ଦକ୍ଷତା ବୃଦ୍ଧି କର: ତଥାଗତ

ଭାପୁର,୮।୯(ଡି.ଏନ.ଏ.)-ଢେଙ୍କାନାଳ ଜିଲା ସଦର ବ୍ଲକ ଅନ୍ତର୍ଗତ ଭାପୁର ନିକଟ କୋଇଲିପଙ୍ଗି ସ୍ଥିତ ଦେବେନ୍ଦ୍ର ଶତପଥୀ ସ୍ମାରକୀ କଲେଜ ପରିସରରେ ରବିବାର ୯୦ ତମ ଦେବେନ୍ଦ୍ର ଶତପଥୀ ଜୟନ୍ତୀ ସମାରୋହ ଓ କଲେଜର ୨୯ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ଢେଙ୍କାନାଳ ପୂର୍ବତନ ଏମ୍‌ପି ତଥାଗତ ସତପଥୀ ଯୋଗଦେଇ କହିଲେ, ଛାତ୍ରୀଛାତ୍ରମାନେ ନିଜ ଦକ୍ଷତା ବୃଦ୍ଧି କରିବା ଆବଶ୍ୟକ। ନିଯୁକ୍ତି ଅନ୍ବେଷଣ ନ କରି ନିଜେ ନିଯୁକ୍ତି ସୁଯୋଗ ସୃଷ୍ଟି କରି ଅନ୍ୟମାନଙ୍କୁ ନିଯୁକ୍ତି ଦେବା ପାଇଁ ଚେଷ୍ଟା କରିବା ଆବଶ୍ୟକ ବୋଲି ସେ ମତବ୍ୟକ୍ତ କରିଥିଲେ। ଚଳିତ ବର୍ଷ ଯୁକ୍ତ ୨ ପରୀକ୍ଷାରେ କଲେଜରେ ସର୍ବୋଚ୍ଚ ନମ୍ବର ରଖିଥିବା ସୁଚରିତା ଦାସ, ବିଜ୍ଞାନରେ ବିଶେଶ୍ୱର ସାମଲ ଓ ଯୁକ୍ତ ୩ର ପୁଷ୍ପଲତା ପଣ୍ଡାଙ୍କୁ ନନ୍ଦିନୀ ଦେବୀ ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇ ମାନପତ୍ର ସହ ୧ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିଲା। ଯୁକ୍ତ ୩ ବିଭାଗ ଅଧ୍ୟକ୍ଷା ମଞ୍ଜୁଶ୍ରୀ ମୁଖି ବିବରଣୀ ପାଠ କରିଥିଲେ। ଯୁକ୍ତ ୨ ବିଭାଗ ଅଧ୍ୟକ୍ଷ ଚନ୍ଦ୍ରଶେଖର ପଣ୍ଡା ଧନ୍ୟବାଦ ଦେଇଥିଲେ। ପରେ ଛାତ୍ରୀଛାତ୍ରଙ୍କ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏଥିରେ ଛଦେଶ ଅଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତି, ଅଭିଭାବକ, ଛାତ୍ରୀଛାତ୍ର ଯୋଗ ଦେଇଥିଲେ।


All Right Reserved By Dharitri.Com

ସବୁଜ ମହାନଦୀ ଅଭିଯାନ ସଚେତନତା ଯାତ୍ରା

ଡୁଙ୍ଗୁରିପାଲି, ୨୭ା୭(ଡି.ଏନ୍‌.ଏ) ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକରେ ସବୁଜ ମହାନଦୀ ଅଭିଯାନ ସବୁଜିମା ସଚେତନତା ଯାତ୍ରା ଜାତୀୟ ରାଜପଥ ପାର୍ଶ୍ୱରେ ଅନୁଷ୍ଠିତ ହୋଇଯାଇଛି ା ଏହି...

କୋଇଲା ଉତ୍ତୋଳନ ପରେ ହେଉନି ବାଲି ଫିଲିଂ

ତାଳଚେର,୨୦ା୮(ନି.ପ୍ର.)ତାଳଚେରସ୍ଥିତ ଏମ୍‌ସିଏଲର ଥିବା କୋଇଲା ଖଣିଗୁଡିକରୁ କୋଇଲା ଉତ୍ତୋଳନ ପରେ ସେଠାରେ ଠିକ୍‌ ପରିମାଣର ବାଲି ଫିଲିଂ କରାଯାଉ ନାହିଁ। ଏ ନେଇ ତାଳଚେର ଭୂଗର୍ଭ...

