Posted inଜାତୀୟ

ଦିନ ଦ୍ୱିପ୍ରହରରେ ଭାଜପା ନେତାଙ୍କୁ ହତ୍ୟା

ହାପୁଡ,୯।୯: ଉତ୍ତର ପ୍ରଦେଶର କାନୁନ ବ୍ୟବସ୍ଥାକୁ ନେଇ ପୁଣି ଥରେ ଉଠିଛି ପ୍ରଶ୍ନବାଚୀ। କାରଣ ଏଠାରେ ଦିନ ଦ୍ୱିପ୍ରହରରେ ଜଣେ ଭାଜପା ନେତାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ରାକେଶ ଶର୍ମା ନାମକ ଏହି ଭାଜପା ନେତାଙ୍କୁ ଦୁର୍ବୁତ୍ତମାନେ ହାପୁଡଠାରେ ଥିବା ଏକ ପୋଲିସ ଷ୍ଟେଶନ ନିକଟରୁ ମାତ୍ର କିଛି ମିଟର ଦୂରରେ ହତ୍ୟା କରିଥିବା ସୂଚନା ମିଳଛି। ମିଳିଥିବା ସୂଚନା ଅନୁଯାୟୀ, ସକାଳୁ ରାକେଶ ନିକଟରେ ଥିବା ଏକ ସ୍କୁଲକୁ ପାଠପଢାଇବାକୁ ଯାଉଥିବା ସମୟରେ କେହି ଦୁର୍ବୁତ୍ତ ତାଙ୍କୁ ହଠାତ୍‌ ଗୁଳି କରିଥିଲେ। ଏହାପରେ ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିବା ସହ ରାକେଶଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏବେ ଅଭିଯୁକ୍ତ ଫେରାର ଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।


All Right Reserved By Dharitri.Com

ପେନସନ୍‌ ପାଇଁ ଯାଇଥିବା ବରିଷ୍ଠ ନାଗରିକଙ୍କୁ ମିଳିଲା ଡେଥ୍‌ ସାର୍ଟିଫିକେଟ

ଲକ୍ଷ୍ନୌ,୧୨।୯: ଉତ୍ତରପ୍ରଦେଶର ବଦାୟୁ ଜିଲା ଗ୍ରାମପଞ୍ଚାୟତ ସଚିବ ୭ ଜଣ ପେନସନଧାରୀଙ୍କୁ ମୃତ ଘୋଷିତ କରିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଭେରିଫିକେଶନ ସମୟରେ ଏଭଳି...

ଯେଉଁଠି ଲୋକେ ମ।ତା ସୀତାଙ୍କୁ ରାବଣର ଝିଅ ମାନନ୍ତି

କେଲଂ :ଭାରତରେ ଧର୍ମଶାସ୍ତ୍ରରେ ଯାହା ମାନ୍ୟତା ରହିଛି ତା’ର ବ୍ୟତିକ୍ରମ ପରିଲକ୍ଷିତ ହୁଏ ବିଭିନ୍ନ ସ୍ଥାନରେ। ରାମାୟଣକୁ ନେଇ ଏମିତି ଏକ ଭିନ୍ନ ମାନ୍ୟତା ରହିଛି...

ପଶ୍ଚିମବଙ୍ଗ ହିଂସା: ସ୍ଥିତି ପରଖିବାକୁ ପହଞ୍ଚିଲେ ଭାଜପାର ୩ ଜଣିଆ ଟିମ୍‌

କୋଲକାତା,୨୨।୬: ପଶ୍ଚିମବଙ୍ଗରେ ରାଜନୈତିକ ହିଂସା ଚରମ ସୀମାରେ ପହଞ୍ଚିଛି। ଏବେ ଏଠାକାର ସ୍ଥିତି ପରଖିବା ଲାଗି ଶନିବାର ଭାଜପାର ଏକ ୩ ଜଣିଆ ପ୍ରତିନିଧି ମଣ୍ଡଳ...

କର୍ନାଟକ ସରକାରଙ୍କ ବରଖାସ୍ତ ଦାବିକଲା କଂଗ୍ରେସ

ବେଙ୍ଗାଲୁରୁ,୩ା୧୧(ପି.ଟି.): କର୍ନାଟକରେ ବିଦ୍ରୋହୀ କଂଗ୍ରେସ-ଜେଡିଏସ୍‌ ବିଧାୟକମାନଙ୍କୁ ଅଯୋଗ୍ୟ ଘୋଷଣା କରାଯିବା ପଛରେ ଭାଜପା କେନ୍ଦ୍ରୀୟ ନେତୃତ୍ୱ ସମ୍ପୃକ୍ତ ଥିଲେ ବୋଲି ମୁଖ୍ୟମନ୍ତ୍ରୀ ବି.ଏସ୍‌. ୟେଦୁରପ୍ପା କହିଥିବାର...

ସିଦ୍ଧିବିନାୟକଙ୍କୁ ପୂଜାର୍ଚ୍ଚନା କଲେ ଅମିତ ଶାହ

ମୁମ୍ବାଇ,୨।୯: ମାୟାନଗରୀ ମୁମ୍ବାଇରେ ଧୂମଧାମରେ ପାଳନ କରାଯାଉଛି ଗଣେଶ ଚତୁର୍ଥୀ। ଏହି ଅବସରରେ ମୁମ୍ବାଇର ପ୍ରସିଦ୍ଧ ସିଦ୍ଧିବିନାୟକ ମନ୍ଦିରରେ ଭକ୍ତଙ୍କ ଭିଡ ଜମିଛି। ସ୍ବରାଷ୍ଟ୍ର ମନ୍ତ୍ରୀ...

ସତ ହେଲା ବାଜପେୟୀଙ୍କ ଭବିଷ୍ୟବାଣୀ

ନୂଆଦିଲ୍ଲୀ,୨୭।୫: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତଃ ଅଟଳ ବିହାରୀ ବାଜପେୟୀଙ୍କ ଭବିଷ୍ୟବାଣୀ ଏବେ ସତ ହୋଇଥିବା ଆଲୋଚନା ହେଉଛି। ପାଖାପାଖି ଦୁଇ ଦଶକ ପରେ ଏହା...

ରାଷ୍ଟ୍ରପତି ଶାସନ ଲାଗୁ ହେବା ସତ୍ତ୍ୱେ: ସରକାର ଗଠନ ଉଦ୍ୟମ ଜାରି

ମୁମ୍ବାଇ,୧୩ା୧୧(ଆଇଏଏନ୍‌ଏସ୍‌): ମହାରାଷ୍ଟ୍ରରେ ମଙ୍ଗଳବାର ରାଷ୍ଟ୍ରପତି ଶାସନ ଜାରି କରାଯିବା ପରେ ସବୁ ରାଜନୈତିକ ଦଳ ବିସ୍ମିତ ହେବା ସତ୍ତ୍ୱେ ସରକାର ଗଠନ ପ୍ରକ୍ରିୟାରୁ ଓହରିନାହାନ୍ତି। ରାଜ୍ୟପାଳ...

ବିହାରରେ ଭାଙ୍ଗିଲା ମେଣ୍ଟ: ଏକାକି ନିର୍ବାଚନ ଲଢ଼ିବ ‘ହମ୍‌ ପାର୍ଟି’

ପାଟନା,୮।୧୧: ବିଧାନସଭା ନିର୍ବାଚନ ପୂର୍ବରୁ ବିହାରରେ ହୋଇଥିବା ମେଣ୍ଟରେ ଫାଟ ସୃଷ୍ଟି ହୋଇଛି। ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୀତନ ରାମ ମାଝୀଙ୍କ ଦଳ ‘ହମ୍‌’, କଂଗ୍ରେସ...

Leave a comment

Your email address will not be published. Required fields are marked *