ବିଲୁପ୍ତି ପଥେ ବୈତରଣୀ

କେନ୍ଦୁଝର, ୯ା୯(ସ୍ବ.ପ୍ର.)- ‘ବୁଢା ହେଲୁ, କିନ୍ତୁ କିଛି ବର୍ଷ ହେଲା ବୈତରଣୀ ନଦୀ ଏଭଳି ଅବସ୍ଥା ଦେଖି ନ ଥିଲୁ। ଖରା ଦିନରେ ଶୁଖିଲା ପଡୁଥିବା ଏହି ନଦୀ ବର୍ଷାଦିନରେ ମଧ୍ୟ ପାଣି ନାହିଁ। ଏଣୁ ଏଭଳି ଅବସ୍ଥା ଜାରି ରହିଲେ ନଦୀ ଲୁପ୍ତ ହୋଇଯିବ ବୋଲି ବହୁ ବରିଷ୍ଠ ନାଗରିକ ଏଭଳି ମତବ୍ୟକ୍ତ କରୁଛନ୍ତି। ଜିଲାରେ ବ୍ୟାପକ ପ୍ରଦୂଷଣ ଯୋଗୁ ସଙ୍କୁଚିତ ଓ ପୋତି ହୋଇଯାଇଥିବା ବୈତରଣୀ ଏବେ ବର୍ଷାଭାବ ସାଙ୍ଗକୁ କମ୍ପାନୀ ଗୁଡ଼ିକର ପ୍ରଚୁର ଜଳ ଶୋଷଣ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଉପର ମୁଣ୍ଡରେ ବହୁ ପ୍ରତିଷ୍ଠିତ କମ୍ପାନୀ ମାନେ ପାଣି ନେଉଥିବାରୁ ତଳ ମୁଣ୍ଡରେ ଜଳସଙ୍କଟ ଦେଖାଦେଉଛି। ଯଦି ଜଳ ସଂରକ୍ଷଣ କରିବା ସହ ଜଳ ଆବଣ୍ଟନ ବନ୍ଦ ନ କରାଯାଏ ତେବେ ତଳ ମୁଣ୍ଡରେ ନିର୍ମାଣାଧୀନ ଜଳ ବିଦ୍ୟୁତ ଉତ୍ପାଦନ ପ୍ରକଳ୍ପ କାର୍ଯ୍ୟକାରୀ ହେବା ପୂର୍ବରୁ ଜଳାଭାବ ଯୋଗୁ ବନ୍ଦ ହୋଇ ଯିବ ବୋଲି ମତ ପ୍ରକାଶ ପାଉଛି।
ପ୍ରକାଶ ଯେ କେନ୍ଦୁଝର ଜିଲାର ଲାଇଫ ଲାଇନ କୁହାଯାଉଥିବା ବୈତରଣୀ ନଦୀ ଯୋଗୁଁ ଓଡିଶାର କେନ୍ଦୁଝର ସମେତ ପଡୋଶୀ ମୟୂରଭଞ୍ଜ, ଭଦ୍ରକ, ବାଲେଶ୍ୱର, ଯାଜପୁର ଜିଲା ତଥା ଝାଡ଼ଖଣ୍ଡ ରାଜ୍ୟ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ଉପକୃତ ହୋଇଥାନ୍ତି। ଏହାର ପରିପୁଷ୍ଟ ଅଞ୍ଚଳରେ ଥିବା ଶତାଧିକ ଗ୍ରାମର ଲୋକ ମାନେ କୃଷି, ପାନୀୟଜଳ, ମାଛ ଚାଷ ଆଦି କରି ଏଥିରୁ ବଞ୍ଚୁଥିବା ବେଳେ ଏହା ଦ୍ୱାରା ଜଙ୍ଗଲ ଓ ପରିବେଶର ସୁରକ୍ଷା ହେଉଛି। ତେବେ ଗତ କିଛି ବର୍ଷ ହେଲା ଏହି ନଦୀର ଜଳ ସ୍ରୋତ କମିବାକୁ ଲାଗିଥିବାରୁ ଚାଷ ଓ ପାନୀୟ ଜଳ ସମସ୍ୟା ଦେଖାଦେଉଛି। ବ୍ୟାପକ ଜଙ୍ଗଲ କ୍ଷୟ ଯୋଗୁଁ କ୍ଷୟ ହେଉଥିବା ମୃତ୍ତିକା ଏବଂ ନଦୀର ଅବବାହିକା ଅଞ୍ଚଳରେ ଥିବା ଖଣିଖାଦାନ, ଶିଳ୍ପର ବର୍ଜ୍ୟବସ୍ତୁ ସିଧାସଳଖ ନଦୀରେ ପଡୁଥିବାରୁ ପୋତିହୋଇଗଲାଣି ଏବଂ ଜଳ ଜହରରେ ପରିଣତ ହୋଇଯାଇଛି। ଅନ୍ୟପକ୍ଷେ ଜଳ ସଂରକ୍ଷଣ କରିବା ପାଇଁ ୪୦ ବର୍ଷ ତଳେ ପରିକଳ୍ପନା କରାଯାଇଥିବା କାନପୁର ଜଳ ସେଚନ ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇପାରୁନାହିଁ। କିନ୍ତୁ କମ୍ପାନୀଗୁଡ଼ିକୁ ବହୁ ପରିମାଣରେ ଜଳ ଆବଣ୍ଟନ କରିଦିଆଯାଉଥିବାରୁ ଏହି ପୌରାଣିକ ନଦୀ ଲୁପ୍ତ ହେବାକୁ ବସିଛି। ଏଣୁ ନଦୀର ସୁରକ୍ଷା ପାଇଁ ନଦୀ କୂଳରେ ଥିବା ଖଣି ଓ ଶିଳ୍ପ ଉପରେ କଟକଣା ଲଗାଇବା ସହ ନଦୀ ଜଳକୁ ଆବଣ୍ଟନ ନ କରିବାକୁ ପରିବେଶବିତ ମାନେ ଦାବି କରୁଛନ୍ତି। ପ୍ରକାଶ ଯେ ଜିଲାର ବାର୍ଷିକ ହାରାହରି ବୃଷ୍ଟିପାତ ୧୫୩୫ ମିଲିମିଟର ରହିଥିବା ବେଳେ ଏହି ବର୍ଷା ଜଳର ସୁରକ୍ଷା ପାଇଁ କୌଣସି ବ୍ୟବସ୍ଥା ନାହିଁ ା ଏକ ରିପୋର୍ଟ ଅନୁଯାୟୀ ବୈତରଣୀ ନଦୀକୁ ହାରାହାରି ବାର୍ଷିକ ୭୨୯୬ ନିୟୁତ ଘନମିଟର ଜଳ ପ୍ରବାହ କରୁଥିବା କୁହାଯାଉଛି। ତନ୍ମଧ୍ୟରୁ ୧୨୦୬ ନିୟୁତ ଘନ ମିଟର କୃଷିପାଇଁ ବ୍ୟବହାର କରାଯାଉଥିବା ବେଳେ ୧୯ ନିୟୁତ ଘନମିଟର ପାନୀୟ ଜଳ ଭାବରେ ଓ ୪୩୯ ନିୟୁତ ମିଟର ଶିଳ୍ପ ପାଇଁ ବ୍ୟବହାର ହେଉଛି ବୋଲି ବେସରକାରୀ ଭାବେ କୁହାଯାଉଛି। ଏହାର ସୁରକ୍ଷା ପାଇଁ ଏକ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ ହେବା ଆବଶ୍ୟକ ଏବଂ ଏହି ନଦୀକୁ ପ୍ରଦୂଷଣ ମୁକ୍ତ କରିବା ଆବଶ୍ୟକ ବୋଲି ପରିବେଶବିତ ଡକ୍ଟର ବିମ୍ବାଧର ବେହେରା କହିଛନ୍ତି। ବୈତରଣୀ ଅବବାହିକାରେ ଥିବା ପ୍ରାୟ ୬୧୯୨୦ ଏକର ଅଞ୍ଚଳରେ ଖରିଫ ଓ ରବି ଋତୁରେ ଚାଷ ହୋଇଥାଏ। ଏହା ଦ୍ୱାରା ପ୍ରାୟ ୪ କୋଟି ଲୋକ ଉପକୃତ ହେଉଥିବା ଜଣାପଡିଛି। ଏହି ନଦୀ ଅବବାହିକାରେ ପ୍ରାୟ ୪୫ ଖଣି ଥିବା ବେଳେ ବହୁ ଛୋଟବଡ ଶିଳ୍ପ ରହିଥିବା ବେଳେ ଆବର୍ଜନା ପରିଚାଳନା ହେଉନଥିବାରୁ ଜଷ୍ଟିସ ଶାହା କମିଶନ ଉଦ୍‌ବେଗ ପ୍ରକାଶ କରିଥିଲେ।


All Right Reserved By

ସ୍କୁଲ ଖୋଲିଲା, ସରିଲାନି ଛପର ମରାମତି

ବାଲିଆପାଳ, ୨୨ା୬(ଡି.ଏନ.ଏ.)-ସାମୁଦ୍ରିକ ଝଡ ଫନୀ ପ୍ରଭାବରେ ବାଲିଆପାଳ ବ୍ଲକ ବିଷ୍ଣୁପୁର ହାଇସ୍କୁଲର ଛପର ସମ୍ପୂର୍ଣ୍ଣ ଉଡିଯାଇଥିଲା। ଶୁକ୍ରବାର ସ୍କୁଲ ଖୋଲିଥିଲେ ମଧ୍ୟ ଛପର ମରାମତି ହୋଇପାରି...

ବୋରିଂ ହେବାର ବର୍ଷେ ବିତିଲାଣି: ଅଧାରେ ଅଟକିଛି ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ

ବାହାନଗା, ୩।୬(ଅରୂପ କୁମାର ଦାସ)-ବାଲେଶ୍ୱର ଜିଲା ବାହାନଗା ବ୍ଲକ କରଞ୍ଜାବିନ୍ଧା ଗ୍ରାମରେ ଶୁଦ୍ଧ ପାନୀୟଜଳ ଯୋଗାଇ ଦେବା ଲାଗି ପ୍ରଶାସନ ତରଫରୁ ଏକ ବୋରିଂ କରାଯାଇଥିଲା।...

ସାପୁଆରେ ହେବ ସେତୁ

ଢେଙ୍କାନାଳ ଅଫିସ, ୧୪।୯ – ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ରଥିଆପାଳ ଗ୍ରାମ ନିକଟରେ ପ୍ରବାହିତ ସାପୁଆ ନଦୀରେ ବିଜୁ ସେତୁ ଯୋଜନାରେ ଖୁବ୍‌ ଶୀଘ୍ର...

ବ୍ରହ୍ମପୁର ରେଳଷ୍ଟେଶନ ପ୍ରତି ଅବହେଳା ଅଭିଯୋଗ; ଶୀତଳ ଭଣ୍ଡାରରେ ପ୍ରସ୍ତାବିତ ରେଳପଥ

ବ୍ରହ୍ମପୁର ଅଫିସ,୨୨ା୭-ବ୍ରହ୍ମପୁର ଓଡ଼ିଶାର ତୃତୀୟ ବୃହତ୍ତମ ସହର। ତଥାପି ପ୍ରତ୍ୟେକ କ୍ଷେତ୍ରରେ ଏହାକୁ ଅବହେଳା କରାଯାଉଛି। ଗଞ୍ଜାମ, ଫୁଲବାଣୀ, ଗଜପତି ଓ ଆନ୍ଧ୍ରପ୍ରଦେଶର କେତେକ ଅଞ୍ଚଳ...

ପଞ୍ଚଲିଙ୍ଗେଶ୍ୱର ଶୈବପୀଠରେ ‘ସ୍ବଚ୍ଛତା ହିଁ ସେବା’ ଅଭିଯାନ: ଝାଡ଼ୁ ଧରିଲେ କେନ୍ଦ୍ରମନ୍ତ୍ରୀ, ବିଧାୟକ

ସଜନାଗଡ଼,୨୧।୭(ଡି.ଏନ୍‌.ଏ): ବାଲେଶ୍ୱର ଜିଲା ନୀଳଗିରି ପଞ୍ଚଲିଙ୍ଗେଶ୍ୱର ଶୈବପୀଠରେ ରବିବାର ସକାଳେ ‘ସ୍ବଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଜିଲା ଜଳ ଓ ପରିମଳ ମିଶନ...

ଓଡ଼ିଆଙ୍କ କଳାକୃତି ଦକ୍ଷିଣ ଭାରତରେ ଭାଇରାଲ

କେନ୍ଦୁଝର, ୨୮ା୮(ସ୍ବ.ପ୍ର.)-ରୁବିକ୍‌ସ କ୍ୟୁବ୍‌ରେ ପ୍ରସ୍ତୁତ ଦକ୍ଷିଣ ଭାରତ ସୁପର ଷ୍ଟାର ତଥା ବାହୁବଳୀ ସିନେମା ଅଭିନେତା ପ୍ରଭାସଙ୍କ ଚିତ୍ର ଓ ଭିଡିଓ ଦକ୍ଷିଣ ଭାରତରେ ଭାଇରାଲ...

ସର୍ପାଘାତରେ ମହିଳାଙ୍କ ଜୀବନଗଲା, ଡାକ୍ତରଖାନାରେ ଗୁଣିଆଙ୍କ ଝଡ଼ାଫୁଙ୍କା

ଉଦଳା,୧୯।୯(ଡି.ଏନ୍‌.ଏ.) : ମୟୂରଭଞ୍ଜ ଜିଲା ଉଦଳା ଥାନା ଅଧୀନରେ ଥିବା କାଠପାଳ ଗ୍ରାମର ଆରତି ମାଝି(୫୦)ଙ୍କୁ ବୁଧବାର ସର୍ପାଘାତ ହେବାରୁ ପରିବାର ଲୋକେ ଉଦଳା ଡାକ୍ତରଖାନା...

ରାଜପଥ ସମ୍ପ୍ରସାରଣ ବେଳେ ଭୁଶୁଡ଼ିଲା କାନ୍ଥ: ୮ ଆହତ, ୩ ଗୁରୁତର

କାମାକ୍ଷାନଗର, ୨୦।୯(ଡି.ଏନ୍‌.ଏ.)-ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ବଡସୁଅଁାଳ ଗ୍ରାମ ନିକଟ ଦେଇ ଯାଇଥିବା ୫୩ନଂ. ଜାତୀୟ ରାଜପଥ ସମ୍ପ୍ରସାରଣବେଳେ ଶୁକ୍ରବାର ଅଭାବନୀୟ ଘଟଣା ଘଟିଛି। ଜେସିବି...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *