ରଣପୁର ବାଳିକା ଉଚ୍ଚ ବିଦ୍ୟାଳୟ: ଭୁଶୁଡିଲା ୬୦ ଫୁଟ୍‌ର ତାଜା ଓ ଲିନ୍‌ଟେଲ; ପ୍ରାର୍ଥନା କ୍ଲାସ ଯୋଗୁ ବର୍ତ୍ତିଲେ ଛାତ୍ରୀ

ରଣପୁର,୮ା୯(ସ୍ବ.ପ୍ର.): ଶନିବାର ଭୋର ସମୟରେ ପ୍ରାର୍ଥନା ହେଉଥିବାବେଳେ ନୟାଗଡ଼ ଜିଲା ରଣପୁର ବାଳିକା ଉଚ୍ଚ ବିଦ୍ୟାଳୟ ଉପର ମହଲାରେ ନିର୍ମାଣାଧୀନ ଗୃହର ୬୦ ଫୁଟ୍‌ର ତାଜା ଓ ଲିନ୍‌ଟେଲ ଭୁଶୁଡି ପଡିଛି। ହେଲେ ଏଥିରେ କାହାରି କ୍ଷତି ହୋଇନାହିଁ। ପ୍ରାର୍ଥନା କ୍ଲାସ ସେମାନଙ୍କୁ ବଞ୍ଚାଇଦେଲା ବୋଲି ଛାତ୍ରୀମାନେ କହିଛନ୍ତି। ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ଏହି ବିଦ୍ୟାଳୟରେ ୧୫୦ ଛାତ୍ରୀ ପାଠ ପଢ଼ନ୍ତି। ଘଟଣା ପରେ ଛାତ୍ରୀ, ଅଭିଭାବକ, ସ୍କୁଲ ଶିକ୍ଷକ ଭୟଭୀତ ହୋଇ ପଡିଛନ୍ତି। ଏ ନେଇ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ବସନ୍ତ କୁମାର ସାହୁ କୁହନ୍ତି, ଅର୍ଦ୍ଧନିର୍ମିତ ଘର ହୋଇଥିଲେ ହେଁ ବିପଦସଙ୍କୁଳ ଥିଲା। ପୁଣି ୨ଦିନ ହେଲା ଲଗାଣ ବର୍ଷା ଲାଗିରହିଥିଲା। ଏଥିଯୋଗୁ ଆମେ ଛାତ୍ରୀମାନଙ୍କୁ ଅନ୍ୟତ୍ର ବସାଉଥିଲୁ। ଯାହାହେଉ କାହାରି କିଛି ଅସୁବିଧା ହୋଇ ନାହିଁ।

ବିପଦସଙ୍କୁଳ ଘର ଭଙ୍ଗାଯାଇ ନ ଥିଲା
ରଣପୁର ବାଳିକା ଉଚ୍ଚ ବିଦ୍ୟାଳୟ ଉପର ମହଲାରେ ଲିନ୍‌ଟେଲ ପତନ ପର୍ଯ୍ୟନ୍ତ ଥିବା ଘର ୨ବର୍ଷ ତଳେ ତିଆରି ହୋଇଥିଲା। ପୂର୍ଣ୍ଣାଙ୍ଗ କାମ ନ ହୋଇ ୨ବର୍ଷର ଘର ବିପଦସଙ୍କୁଳ ଥିଲେ ମଧ୍ୟ ତାହାକୁ ଭଙ୍ଗାଯାଇ ନ ଥିଲା। ଯଦି କିଛି ଅଘଟଣ ଘଟିଥାନ୍ତା ତେବେ କିଏ ଦାୟୀ ହୋଇଥାନ୍ତା ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି। ଅର୍ଦ୍ଧନିର୍ମିତ ଘର ନ ଭାଙ୍ଗିବା ପଛରେ କିଏ ଦାୟୀ ତା’ର ତଦନ୍ତ ହେବା ଦରକାର। ସେହିପରି ସିମେଣ୍ଟ, ଇଟାରେ ତିଆରି ହୋଇଥିବା ଘର ମାତ୍ର ୨ବର୍ଷ ମଧ୍ୟରେ ଭାଙ୍ଗିଥିବାରୁ ଏହା ନିମ୍ନମାନର କାମ ବୋଲି ସ୍ପଷ୍ଟ ହୋଇଛି। ତେଣୁ ଯେଉଁ ଠିକାଦାର ଏହାକୁ ନିର୍ମାଣ କରିଥିଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ ବୋଲି ସ୍ଥାନୀୟ ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି। ଅନ୍ୟପକ୍ଷେ ରଣପୁର ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟଠାରୁ ମାତ୍ର ୨୦ଫୁଟ ଦୂରରେ ରହିଛି ବିଦ୍ୟାଳୟ। ନିଜ କାର୍ଯ୍ୟାଳୟ ନିକଟରେ ଥିବାବେଳେ ବିଦ୍ୟାଳୟର ବିପଦସଙ୍କୁଳ ଅର୍ଦ୍ଧନିର୍ମିତ ଘରକୁ ତଦନ୍ତ ନ କରିବା ପରିତାପର ବିଷୟ ହୋଇଛି। ଏ ସମ୍ପର୍କରେ ନୟାଗଡ଼ ପୂର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀ ତୁଷାରକାନ୍ତ ପଣ୍ଡାଙ୍କୁ ପଚାରିବାରୁ ସେ କହିଥିଲେ, ୨ବର୍ଷ ତଳେ ନିର୍ମାଣ ହୋଇଥିବା ଘର କେଉଁ ପରିସ୍ଥିତିରେ ଭୁଶୁଡିଲା ତା’ର ତଦନ୍ତ କରାଯାଇ ପଦକ୍ଷେପ ନିଆଯିବ।

