ବ୍ରାହ୍ମଣୀ ନଦୀ ଡଙ୍ଗାବୁଡ଼ି ଘଟଣା: ୪ ନିଖୋଜଙ୍କ ପତ୍ତା ମିଳୁନି

ପରଜଙ୍ଗ, ୮।୯(ଡି.ଏନ୍‌.ଏ.)-ଢେଙ୍କାନାଳ ଜିଲା ପରଜଙ୍ଗ ତହସିଲ ଅଧୀନ ରୋଡ୍‌ ପଞ୍ଚାୟତ କୁନ୍ଦନଦେଈପୁର ଗ୍ରାମ ନିକଟରେ ପ୍ରବାହିତ ବ୍ରାହ୍ମଣୀ ନଦୀ ଡଙ୍ଗାବୁଡ଼ି ଘଟଣାକୁ ପାଖାପାଖି ୧୮ ଘଣ୍ଟା ବିତି ଯାଇଥିବାବେଳେ ୪ ନିଖୋଜଙ୍କ ପତ୍ତା ମିଳୁନାହିଁ। ଓଡ୍ରାଫ୍‌ ଟିମ୍‌, ଅଗ୍ନିଶମ ସେବା କର୍ମଚାରୀ ମିଳିତ ଭାବେ ନଦୀର ଉଭୟ ପାର୍ଶ୍ୱରେ ତଲାସି ଅଭିଯାନ ଚଳାଇଛନ୍ତି। ରବିବାର ସକାଳୁ ରୋଡ୍‌ଘାଟଠାରୁ କମଗରା ଏବଂ ନଦୀ ଅପରପାର୍ଶ୍ୱରେ ଥିବା ଖଡଗପ୍ରସାଦ ଘାଟଠାରୁ କମଗରା ଯାଏ ଖୋଜାଖୋଜି କରାଯାଇଥିଲେ ମଧ୍ୟ ଅପରାହ୍ନ ୨ଟା ସୁଦ୍ଧା ନିଖୋଜଙ୍କ ସନ୍ଧାନ ମିଳିପାରିନାହିଁ। କାମାକ୍ଷାନଗର ଉପଜିଲାପାଳ ଇଂ. ବିଷ୍ଣୁପ୍ରସାଦ ଆଚାର୍ଯ୍ୟ, ତହସିଲଦାର ଜୟନ୍ତ କୁମାର ଜୟସିଂ, ବିଡିଓ ବସନ୍ତ କୁମାର ମଲ୍ଲିକ, ଥାନାଧିକାରୀ ଆନନ୍ଦ ଡୁଙ୍ଗ୍‌ଡୁଙ୍ଗ୍‌ ପ୍ରମୁଖ ଉଦ୍ଧାର କାର୍ଯ୍ୟ ତଦାରଖ କରୁଛନ୍ତି।
ଅପରପକ୍ଷେ ଏପରି ଦୁର୍ଘଟଣା ପରେ ନିଖୋଜ ବ୍ୟକ୍ତିଙ୍କ ପରିବାର ଲୋକେ ଆଶା ଆଶଙ୍କା ଭିତରେ ଅଛନ୍ତି। ସେମାନଙ୍କୁ ଆଶ୍ୱାସନା ଦେବା ଏବଂ ମନୋବଳ ବଢ଼ାଇବାକୁ ବିଭିନ୍ନ ଦଳର ରାଜନେତା ଗ୍ରାମରେ ପହଞ୍ଚତ୍ଛନ୍ତି। ଜିଲା ଭାଜପା ସଭାପତି ବିଭୂତି ଭୂଷଣ ପ୍ରଧାନ, ପୂର୍ବତନ ରାଜ୍ୟସଭା ସଦସ୍ୟ ରୁଦ୍ରନାରାୟଣ ପାଣି, ପରଜଙ୍ଗ ବ୍ଲକ ବିଜେଡି ସଭାପତି କୃଷ୍ଣଚନ୍ଦ୍ର ମହାନ୍ତି, ବ୍ଲକ ଅଧ୍ୟକ୍ଷ ଅକ୍ଷୟ କୁମାର ବେହେରା ପ୍ରମୁଖ ଗ୍ରାମବାସୀଙ୍କ ସହ ଆଲୋଚନା କରିଛନ୍ତି।
ସୂଚନାଯୋଗ୍ୟ, ଶନିବାର ରାତି ପ୍ରାୟ ୮ଟାରେ ନଦୀ ଉପରେ ଟଣାଯାଇଥିବା କେବୁଲ ତାରରେ ଛନ୍ଦି ହୋଇ ଏକ ହୁଲି ଡଙ୍ଗା ଓଲଟି ପଡ଼ିଥିଲା। ନାଉରିଆ, ତାଙ୍କ ପୁଅ ଏବଂ ଅନ୍ୟ ୩ଜଣ କୌଣସି ମତେ ପହଁରି କୂଳରେ ପହଞ୍ଚତ୍ଥିବାବେଳେ ନଦୀର ପ୍ରଖର ସ୍ରୋତରେ ଅନ୍ୟ ୪ଜଣ ନିଖୋଜ ହୋଇଯାଇଥିଲେ। ସେମାନଙ୍କ ମଧ୍ୟରେ କୁନ୍ଦନଦେଈପୁର ଗ୍ରାମର ପ୍ରଫୁଲ୍ଲ ଆଚାର୍ଯ୍ୟଙ୍କ ପୁଅ ବିଶ୍ୱଜିତ୍‌, ରୋଡ୍‌ ଗ୍ରାମର ବିନୋଦ ସାହୁଙ୍କ ପୁଅ ରମେଶ, ବସନ୍ତ ସାହୁଙ୍କ ପୁଅ ସୁଶାନ୍ତ ଏବଂ ରାଜକିଶୋର ନାୟକଙ୍କ ବଡ଼ପୁଅ ବିଜୟ ଅଛନ୍ତି।
ଏ ନେଇ ଉପଜିଲାପାଳ ଇଂ. ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ କୁହନ୍ତି, ପରଜଙ୍ଗ ବ୍ଲକରେ କୌଣସି ନଦୀଘାଟ ନିଲାମ ଦିଆଯାଇନାହିଁ। କିଛିଦିନ ତଳେ ଖଡଗପ୍ରସାଦ ଘାଟକୁ ନିଲାମ ଦିଆଯାଇଛି। ଏଠାରୁ ନିୟମିତ ଡଙ୍ଗା ଚଳାଚଳ ହେଉଛି। ତେବେ ସନ୍ଧ୍ୟା ପରେ ନଦୀରେ ଡଙ୍ଗା ଚଳାଇବାକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି। ଏହାକୁ ଅମାନ୍ୟ କରି ଉକ୍ତ ଘାଟରୁ ଡଙ୍ଗା ଯାତ୍ରୀଙ୍କୁ ଆଣିଥିବା ଜଣାପଡ଼ିଛି। ମଝି ନଈରେ କେବୁଲ ତାରରେ ଛନ୍ଦି ହୋଇଯିବାରୁ ଡଙ୍ଗାଟି ଦୁର୍ଘଟଣାର ଶିକାର ହୋଇଛି। ପ୍ରଶାସନ ପକ୍ଷରୁ ଘଟଣାର ତଦନ୍ତ କରାଯାଇ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


