ବ୍ରାହ୍ମଣୀରେ ଡଙ୍ଗାବୁଡ଼ି: ୪ ନିଖୋଜ, ୫ ଉଦ୍ଧାର

ପରଜଙ୍ଗ, ୮।୯(ଡି.ଏନ୍‌.ଏ.) – ଢେଙ୍କାନାଳ ଜିଲା ପରଜଙ୍ଗ ତହସିଲ ଅଧୀନ ରୋଡ୍‌ ପଞ୍ଚାୟତ ବ୍ରାହ୍ମଣୀ ନଦୀରେ ଶନିବାର ରାତି ପ୍ରାୟ ୮ଟାରେ ଡଙ୍ଗାବୁଡ଼ି ୪ଜଣ ନିଖୋଜ ହୋଇଯାଇଛନ୍ତି। ନାଉରିଆ, ତାଙ୍କ ପୁଅ ଏବଂ ଭୂଷଣରେ କାର୍ଯ୍ୟ କରୁଥିବା ଅନ୍ୟ ୩ଜଣଙ୍କୁ ମିଶାଇ ମୋଟ ୫ଜଣ ପହଁରି କୂଳକୁ ଫେରିଛନ୍ତି। ନିଖୋଜ ୪ଜଣ ଭୂଷଣ କର୍ମଚାରୀ ବୋଲି ଜଣାପଡ଼ିଛି। ସୂଚନା ପାଇ ଅଗ୍ନିଶମ ବିଭାଗ, ବନ ବିଭାଗ ଏବଂ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚତ୍ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।
ପ୍ରତ୍ୟକ୍ଷଦର୍ଶୀ ତଥା ଦୁର୍ଘଟଣା ପରେ ପ୍ରଥମେ କୂଳରେ ପହଞ୍ଚତ୍ଥିବା ଗଇଲୋ ଗ୍ରାମର ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ପୁଅ ପ୍ରତାପଙ୍କ କହିବା କଥା, ଓଡ଼ାପଡ଼ା ବ୍ଲକ ଖଡଗ୍‌ପ୍ରସାଦସ୍ଥିତ ଭୂଷଣ କମ୍ପାନୀରେ କାର୍ଯ୍ୟରତ ୭ଜଣ କର୍ମଚାରୀ ବ୍ରାହ୍ମଣୀ ନଦୀର ଖଡଗପ୍ରସାଦ ଘାଟରୁ କୁନ୍ଦନଦେଈପୁର ଘାଟକୁ ଏକ ହୁଲି ଡଙ୍ଗାରେ ଆସୁଥିଲେ। ନଦୀମଝିରେ ଟଣାଯାଇଥିବା ଏକ କେବୁଲ ଲାଇନ୍‌ରେ ଡଙ୍ଗା ଛନ୍ଦି ହୋଇଯାଇଥିଲା। ଯାତ୍ରୀମାନେ ହଡ଼ବଡ଼େଇ ଯାଇ କେବୁଲକୁ ଧରି ପକାଇଥିଲେ। ଫଳରେ ପ୍ରବଳ ସ୍ରୋତରେ ଡଙ୍ଗାଟି ଓଲଟି ତଳମୁଣ୍ଡକୁ ଭାସିଯାଇଥିଲା।
ପ୍ରଥମେ ପ୍ରତାପ କୁନ୍ଦନଦେଈପୁର ଘାଟ ତଳକୁ ଥିବା ରୋଡ୍‌ ଘାଟରେ ପହଁରି ଲାଗିଥିଲେ। ଏହାପରେ ପର୍ଯ୍ୟାୟକ୍ରମେ ରୋଡ୍‌ ଗ୍ରାମର ରାଜକିଶୋର ନାୟକଙ୍କ ପୁଅ ଅଜୟ, କନ୍ଦର୍ପ ସାହୁଙ୍କ ପୁଅ ରାଜେନ୍ଦ୍ର, ଖଡଗପ୍ରସାଦର ଡଙ୍ଗା ଚାଳକ ଘନିଆ ଏବଂ ତାଙ୍କ ପୁଅ ଜଟି ଆସି ଘାଟରେ ପହଞ୍ଚତ୍ଥିଲେ। ଅନ୍ୟପକ୍ଷରେ କୁନ୍ଦନଦେଈପୁର ଗ୍ରାମର ପ୍ରଫୁଲ୍ଲ ଆଚାର୍ଯ୍ୟଙ୍କ ପୁଅ ବିଶ୍ୱଜିତ୍‌, ରୋଡ୍‌ ଗ୍ରାମର ବିନୋଦ ସାହୁଙ୍କ ପୁଅ ରମେଶ, ବସନ୍ତ ସାହୁଙ୍କ ପୁଅ ସୁଶାନ୍ତ ଏବଂ ରାଜକିଶୋର ନାୟକଙ୍କ ବଡ଼ପୁଅ ବିଜୟଙ୍କ ପତ୍ତା ମିଳୁନାହିଁ।
ଏହି ଘଟଣା ଜଣାପଡ଼ିବା ପରେ ତହସିଲଦାର ଜୟନ୍ତ କୁମାର ଜୟସିଂ, ରେଞ୍ଜର ହରମୋହନ ନାୟକ, ଅଗ୍ନିଶମ କର୍ମଚାରୀ, ୧୦୮ ଆମ୍ବୁଲାନ୍ସ କର୍ମଚାରୀ ପହଞ୍ଚତ୍ ଗ୍ରାମବାସୀଙ୍କ ସହାୟତାରେ ବ୍ରାହ୍ମଣୀ ନଦୀର ଉଭୟ ପାର୍ଶ୍ୱରେ ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି। ତେବେ ନଦୀ ଅବବାହିକାରେ ହାତୀପଲ ବିଚରଣ କରୁଥିବା ଏବଂ ଅନ୍ଧାର ଯୋଗୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି।
ସୂଚନାଯୋଗ୍ୟ, ଚଳିତବର୍ଷ ଓଡ଼ାପଡ଼ା ବ୍ଲକର ପ୍ରସିଦ୍ଧ ନାଧରା ଯାତ୍ରା ବେଳେ ବ୍ରାହ୍ମଣୀ ନଦୀରେ ଡଙ୍ଗା ଚଳାଚଳକୁ ପ୍ରଶାସନ ପକ୍ଷରୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିଲା। ତଥାପି ବେଆଇନ ଭାବେ ଉକ୍ତ ହୁଲି ଡଙ୍ଗା ଚଳାଚଳ କରୁଥିବାରୁ ଏହି ଦୁର୍ଘଟଣା ଘଟିଛି।


All Right Reserved By Dharitri.Com

ବିରୁଡ଼ି ଆକ୍ରମଣରେ ବୃଦ୍ଧାଙ୍କ ଜୀବନ ଗଲା

ପରଜଙ୍ଗ,୩୦।୯(ଡି.ଏନ.ଏ)-ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଲୋଧଣୀ ଗ୍ରାମର ଲଳିତା ବେହେରା(୬୦) ବିରୁଡ଼ି ଆକ୍ରମଣରେ ମୃତ୍ୟୁବରଣ କରିଛନ୍ତି। ରବିବାର ଲଳିତା ଗ୍ରାମ ନିକଟ ପଶି ଅଞ୍ଚଳରୁ ଛେଳି...

ଧାନ ଫସଲରେ ପୋକ, ଚାଷୀ ଆତଙ୍କିତ

ଢେଙ୍କାନାଳ ଅଫିସ, ୬।୧୦ – ଢେଙ୍କାନାଳ ସଦର ବ୍ଲକ ବେଲଟିକିରି ଗ୍ରାମରେ ଧାନ ଫସଲରେ ପୋକ ଆତଙ୍କ ଦେଖାଦେଇଛି। ଏହାକୁ ନେଇ ଚାଷୀମାନେ ଆତଙ୍କିତ ହୋଇପଡ଼ିଛନ୍ତି।...