୭ ଶିଶୁଙ୍କ ମୃତ୍ୟୁ ପରେ ବି ନାହିଁ ଚିନ୍ତା
୨୦୧୨ ଜୁଲାଇ ୯ରେ ରଣପୁର ସୁଅଁାସିଆ ସାହିରେ ଚାଲୁଥିବା ଅଙ୍ଗନୱାଡି କେନ୍ଦ୍ରର କାନ୍ଥ ଭୁଶୁଡି ୭ଜଣ ଶିଶୁ ପ୍ରାଣ ହରାଇଥିଲେ। ଏହି ଘଟଣା କେବଳ ଜିଲା ନୁହେଁ ରାଜ୍ୟବାସୀଙ୍କୁ ସ୍ତବ୍ଧ କରିଦେଇଥିଲା। ଏହା ପରେ ବି ପ୍ରଶାସନର ଚେତା ଫେରୁନି। ୭ ବର୍ଷ ପରେ ବାଳିକା ଉଚ୍ଚ ବିଦ୍ୟାଳୟ ଉପର ମହଲାରେ ୬୦ ଫୁଟର ତାଜା ଓ ଲିନ୍‌ଟେଲ ଭୁଶୁଡିବା ପ୍ରଶାସନର ଖାମଖିଆଲ ମନୋଭାବକୁ ପଦାରେ ପକାଇଛି।


All Right Reserved By Dharitri.Com

ସୋଲାର ସିଷ୍ଟମ୍‌ ନଳକୂପ ଅଚଳ: ଫେଲ୍‌ ମାରିଛି ଯୋଜନା

ଝୁମ୍ପୁରା, ୧୭।୭ (ଡି.ଏନ.ଏ.)-କେନ୍ଦୁଝର ଜିଲା ଝୁମ୍ପୁରା ବ୍ଲକ ଅନ୍ତର୍ଗତ ଖଣି କ୍ଷତିଗ୍ରସ୍ତ ଅଞ୍ଚଳ ଭାବେ ପ୍ରଥମ ଭାଗରେ ଚିହ୍ନଟ ହୋଇଥିବା ୫ଟି ପଞ୍ଚାୟତ (ବସନ୍ତପୁର, ମଲଦା,...

ରାଜ୍ୟରେ ଆସିବ ନୂଆ ଟେଲି ମେଡିସିନ ନୀତି: ଜିଲା ମୁଖ୍ୟ ଚିକିତ୍ସାଳୟରେ ସେବା ଯୋଗାଇବେ ବିଶେଷଜ୍ଞ

ଭୁବନେଶ୍ୱର,୧ା୯(ବ୍ୟୁରୋ): ରାଜ୍ୟ ସରକାର ଖୁବ୍‌ଶୀଘ୍ର ନୂତନ ଟେଲି ମେଡିସିନ ନୀତି ଆଣିବାକୁ ଯାଉଛନ୍ତି। ରାଜ୍ୟରେ ଟେଲି ମେଡିସିନି ବ୍ୟବସ୍ଥାର ସଫଳ କାର୍ଯ୍ୟକାରିତା ନେଇ ସ୍ବାସ୍ଥ୍ୟ ଓ...

