ରାସ୍ତାରେ ନାବାଳିକାଙ୍କୁ ଅସଦାଚରଣ: ପୋଲିସ କର୍ମଚାରୀ ଗିରଫ

ବାରିପଦା ଅଫିସ,୯ା୯- ଲୋକଙ୍କୁ ସୁରକ୍ଷା ଓ ସହାୟତା ଦେଇ ଅପରାଧ ନିୟନ୍ତ୍ରଣ କରିବା ଦାୟିତ୍ୱରେ ରହିଛି ପୋଲିସ । ଏହି ବିଭାଗର କେତେକ କର୍ମଚାରୀଙ୍କ ମାତ୍ରାଧିକ ତଥା ଅନୈତିକ କାର୍ଯ୍ୟ ବିଭିନ୍ନ ସମୟରେ ଚର୍ଚ୍ଚାକୁ ଆସୁଛି। ମୟୂରଭଞ୍ଜ ଜିଲା ପୋଲିସ ବିଭାଗରେ ଅଡର୍ଲି ଭାବେ କାମ କରୁଥିବା ଜଣେ ୪ର୍ଥ ଶ୍ରେଣୀ କର୍ମଚାରୀ ଜବାହାରଲାଲ ବେହେରା ରବିବାର ଅପରାହ୍ନରେ ସ୍ଥାନୀୟ ଇନ୍‌ଡୋର ଷ୍ଟାଡିୟମ ରାସ୍ତାରେ ଟ୍ୟୁଶନ ସାରି ଘରକୁ ଫେରୁଥିବା ଜଣେ ନାବାଳିକାଙ୍କୁ ଅସଦାଚରଣ କରି ଗିରଫ ହୋଇଛନ୍ତି। ଏହି ଘଟଣା ସହରରେ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି।
ନାବାଳିକାଙ୍କ ପରିବାରବର୍ଗ ବାରିପଦା ଟାଉନ ଥାନାରେ କରିଥିବା ଅଭିଯୋଗରେ ଦର୍ଶାଇଛନ୍ତି ଯେ, ତାଙ୍କର ୮ ବର୍ଷର ଝିଅ ଟ୍ୟୁଶନ ସାରି ଘରକୁ ଫେରୁଥିବା ବେଳେ ଏହି ବ୍ୟକ୍ତି ରାସ୍ତାରେ ତାଙ୍କୁ ଅସଦାଚରଣ କରିବା ସହ ଏକ ନିଛାଟିଆ ସ୍ଥାନକୁ ଟାଣି ଟାଣି ନେଇ ଯାଇଥିଲେ। ନାବାଳିକା ଜଣଙ୍କ ସେଠାରୁ କୌଶଳକ୍ରମେ ଖସି ଆସି ଘର ଲୋକଙ୍କୁ ସବୁ କଥା ଜଣାଇଥିଲେ। ଏହାପରେ ସ୍ଥାନୀୟ ଲୋକେ ଘଟଣାସ୍ଥଳକୁ ଯାଇ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଧରି ଏକ ଗଛରେ ବାନ୍ଧି ପକାଇଥିଲେ। ଏହି କର୍ମଚାରୀ ସେତେବେଳେ ଲୁଙ୍ଗି ଓ ଗଞ୍ଜି ପିନ୍ଧିଥିଲେ। ଖବର ପାଇ ବାରିପଦା ଟାଉନ ପୋଲିସ ପହଞ୍ଚି ଜବାହାରଲାଲଙ୍କୁ ସେଠାରୁ ଉଦ୍ଧାର କରି ଥାନାକୁ ନେଇଯାଇ ପଚରାଉଚୁରା କରିଥିଲା। ନାବାଳିକାଙ୍କ ପରିବାର ଥାନାରେ ଲିଖିତ ଅଭିଯୋଗ କରିବାରୁ ପୋଲିସ ଏକ ମାମଲା ( ନଂ.୨୦୫/୧୯) ରୁଜୁ କରି ତାଙ୍କୁ ଗିରଫ କରିଥିବା ଥାନା ଅଧିକାରୀ ଅଶୋକ କୁମାର ନାୟକ ସୂଚନା ଦେଇଛନ୍ତି। ଗିରଫ କର୍ମଚାରୀ ନାବାଳିକାଙ୍କୁ ଅସଦାଚରଣ କରି ନାହାନ୍ତି, କେବଳ ତାଙ୍କ ସହ କଥା ହୋଇଥିଲେ ବୋଲି ସଫେଇ ଦେଇଛନ୍ତି। ଇତି ମଧ୍ୟରେ ଏସ୍‌ପି ଚାକିରିରୁ ନିଲମ୍ବିତ କରିଥିବା ଜଣାପଡ଼ିଛି।


All Right Reserved By Dharitri.Com

ଓଏସ୍‌ଆର୍‌ଟିସି ବସ୍‌ ସ୍ଥାନାନ୍ତର ଯୋଜନା ପ୍ରତିବାଦରେ ଭଞ୍ଜନଗର ବନ୍ଦ

ଭଞ୍ଜନଗର,୨୧।୫(ଡି.ଏନ୍‌.ଏ.): କ୍ଷତିରେ ଚାଲୁଥିବା ଭଞ୍ଜନଗର ଓଏସ୍‌ଆର୍‌ଟିସିି ଜୋନ୍‌ରୁ ଅନ୍ୟ ଜୋନ୍‌କୁ ବସ୍‌ ସ୍ଥାନାନ୍ତର ଯୋଜନା ପ୍ରତିବାଦରେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ମଙ୍ଗଳବାର ବନ୍ଦ ଡାକରା ଦିଆଯାଇଛି।...

