ଲକ୍ଷ୍ୟ ୫ ଲକ୍ଷ କୋଟି ଡଲାର ଅର୍ଥନୀତି;୬ ଜଣିଆ ଟାସ୍କଫୋର୍ସ ଗଠନ କଲେ ସୀତାରାମନ୍‌

ନୂଆଦିଲ୍ଲୀ,୮-୯: ମୋଦି ସରକାର ୨୦୨୪-୨୫ ସୁଦ୍ଧା ଦେଶର ଅର୍ଥନୀତିକୁ ୫ ଲକ୍ଷ କୋଟି ଡଲାରରେ ପହଞ୍ଚାଇବା ଲାଗି ଯୋଜନା ପ୍ରସ୍ତୁତ କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ୧୦୦ ଲକ୍ଷ କୋଟି ଟଙ୍କାର ଭିତ୍ତିଭୂମି ନିର୍ମାଣ ଲାଗି ପ୍ରକଳ୍ପ ଚୟନ କରାଯିବ। ଏଥିଲାଗି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଏକ ୬ ଜଣିଆ ଟାସ୍କଫୋର୍ସ ଗଠନ କରିଛନ୍ତି। ଅର୍ଥ ସଚିବଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ କରାଯାଇଛି ବୋଲି ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତି ଜାରି କରି କୁହାଯାଇଛି। ଏଥିରେ କୁହାଯାଇଛି ଯେ, ଏହି ଟାସ୍କଫୋର୍ସ ୧୦୦ ଲକ୍ଷ କୋଟିର ନ୍ୟାଶନାଲ ଭିତ୍ତିଭୂମି ଯୋଜନା ପ୍ରସ୍ତୁତ କରି ପ୍ରକଳ୍ପ ଚୟନ କରିବ। ଏଥିରେ ନୂଆ ପ୍ରକଳ୍ପ ସହିତ ପୁରୁଣାର ବିସ୍ତାର କରାଯିବ। ଏହି ଟାସ୍କଫୋର୍ସରେ ବିଭିନ୍ନ ମନ୍ତ୍ରଣାଳୟର ସଚିବ, ଅନ୍ୟ ବରିଷ୍ଠ ଅଧିକାରୀ ତଥା ନୀତି ଆୟୋଗର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ସାମିଲ କରାଯାଇଛି। ପ୍ରକଳ୍ପ ଚୟନ ବେଳେ ୨୦୧୯-୨୦ ଆର୍ଥିକ ବର୍ଷରେ ଆରମ୍ଭ କରାଯିବାକୁ ଥିବା ପ୍ରକଳ୍ପଗୁଡ଼ିକୁ ଟାସ୍କଫୋର୍ସ ପ୍ରାଥମିକତା ଦେବ।


All Right Reserved By Dharitri.Com

ଏଣିକି ବ୍ୟାଙ୍କ ବିରୋଧରେ ଅଭିଯୋଗ ଶୁଣିବ ଆର୍‌ବିଆଇ

ନୂଆଦିଲ୍ଲୀ,୨୬-୬: ସାଧାରଣତଃ ବ୍ୟାଙ୍କ ବିରୋଧରେ ଗ୍ରାହକଙ୍କ ବହୁ ଅଭିଯୋଗ ଥାଏ। କିନ୍ତୁ ସୂଚନା ଅଭାବରେ ସେମାନେ ସମ୍ପୃକ୍ତ ବ୍ୟାଙ୍କ ବିରୋଧରେ ଅଭିଯୋଗ କରିପାରନ୍ତି ନାହିଁ। ତେବେ...

ଘନଉଛି ଇଣ୍ଡିଗୋ ପ୍ରମୋଟରଙ୍କ ବିବାଦ

ନୂଆଦିଲ୍ଲୀ,୧୫-୭: ଦେଶର ପ୍ରମୁଖ ବିମାନ ସେବା ପ୍ରଦାନକାରୀ କମ୍ପାନୀ ଇଣ୍ଡିଗୋର ଦୁଇ ପ୍ରମୋଟର ରାହୁଲ ଭାଟିଆ ଏବଂ ରାକେଶ ଗଙ୍ଗଓ୍ବାଲଙ୍କ ମଧ୍ୟରେ ବିବାଦ ଘନଉଛି। ଦୁଇ...

ଆସୁଛି ହାଲ୍‌କା ହଳଦିଆ ରଙ୍ଗର ୨୦ ଟଙ୍କିଆ ନୋଟ୍‌

ମୁମ୍ବାଇ,୨୮-୪: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଖୁବଶୀଘ୍ର ୨୦ ଟଙ୍କିଆ ନୂଆ ନୋଟ୍‌ ବଜାରକୁ ଛାଡ଼ିବାକୁ ଯାଉଛି। ମହାତ୍ମା ଗାନ୍ଧୀ  ସିରିଜର ଏହି ନୂଆ ନୋଟ୍‌ରେ ଗଭର୍ନର...

ବିମାନରେ ଆପଲର କିଛି ଲାପ୍‌ଟପ ବ୍ୟାନ୍‌

ନୂଆଦିଲ୍ଲୀ,୨୭-୮: ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ(ଡିଜିସିଏ) ବିମାନରେ ଆପଲ୍‌ ମ୍ୟାକ୍‌ବୁକ୍‌ ପ୍ରୋର ଲାପ୍‌ଟପ୍‌ର କିଛି ମଡେଲ ନେବା ଉପରେ କଟକଣା ଜାରି କରିଛି। ଏହି ଲାପ୍‌ଟପ୍‌ର...

୧ ଲକ୍ଷ ଟନ୍‌ ପିଆଜ ଆମଦାନି କରିବେ ସରକାର

ନୂଆଦିଲ୍ଲୀ,୧୦-୧୧:ଖୁଚୁରା ବଜାରରେ ପିଆଜ ଦର ୧୦୦ ଟଙ୍କା ଛୁଇଁଛି। ପିଆଜ ଖାଉଟିଙ୍କ ଲାଗି ଆକାଶ ଛୁଁଆ ହୋଇ ରହିଥିବା ବେଳେ ଏହାର ଦର କମୁନାହିଁ। ଦର...

ଅଭିବୃଦ୍ଧି ପୂର୍ବାନୁମାନ ୫.୫%କୁ ଖସାଇଲା ଫିଚ୍‌

ନୂଆଦିଲ୍ଲୀ,୨୫-୧୦: ଚଳିତ ଆର୍ଥିକ ବର୍ଷ ଲାଗି ଭାରତର ଅଭିବୃଦ୍ଧି ଆକଳନକୁ ଫିଚ୍‌ ରେଟିଂ ଏଜେନ୍ସି ୫.୫%କୁ ଖସାଇଛି। ଋଣ ଅଭିବୃଦ୍ଧିରେ ହ୍ରାସ ଏବଂ ଏନ୍‌ବିଏଫ୍‌ସି ଭଳି...

କୃଷିଋଣ ପରିଶୋଧ ଅବଧି ବୃଦ୍ଧି

ନୂଆଦିଲ୍ଲୀ,୩୧। ୩: କୋଭିଡ୍‌-୧୯ ଲକ୍‌ଡାଉନ କାରଣରୁ ଚାଷୀଙ୍କ ପାଇଁ ଫସଲ ଋଣ ପୁନଃ ପରିଶୋଧ ଅବଧି ବୃଦ୍ଧି ସମ୍ପର୍କରେ ସରକାର ଘୋଷଣା କରିଛନ୍ତି। ଏହା ସ୍ବଳ୍ପକାଳୀନ...

ବୀମାରେ ସାମିଲ ହେବ ମାନସିକ, ଜେନେଟିକ ରୋଗ

ନୂଆଦିଲ୍ଲୀ,୧୯-୫: ଭାରତୀୟ ବୀମା ବିନିୟାମକ ଏବଂ ବିକାଶ ପ୍ରାଧିକରଣ(ଆଇଆର୍‌ଡିଏ) ବୀମା କମ୍ପାନୀଗୁଡ଼ିକୁ ମାନସିକ ଅସୁବିଧା, ଜେନେଟିକ ରୋଗ, ନ୍ୟୁରୋ ସମ୍ପର୍କିତ ବିକାର ତଥା ମନୋବୈଜ୍ଞାନିକ ବିକାର...

Leave a comment

Your email address will not be published. Required fields are marked *