କାପୁଡ଼ିଆ ସମାଜ ପାଳିଲା ରକ୍ଷାବନ୍ଧନ ଉତ୍ସବ: ଶୋଭାଯାତ୍ରାରେ ଦୁଲୁକିଲା ସହର

ଭୁବନ, ୧୫।୮(ଡି.ଏନ.ଏ.)-ଢେଙ୍କାନାଳ ଜିଲା ଭୁବନ କାପୁଡ଼ିଆ ସମାଜ ପକ୍ଷରୁ ଗୁରୁବାର ଧୂମ୍‌ଧାମରେ ରକ୍ଷାବନ୍ଧନ ଉତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ସଙ୍ଗଠନର କୋଠଘରେ ଆରାଧ୍ୟ ଦେବତା...

ବେତନ ବୃଦ୍ଧି ଦାବି କଲା ରାଜସ୍ବ ଅମଲା ସଂଘ

ଢେଙ୍କାନାଳ ଅଫିସ, ୧୮।୨ – ବେତନ ବୃଦ୍ଧି ଦାବି କରିଛି ଢେଙ୍କାନାଳ ଜିଲା ରାଜସ୍ବ ଅମଲା ସଂଘ। ଏ ନେଇ ସୋମବାର ଅପରାହ୍ନ ସାଢ଼େ ୪ଟାରେ...

ପାଗ ବିଗାଡ଼ିଦେଲା ବିଜ୍ଞାନ କେନ୍ଦ୍ରର ସବୁ ଆୟୋଜନ: ସୂର୍ଯ୍ୟୋପରାଗ ଦେଖିବାରୁ ଛାତ୍ରୀଛାତ୍ର ବଞ୍ଚିତ

ଢେଙ୍କାନାଳ ଅଫିସ,୨୭ା୧୨- ଢେଙ୍କାନାଳ ଜିଲା ବିଜ୍ଞାନକେନ୍ଦ୍ରରେ ସମସ୍ତ ବ୍ୟବସ୍ଥା ସତ୍ତ୍ୱେ ଗୁରୁବାର ମେଘୁଆପାଗ ଯୋଗୁ ଆସିଥିବା ସ୍କୁଲ, କଲେଜ ଛାତ୍ରୀଛାତ୍ର ଟେଲିସ୍କୋପ୍‌ ଯୋଗେ ସୂର୍ଯ୍ୟୋପରାଗ ଦେଖିବାରୁ...

ମୂର୍ତ୍ତି ମନସ୍କ ଶିଶିର

ସାତମାଇଲ, ୧।୯ – ଶିଶିର କୁମାର ବେହେରା। ବୟସ ୨୫। ଘର ହିନ୍ଦୋଳ ବ୍ଲକ ଚିତ୍ତଳପୁର ପଞ୍ଚାୟତ ଅନ୍ତର୍ଗତ ପଞ୍ଚପଡ଼ା ଗ୍ରାମରେ। ମା’ ଆଉ ଜଣେ...

ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପରେ ଅର୍ଥ ହେରଫେର ଘଟଣା; ତଦନ୍ତ ନିର୍ଦ୍ଦେଶ ଦେଲେ ଉପଜିଲାପାଳ

ତାଳଚେର,୧୮ା୮(ନି.ପ୍ର.)  ତାଳଚେର ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପରେ କଣ୍ଟିଜେନ୍ସି ବାବଦ ଅର୍ଥ ହେରଫେର ଘଟଣାର ତଦନ୍ତ କରବିାକୁ ଉପଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। କଣ୍ଟିଜେନ୍ସି ଅର୍ଥ ହଡପ, ଇସିସିଇ...

ଢେଙ୍କାନାଳରେ ଅର୍ଥମନ୍ତ୍ରୀ: ‘ଚୋରା ମଦ ବିକ୍ରି ସମ୍ପୂର୍ଣ୍ଣ ନିଷେଧ କର’

ଢେଙ୍କାନାଳ ଅଫିସ, ୩୦।୧୧ – କଲିକତାରୁ ବିପୁଳ ପରିମାଣରେ ନକଲି ମଦ ଓଡ଼ିଶାକୁ ଆସୁଛି। ଚୋରା ମଦ ବ୍ୟବସାୟୀମାନେ ଏହାକୁ ବିଭିନ୍ନ ଅଞ୍ଚଳକୁ ପହଞ୍ଚାଉଛନ୍ତି। ଏହାକୁ...

Leave a comment

Your email address will not be published. Required fields are marked *