ଦେଲେ ହୀରା ମୁଦି

ବଲିଉଡ ଭାଇଜାନ୍‌ ସଲମାନ ଖାନଙ୍କ ତଥାକଥିତ ଗର୍ଲଫ୍ରେଣ୍ଡ୍‌ ଲୁଲିଆ ଭନ୍ତୁର ନିକଟରେ ନିଜ ଜନ୍ମଦିନ ପାଳନ କରିଛନ୍ତି। ମା’ ସଲମାଙ୍କ କଥା ମାନି ସେ ଏହି...

Leave a comment

Your email address will not be published. Required fields are marked *