ଆଧୁନିକତାର ସ୍ପର୍ଶ ଅପେକ୍ଷାରେ କାଠ କଣ୍ଢେଇ

କେନ୍ଦୁଝର, ୯।୯(ସ୍ବ.ପ୍ର.)-କାଠ କଣ୍ଢେଇ ସହ ସେ ବିତାଇଛନ୍ତି ଜୀବନର ଅନେକ ବୟସ। ବୁଝିଛନ୍ତି କାଠ କଣ୍ଢେଇ ମନର କଥା। ଆଧୁନିକତାର ରଙ୍ଗ ମାଖି ପୁରୁଣା କାଠ କଣ୍ଢେଇକୁ ସଜାଇଦେବା ଲାଗି ସେ ତିଆରି କରିଛନ୍ତି ବ୍ଲୁ ପ୍ରିଣ୍ଟ। ହେଲେ ଅର୍ଥାଭାବ ଏଥିରେ ସାଜିଛି ବାଧକ। ଏକଥା କହିଛନ୍ତି, କାଠ କଣ୍ଢେଇ ନୃତ୍ୟକଳାକୁ ବଞ୍ଚାଇ ରଖିବା ଲାଗି ପ୍ରାୟସ ଜାରି ରଖିଥିବା କେନ୍ଦୁଝର ଜିଲାର ବିଶିଷ୍ଟ କଣ୍ଢେଇ ନୃତ୍ୟ ଶିଳ୍ପୀ ମାଗୁଣୀ ଚରଣ କୁଅଁର ।
କଣ୍ଡେଇ ନୃତ୍ୟ ଓଡ଼ିଶାର ଏକ ପ୍ରାଚୀନ କଳା, ଯାହାର ଆଦର ଏବେ ମଧ୍ୟ ରହିଛି। ଆଧୁନିକ ଡିଜିଟାଲ ବା ଟିଭି ଓ ସିନେମା ଯୁଗରେ ପୁରୁଣା ଢଙ୍ଗରେ କଣ୍ଢେଇ ନୃତ୍ୟ ଓ ନାଟକ ପରିବେଷଣ ଆଗଭଳି ଆଉ ଲୋକାଦୃତ ହେଉନାହିଁ। ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ମାଗୁଣୀ ଚରଣ ଏକ କଣ୍ଢେଇ ନାଟ୍ୟଦଳ ଗଠନ କରି ଏହି ନୃତ୍ୟକଳାକୁ ବଞ୍ଚାଇ ରଖିବା ଲାଗି କାର୍ଯ୍ୟ କରୁଛନ୍ତି। ତାଙ୍କ ଦଳରେ ରହିଛନ୍ତି ୧୦ କଳାକାର। ଉପଯୁକ୍ତ ପ୍ରୋତ୍ସାହନ ଅଭାବରୁ ଏହି ସଂସ୍ଥା ମୁଣ୍ଡ ଟେକି ଠିଆହୋଇ ପାରୁ ନାହିଁ। କେବଳ ଯାନିଯାତ୍ରା ଓ ପର୍ବପର୍ବାଣୀ ସମୟରେ କଣ୍ଢେଇ ନୃତ୍ୟ ଓ ନାଟକ ପରିବେଷଣ କରାଯାଉଛି। କାଠ କଣ୍ଢେଇ ନୃତ୍ୟର ସୁରକ୍ଷା ପାଇଁ ଏକ ଏକାଡେମୀର ଆବଶ୍ୟକତା ରହିଛି। ଏହାର କଳାକାର ମାନଙ୍କୁ ଉପଯୁକ୍ତ ପ୍ରୋତ୍ସାହନ ମିଳିବା ଜରୁରୀ। ନଚେତ ଏହି କଳା ସବୁଦିନ ପାଇଁ ଲୋପ ପାଇଯିବ ବୋଲି ସେ କହିଛନ୍ତି।
କେନ୍ଦୁଝରଗଡ ବୈଦରାଜ ସାହିରେ ୧୯୩୭ ମସିହାରେ ଜନ୍ମ ନେଇଥିବା ମାଗୁଣି ଚରଣଙ୍କ କଳା ପ୍ରତିଭା ଦେଖି ସମସ୍ତେ ତାଙ୍କୁ ଶ୍ରଦ୍ଧା, ସମ୍ମାନ ଦିଅନ୍ତି। ଅନେକ ତାଙ୍କୁ ନୁନ୍ଦୁ ଭାଇ ବୋଲି ଡାକନ୍ତି। ୨୦୦୫ରେ ତାଙ୍କୁ ମିଳିଛି କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ଆଓ୍ବାର୍ଡ । ପରବର୍ତ୍ତୀ ସମୟରେ ସେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ ପାଇଛନ୍ତି। ତାଙ୍କ ଜୀବନସାଥୀଙ୍କ ଦେହାନ୍ତ ହେବା ପରଠାରୁ ସେ ପୁଅ ଓ ବୋହୂଙ୍କ ସହ ରହୁଛନ୍ତି। ଓଡ଼ିଶାକୁ କଣ୍ଡେଇ ନୃତ୍ୟ ପାଇଁ ଜାତୀୟ ସ୍ତରରେ ପରିଚିତ କରାଇଥିବା ମାଗୁଣୀ ଏକାଧାରରେ ଜଣେ ନାଟ୍ୟକାର, ନିର୍ଦ୍ଦେଶକ, ଶିଳ୍ପୀ, ଗୀତିକାର, ଗାୟକ ଓ ଭାଷ୍ୟକାର। ସେ ନିଜ ହାତରେ କାଠ କଣ୍ଢେଇ ନିର୍ମାଣ କରନ୍ତି। ସେ ନିଜେ ସାଜସଜ୍ଜା କରିବା ସହ କଣ୍ଢେଇମାନଙ୍କୁ ଧରି ନାଟ୍ୟଓ ନୃତ୍ୟ ପରିବେଷଣ କରନ୍ତି। ବିଭିନ୍ନ ପୁରୁଷ, ମହିଳାଙ୍କ ସଂଳାପ ନିଜେ ପରିବେଷଣ କରିଥାନ୍ତି। ପଶୁପକ୍ଷୀଙ୍କ ଧ୍ୱନି ନିଜେ ସୃଷ୍ଟି କରିଥାନ୍ତି। ବିଭିନ୍ନ ପୌରାଣିକ ତଥା ସାମାଜିକ ବିଷୟବସ୍ତୁକୁ ନେଇ ସେ ନାଟକ ପରିବେଷଣ କରିଥାନ୍ତି। ପରିଣତ ବୟସରେ ସେ ଦେଶର ବିଭିନ୍ନ ରାଜ୍ୟକୁ ଯାଇ ସଙ୍ଗୀତ ନାଟକ ଏକାଡେମୀ ଜରିଆରେ ଏହି କଳା ପ୍ରଦର୍ଶନ କରୁଛନ୍ତି। କଣ୍ଢେଇ ନାଚ ଲାଗି କାଠ ପରିବର୍ତ୍ତେ କାଗଜରେ ବଡ ବଡ କଣ୍ଢେଇ ପ୍ରସ୍ତୁତ କରି ଏହାକୁ ମୋଟର ସହାୟତାରେ ନଚାଇ ନାଟକ ଓ ନୃତ୍ୟକଳା ପରିବେଷଣ କରାଯାଇ ପାରିବ। ଏଥିସକାଶେ ସେ ପ୍ରସ୍ତୁତ କରିଥିବା ବ୍ଲୁ ପ୍ରିଣ୍ଟ ସହାୟକ ହେବ । ଏହାକୁ କାର୍ଯ୍ୟକାରୀ କରିବା ଲାଗି ପ୍ରାୟ ଅଢେଇ ଲକ୍ଷ ଟଙ୍କା ଦରକାର। ଅର୍ଥାଭାବରୁ ତାଙ୍କର ଡ୍ରିମ ପ୍ରୋଜେକ୍ଟ ଅଟକି ରହିଛି। ଏହାସତ୍ତ୍ୱେ ତାଙ୍କ ଲକ୍ଷ୍ୟ ଦିନେ ପୂରଣ ହେବ ବୋଲି ସେ କହିଛନ୍ତି।


All Right Reserved By Dharitri.Com

ବାହ୍ୟଜଗତରୁ ବିଚ୍ଛିନ୍ନ କଳମଗଢ଼ିଆପାହି ଗାଁ

ବାହାନଗା, ୭ା୧୦(ଅରୂପ କୁମାର ଦାସ)-ସମୁଦ୍ର ଉପକୂଳ ଅଞ୍ଚଳରେ କିଭଳି ଦୁର୍ଗମ, ଅବହେଳିତ ଗାଁ ଗଣ୍ଡା ରହିଛି ତାହାର ଏକ ନଜିର କଳମଗଢିଆପାହି ଗାଁ। ବାଲେଶ୍ୱର ଜିଲା...

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ:ସେସୁ କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଜଗତ୍‌ସିଂହପୁର ଅଫିସ,୩୧ା୧୨ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସେସୁ ଜଗତ୍‌ସିଂହପୁର-୨ କନିଷ୍ଠ ଯନ୍ତ୍ରୀ ଦୀପ୍ତି ପ୍ରକାଶ ସ୍ବାଇଁଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି।...

କୋଇଲା ଖନନ ପାଇଁ ଗ୍ରାମ ଉଚ୍ଛେଦକୁ ବିରୋଧ: ହିଙ୍ଗୁଳା ଖଣି ଅଞ୍ଚଳରେ ତୀବ୍ର ଉତ୍ତେଜନା

ତାଳଚେର, ୨୯ା୧୦(ନି.ପ୍ର.)- ଅନୁଗୋଳ ଜିଲା ତାଳଚେରସ୍ଥିତ ଏମ୍‌ସିଏଲ୍‌ର ହିଙ୍ଗୁଳା କୋଇଲା ଖଣି ନିକଟରେ ଥିବା ଭାଲୁଗାଡିଆ ଗ୍ରାମକୁ ମଙ୍ଗଳବାର ଜବରଦସ୍ତ ଉଚ୍ଛେଦ ବେଳେ ତୀବ୍ର ଉତ୍ତେଜନା...

ଚାଳ ଘର ଓ ଗଛରେ ଓହଳୁଛି ମୋବାଇଲ

ହାଟଡିହୀ,୨୮।୧୨(ଡି.ଏନ.ଏ.)-ପ୍ରଧାନମନ୍ତ୍ରୀଙ୍କ ଡିଜିଟାଲ ଇଣ୍ଡିଆ ଯୋଜନା କାର୍ଯ୍ୟକାରୀ ହେବା ସତ୍ତ୍ୱେ ଏବେବି କେନ୍ଦୁଝର ଜିଲାର ବଣପାହାଡ ଘେରା ବହୁ ଅଞ୍ଚଳରେ ଟାୱାର ସେବା ନ ଥିବାରୁ ମୋବାଇଲ...

ଦିବ୍ୟାଙ୍ଗ ଯୁବତୀଙ୍କୁ ସହାୟତା ପ୍ରଦାନ

ଫୁଲବାଣୀ ଅଫିସ, ୫ା୯-ଆତ୍ମନିର୍ଭରଶୀଳ ହେବା ପାଇଁ ଜଣେ ଦିବ୍ୟାଙ୍ଗ ଯୁବତୀଙ୍କ ଅଦମ୍ୟ ସାହସ ଦେଖି ଜିଲାପାଳ ଡା.ବୃନ୍ଦା ଡି. ସହାୟତା ଯୋଗାଇ ଦେଇଛନ୍ତି। ଫୁଲବାଣୀ ସମନ୍ବିତ...

ଛିନ୍‌ତାଇ ବେଳେ ବାଇକ୍‌ରୁ ପଡି ଯୁବତୀ ମୃତ

ଖୋର୍ଦ୍ଧା ଅଫିସ/ ବାଲୁଗାଁ, ୨୪।୮(ଡି.ଏନ.ଏ.): ଖୋର୍ଦ୍ଧା ଜିଲା କୋଲକତା-ମାଡ୍ରାସ ୧୬ ନଂ. ଜାତୀୟ ରାଜପଥର ବାଲୁଗାଁ ଥାନା ନାଭାଲ ଫାଣ୍ଡି ନିକଟ ନୂଆଗଡ ଓଭର ବ୍ରିଜ...

ମାଙ୍କଡ଼ା ପଥର ଟ୍ରକ୍‌ ଜବତ, ଡ୍ରାଇଭର ଗିରଫ

ଧର୍ମଶାଳା,୪ା୧୦(ଡି.ଏନ୍‌.ଏ.)- ଧର୍ମଶାଳା ଥାନା ଅନ୍ତର୍ଗତ ହରିଦାସପୁର ରେଳଷ୍ଟେଶନ ନିକଟରୁ ବେଆଇନ ଭାବେ ପରିବହନ କରୁଥିବା ଏକ ମାଙ୍କଡ଼ା ବୋଝେଇ ଟ୍ରକ୍‌କୁ ପୋଲିସ ଜବତ କରିଛି। ଏଥିସହ...

ହୀରାକୁଦ ଡ୍ୟାମ୍‌: ୧୦ ଗେଟ୍‌ରେ ଜଳ ନିଷ୍କାସନ

ସମ୍ବଲପୁର,୫।୯(ବ୍ୟୁରୋ) : ହୀରାକୁଦ ଡ୍ୟାମରୁ ଗୁରୁବାର ୧୦ ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସନ କରାଯାଉଛି। ବୁଧବାର ଦୁଇଟି ଗେଟ୍‌ ଖୋଲା ଥିଲା। ଗୁରୁବାର ସକାଳୁ ସା...

Leave a comment

Your email address will not be published. Required fields are marked *