ଭାଙ୍ଗିଲା ଫାପୁଡିଆ ନାଳ ପୋଲ: ଆନନ୍ଦପୁରକୁ ସିଧାସଳଖ ଯୋଗାଯୋଗ ବିଚ୍ଛିନ୍ନ

ଆନନ୍ଦପୁର,୮। ୯(ସ୍ବ.ପ୍ର.)-୨୦ ନଂ ଜାତୀୟ ରାଜପଥର ଆନନ୍ଦପୁର ଠାରୁ ସରେଇ ଗ୍ରାମକୁ ଯୋଗେଯାଗ କରୁଥିବା ରାସ୍ତାର ଫାପୁଡିଆ ନାଳ ଉପରେ ହୋଇଥିବା ପୋଲ ଭୁଶୁଡ଼ି ପଡିଛି। ଶନିବାର ରାତି ପାଖାପାଖି ୧୦ଟା ସମୟରେ ଏହି ପୋଲ ଭୁଶୁଡିଥିବା ଗ୍ରାମବାସୀ କହିଛନ୍ତି। ପୂର୍ବଦିନ ରାତି ତଥା ଶୁକ୍ରବାର ହୋଇଥିବା ବର୍ଷା ପ୍ରଭାବରେ ନାଳରେ ବର୍ଷା ଜଳ ଯଥେଷ୍ଟ ବୃଦ୍ଧି ପାଇଥିଲା। ଫଳରେ ବହୁ ପୁରୁଣା ଏହି ପୋଲଟିର ଉଭୟପାର୍ଶ୍ୱ ଅତଡା ଖାଇ ଶେଷରେ ଭୁଶୁଡି ପଡିଥିବା ଜଣାପଡିଛି। ଫଳରେ ସରେଇ ସହିତ ଆନନ୍ଦପୁରକୁ ସିଧାସଳଖ ଯୋଗାଯୋଗରେ ବାଧାପ୍ରାପ୍ତ ହୋଇଛି। ସଂପୃକ୍ତ ରାସ୍ତା ଦେଇ ସରେଇ ଗ୍ରାମବାସୀ ମାତ୍ର ୫ କି.ମି. ଅତିକ୍ରମ କରିବା ପରେ ଆନନ୍ଦପୁରରେ ପହଞ୍ଚିଥାନ୍ତି। ଏହି ପୋଲ ଭାଙ୍ଗିବା ଫଳରେ ଲୋକମାନଙ୍କୁ ଏବେ ୧୦ ରୁ ୧୫ କି.ମି. ବୁଲି ବୁଲି ଆସିବାକୁ ପଡିବ। ପୋଲର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଏହାକୁ ଶୀଘ୍ର ନିର୍ମାଣ କରିବାକୁ ଗାଁ ଲୋକେ ଦାବି କରିଛନ୍ତି। ଦେଓଗାଁ କୁଶଳେଶ୍ୱର ପୀଠକୁ ଯାତାୟତ ପାଇଁ ୮ ରୁ ୯ ଗୋଟି ଗ୍ରାମର ଲୋକମାନେ ଏହି ସର୍ଟକର୍ଟ ରାସ୍ତା ଉପରେ ନିର୍ଭର କରିଥାନ୍ତି। ତେବେ ଏହି ବିପର୍ଯ୍ୟୟ ଦ୍ୱାରା ଏବେ ଲୋକମାନେ ବହୁଳ ଭାବରେ ପ୍ରଭାବିତ ହେବା ଆଶଙ୍କା କରାଯାଇଛି। ଖୁବ ଶୀଘ୍ର ଏହି ପୋଲର ନିର୍ମାଣ କାର୍ଯ୍ୟ କରାଯିବାର ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ଉପଜିଲାପାଳ ରବୀନ୍ଦ୍ର କୁମାର ସ୍ବାଇଁ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଶୁକ୍ରବାର ରାତି ୧୦ ଟାରୁ ଶନିବାର ସକାଳ ୮ ଟା ଯାଏ ଆନନ୍ଦପୁର ଓ ଘସିପୁରା ଅଂଚଳରେ ୨୫୫.୦୨ ମି.ମି. ବର୍ଷା ହୋଇଥିଲା। ଏହି ବର୍ଷା ପ୍ରଭାବରେ ବିଭିନ୍ନ ଅଞ୍ଚଳ ଜଳମଗ୍ନ ହେବା ସହିତ ନାଳ ଗୁଡିକରେ ଜଳରାଶି ବୃଦ୍ଧି ପାଇଥିବା ଦେଖାଯାଇଥିଲା।


All Right Reserved By

ଅତିଷ୍ଠ କରୁଛି କଂସାରି ଶାଳ ଶବ୍ଦ

ବ୍ରହ୍ମପୁର ଅଫିସ୍‌,୧୧ା୬-ପୁରୁଣା ବ୍ରହ୍ମପୁର ତଥା କୁଠାରୀ ମନ୍ଦିର ସାହିରେ ଥିବା କଂସାରି ଶାଳଗୁଡ଼ିକୁ ନେଇ ଏବେ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଏନେଇ ବହୁ...

ପ୍ରଶ୍ନର ଉତ୍ତର ଦେଇ ନ ପାରିବାରୁ ତାତିଲେ ଶିକ୍ଷୟିତ୍ରୀ: ୭ ପିଲାଙ୍କୁ ନିସ୍ତୁକ ପିଟିଲେ

ନବରଙ୍ଗପୁର/ଉମରକୋଟ,୨୮।୭(ବି.ପ୍ର/ଡି.ଏନ.ଏ): ଶିକ୍ଷୟିତ୍ରୀ ପଚାରିଥିବା ପ୍ରଶ୍ନର ଉତ୍ତର ଦେଇ ପାରି ନ ଥିଲେ ୩ୟ ଶ୍ରେଣୀର ଛାତ୍ରୀଛାତ୍ର। ଏଥିରେ ଶିକ୍ଷୟିତ୍ରୀ ରାଗିଯାଇ ଛାତ୍ରୀଛାତ୍ରଙ୍କୁ ନିର୍ଧୂମ ମାଡମାରିଥିଲେ। ଏଥିରେ...

ତିନି ବଖରା ଜଳିଗଲା

ପୁରୁଣାକଟକ, ୨୫ା୫(ଡି.ଏନ.ଏ.) : ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ବୀରନସିଂହପୁର ପଞ୍ଚାୟତ ଅନ୍ତର୍ଗତ ଚମ୍ପାମାଲ ଗ୍ରାମର ଅଚ୍ୟୁତ ମହାନନ୍ଦିଆଙ୍କ ଘରେ ନିଆଁଲାଗି ତିନି ବଖରା ଘର...

୧୭ ବଛର ହେଲା ଅଜନା ରୋଗ୍‌ରେ ପୀଡ଼ିତ ଘଟନା: ଅଷ୍ଟମୀକଁର ପାସେ ପୁହୁଁଚିଲା ଡାକ୍‌ତରି ଦଲ

କୋକସରା, ୧୫ା୭(ଡି.ଏନ୍‌.ଏ): କୋକସରା ବ୍ଲକ କାଉଡ଼ୋଲା ପଁଚେତ୍‌ କୁସୁମଖୁଣ୍ଟି ଗଁାର ଚନ୍ଦ୍ରଶେଖର ମାଝିକଁର ମାଏକିନା ଅଷ୍ଟମୀ ମାଝି। ସେ ଆଏଜ୍‌କେ ୧୭ ବଛର ହେଲେ କେହେନ୍‌ସି...

ଜିଲାରେ ସ୍ବାସ୍ଥ୍ୟସେବା ଅନୁଧ୍ୟାନ କଲେ ୫ ଜଣିଆ ଟିମ୍‌

ଅନୁଗୋଳ ଅଫିସ, ୨୩।୮-ଜାତୀୟ ସ୍ବାସ୍ଥ୍ୟ ମିଶନର ଏକ ୫ ଜଣିଆ ଟିମ୍‌ ଗୁରୁବାର ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ ସହ ଜିଲାର ଅନ୍ୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର...

ପଡିଆପଶି-ବନ୍ଧାଣୀ ପୋଲ ଧସିଲା : ବ୍ୟାପକ ଫସଲ ନଷ୍ଟ

ତେଲକୋଇ, ୧।୯(ଡି.ଏନ.ଏ.)-ତେଲକୋଇ ବ୍ଲକ ଅନ୍ତର୍ଗତ କରମଙ୍ଗୀ ପଞ୍ଚାୟତ ଅଧୀନର ପଡିଆପଶି-ବନ୍ଧାଣୀଆ ରାସ୍ତା ମଝିରେ ପୋଲ ଭୁଶୁଡ଼ି ପଡିଛି। ଏଥଯୋଗୁ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିବା ବେଳେ...

ପ୍ରତିଶ୍ରୁତିରେ ଅଟକିଛି ଭିତ୍ତିଭୂମି ବିକାଶ

ଭଦ୍ରକ ଅଫିସ, ୪।୬ – ଭଦ୍ରକ ଜିଲାରେ ବେରୋଜଗାରି, କୃଷି, ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଓ ପାନୀୟଜଳ ଅଭାବ ଭଳି ବିଭିନ୍ନ ସମସ୍ୟା ବସାବାନ୍ଧି ରହିଛି।...

ଝାଡେଶ୍ୱର ମହେଶଙ୍କ ପୀଠରେ ବୋଲ୍‌ବମ୍‌ ଭକ୍ତଙ୍କ ଭିଡ଼

ଆନନ୍ଦପୁର,୫। ୮(ସ୍ବ.ପ୍ର.): କେନ୍ଦୁଝର ଜିଲା ଘସିପୁରା ଝାଡ଼େଶ୍ୱର ମନ୍ଦିର ପରିସରରେ ବୋଲଭମ୍‌ ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହୋଇଛି। ଶ୍ରାବଣ ମାସର ତୃତୀୟ ସୋମବାର କାଉଡ଼ିଆମାନେ ଝାଡ଼େଶ୍ୱର...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *