ବିବାଦୀୟ ଟୁଇଟ୍‌ ଡିଲିଟ୍‌ କଲେ ବିବେକ

ମୁମ୍ବାଇ,୨୧।୫: ବିଲିଉଡ୍‌ ଅଭିନେତା ବିବେକ ଓବରଏ ଟୁଇଟର୍‌ରେ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଏକ ବିବାଦୀୟ ଫଟୋ ପୋଷ୍ଟ କରି ଆସିଥିଲେ ବିବାଦକୁ। ହେଲେ ମଙ୍ଗଳବାର ସେ ଏହି ଟୁଇଟ୍‌କୁ ଡିଲିଟ୍‌ କରିବା ସହ କ୍ଷମା ମାଗିଛନ୍ତି। ସୂଚନାଯୋଗ୍ୟ, ସେମାବାର ବିବେକ ଟୁଇଟର୍‌ରେ ୩ଟି ଫଟୋକୁ ଏକାଠି କରି ଗୋଟିଏ ଫଟୋ ପୋଷ୍ଟ କରିଥିଲେ। ଯେଉଁଥିରେ ଐଶ୍ୱର୍ଯ୍ୟାଙ୍କ ସହ ନିଜେ ବିବେକ, ତାଙ୍କ ସ୍ବାମୀ ଅଭିଷେକ, ଝିଅ ଆରାଧ୍ୟା ଓ ସୁପରଷ୍ଟାର ସଲମାନଙ୍କୁ ଦେଖିବାକୁ ମିଳିଥିଲା। ସଲମାନ-ଐଶ୍ୱର୍ଯ୍ୟାଙ୍କ ରିଲେସନଶିପକୁ ନେଇ ‘ଓପନିୟନ୍‌ ପୋଲ’, ବିବେକ-ଐଶ୍ୱର୍ଯ୍ୟାଙ୍କ ଆଫେୟାର୍ସକୁ ନେଇ ‘ଏକ୍‌ଜିଟ୍‌ ପୋଲ୍‌’ ଓ ଅଭିଷେକ-ଆରାଧ୍ୟା-ଐଶ୍ୱର୍ଯ୍ୟାଙ୍କୁ ନେଇ ‘ଫାଇନାଲ ରିଜଲ୍ଟ’ ବୋଲି ଲେଖାଯାଇଥିଲା। ଯାହାକୁ ନେଇ ବିବାଦ ମୁଣ୍ଡ ଟେକିଥିଲା। ଏହାପରେ ନ୍ୟାଶନାଲ କମିଶନ ଫର୍‌ ଓମେନ୍‌(ଏନ୍‌ସିଡବ୍ଲୁ) ବିବେକଙକୁ ଏକ ନୋଟିସ ଜାରିକରି ଏହାର କାରଣ ଦର୍ଶାଇବାକୁ କହିଥିଲେ।


All Right Reserved By Dharitri.Com

ଆତଙ୍କବାଦ ନିରୋଧୀ ବିଲ୍‌ ଲୋକ ସଭାରେ ଗୃହୀତ

ନୂଆଦିଲ୍ଲୀ,୨୫ା୭(ପି.ଟି.): ବିରୋଧୀ ଦଳ ସଦସ୍ୟମାନଙ୍କ ହୋହଲ୍ଲା ଓ କକ୍ଷତ୍ୟାଗ ମଧ୍ୟରେ ଆତଙ୍କବାଦ ନିରୋଧୀ (ସଂଶୋଧନ) ବିଲ୍‌ ବୁଧବାର ଲୋକ ସଭାରେ ଗୃହୀତ ହୋଇଯାଇଛି। ଏହି ବିଲ୍‌...

ମଲାଇକା-ଅର୍ଜୁନଙ୍କ ପାଇଁ ସଲମାନଙ୍କ ସହ ଖରାପ ହେଲା ସମ୍ପର୍କ: ବୋନି!

ମୁମ୍ବାଇ: ବଲିଉଡ୍‌ ଭାଇଜାନ ସଲମାନ ଖାଁଙ୍କର ଅନ୍ୟମାନଙ୍କ ସହ ଥିବା ସମ୍ପର୍କ ବେଳେ ବେଳେ ଆସେ ଚର୍ଚ୍ଚାକୁ। ଏବେ ବୋନି କପୁରଙ୍କ ସହ ତାଙ୍କ ସମ୍ପର୍କକୁ...

ଉଚ୍ଛେଦ ହେବନି ୩୭୧

ଇଟାନଗର,୨୧।୨(ପି.ଟି.):ଉତ୍ତର-ପୂର୍ବାଞ୍ଚଳକୁ ସ୍ବତନ୍ତ୍ର କ୍ଷମତା ପ୍ରଦାନକାରୀ ସମ୍ବିଧାନର ଅନୁଚ୍ଛେଦ ୩୭୧କୁ ହଟାଯିବ ନାହିଁ। ଏହାକୁ ଉଚ୍ଛେଦ କରିବା ପାଇଁ କେନ୍ଦ୍ର ସରକାରଙ୍କ କୌଣସି ଉଦ୍ଦେଶ୍ୟ ନାହିଁ। ଅନୁଚ୍ଛେଦ...

କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ଲକ୍ଷ ଲକ୍ଷ ପଦବୀ ଖାଲି

ନୂଆଦିଲ୍ଲୀ,୨୩।୧: ଦେଶରେ ବେକାରଙ୍କ ସଂଖ୍ୟା ଦିନ କୁ ଦିନ ବଢ଼ି ଚାଲିଛି। ଚାକିରି ପାଇଁ ଆଶାୟୀଙ୍କ ମଧ୍ୟରେ ହାହାକାର ଦେଖାଦେଇଛି। ତେବେ କେନ୍ଦ୍ର ସରକାରଙ୍କ ବିଭିନ୍ନ...

ଜେଲରୁ ମୁକୁଳିବା ପରେ ପୋଲିସଙ୍କୁ ମିଠା ବାଣ୍ଟିଲେ ଭାଜପା ବିଧାୟକ

ଇନ୍ଦୋର,୩୦।୬: ଭାଜପା ବିଧାୟକ ଆକାଶ ବିଜୟଭର୍ଗିୟ ରବିବାର ଜେଲରୁ ମୁକୁଳିଛନ୍ତି। ଏହାପରେ ତାଙ୍କୁ କର୍ମୀମାନେ ଫୁଲମାଳ ଦେଇ ପାଛୋଟି ନେଇଯାଇଥିବା ଦେଖିବାକୁ ମିଳିଥିଲା। କେବଳ ସେତିକି...

ରାତିରେ ଶୋଇ ପାରିଲେନି ଚିନ୍ମୟାନନ୍ଦ

ଶାହାଜହାନପୁର,୨୧।୯: ଏକ ବଳାତ୍କାର ମାମଲାରେ ସ୍ବାମୀ ଚିନ୍ମୟାନନ୍ଦ ଶୁକ୍ରବାର ଜେଲ୍‌ରେ ପ୍ରଥମ ରାତି କାଟିଛନ୍ତି। ଜଣେ ଆଇନ ଛାତ୍ରୀଙ୍କ ଅଭିଯୋଗ କ୍ରମେ ଶୁକ୍ରବାର ତାଙ୍କୁ ଗିରଫ...

ଦିଲ୍ଲୀ ଲଢ଼େଇ ଘମାଘୋଟ

ନୂଆଦିଲ୍ଲୀ,୫ା୨: ଦିଲ୍ଲୀ ବିଧାନସଭା ନିର୍ବାଚନକୁ ଆଉ ମାତ୍ର ୪ ଦିନ ବାକି ଥିବାବେଳେ ଶାସକ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ଏବଂ ଭାଜପା ମୁହାଁମୁହିଁ ହୋଇଛନ୍ତି।...

ଝିଅ ପଢିବାକୁ ଚାହୁଁଥିବାରୁ ତାଙ୍କୁ ପିଟିପିଟି କେନାଲରେ ଫୋପାଡିଦେଲେ ପିତା

ଲକ୍ଷ୍ନୌ, ୧୬।୫: ଉତ୍ତର ପ୍ରଦେଶର ଶାହଜାହଁପୁର ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ୧୫ବର୍ଷୀୟ ଝିଅ ପାଠପଢା ଜାରି ରଖିବାକୁ କହିବାରୁ ତାଙ୍କୁ ପିଟିପିଟି କେନାଲରେ...

Leave a comment

Your email address will not be published. Required fields are marked *