All Right Reserved By

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ: ବିଶ୍ୱବାସୀଙ୍କୁ ଜଣାଯିବ ରଥଯାତ୍ରାର ବିଧି

ପୁରୀ ଅଫିସ, ୬ା୯: ବିଶ୍ୱର ବିଭିନ୍ନ ରାଷ୍ଟ୍ର ସମେତ ଭାରତର ଅନେକ ରାଜ୍ୟରେ ରଥଯାତ୍ରା ଅନୁଷ୍ଠିତ ହେଉଛି। କିନ୍ତୁ ପୁରୀରେ ଯେଉଁଭଳି ବିଧି ଓ ପରମ୍ପରା...

ହୃଦ୍‌ଘାତରେ ଓଡ଼ିଆ ଯବାନଙ୍କ ପରଲୋକ: ଶେଷ ସମ୍ମାନ ଜଣାଇଲେ ଆର୍ମି ଏଡି କଲେଜ ଯବାନ

ଗୋପାଳପୁର,୨୫ା୬: ଭାରତୀୟ ସେନାବାହିନୀରେ କାର୍ଯ୍ୟରତ ଜଣେ ଓଡ଼ିଆ ଯବାନଙ୍କ ରବିବାର ସକାଳେ ହୃତ୍‌ଘାତରେ ପରଲୋକ ଘଟିଛି। ସେ ହେଲେ ଗୋପାଳପୁର ଥାନା କରାପଲ୍ଲୀ ଗ୍ରାମର ପି....

