Posted inଖେଳ

ୟୁରୋ କପ୍‌ ଯୋଗ୍ୟତା ପର୍ଯ୍ୟାୟ: ପର୍ତ୍ତୁଗାଲର ପ୍ରଥମ ବିଜୟ

ବେଲଗ୍ରେଡ୍‌,୮।୯(ଏଏଫ୍‌ପି): ୟୁରୋପିଆନ୍‌ ଚାମ୍ପିୟନ ପର୍ତ୍ତୁଗାଲ ୟୁରୋ କପ୍‌ ଯୋଗ୍ୟତା ପର୍ଯ୍ୟାୟରେ ତା’ର ପ୍ରଥମ ବିଜୟ ହାସଲ କରିଛି। ୨୦୨୦ ୟୁରୋ କପ୍‌ ପାଇଁ ଯୋଗ୍ୟତା ପର୍ଯ୍ୟାୟରେ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ପର୍ତ୍ତୁଗାଲ ଶନିବାର ଅନୁଷ୍ଠିତ ମୁକାବିଲାରେ ସର୍ବିଆକୁ ୪-୨ ଗୋଲ୍‌ରେ ପରାସ୍ତ କରିଛି। ପର୍ତ୍ତୁଗାଲ ଆରମ୍ଭରୁ ପ୍ରଭାବ ବିସ୍ତାର କରିଖେଳିଥିଲା। ପର୍ତ୍ତୁଗାଲ ତରଫରୁ ୪୨ତମ ମିନିଟ୍‌ ଓ୍ବିଲିୟମ କାରଭାଲୋ ପ୍ରଥମ ଗୋଲ ସ୍କୋର କରିଥିଲେ। ଏହାପରେ ଗୋନକାଲୋ ଗୁଏଡ୍ସ ୫୮ତମ ଗୋଲ ଦେଇ ଦଳକୁ ୨-୦ରେ ଅଗ୍ରଣୀ କରାଇଥିଲେ। ତେବେ ୬୮ତମ ମିନିଟ୍‌ରେ ସର୍ବିଆର ନିକେଲା ମିଲେନୋକୋଭିକ ଗୋଲ ପ୍ରଦାନ କରି ଗୋଲ ବ୍ୟବଧାନ କମାଇଥିଲେ। ଏହାପରେ ୮୦ତମ ମିନିଟ୍‌ରେ କ୍ରିଷ୍ଟିଆନୋ ରୋନାଲ୍ଡୋ ଗୋଲ ସ୍କୋର କରି ଅଗ୍ରଣୀ ବଢ଼ାଇଥିଲେ। ତେବେ ୮୫ତମ ମିନିଟ୍‌ରେ ସର୍ବିଆର ଆଲେକଜାଣ୍ଡାର ମିଟ୍ରୋଭିକ୍‌ ଗୋଲ ସ୍କୋର କରିଥିଲେ। ତେବେ ଏହାର ଗୋଟିଏ ମିନିଟ ପରେ ବର୍ଣ୍ଣାଡୋ ସିଲଭା ଗୋଲ ଦେଇ ପର୍ତ୍ତୁଗାଲକୁ ବିଜୟୀ କରାଇଥିଲେ। ଏଥିସହିତ ପର୍ତ୍ତୁଗାଲ ୩ଟି ମ୍ୟାଚ୍‌ ଖେଳି ଗୋଟିଏ ବିଜୟ ଓ ଦୁଇଟି ଡ୍ର ସହ ୫ ପଏଣ୍ଟ ପାଇ ଗ୍ରୁପ୍‌ ବି’ର ଦ୍ୱିତୀୟ ସ୍ଥାନରେ ରହିଛି। ଏହି ଗ୍ରୁପ୍‌ରେ ୟୁକ୍ରେନ ୫ଟି ମ୍ୟାଚ୍‌ ଖେଳି ୪ ବିଜୟ ଓ ଗୋଟିଏ ଡ୍ର ସହ ୧୩ ପଏଣ୍ଟ ହାସଲ କରି ଶୀର୍ଷରେ ରହିଛି।


All Right Reserved By

Posted inଖେଳ

ଆମେରିକାରେ ପ୍ରଶିକ୍ଷଣ ନେବେ ଜିନ୍‌ସନ ଜନ୍‌ସନ

ଚେନ୍ନାଇ,୨୪।୮(ପି.ଟି.)- ଭାରତୀୟ ମିଡଲ ଡିଷ୍ଟାନ୍ସ ରନର ଜିନସନ ଜନସନ ଶୁକ୍ରବାର ଆମେରିକାରେ ପ୍ରଶିକ୍ଷଣ ନେବେ ବୋଲି କହିଛନ୍ତି। ଆସନ୍ତାବର୍ଷ ଟୋକିଓରେ ଆୟୋଜନ ହେବାକୁଥିବା ଟୋକିଓ ଅଲିମ୍ପିକ୍ସରେ...

ରାଜ୍ୟ ର଼୍ୟାଙ୍କିଙ୍ଗ୍‌ ଟେବୁଲ ଟେନିସ ଉଦ୍‌ଘାଟିତ

ଭୁବନେଶ୍ୱର, ୧୪।୯(କ୍ରୀଡ଼ା ପ୍ରତିନିଧି)- ଖୋର୍ଦ୍ଧା ଜିଲା ଟେବୁଲ ଟେନିସ ଆସୋସିଏଶନ ଆନୁକୂଲ୍ୟରେ ସହିଦ ନଗରସ୍ଥିତ ଇନ୍‌ଡୋର ହଲ୍‌ରେ ୧୪ତମ ରାଜ୍ୟ ର଼୍ୟାଙ୍କିଙ୍ଗ୍‌ ଟେବୁଲ ଟେନିସ ଚାମ୍ପିୟନଶିପ୍‌...

ବାଉଣ୍ଡାରିି ନିୟମକୁ ସମାଲୋଚନା

ନୂଆଦିଲ୍ଲୀ, ୧୫ା୭ (ପି.ଟି.)-ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆଇସିସି ବିଶ୍ୱକପ୍‌ ମ୍ୟାଚର ଯେପରି ରୋମାଞ୍ଚକ ପରିସମାପ୍ତି ଘଟିଲା, ସେନେଇ କ୍ରିକେଟ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ...

ବାରବାଟୀ ଷ୍ଟାଡିୟମରେ ଇସାକ

କଟକ ଅଫିସ,୧।୭- ଓଡ଼ିଶା ଗସ୍ତରେ ଆସିଥିବା ଅଲ ଇଣ୍ଡିଆ ଫୁଟବଲ ଫେଡେରେଶନ (ଏଆଇଏଫ୍‌ଏଫ)ର ବୈଷୟିକ ନିର୍ଦ୍ଦେଶକ ଇସାକ ଦୋରୁ ରବିବାର ବାରବାଟୀ ଷ୍ଟାଡିୟମ ପରିଦର୍ଶନ କରିଛନ୍ତି...

ଆଇସିସି ବାସନ୍ଦ ପରେ ଜିମ୍ବାଓ୍ବେ କ୍ରିକେଟର ନିରାଶ

ହରାରେ, ୨୦।୭(ପି.ଟି.)- କ୍ରିକେଟ ବ୍ୟାପାରରେ ସରକାରଙ୍କ ଅବାଞ୍ଚିତ ହସ୍ତକ୍ଷେପ କାରଣରୁ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଜିମ୍ବାଓ୍ବେକୁ ବାସନ୍ଦ କରିଛି। ଆଇସିସିର ଏହି କଠୋର ପଦକ୍ଷେପରେ...

ପ୍ରଥମ ରାଉଣ୍ଡରେ ହାରିଲେ ଦୁଇ ଥର ଅଲିମ୍ପିକ୍‌ ପଦକଧାରୀ ସୁଶୀଲ

ନୁର-ସୁଲତାନ (କାଜାଖସ୍ତାନ),୨୦।୯: ଦୀର୍ଘ ୮ ବର୍ଷ ପରେ ବିଶ୍ୱ ଚାମ୍ପିୟନଶିପରେ ଭାଗ ନେଇଥିବା ଦୁଇ ଥର ଅଲିମ୍ପିକ୍‌ ପଦକ ବିଜେତା ସୁଶୀଲ କୁମାର ପ୍ରଥମ ରାଉଣ୍ଡରେ...

ସାଥିୟାଁ-ଅମଲରାଜଙ୍କୁ ବ୍ରୋଞ୍ଜ

ମେଲବୋର୍ନ, ୧୩ା୭ (ପି.ଟି.)-ଭାରତୀୟ ଯୋଡ଼ି ଜି. ସାଥିୟାଁ ଓ ଆନ୍ଥୋନୀ ଅମଲରାଜ ପୁରୁଷ ଡବଲ୍ସରେ ଏକ ବ୍ରୋଞ୍ଜ ପଦକ ସହ ସେମାନଙ୍କ ଓ୍ବାଲର୍‌ଡ ଟୁର୍‌ ପ୍ଲାଟିନମ...

ଏସିଆନ୍‌ ଉଷୁ ଚାମ୍ପିୟନଶିପ୍‌ :ବବଲୁ ମୁଣ୍ଡାଙ୍କୁ ରୌପ୍ୟ ପଦକ

ଯୋଡ଼ା/କେନ୍ଦୁଝର୨୪।୮(ଡି.ଏନ.ଏ.)- ବ୍ରୁନେଇଠାରେ ଅନୁଷ୍ଠିତ ୧୦ମ ଜୁନିୟର ଉଷୁ ଚାମ୍ପିୟନଶିିପ୍‌ରେ କେନ୍ଦୁଝର ଜିଲା ଯୋଡା ବ୍ଲକ ଅନ୍ତର୍ଗତ ସିଆଳିଯୋଡା ଗ୍ରାମର ବବଲୁ ମୁଣ୍ଡା ରୌପ୍ୟ ପଦକ ଜିତି...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *