ଦେଢ଼ମାସର ପୁଅକୁ ଶ୍ୱାସରୁଦ୍ଧ କରି ହତ୍ୟା: ଅଭିଯୁକ୍ତ ବାପ ଗିରଫ

ଭଦ୍ରକ ଅଫିସ, ୯।୯- ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗେଲଟୁଆ ନୂଆକଲୋନୀରେ ଏକ ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହକୁ କେନ୍ଦ୍ରକରି ଟୁବୁ ମୁଣ୍ଡା ନାମକ ଜଣେ ବ୍ୟକ୍ତି ନିଜ ଦେଢ଼ମାସର ପୁଅକୁ ଗତ ୩୦ ତାରିଖରେ ଶ୍ୱାସରୁଦ୍ଧ କରି ହତ୍ୟା କରିବା ପରେ ମାଟି ଖୋଳି ପୋତି ଦେଇଥିଲେ। ତାଙ୍କ ସ୍ତ୍ରୀ ନନ୍ଦିନୀ ୯ ଦିନ ପରେ ଶନିବାର ସନ୍ଧ୍ୟାରେ ଏ ନେଇ ଟାଉନ ଥାନାରେ ଏତଲା ଦେବା ପରେ ଘଟଣା ପଦାକୁ ଆସିଛି। ଟାଉନ ଥାନା ପୋଲିସ ଶନିବାର ରାତିରେ ମାମଲା(ନଂ.୨୬୨/୧୯) ରୁଜୁ କରି ଅଭିଯୁକ୍ତ ଟୁବୁଙ୍କୁ ଆଣି ଅଟକ ରଖିଥିଲା। ରବିବାର ପୋଲିସ ତାଙ୍କୁ ଘଟଣାସ୍ଥଳକୁ ସାଙ୍ଗରେ ନେଇ ତଦନ୍ତ କରିଥିଲା। ରବିବାର ମାଜିଷ୍ଟ୍ରେଟ୍‌ ନ ରହିବା ଯୋଗୁ ମାଟି ତଳୁ ମୃତଦେହ ଖୋଳାଯାଇ ପାରି ନ ଥିଲା। ସୀମା ନିର୍ଦ୍ଧାରଣ ପାଇଁ ଆର୍‌ଆଇ ଘଟଣାସ୍ଥଳରେ ପହଞ୍ଚିବା ପରେ ଉକ୍ତ ଅଞ୍ଚଳ ଗ୍ରାମାଞ୍ଚଳ ଥାନା ଅଧୀନରେ ଯାଉଥିବା ସ୍ଥିର ହୋଇଥିଲା। ଏହାପରେ ଗ୍ରାମାଞ୍ଚଳ ଥାନାଧିକାରୀ ପ୍ରଭାଂସୁ ମିଶ୍ର ଟାଉନ ଥାନାରେ ଅଟକ ଥିବା ଟୁବୁଙ୍କୁ ହତ୍ୟା ମାମଲାରେ ଗିରଫ କରିଛି। ଏ ନେଇ ଗ୍ରାମାଞ୍ଚଳ ଥାନାରେ ମାମଲା(ନଂ.୪୮୨/୧୯) ରୁଜୁ ହୋଇଛି। ସୋମବାର ମାଟି ଖୋଳି ଶିଶୁପୁତ୍ରର ମୃତଦେହ ବାହାର କରାଯାଇ ସାଇଣ୍ଟିଫିକ୍‌ ଟିମ୍‌ ଦ୍ୱାରା ତଦନ୍ତ କରାଯିବ ବୋଲି ସୂଚନା ଦିଆଯାଇଛି।
ଅଭିଯୋଗ ଅନୁଯାୟୀ, ଟୁବୁ ମଦ୍ୟପାନ କରି ଘରେ କଳହ କରୁଥିଲେ। ଗତ ୩୦ ତାରିଖ ରାତିରେ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହାପରେ ଟୁବୁ ତାଙ୍କ ଦେଢ଼ମାସର ଶିଶୁପୁତ୍ରକୁ ନେଇ ଘରେ ତାଲା ପକାଇ ଶୋଇଥିଲେ। ନନ୍ଦିନୀଙ୍କୁ ଘରେ ପଶିବାକୁ ଦେଇ ନ ଥିଲେ। ତେଣୁ ସେ ଦୁଇଝିଅଙ୍କୁ ଧରି ବାରଣ୍ଡାରେ ଶୋଇଥିଲେ। ମାତ୍ର ଅନେକ ସମୟ ଧରି ପୁଅର ପାଟି ନ ଶୁଭିବାରୁ ନନ୍ଦିନୀ କବାଟ ବାଡ଼େଇବା ପରେ ଟୁବୁ ଖୋଲିଥିଲେ। ସେତେବେଳକୁ ପୁଅର ମୃତ୍ୟୁ ହୋଇସାରିଥିଲା। ଦୁହେଁ ବୁଝାମଣା ଭିତ୍ତିରେ ଘର ନିକଟରେ ଗାତ ଖୋଳି ପୁଅର ମୃତଦେହକୁ ପୋତି ଦେଇଥିଲେ। ହେଲେ ଗତ ଶନିବାର ଟୁବୁ ତାଙ୍କୁ ପିଟିବାରୁ ସେ ଥାନାରେ ଏତଲା ଦେଇଛନ୍ତି।


All Right Reserved By Dharitri.Com

ଫେବୃୟାରୀ ୨୧ରେ କପିଳାସ ଜାଗରଯାତ୍ରା

ଢେଙ୍କାନାଳ ଅଫିସ, ୨୧।୧ କପିଳାସ କ୍ଷେତ୍ରାଧିପତି ମହାପ୍ରଭୁ ଶ୍ରୀ ଚନ୍ଦ୍ରଶେଖର ଜୀଉଙ୍କ ପ୍ରସିଦ୍ଧ ଜାଗରଯାତ୍ରା ଫେବୃୟାରୀ ୨୧ରେ ଅନୁଷ୍ଠିତ ହେବ। ଏହାକୁ ଶୃଙ୍ଖଳିତ କରିବାକୁ ସୋମବାର...

ଜଳିଗଲା ଡିଜେଲ ଟ୍ୟାଙ୍କର: ଡ୍ରାଇଭର, ହେଲ୍‌ପର ଗୁରୁତର

ଖୋର୍ଦ୍ଧା ଅଫିସ,୩୦।୮: ଖୋର୍ଦ୍ଧା ଜିଲା ୧୬ ନଂ ଜାତୀୟ ରାଜପଥର ଟାଙ୍ଗୀ ବାଇପାସ ପଥରବନ୍ଧ ନିକଟରେ ଗୁରୁବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟି ଏକ ଡିଜେଲ...

ଭତା, ଆବାସ ଯୋଜନାରୁ ବଁଚିତ୍‌ ବୁରୁଧ୍‌:ଭିଖ୍‌ ମାଗି ପେଟ୍‌ ପାଲୁଛନ୍‌ କିର୍ତ୍ତନ

ଲାଠୋର,୫।୬(ଡି.ଏନ.ଏ.): ସରକାର ଗରିବ ଦୁଖି, ଅସାହା ବୁଢ଼ାବୁଢ଼ି, ଭିନ୍ନକ୍ଷମ, ବିଧବାମାନକୁ ଚାଉଲ, ଭତା, ଆବାସ ଯୋଜନାରେ ଘର ଆଦି ଯୁଗେଇ ଦେଉଛନ୍‌। ହେଲେ ଅନେକ ଜାଗାରେ...

୧୩ ରାଉଣ୍ଡ ସୁଦ୍ଧା ବୌଦ୍ଧରେ ବିଜେଡି ଆଗୁଆ

ବୌଦ୍ଧ,୨୩।୫: ୧୩ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବୌଦ୍ଧ ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ପ୍ରଦୀପ ଅମାତ ଆଗରେ ଅଛନ୍ତି। ପ୍ରଦୀପ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ...

୩ ଦିନ ରିମାଣ୍ଡରେ ଗଲେ ଅନୁପ

ଝାରସୁଗୁଡ଼ା ଅଫିସ,୨୦ା୨: ବହୁଚର୍ଚ୍ଚିତ କଳ୍ପନା ଦାଶ ଓ ତାଙ୍କ ଝିଅ ବବ୍‌ଲି ହତ୍ୟା ଘଟଣାରେ ଅଧିକ ତଥ୍ୟ ସଂଗ୍ରହ ପାଇଁ ଛତିଶଗଡ଼ ଚକ୍ରଧରନଗର ପୋଲିସ ତନାଘନା...

୨.୫ ଲକ୍ଷ ଟଙ୍କାର କାଠ ଜବତ

ଢେଙ୍କାନାଳ ଅଫିସ, ୧୮ା୧ – ଢେଙ୍କାନାଳ ସଦର ରେଞ୍ଜ୍‌ ତାଳବରକୋଟ ଗ୍ରାମ ନିକଟ ଶାମୁକାତଇଲା ଶାଳ ଜଙ୍ଗଲରେ କାଠମାଫିଆ ସକ୍ରିୟ ହୋଇଉଠିଛନ୍ତି। ବନ ବିଭାଗ ସ୍ଥାଣୁ...

ପୁରୀ ଜିଲା ଚିକିତ୍ସାଳୟରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ: ସିଡିଏମ୍‌ଓଙ୍କ କାର୍ଯ୍ୟାଳୟରେ ତାଲା ପକାଇ ଯୁବକଂଗ୍ରେସର ଧାରଣା

ପୁରୀ ଅଫିସ,୭ା୧୧ : ପୁରୀ ଜିଲା ଚିକିତ୍ସାଳୟରେ ବୁଧବାର ଚିକିତ୍ସା ଅବହେଳା ଯୋଗୁ ଜଣେ ୫ମାସର ଶିଶୁକନ୍ୟାର ମୃତ୍ୟୁକୁ ଜିଲା ଯୁବ କଂଗ୍ରେସ ତିବ୍ର ପ୍ରତିବାଦ...

ସ୍ତ୍ରୀଙ୍କୁ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ମାମଲା: ଅଭିଯୁକ୍ତ ସ୍ବାମୀଙ୍କୁ ୧୦ ବର୍ଷ ଜେଲ

ଅନୁଗୋଳ ଅଫିସ, ୧୯।୧୨ – ସ୍ତ୍ରୀଙ୍କୁ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ମାମଲାର ବିଚାର କରି ଅନୁଗୋଳ ଜିଲା ଓ ଦୌରାଜଜ୍‌ କୋର୍ଟ ଅଭିଯୁକ୍ତ ସ୍ବାମୀ ଅନୁଗୋଳ...

Leave a comment

Your email address will not be published. Required fields are marked *