କେନ୍ଦ୍ରମନ୍ତ୍ରୀଙ୍କୁ ପତ୍ର ଲେଖିଲେ ଏମ୍‌ପି: ଆଇଆଇଏମ୍‌ସିର ଉନ୍ନତୀକରଣ କରାଯାଉ

ଢେଙ୍କାନାଳ ଅଫିସ,୧ା୮ – ଢେଙ୍କାନାଳଠାରେ ଥିବା ଭାରତୀୟ ଜନସଞ୍ଚାର ସଂସ୍ଥାନର ଉନ୍ନତୀକରଣ କରାଯିବା ପାଇଁ ଏମ୍‌ପି ମହେଶ ସାହୁ ୨୭ ତାରିଖରେ କେନ୍ଦ୍ର ସୂଚନା ଓ...

ମୟୂରଭଞ୍ଜ ଲୋକ ସଭାରେ ବିଜେଡି ଆଗୁଆ

ବାରିପଦା ଅଫିସ,୨୩।୫: ମୟୂରଭଞ୍ଜ ଲୋକ ସଭା ଆସନରେ ବିଜେଡି ପ୍ରାର୍ଥୀ ଦେବାଶିଷ ମାରାଣ୍ଡି ପ୍ରଥମ ରାଉଣ୍ଡ ଗଣତି ପରେ ୧୩୮୭ ଭୋଟରେ ଆଗୁଆ ରହିଛନ୍ତି। ସେହିପରି...

ବଡଗାଁ ତହସିଲରେ ସରକାରୀ ନିୟମ କାମରେ ଆସୁନି: ୨ମାସ ପରେ ମଧ୍ୟ ମିଳୁନାହିଁ ପ୍ରମାଣପତ୍ର

ବଡ଼ଗାଁ, ୨୫।୬ (ଡି.ଏନ.ଏ)- ସରକାର ଲୋକଙ୍କ ସୁବିଧା ପାଇଁ ଅନେକ ନିୟମ ପ୍ରଣୟନ କରି କର୍ମଚାରୀମାନଙ୍କୁ ନିର୍ଦ୍ଦେଶନାମା ଜାରି କରିଛନ୍ତି। ହେଲେ କାର୍ଯ୍ୟରେ ଅବହେଳା କରୁଥିବା...

ମନୋଜ ହତ୍ୟା ମାମଲା ଅଭିଯୁକ୍ତଙ୍କ ଟେର୍‌ ପାଉନି ପୋଲିସ

ବ୍ରହ୍ମପୁର ଅଫିସ,୨୮ା୫-ଆସିକା କଂଗ୍ରେସ ପ୍ରାର୍ଥୀ ମନୋଜ ଜେନା ହତ୍ୟା ଘଟଣାକୁ ଇତି ମଧ୍ୟରେ ୫ ଦିନ ବିତିଛି । ପୋଲିସ ବିଭିନ୍ନ ଦିଗକୁ ଆଧାର କରି...

ସ୍ମାର୍ଟସିଟି ସର୍ବସାଧାରଣ ସ୍ଥାନର ଜାତୀୟ ମାନ ନିର୍ଦ୍ଧାରଣ ହେବ: ପ୍ରସ୍ତୁତି ଚାଲିଛି ନୂଆ ଆପ୍‌, ମିଳିବ ସମସ୍ତ ତଥ୍ୟ

ଭୁବନେଶ୍ୱର, ୧୯।୭(ବ୍ୟୁରୋ)- ମୋବାଇଲରେ ଜାଣିହେବ ଦେଶରେ ଥିବା ସ୍ମାର୍ଟସିଟିଗୁଡ଼ିକର ସବିଶେଷ ତଥ୍ୟ। ବିଶେଷକରି ପାର୍କ, ମାର୍କେଟ, ଐତିହ୍ୟସ୍ଥଳ, ଜଳାଶୟ, ରାସ୍ତା ଆଦି ସର୍ବସାଧାରଣ ସ୍ଥାନ ସଂକ୍ରାନ୍ତରେ...

ବିବାହ ପ୍ରତିଶ୍ରୁତି ଦେଇ ବଳାତ୍କାର, ଅଭିଯୁକ୍ତ ଗିରଫ

ଦିଗପହଣ୍ଡି,୫।୯(ଡି.ଏନ.ଏ.)-ଦିଗପହଣ୍ଡି ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର କରିବା ଅଭିଯୋଗରେ ଅନ୍ୟ ଏକ ଗାଁର ଜଣେ ଯୁବକ ଗିରଫ ହୋଇଛନ୍ତି। ଗିରଫ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *