Posted inଜାତୀୟ

ଓ୍ବାଶିଂଟନ ପୋଷ୍ଟ ବିରୋଧରେ କଶ୍ମୀରୀ ପଣ୍ଡିତଙ୍କ ବିକ୍ଷୋଭ

ଓ୍ବାଶିଂଟନ,୯ା୯(ପି.ଟି.): ଆମେରିକା ଗଣମାଧ୍ୟମ ଓ୍ବାଶିଂଟନ ପୋଷ୍ଟ ଜମ୍ମୁ-କଶ୍ମୀର ସମ୍ପର୍କରେ ଏକପାଖିଆ ଖବର ଛାପୁଥିବାରୁ ଏହାର ପ୍ରତିବାଦରେ କଶ୍ମୀରୀ ପଣ୍ଡିତମାନେ ଶନିବାର ଏହାର କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଗ୍ଲୋବାଲ କଶ୍ମୀରୀ ପଣ୍ଡିତ ଡାଏସପୋରା ପକ୍ଷରୁ ଏହି ବିକ୍ଷୋଭର ଆୟୋଜନ କରାଯାଇଥିଲା। ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନ କରୁଥିବା ସମ୍ବିଧାନର ଅନୁଚ୍ଛେଦ ୩୭୦କୁ ଭାରତ ସରକାର ଉଚ୍ଛେଦ କରିବା ପରେ ଆମେରିକାର ଏହି ଖବରକାଗଜ କ୍ରମାଗତ ଭାବେ ଏକପାଖିଆ ଏବଂ ପକ୍ଷପାତମୂଳକ ଖବର ପ୍ରସାରଣ କରିଆସୁଥିବା ସେମାନେ ଅଭିଯୋଗ କରିଥିଲେ। ଏଭଳି ଖବର ଛାପିବା ଦ୍ୱାରା କଶ୍ମୀର ଆଇନଶୃଙ୍ଖଳା ପରିସ୍ଥିତିରେ ଉନ୍ନତି ଆସିବ ନାହିଁ ବୋଲି ସେମାନେ ସ୍ମାରକପତ୍ରରେ ଉଲ୍ଲେଖ କରିଛନ୍ତି। ତେବେ ଅଭିଯୋଗକୁ ଓ୍ବାଶିଂଟନ ପୋଷ୍ଟ ପକ୍ଷରୁ ଖଣ୍ଡନ କରାଯାଇଛି। ସେମାନେ ଛାପିଥିବା ଖବର ସମ୍ପୂର୍ଣ୍ଣ ସତ୍ୟ ଓ ଠିକ୍‌ ବୋଲି ଦାବି କରିଛନ୍ତି।


All Right Reserved By Dharitri.Com

‘ଇଭିଏମ୍‌ ସଂଖ୍ୟାରେ ଅମେଳ ହେଲେ ସବୁ ଭିଭିପିଏଟି ସ୍ଲିପ୍‌ ଗଣାଯାଉ’

ନୂଆଦିଲ୍ଲୀ,୨୧।୫(ପି.ଟି.): ଇଭିଏମ୍‌ ବିଶ୍ୱସନୀୟତାର ପ୍ରମାଣ ଲାଗି ପ୍ରତି ବିଧାନସଭା ନିର୍ବାଚନ ମଣ୍ଡଳୀର ୫ଟି ବୁଥ୍‌ର ଇଭିଏମ୍‌ ସଂଖ୍ୟା ସହ ଭିଭିପିଏଟି ସ୍ଲିପ୍‌ ଗଣନା କରିବା ଲାଗି ବ୍ୟବସ୍ଥା...

ପ୍ରେମରେ ବାଧା ଦେବାରୁ ପ୍ରେମିକ ସହ ମିଶି ପିତାଙ୍କୁ ହତ୍ୟା କଲେ ୧୫ବର୍ଷର ଝିଅ

ବେଙ୍ଗାଲୁରୁ, ୨୦।୮: କର୍ନାଟକ ରାଜଧାନୀ ବେଙ୍ଗାଲୁରୁରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମରେ ବାଧା ଦେବାରୁ ୧୯ ବର୍ଷ ପ୍ରେମିକ ସହ ମିଶି ପିତାଙ୍କୁ ହତ୍ୟା...

ରାଜ୍ୟ ସଭା ଅଧ୍ୟକ୍ଷଙ୍କୁ ୧୭ ବିରୋଧୀ ଦଳର ଚିଠି : ବିନା ଯାଞ୍ଚରେ ଗୃହୀତ ହେଉଛି ବିଲ୍‌

ନୂଆଦିଲ୍ଲୀ,୨୭ା୭(ପି.ଟି.): ପାର୍ଲାମେଣ୍ଟରେ ସରକାର ତରବରିଆ ଭାବେ ବିଲ୍‌ ଗୃହୀତ କରାଇ ନେଉଥିବାରୁ ଏହା ଉପରେ ଚିନ୍ତା ପ୍ରକଟ କରି ୧୭ଟି ବିରୋଧୀ ଦଳ ରାଜ୍ୟ ସଭା...

କମିଲା ଭାଜପାର ବିଜୟ ବ୍ୟବଧାନ:ହରିୟାଣାରେ ଅଟକିଲା ବିଜୟ ରଥ

ନୂଆଦିଲ୍ଲୀ,୨୫-୧୦(ପି.ଟି.):ସାଧାରଣ ନିର୍ବାଚନରେ ହରିୟାଣାର ସମସ୍ତ ୧୦ ଲୋକ ସଭା ଆସନ ଅକ୍ତିଆର କରିବାର ୫ ମାସ ପରେ ଭାଜପାକୁ ଲାଗିଛି ଝଟକା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

କରତାରପୁର କରିଡର ଉଦ୍‌ଘାଟନ କରି ନିଜକୁ ଭାଗ୍ୟବାନ ବୋଲି କହିଲେ ମୋଦି

ନୂଆଦିଲ୍ଲୀ,୯।୧୧: ଶେଷରେ ଶିଖ ସମ୍ପ୍ରଦାୟର ବହୁ ବର୍ଷର ଆଶା ପୂରଣ ହୋଇଛି। ୫୫୦ ପ୍ରକାଶ ପର୍ବ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ଐତିହାସିକ କରତାରପୁର...

ବଦଳିଲେ ୬ଟି ରାଜ୍ୟର ରାଜ୍ୟପାଳ: ଉତ୍ତରପ୍ରଦେଶର ରାମ ନାଇକଙ୍କ ବଦଳରେ ଆନନ୍ଦୀବେନ ପଟେଲ

ନୂଆଦିଲ୍ଲୀ,୨୦।୭: କେନ୍ଦ୍ର ସରକାରଙ୍କ ସହମତିରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ୬ଟି ରାଜ୍ୟର ରାଜ୍ୟପାଳଙ୍କୁ ନିଯୁକ୍ତ କରିଛନ୍ତି। ଏଥିରେ ସବୁଠାରୁ ଆଗରେ ରହିଛନ୍ତି ମଧ୍ୟପ୍ରଦେଶର ରାଜ୍ୟପାଳ ଆନନ୍ଦୀବେନ...

ଜମ୍ମୁ-କଶ୍ମୀରରେ ରାଷ୍ଟ୍ରପତି ଶାସନ ୬ ମାସ ବଢ଼ିଲା

ନୂଆଦିଲ୍ଲୀ,୧୩ା୬: ଜମ୍ମୁ-କଶ୍ମୀରରେ ରାଷ୍ଟ୍ରପତି ଶାସନ ଆଉ ୬ ମାସ ବଢ଼ାଇବା ଲାଗି କେନ୍ଦ୍ର କ୍ୟାବିନେଟ ବୁଧବାର ନିଷ୍ପତ୍ତି ନେଇଛି। ଏହା ଜୁନ୍‌ ୨୦ରୁ ଆରମ୍ଭ ହେବାକୁ...

ଅସଦାଚରଣରୁ ସୁରକ୍ଷା ପାଇଁ ଛାତ୍ରୀଛାତ୍ର ସପ୍ତାହରେ ୩ଦିନ ଅଲଗା ଅଲଗା ଯିବେ ସ୍କୁଲ

ମାଲଦା,୩।୭: ଛାତ୍ରୀଙ୍କ ଉପରେ ହେଉଥିବା ଅସଦାଚରଣ ଘଟଣା କମ୍‌ କରାଇବା ପାଇଁ କୋଲକତାର ଏକ ସରକାରୀ ସ୍କୁଲରେ ଛାତ୍ରୀଛାତ୍ରମାନଙ୍କୁ ଭିନ୍ନ ଭିନ୍ନ ଦିିନ ସ୍କୁଲ ଆସିବା...

Leave a comment

Your email address will not be published. Required fields are marked *