ଥମୁନି ଟ୍ରାଫିକ କଡ଼ା ନିୟମ ବିବାଦ

ଭୁବନେଶ୍ୱର,୯ା୯(ବ୍ୟୁରୋ) : କେନ୍ଦ୍ର ସରକାରଙ୍କ ନୂଆ ମୋଟର ଯାନ ଆଇନ ଗତ ୧ତାରିଖରୁ କଡ଼ାକଡ଼ି ଭାବେ ରାଜ୍ୟରେ ଲାଗୁ ହୋଇଛି। ପୋଲିସ ଓ ଆରଟିଓ ଯାଞ୍ଚକୁ କଡ଼ାକଡ଼ି କରିବା ସହିତ ୧୦ଗୁଣା ଜରିମାନା ଆଦାୟ କରୁଛନ୍ତି। ଯାହାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଯାହାର ପରିଣାମ ଶନିବାର ରାଜମହଲ ଛକଠାରେ ହୋଇଥିବା ପୋଲିସ ଓ ସାଧାରଣ ଜନତାଙ୍କ ମଧ୍ୟରେ ଦେଖାଦେଇଥିବା ଖଣ୍ଡ ଯୁଦ୍ଧରୁ ସ୍ପଷ୍ଟ ହୋଇଯାଇଛି। ଏଭଳି ପରିସ୍ଥିତିରେ ବିଭିନ୍ନ ରାଜନୈତିକ ଦଳଗୁଡ଼ିକ ମଧ୍ୟ ଏହି ନିୟମକୁ ବିରୋଧ କରିବା ଆରମ୍ଭ କଲେଣି। କେବଳ ବିରୋଧୀ ନୁହନ୍ତି ଶାସକ ଦଳ ନେତା ଓ ମନ୍ତ୍ରୀ ମଧ୍ୟ ଏହି ଆଇନ ବିରୋଧରେ ମତ ଦେଉଛନ୍ତି। ଅନ୍ୟପଟେ ଅତିମାତ୍ରାରେ ଜରିମାନା ଆଦାୟକୁ ନେଇ ସାଧାରଣରେ ପ୍ରତିକ୍ରିୟା ବଢିବାପରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଏହା ଉପରେ ବିଚାର କରାଯାଉଛି ବୋଲି ରବିବାର କହିଛନ୍ତି। ମନ୍ତ୍ରୀ ବେହେରା କହିଛନ୍ତି ଯେ, ଯେଉଁ ନୂଆ ଜରିମାନା ରାଶି ସ୍ଥିରିକୃତ କରାଯାଇଛି ତାଉପରେ ପୁର୍ନବିଚାର କରାଯିବ। କେନ୍ଦ୍ର ପକ୍ଷରୁ ସ୍ଥିର କରାଯାଇଥିବା ଜରିମାନା ରାଶି ପରିମାଣକୁ ରାଜ୍ୟ ସରକାର ଚାହିଁଲେ ବଦଳାଇ ପାରିବେ ବୋଲି ସେ କହିଛନ୍ତି।
କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି, ଓଡ଼ିଶାରେ ନୂଆ ମୋଟର ଯାନ ଆଇନକୁ ତରବରିଆ ଭାବେ ଲାଗୁ କରାଯାଇଛି। ଓଡ଼ିଶା ପୋଲିସର ୯୦ପ୍ରତିଶତ ଗାଡ଼ିର ଲାଇସେନ୍ସ ନ ଥିବାବେଳେ ବହୁ ନେତାଙ୍କ ଗାଡ଼ିର ମଧ୍ୟ କାଗଜପତ୍ର ଠିକ୍‌ ନ ଥିବା ସେ କହିଛନ୍ତି। ବିଜେଡି ବିଧାୟକ ପ୍ରତାପ ଦେବ କହିଛନ୍ତି, ଏହା କେନ୍ଦ୍ରୀୟ ଆଇନ ଅନୁଯାୟୀ କରାଯାଉଛି। ଯେଉଁ ରାଜ୍ୟଗୁଡ଼ିକ ଏହାକୁ ଲାଗୁ କରୁ ନାହାନ୍ତି ସେମାନେ ଆଗକୁ କରିବେ। ଆଇନ ଲାଗୁ କରାଯିବାପରେ ଯାହାସବୁ ଅସୁବିଧା ହେଉଛି ତାହା ସୁଧୁରାଯିବ। ତ୍ରୁଟି ସୁଧାରିବା ସମ୍ପର୍କରେ କେନ୍ଦ୍ର ନିକଟକୁ ସଂଶୋଧନ କରିବା ଲାଗି ପ୍ରସ୍ତାବ ଦେବୁ ବୋଲି ସେ କହିଛନ୍ତି। ଭାଜପା ନେତା ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ଏହି ଆଇନ ଲାଗୁ କରିବା ଆଗରୁ ଆହୁରି ତର୍ଜମା କରିବାର ଆବଶ୍ୟକତା ଥିଲା। ଶୃଙ୍ଖଳିତ ଉଦ୍ୟମ ବାହାନା ଦେଖାଇ ଲୋକମାନଙ୍କୁ ହଇରାଣ କରିବା ଠିକ୍‌ ନୁହେଁ ବୋଲି ପୃଥ୍ବୀରାଜ କହିଛନ୍ତି। ସୂଚନାଯୋଗ୍ୟ ଯେ, କିଛିଦିନ ତଳେ ମନ୍ତ୍ରୀ ସୁଶାନ୍ତ ସିଂହ ଏହି ଫାଇନ ଆଦାୟ ଘଟଣାକୁ ବିରୋଧ କରିଥିଲେ। ଛୋଟ ଗାଡ଼ି ଚଳାଉଥିବା ଆରୋହୀଙ୍କଠାରୁ ଏତେ ମାତ୍ରାରେ ଫାଇନ ଆଦାୟ କରି ସେମାନଙ୍କୁ ଗାଡ଼ି ନ ଚଳାଇବାକୁ ବାଧ୍ୟ କରାଯାଉଛି ବୋଲି ସେ କହିଥିଲେ। ଅନ୍ୟପଟେ ପରିବହନ ବିଭାଗର ଜଣେ ଅଧିକାରୀଙ୍କ କହିବାନୁଯାୟୀ, କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ନୂଆ ମୋଟର ଯାନ ଆଇନରେ ସେପରି କିଛି ରାଜ୍ୟ ସରକାର ଚାହିଁଲେ ପରିବର୍ତ୍ତନ କରିପାରିବେ ନାହିଁ। ନିର୍ଦ୍ଦିଷ୍ଟ କେତୋଟି ନିୟମରେ ଫାଇନ ଅର୍ଥ ହ୍ରାସ କରିହେବ। ସର୍ବନିମ୍ନ ୨ ହଜାର ଏବଂ ସର୍ବାଧିକ ୧୦ହଜାର ଟଙ୍କା ଜରିମାନା ରାଶି ବାବଦରେ ଅର୍ଥ ରାଶି କମାଯାଇ ପାରିବ। ୪ଟି ଫାଇନ ବାବଦରେ ଆଦାୟ କରାଯିବାକୁ ଥିବା ଜରିମାନା ରାଶି ପରିମାଣ କମାଇବା ଉପରେ ବିଚାର କରାଯାଉଥିବା ନେଇ ଅଧିକାରୀଙ୍କ ଠାରୁ ଜଣାପଡିଛି।


All Right Reserved By Dharitri.Com

ମହାଶିବରାତ୍ରି: ଶ୍ରୀ ଲକ୍ଷେଶ୍ୱର ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼

ବାଲିଅନ୍ତା,୨୧।୨(ଡି.ଏନ୍‌.ଏ.): ରାଜଧାନୀ ଉପକଣ୍ଠ ୧୬ନଂ. ଜାତୀୟ ରାଜପଥ ନଖରାସ୍ଥିତ ପ୍ରସିଦ୍ଧ ଶୈବପୀଠ ଶ୍ରୀ ଲକ୍ଷେଶ୍ୱର ମନ୍ଦିରରେ ଜାଗର ଲାଗି ଭକ୍ତଙ୍କ ଭିଡ଼ ଲାଗିଛି। ଶିବରାତ୍ରି ପାଇଁ...

ଆଜି ବସ୍‌ ଚଳାଚଳ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ: ଦାବି ପୂରଣ ନ ହେଲେ ଚାଲିବନି ଗାଡ଼ି

ଭୁବନେଶ୍ୱର, ୪ ।୫(ବ୍ୟୁରୋ): ରାଜ୍ୟରେ ଆଗକୁ ଘରୋଇ ବସ୍‌ ଚଳାଚଳ କେବେ ହେବ ଏବଂ ଏଥିଲାଗି କ’ଣ ସବୁ ନିୟମକାନୁନ ରହିବ ତାକୁ ନେଇ ବିଚାରବିମର୍ଶ...

ବାଲୁକା କଳାରେ ପ୍ଲାଷ୍ଟିକ ବର୍ଜନର ବାର୍ତ୍ତା

ପୁରୀ ଅଫିସ, ୨୫ା୧୨: ପ୍ଲାଷ୍ଟିକ ପ୍ରଦୂଷଣକୁ ନେଇ ସାରା ବିଶ୍ୱବାସୀ ଚିନ୍ତିତ। ପ୍ଲାଷ୍ଟିକ କେବଳ ପରିବେଶକୁ ପ୍ରଦୂଷଣ କରୁଛି ତା’ ନୁହେଁ ମଣିଷ, ପଶୁପକ୍ଷୀ ସମସ୍ତଙ୍କ...

ଭଡ଼ାଟିଆଙ୍କୁ ୬୨ ହଜାର ଛାଡ଼ କଲେ ଘର ମାଲିକ

ଭୁବନେଶ୍ୱର,୧୧ା୪ (ବ୍ୟୁରୋ): ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନକ୍ରମେ ଆଉଜଣେ ଘର ମାଲିକ ବଦାନ୍ୟତା ଦେଖାଇଛନ୍ତି। ସେ ମାସକର ଘର ଭଡ଼ା ବାବଦକୁ ୬୨ ହଜାର ଟଙ୍କା ଛାଡ କରିଛନ୍ତି।...

ଅପରାଧ ସମ୍ପର୍କରେ ସୂଚନା ଦେଲେ ମିଳିବ ପୁରସ୍କାର

ଭୁବନେଶ୍ୱର,୧୪।୩(ବ୍ୟୁରୋ): ରାଜ୍ୟରେ ଥିବା ହାର୍ଡକୋର ଅପରାଧୀ ମାନଙ୍କୁ ସାବାଡ କରିବାକୁ ଏସ୍‌ଟିଏଫ୍‌ ଆରମ୍ଭ କରିଛି ଭିନ୍ନ ପ୍ରୟାସ। ଏଥର ଏସ୍‌ଟିଏଫ୍‌କୁ ଅପରାଧୀ ଏବଂ ଅପରାଧ ସମ୍ପର୍କରେ...

୨୧ରେ ବିଜେପୁର ଲଢ଼େଇ: ଦୁଇ ଦିନ ପ୍ରଚାର କରିବେ ନବୀନ !

ଭୁବନେଶ୍ୱର,୩।୧୦(ବ୍ୟୁରୋ): ବିଜେପୁର ଉପନିର୍ବାଚନ ଲାଗି ରାଜ୍ୟ ରାଜନୀତି ସରଗରମ। ଆସନ୍ତା ୨୧ରେ ଭୋଟ ଗ୍ରହଣ ହେବାକୁ ଘୋଷଣା ହୋଇଥିବା ବେଳେ ଗୁରୁବାର ତିନି ପ୍ରମୁଖ ଦଳ...

ଆସନ୍ତା ୧୯ରେ ପ୍ରତ୍ୟେକ ପଞ୍ଚାୟତରେ ହେବ ସଭା: ଏପ୍ରିଲ ୧ରୁ ମେ ୧୫ ମଧ୍ୟରେ ହିତାଧିକାରୀଙ୍କୁ ମିଳିବ ୪ ମାସର ଭତ୍ତା, ୩ ମାସର ରାଶନ ସାମଗ୍ରୀ

ଭୁବନେଶ୍ୱର,୧୮।୩(ବ୍ୟୁରୋ): ହାଡଫୁଟି ପରି କରୋନା ପାଇଁ କୌଣସି ଔଷଧ ନାହିଁ। ଏହା ଅତ୍ୟନ୍ତ ସଂକ୍ରାମକ ମଧ୍ୟ। ସଂକ୍ରମଣଠାରୁ ନିଜକୁ ଦୂରେଇ ରଖିବା ସବୁଠାରୁ ବଡ଼ ସୁରକ୍ଷା।...

ଅପରାହ୍ନ ୩ଟା ସୁଦ୍ଧା ବିଶ୍ଵରେ ୧୧,୨୧,୯୭୩ ଆକ୍ରାନ୍ତ, ଭାରତରେ ୨,୯୦୨, ଓଡ଼ିଶାରେ ୨୦ ପଜିଟିଭ

ଭୁବନେଶ୍ବର, ୪।୪(ବ୍ୟୁରୋ) : କରୋନା ମହାମାରୀ କବଳରେ ୨୦୫ ଦେଶ ଏବଂ ୨ ଜାହାଜ। ଶୁକ୍ରବାର ସମଗ୍ର ବିଶ୍ଵରେ ୧୦ ଲକ୍ଷ ୧୯ ହଜାର ୩୪୦ଜଣ...

Leave a comment

Your email address will not be published. Required fields are marked *