ଭିତରକନିକାରେ ଦେଶୀୟ ପକ୍ଷୀ ଗଣନା ଆରମ୍ଭ

ରାଜନଗର,୧୯।୯(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ଭିତରକନିକା ଜାତୀୟ ଉଦ୍ୟାନରେ ଗୁରୁବାର ଦେଶୀୟ ପକ୍ଷୀଙ୍କ ଗଣନା ଆରମ୍ଭ ହୋଇଛି। ରାଜନଗର ଡିଏଫ୍‌ଓ ବିକାଶ ରଞ୍ଜନ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନତାରେ...

ବିବାହ ଉତ୍ସବ ପାଲଟିଲା ଶୋକାକୁଳ ପରିବେଶ : ପୋଖରୀରେ ବୁଡ଼ି ୨ ନାବାଳିକାଙ୍କ ଜୀବନ ଗଲା

ରୂପ୍‌ସା, ୨୨।୬(ଡି.ଏନ.ଏ.): ବାଲେଶ୍ୱର ଜିଲା ସଦର ବ୍ଲକ ଛାନୁଆ ପଞ୍ଚାୟତ ଅନ୍ତର୍ଗତ ସୋଲପଟା ବଗଚରା ଗ୍ରାମରେ ଶନିବାର ଏକ ବିବାହ ଭୋଜି ଧୁମ୍‌ଧାମ୍‌ରେ ଚାଲିଥିବା ବେଳେ...

ଶ୍ରୀମନ୍ଦିରରେ ସରିଲା ଦେବ ଦୀପାବଳି ଉତ୍ସବ

ପୁରୀ ଅଫିସ, ୨୭ା୧୧: ଶ୍ରୀମନ୍ଦିରରେ ଶେଷ ହୋଇଛି ଦେବ ଦୀପାବଳି ଉତ୍ସବ। ବୁଧବାର ମାର୍ଗଶିର ଶୁକ୍ଲ ପ୍ରତିପଦା ତିଥିରେ ବସୁଦେବ ଓ ଦେବକୀ, ନନ୍ଦ ଓ...

ଆଖୁବାଡ଼ିରେ ନିଆଁ ଲଗାଇବା ସମୟରେ ଜୀବନ୍ତ ଦଗ୍ଧ

ବସ୍ତା,୫।୮(ସ୍ବ.ପ୍ର) : ବାଲେଶ୍ୱର ଜିଲା ବସ୍ତା ବ୍ଲକ ଅନ୍ତର୍ଗତ ରଘୁନାଥପୁର ପଞ୍ଚାୟତ ଗିଲାଜୋଡ଼ି ଗ୍ରାମରେ ସୋମବାର ପୂର୍ବାହ୍ନରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଏହି ଗ୍ରାମର...

ମହାବିଦ୍ୟାଳୟସ୍ତରୀୟ ଯୁବ ରେଡକ୍ରସ ଶିବିର: ଛାତ୍ରୀଛାତ୍ରଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭା ରହିଛି

ନୂଆପଡା ଅଫିସ,୪ା୧୦- ସ୍ଥାନୀୟ ମହାମାୟା କଲେଜରେ ଚାଲିଥିବା ମହାବିଦ୍ୟାଳୟସ୍ତରୀୟ ଯୁବ ରେଡକ୍ରସ ଶିବିର ଉଦ୍‌ଯାପିତ ହୋଇଯାଇଛି। ଗୁରୁବାର ମହାମାୟା କଲେଜରୁ ଛାତ୍ରୀଛାତ୍ରମାନଙ୍କ ଏକ ଶୋଭାଯାତ୍ରା ବାହାରି...

ସହର ଅଳିଆକୁ ନେଇ ତୁଟୁନି ବିବାଦ: ଆବର୍ଜନା ଗାଡ଼ି ଅଟକାଇଲେ ଲୋକେ

ଅନୁଗୋଳ ଅଫିସ, ୨୦।୯-ଅନୁଗୋଳ ପୌରପାଳିକାର ଅଳିଆ ବିବାଦ ଥମିବାର ନା ଧରୁନି। ଯୁଆଡ଼େ ଅଳିଆ ନେଇ ଗଲେ ବି ସ୍ଥାନୀୟ ଅଞ୍ଚଳବାସୀଙ୍କଠାରୁ ବିରୋଧର ସମ୍ମୁଖୀନ ହେବାକୁ...

Leave a comment

Your email address will not be published. Required fields are marked *