Posted inଖେଳ

ନାଡାଲଙ୍କ ୧୯ତମ ଗ୍ରାଣ୍ଡସ୍ଲାମ ଟାଇଟଲ

ନ୍ୟୁୟର୍କ,୯।୯(ଏପି): ସ୍ପାନିଶ ଟେନିସ କିମ୍ବଦନ୍ତୀ ରାଫାଲ ନାଡାଲ ରବିବାର କ୍ୟାରିୟରର ୧୯ତମ ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କରିଛନ୍ତି। ଏଠାରେ ଚାଲିଥିବା ୟୁଏସ୍‌ ଓପନ ଫାଇନାଲରେ ଡାନିଏଲ ମେଦ୍‌ଭେଦେଭଙ୍କୁ ହରାଇ ଏହି ସଫଳତା ପାଇଛନ୍ତି। ୫ ସେଟ୍‌ ବିଶିଷ୍ଟ ଫାଇନାଲରେ ନାଡାଲ ଏକଦା ୨-୦ରେ ଆଗୁଆ ଥିଲେ। ଏହାସତ୍ତ୍ୱେ ନାଡାଲଙ୍କୁ କ୍ୟାରିୟରର ୫ମ ୟୁଏସ୍‌ ଓପନ ଟାଇଟଲ ହାତେଇବା ପାଇଁ ୫ମ ସେଟ୍‌ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିଥିଲା। ଦ୍ୱିତୀୟ ସିଡ୍‌ ନାଡାଲ ୭-୫, ୬-୩, ୫-୭, ୪-୬, ୬-୪ ସେଟ୍‌ ଫାଇନାଲ ମ୍ୟାଚ୍‌ ଜିତିଛନ୍ତି। ବିଜୟ ଲାଗି ତାଙ୍କୁ ୪ ଘଣ୍ଟା ୫୦ ମିନିଟ୍‌ ଲାଗିଥିଲା। ୩୨ ବର୍ଷୀୟ ନାଡାଲ ପୁରୁଷ ସିଙ୍ଗଲ୍ସ ବର୍ଗରେ ସର୍ବକାଳୀନ ରେକର୍ଡର ନିକଟତର ହୋଇଛନ୍ତି। ଏବେ ରୋଜର ଫେଡରର ସର୍ବାଧିକ ୨୦ ଗ୍ରାଣ୍ଡସ୍ଲାମ ଟାଇଟଲ ସହ ଶୀର୍ଷରେ ରହିଛନ୍ତି। ନାଡାଲ ଏପର୍ଯ୍ୟନ୍ତ ୧୨ ଫ୍ରେଞ୍ଚ ଓପନ, ଦୁଇ ଓ୍ବିମ୍ବେଲଡନ ଓ ଗୋଟିଏ ଅଷ୍ଟ୍ରେଲିଆନ ଓପନ ଜିତିସାରିଛନ୍ତି।


All Right Reserved By Dharitri.Com

Posted inଖେଳ View All

ଦୁଲୀପ ଟ୍ରଫି ଫାଇନାଲ: ଇଶ୍ୱରଙ୍କ ଶତକ, ଦୃଢ଼ ସ୍ଥିତିରେ ଇଣ୍ଡିଆ ରେଡ୍‌

ବେଙ୍ଗାଲୁରୁ,୬।୯(ପି.ଟି.): ବେଙ୍ଗଲ ଡାହାଣହାତୀ ବ୍ୟାଟ୍ସମ୍ୟାନ ଅଭିମନ୍ୟୁ ଈଶ୍ୱରନଙ୍କ ଦମ୍‌ଦାର ଶତକ ସହାୟତାରେ ଇଣ୍ଡିଆ ଗ୍ରୀନ୍‌ ବିପକ୍ଷ ଦୁଲୀପ ଟ୍ରଫି ଫାଇନାଲ ମ୍ୟାଚ୍‌ରେ ଇଣ୍ଡିଆ ରେଡ୍‌ ତା’ର...

ସ୍ପିନର ରୂପେ ପଦାର୍ପଣ କରିଥିଲେ, କିନ୍ତୁ ଏବେ ନଂ ୧ ଟେଷ୍ଟ ବ୍ୟାଟ୍ସମ୍ୟାନ

ଷ୍ଟିଭ ସ୍ମିଥଙ୍କ ନାମ ପ୍ରାୟତଃ କ୍ରିକେଟ ପ୍ରଶଂସକମାନେ ଶୁଣିଥିବେ। କିନ୍ତୁ ତାଙ୍କ ଅତୀତ ବିଷୟରେ ଖୁବ କମ୍‌ଙ୍କୁ ଜଣା। ୨୦୧୦ ସିଜନରେ ମେଲବୋର୍ନଠାରେ ପାକିସ୍ତାନ ବିପକ୍ଷରେ...

ସୁଲତାନ ଜୋହର କପ୍‌ ହକି: ଲଢ଼େଇ କରି ହାରିଲା ଭାରତ

ଜୋହର ବାହରୁ, ୧୬।୧୦-ସୁଲତାନ ଜୋହର କପ୍‌ ଜୁନିୟର ହକି ଟୁର୍ନାମେଣ୍ଟର ମଙ୍ଗଳବାର ଅନୁଷ୍ଠିତ ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଭାରତ ୩-୪ ଗୋଲରେ ଜାପାନଠାରୁ ହାରି ଯାଇଛି।...

ରାଜ୍ୟ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ ଆରମ୍ଭ

ଭୁବନେଶ୍ୱର, ୨୯।୮ (ସ୍ପୋଟର୍‌ସ ବ୍ୟୁରୋ)-ଓଡ଼ିଶା ଷ୍ଟେଟ୍‌ ବ୍ୟାଡ୍‌ମିଣ୍ଟନ ଆସୋସିଏଶନ (ଓଏସ୍‌ବିଏ) ଓ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗର ମିଳିତ ଆନୁକୂଲ୍ୟରେ ରାଜ୍ୟ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌...

ଇଂଲଣ୍ଡ କୋଚିଂ ଷ୍ଟାଫ୍‌ରେ ଟ୍ରେସ୍କୋଥିକ

ଲଣ୍ଡନ, ୨୪।୭ (ପି.ଟି.): ଅଗଷ୍ଟ ୧ରୁ ଆରମ୍ଭ ହେବାକୁ ଥିବା ଐତିହାସିକ ଆଶେସ ସିରିଜ ଲାଗି ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ ମାର୍କସ ଟ୍ରେସ୍କୋଥିକଙ୍କୁ ଇଂଲଣ୍ଡ ଦଳର...

ଗୋଆ ଠାରୁ ହାରି ଓଡ଼ିଶା ବିଦା

କଟକ ଅଫିସ,୧୩ା୬- ଅଲ୍‌ ଇଣ୍ଡିଆ ଫୁଟବଲ ଫେଡେରେଶେନ(ଏଆଇଏଫ୍‌ଏଫ) ଆନୁକୂଲ୍ୟରେ କଟକରେ ଚାଲିଥିବା ସବ୍‌ଜୁନିୟର ବାଳିକା ଜାତୀୟ ଫୁଟବଲ ଚାମ୍ପିୟନଶିପରୁ ଘରୋଇ ଓଡ଼ିଶା ଦଳ ବିଦାୟ ନେଇଛି।...

ମହିଳା ଫିଫା ବିଶ୍ୱକପ୍‌:ଫାଇନାଲରେ ଡିଫେଣ୍ଡିଂ ଚାମ୍ପିୟନ ଆମେରିକା

ଲିଓନ,୩।୭(ଏଏଫ୍‌ପି)- ଆଲେକ୍ସ ମୋର୍ଗାନଙ୍କ ଗୋଲ ବଳରେ ଡିଫେଣ୍ଡିଂ ଚାମ୍ପିୟନ ଆମେରିକା ଚଳିତ ମହିଳା ଫିଫା ବିଶ୍ୱକପ୍‌ ଫାଇନାଲରେ ସ୍ଥାନ ପକ୍କା କରିଛି। ସେମିଫାଇନାଲରେ ଆମେରିକା ୨-୧...

‘ବିରାଟ କୋହଲି ଜନ୍ମ ହୋଇ ନ ଥିବାବେଳେ ବି ଭାରତ ମ୍ୟାଚ୍‌ ଜିତୁଥିଲା’

କୋଲକାତା, ୨୫।୧୧: ଭାରତୀୟ ଅଧିନାୟକ ବିରାଟ କୋହଲି ଯେତେବେଳେ ଜନ୍ମ ହୋଇ ନ ଥିଲେ ସେତେବେ ବି ଭାରତ ମ୍ୟାଚ୍‌ ଜିତୁଥିଲା ବୋଲି ଲିଟିଲ୍‌ମାଷ୍ଟର ସୁନୀଲ...

Leave a comment

Your email address will not be published. Required fields are marked *