ପୋଲିସ ହାତରେ ବାଇକ୍‌ ଚୋରି ର଼୍ୟାକେଟ: ୪ ଗିରଫ, ୫ ବାଇକ୍‌ ଜବତ

ଅନୁଗୋଳ ଅଫିସ୍‌/ବଅଁରପାଳ, ୨୭ା୧୦(ଡି.ଏନ.ଏ.)- ଅନୁଗୋଳ ଜିଲା ବଅଁରପାଳ ପୋଲିସ ରବିବାର ଏକ ବାଇକ୍‌ ଚୋରି ର଼୍ୟାକେଟକୁ ଧରିବାରେ ସଫଳ ହୋଇଛି। ଏହି ର଼୍ୟାକେଟର ୪ ଜଣଙ୍କୁ...

ବିଧାୟକଙ୍କ ଅଚାନକ ସ୍କୁଲ ପରିଦର୍ଶନ, କାଗଜପତ୍ର ଯାଞ୍ଚ

ବଇଣ୍ଡା,୨୩।୯(ଡି.ଏନ.ଏ)-କିଶୋରନଗର ବ୍ଲକ ଜାମ୍ବୁନାଳୀ ପଞ୍ଚାୟତ ଜାମ୍ବୁନାଳୀ ସରକାରୀ ଉ.ପ୍ରା ବିଦ୍ୟାଳୟକୁ ସୋମବାର ଆଠମଲ୍ଲିକ ବିଧାୟକ ରମେଶଚନ୍ଦ୍ର ସାଏ ଅଚାନକ ଗସ୍ତ କରିଛନ୍ତି। ବିଦ୍ୟାଳୟ ଶ୍ରେଣୀଗୃହକୁ ଯାଇ...

ଆଖିରେ ରାଉଣ୍ଡର ବାଜି ଛାତ୍ର ଗୁରୁତର ହେବା ପ୍ରତିବାଦ: ଶିକ୍ଷକଙ୍କ ଅବହେଳାକୁ ନେଇ ସ୍କୁଲରେ ତାଲା ପକାଇଲେ ଅଭିଭାବକ

ତୁମୁଡ଼ିବନ୍ଧ,୧୯।୯(ଡି.ଏନ୍‌.ଏ.): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଲକ ମୁଣ୍ଡିଗଡ଼ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ଛାତ୍ରଙ୍କ ଆଖିରେ ରାଉଣ୍ଡର ବାଜି ଗୁରୁତର ହେବା ଘଟଣା ପ୍ରତିବାଦରେ ଗୁରୁବାର...

୬୭ତମ ରାଜ୍ୟ ପୋଲିସ ବୃତ୍ତିଗତ ପ୍ରତିଯୋଗିତା ଉଦ୍‌ଯାପିତ

କଟକ ଅଫିସ,୨୮।୯: ବୃତ୍ତିଗତ ପ୍ରତିଯୋଗିତା ଦକ୍ଷତା ବୃଦ୍ଧି କରିଥାଏ। ପୋଲିସ ବିଭାଗର ବିଭିନ୍ନ ସ୍ତରରେ କାର୍ଯ୍ୟ କରୁଥିବା ଅଧିକାରୀ ଓ କର୍ମଚାରୀଙ୍କ ମଧ୍ୟରେ ଦକ୍ଷତା ବୃଦ୍ଧି...

ବନ୍ୟାପାଣିରେ ପୋଲ ଭୁଶୁଡ଼ିଲା

ପାଟପୁର,୬ା୯(ଡି.ଏନ.ଏ.)- ସାନଖେମୁଣ୍ଡି ଅଞ୍ଚଳରେ ବୁଧବାର ସନ୍ଧ୍ୟାରୁ ଜାରି ରହିଛି ଲଗାଣ ବର୍ଷା। ଏହାର ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି ା ସମଗ୍ର ସାନଖେମୁଣ୍ଡି ଅଞ୍ଚଳ...

ଆଇଏଫ୍‌ଏସ୍‌ ଅଧିକାରୀ ସ୍ତରରେ ଅଦଳବଦଳ

ଭୁବନେଶ୍ୱର,୨୬।୨(ବ୍ୟୁରୋ): ଓଡ଼ିଶାରେ କାର୍ଯ୍ୟରତ ଭାରତୀୟ ବନ ସେବା(ଆଇଏଫ୍‌ଏସ) ଅଧିକାରୀ ସ୍ତରରେ ଅଦଳବଦଳ କରାଯାଇଛି। ଏନେଇ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।...

ଧାନ ଫସଲରେ ପୋକ, ଚାଷୀ ଆତଙ୍କିତ

ଢେଙ୍କାନାଳ ଅଫିସ, ୬।୧୦ – ଢେଙ୍କାନାଳ ସଦର ବ୍ଲକ ବେଲଟିକିରି ଗ୍ରାମରେ ଧାନ ଫସଲରେ ପୋକ ଆତଙ୍କ ଦେଖାଦେଇଛି। ଏହାକୁ ନେଇ ଚାଷୀମାନେ ଆତଙ୍କିତ ହୋଇପଡ଼ିଛନ୍ତି।...

Leave a comment

Your email address will not be published. Required fields are marked *