ବାୟୁସେନା ବିମାନ ଭଗ୍ନାବଶେଷ ଠାବ ପରେ ଆଶଙ୍କାରେ ବଳିଆପଲ୍ଲୀବାସୀ

କବିସୂର୍ଯ୍ୟନଗର,୧୨ା୬- ନିଖୋଜ ଭାରତୀୟ ବାୟୁସେନା (ଆଇଏଏଫ୍‌) ବିମାନ ଏଏନ୍‌-୩୨ର ଧ୍ୱଂସାବଶେଷ ମଙ୍ଗଳବାର ଠାବ ହୋଇଛି। ସୋମବାର ଆସାମ ଜୋରହାଟରୁ ବାହାରି ଅରୁଣାଚଳ ପ୍ରଦେଶ ମେଚୁକା ଯାଉଥିବାବେଳେ...

ସୀତା ଠାକୁରାଣୀଙ୍କ ଦର୍ଶନ ଲାଗି ଭକ୍ତଙ୍କ ଭିଡ଼

ଢେଙ୍କିକୋଟ, ୧୬ା୬(ଡି.ଏନ୍‌.ଏ.)- ଓଡ଼ିଶାର ଅନ୍ୟତମ ପର୍ଯ୍ୟଟନସ୍ଥଳୀ ସୀତାବିଞ୍ଜଠାରେ ଶନିବାରଠାରୁ ଆରମ୍ଭ ହୋଇଛି ୩ ଦିନିଆ ରଜମେଳା। ପ୍ରତିବର୍ଷ ପରି ରଜମେଳାର ପ୍ରଥମ ଦିନରେ ମା’ ସୀତା...

ତିନି ଦିନ ଯାଏ ବର୍ଷା

ଭୁବନେଶ୍ୱର, ୬।୮(ବ୍ୟୁରୋ): ଆସନ୍ତା ୬ରୁ ୮ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲାରେ ବର୍ଷା ଲାଗି ରହିବ। ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା...

ମହାପ୍ରଭୁଙ୍କ ବାଙ୍କଚୂଡ଼ା ବେଶ ଦେଖିଲେ ଭକ୍ତ

ପୁରୀ ଅଫିସ, ୧୦।୧୧: କାର୍ତ୍ତିକ ଶୁକ୍ଳ ଦ୍ୱାଦଶୀ ତଥା ପଞ୍ଚୁକର ଦ୍ୱିତୀୟ ଦିବସରେ ଶନିବାର ରତ୍ନସିଂହାସନରେ ମହାପ୍ରଭୁଙ୍କ ବାଙ୍କଚୂଡ଼ା ବେଶ ଅନୁଷ୍ଠିତ ହୋଇଛି । ଏହି...

ବାଲିଯାତ୍ରାର ଚତୁର୍ଥ ଦିବସ: ଫାଷ୍ଟଫୁଡ ଷ୍ଟଲ୍‌ରେ ଭିଡ଼

କଟକ ଅଫିସ, ୧୬।୧୧: ଶୁକ୍ରବାର ଥିଲା ଐତିହାସିକ କଟକ ବାଲିଯାତ୍ରାର ଚତୁର୍ଥ ଦିନ। ଦିନତମାମ ପଡିଆରେ ଗହଳି ଚହଳି ଲାଗି ରହିଥିଲା। କେତେକ ଲୋକ ଦିନରେ...

ନକଲି ସୁନାଗହଣା ପିନ୍ଧି ରେଲଓ୍ବେ ଷ୍ଟେଶନରେ ପଇଁତରା: ଯାତ୍ରୀଙ୍କୁ ଭୁଆଁ ବୁଲାଇ କରୁଥିଲେ ଲୁଟ

ଭୁବନେଶ୍ୱର,୭।୭(ବ୍ୟୁରୋ): ବେଶଭୂଷା, କଥାବାର୍ତ୍ତା ପୂରା କୋଟିପତି ଭଳି। ବେକ, ହାତ ଓ ଆଙ୍ଗୁଠିରେ ଏକାଧିକ ନକଲି ସୁନା ଗହଣାରେ ଭର୍ତ୍ତି। ଷ୍ଟେଶନରେ ପଇଁତରା ମାରି ଯାତ୍ର୍ରୀଙ୍କୁ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *