ରାସ୍ତା ଅପେକ୍ଷାରେ ବଡ଼ମୂଳବାସୀ

ଛେଣ୍ଡିପଦା, ୮ା୯(ଡି.ଏନ.ଏ.) – ଜଙ୍ଗଲ ଗ୍ରାମରୁ ରାଜସ୍ବ ଗ୍ରାମର ମାନ୍ୟତା ମିଳିଥିଲେ ବି ମିଳୁନି ମୌଳିକ ସୁବିଧା। ବିଭିନ୍ନ ମୁଖ୍ୟ ସ୍ଥାନକୁ ସଂଯୋଗ କରୁଥିବା ଅସ୍ଥାୟୀ ମାଟି ରାସ୍ତା ପାଲଟିଛି ମରଣଯନ୍ତା। ଫଳରେ ଗ୍ରାମରୁ ବାହାରି ମୁଖ୍ୟ ରାସ୍ତାକୁ ବାହାରିବା ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ କତଡା ପଞ୍ଚାୟତର ବଡମୂଳବାସୀଙ୍କ ପାଇଁ କାଠିକର ପାଠ ହୋଇଯାଉଛି। ସେଠାରେ ସ୍ଥାୟୀ ରାସ୍ତାଟିଏ ନିର୍ମାଣ କରାଯାଉ ନ ଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।
ଅଭିଯୋଗ ମୁତାବକ, କତଡା ପଞ୍ଚାୟତ ଅନ୍ତର୍ଗତ କତଡା-ପିତାଚରୀ-ବଡମୂଳ-ଡାହିମାଳ କୁ ସଂଯୋଗ କରୁଥିବା ପ୍ରାୟ ୯ କିମି ବିଶିଷ୍ଟ ଏହି ମାଟି ରାସ୍ତାଟି ଏବେ ଶୋଚନୀୟ ହୋଇପଡିଛି। ମରାମତି କରାଯାଉ ନ ଥିବାରୁ ଉକ୍ତ ରାସ୍ତା ଦେଇ ଯାତାୟାତ କରିବା କଷ୍ଟକର ହୋଇପଡୁଛି। ରାସ୍ତା ସାରା ଖାଲଖମା ସହ ବର୍ଷା ହେଲେ କାଦୁଅ ଭର୍ତ୍ତି ହୋଇଯାଉଥିବା ଯୋଗୁ ସେଠାରେ ଗାଡି ଯିବା ତ ଦୂର କଥା ଚାଲି କରି ମଧ୍ୟ ଯିବା ସମ୍ଭବ ହେଉନି। ଛାତ୍ରୀଛାତ୍ରମାନେ ବିପଦସଙ୍କୁଳ ଅବସ୍ଥାରେ ଏହି ଜଙ୍ଗଲ ରାସ୍ତା ଦେଇ ଯିବାଆସିବା କରୁଛନ୍ତି। ଏହା ଉପରେ ନିର୍ଭର କରୁଥିବା ବଡମୂଳ, ପୀତାଚରୀ, ଡାହିମାଳ,ବକଳା,କତଡା ଆଦି ଗ୍ରାମ ସହ ଅନ୍ୟ ପାର୍ଶ୍ୱବର୍ତ୍ତୀ ଗ୍ରାମର ଲୋକେ ବହୁ ଅସୁବିଧା ଭୋଗୁଛନ୍ତି। ଅନ୍ୟ ପକ୍ଷରେ ଉକ୍ତ ରାସ୍ତାଟି ଜଙ୍ଗଲ ବିଭାଗ ସଂରକ୍ଷିତ ଅଞ୍ଚଳ ଅଧୀନରେ ଯାଉଛି। ତେଣୁ ରାସ୍ତା ନିର୍ମାଣ ପାଇଁ ଜଙ୍ଗଲ ବିଭାଗ ପକ୍ଷରୁ ଫରେଷ୍ଟ କ୍ଲିୟରାନ୍ସ ପ୍ରଦାନ କରାଯାଉ ନ ଥିବା ଅଭିଯୋଗ ହୋଇଛି। ମୁଖ୍ୟମନ୍ତ୍ରୀ ଗ୍ରାମ ସଡକ ଯୋଜନା ଜରିଆରେ ଏହି ରାସ୍ତା ନିର୍ମାଣ ପାଇଁ ପ୍ରସ୍ତାବ ରହିଛି। ଏଥିପାଇଁ ଆବଶ୍ୟକ ଆର୍ଥିକ ଅନୁଦାନ ମଧ୍ୟ ମିଳିଛି। ହେଲେ ଏହାର ଅଗ୍ରଗତି ହୋଇପାରୁ ନ ଥିବାରୁ ଅଞ୍ଚଳବାସୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏ ଦିଗରେ ଯଥାଶୀଘ୍ର ପଦକ୍ଷେପ ନେବାକୁ ବଡମୂଳ ଗାଁ ସଭାପତି ଶରତଚନ୍ଦ୍ର ସାହୁ, ସମ୍ପାଦକ ପ୍ରଦୀପ କୁମାର ଦେହୁରୀ, ଦେବରାଜ ସାହୁ, ନିଶାମଣି ସାହୁ, ଦୁଷ୍ମନ୍ତ ସାହୁ, ଗୟାଚାନ୍ଦ ସାହୁ, ବରିଷ୍ଠ ନେତା ସୁଶୀଳ କୁମାର ସିଂହ, ରତ୍ନାକର ଖିଲାର, ରଞ୍ଜନ ଖିଲାର, ସରପଞ୍ଚ ସଞ୍ଜୟ କୁମାର ପ୍ରଧାନ ପ୍ରମୁଖ ଦାବି କରିଛନ୍ତି। ଏ ସମ୍ପର୍କରେ ଜରପଡା ଫରେଷ୍ଟ ରେଞ୍ଜ ଅଫିସର ହୃଦାନନ୍ଦ ନାଏକ କୁହନ୍ତି,କତଡା ଠାରୁ ବଡମୂଳ ପର୍ଯ୍ୟନ୍ତ ଯାଇଥିବା ରାସ୍ତାର ପ୍ରାୟ ୩ କିମି ରିଜର୍ଭ ଫରେଷ୍ଟ ମଧ୍ୟରେ ରହିଛି। ତେଣୁ ସେହି ରାସ୍ତା ନିର୍ମାଣ ଗ୍ରାମ୍ୟ ନିର୍ମାଣ ବିଭାଗ ଦ୍ୱାରା କରାଯାଇପାରିବ ନାହିଁ। ରାଜ୍ୟ ସରକାରଙ୍କ ଜଙ୍ଗଲ ବିଭାଗର ଅନୁମୋଦନ କ୍ରମେ କେନ୍ଦ୍ର ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଫରେଷ୍ଟ କ୍ଲିୟରାନ୍ସ ମିଳିଲା ପରେ ଏହି ନିର୍ମାଣ କାମ ହୋଇପାରିବ। ଏ ବାବଦରେ ବିଭାଗୀୟ ଉଚ୍ଚ ପଦାଧିକାରୀଙ୍କୁ ଅବଗତ କରାଯାଇଛି। ବିଡିଓ ରୋମାଞ୍ଚଳ ଖମାରୀ କୁହନ୍ତି, ପଞ୍ଚାୟତ ସମିତି ଅଧୀନରେ ଥିବା ରାସ୍ତା ନିର୍ମାଣ ତଥା ମରାମତି ପାଇଁ ଆବଶ୍ୟକ ଅର୍ଥ ଅନୁଦାନ ବ୍ୟବସ୍ଥା କରାଯିବ।


All Right Reserved By Dharitri.Com

ଜିଲା କଂଗ୍ରେସ କମିଟି ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

ରାୟଗଡ଼ା ଅଫିସ,୨୨।୧୧: ରାୟଗଡ଼ା ଜିଲା କଂଗ୍ରେସ କମିଟି ପକ୍ଷରୁ ଶୁକ୍ରବାର ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି l କେନ୍ଦ୍ରର ଭାଜପା ଏବଂ ରାଜ୍ୟ ସରକାରଙ୍କ ଜନମାରଣ...

ଭିନ୍ନକ୍ଷମଙ୍କୁ ମିଳୁନି କାର୍ଯ୍ୟାଦେଶ, ଜିଲାପାଳଙ୍କ ଦ୍ୱାରସ୍ଥ

ଅନୁଗୋଳ ଅଫିସ, ୧୭।୧୦: ଅନୁଗୋଳ ବ୍ଲକ ବେଡ଼ାଶାସନ ପଞ୍ଚାୟତ କାନ୍ଥରେ ନାମ ଥାଇ ମଧ୍ୟ ହମାମିରାର ଭିନ୍ନକ୍ଷମ ହିତାଧିକାରୀ ଦୟାନିଧି ସାହୁଙ୍କୁ ଗୃହ କାର୍ଯ୍ୟାଦେଶ ପ୍ରଦାନ...

ଏଫ୍‌ଡିଆଇକୁ ୪ ଶ୍ରମିକ ସଙ୍ଗଠନର ବିରୋଧ: କୋଇଲା ଉତ୍ତୋଳନ, ପରିବହନ ଠପ୍‌

ତାଳଚେର,୨୫ା୯(ନି.ପ୍ର.)- କୋଇଲା ଉଦ୍ୟୋଗରେ ଶତ ପ୍ରତିଶତ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ (ଏଫ୍‌ଡିଆଇ)କୁ ବିରୋଧ ସହ ତୁରନ୍ତ ଏହାକୁ ପ୍ରତ୍ୟାହାର ଦାବିରେ ମଙ୍ଗଳବାର ୪ ଗୋଟି...

ଭାଲୁ ଆକ୍ରମଣରେ ଜଣେ ଗୁରୁତର

ଛେଣ୍ଡିପଦା,୪।୧୧(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବନାଞ୍ଚଳ ଶିମିଳିପାଳ ପଞ୍ଚାୟତ ଅନ୍ତର୍ଗତ କାଠପାଳ ଗାଁରେ ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ଗୁରୁତର ଜଣକ ହେଲେ...

ସୁଧୁରୁନି ବଉଳିଗଡ଼ ବିଦ୍ୟାଳୟ ସମସ୍ୟା:୮ ଶ୍ରେଣୀକୁ ୩ କୋଠରି

ବଅଁରପାଳ, ୨ା୧୧(ଡି.ଏନ.ଏ.) – ବଅଁରପାଳ ବ୍ଲକ ବଉଳିଗଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘ ଦିନ ହେଲା ସମସ୍ୟା ଲାଗି ରହିଛି। ଏଠାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ...

ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୧୨ ଛାତ୍ରୀଛାତ୍ର ଅସୁସ୍ଥ: ଗୁଣିଆ ଡାକି ଝାଡ଼ିଲେ ଅଭିଭାବକ

ବନ୍ତଳା,୩୦।୧୦(ଡି.ଏନ.ଏ.)-ଅନୁଗୋଳ ଜିଲା ପୁରୁଣାକୋଟ ଥାନା ଜଗନ୍ନାଥପୁର ପଞ୍ଚାୟତ ଟାକରିଶିଙ୍ଗା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଙ୍ଗଳବାର ଅସୁସ୍ଥ ହୋଇପଡ଼ିଥିବା ୧୨ ଛାତ୍ରୀଛାତ୍ରଙ୍କୁ ଝଡ଼ାଫୁଙ୍କା କରିଛନ୍ତି ଗୁଣିଆ।...

ଚାଷ ଜମିକୁ ମିଳୁନି ସମଲ ପାଣି: ବ୍ୟାରେଜ ଉପରୁ ଆତ୍ମହତ୍ୟା ଚେତାବନୀ

କଣିହାଁ,୩୧।୭(ଡି.ଏନ.ଏ.)-ଅନୁଗୋଳ ଜିଲା କଣିହାଁ ବ୍ଲକସ୍ଥିତ ସମଲ ବ୍ୟାରେଜରୁ ଜମିକୁ ପାଣି ମିଳୁ ନ ଥିବା ପ୍ରତିବାଦରେ କଂଗ୍ରେସ ଯୁବନେତା ତଥା ପୂର୍ବତନ ସମିତି ସଭ୍ୟ ସୁଶାନ୍ତ...

ଚାଷ ଜମି ବିବାଦରୁ ବୋମା ମାଡ଼

ବନ୍ତଳା, ୨୦ା୧୦(ଡି.ଏନ.ଏ.)- ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟ ପୁରୁଣାକୋଟ ଥାନା ଟାଇଁସି ତେନ୍ତୁଳି ସାହିରେ ଧାନ ବିଲକୁ ନେଇ ଗଣ୍ଡଗୋଳ ସହ ବୋମାମାଡ଼ ହୋଇଥିବା ଅଭିଯୋଗ...

Leave a comment

Your email address will not be published. Required fields are marked *