ବିମୁଦ୍ରୀକରଣ ଯୋଗୁ ଆସିଛି ମାନ୍ଦାବସ୍ଥା: ଆର୍‌ବିଆଇ

ନୂଆଦିଲ୍ଲୀ, ୮-୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଘୋଷିତ ବିମୁଦ୍ରୀକରଣ ଯୋଗୁ ଦେଶରେ ମାନ୍ଦାବସ୍ଥା ଆସିଛି ବୋଲି ରିଜର୍ଭ ବ୍ୟାଙ୍କ ତଥ୍ୟରୁ ଜଣାପଡିଛି। କେନ୍ଦ୍ର ସରକାରଙ୍କ ବିମୁଦ୍ରୀକରଣ ପଦକ୍ଷେପ ଯୋଗୁ ଦେଶର ଅର୍ଥନୀତି ଗଭୀର ଭାବେ ପ୍ରଭାବିତ ହୋଇଥିବା ବିଶେଷଜ୍ଞମାନେ କହି ଆସୁଛନ୍ତି। ସେମାନଙ୍କ ମତକୁ ରିଜର୍ଭ ବ୍ୟାଙ୍କ ବିଳମ୍ବରେ ହେଲେ ମଧ୍ୟ ସମର୍ଥନ କରିଛି।
କେନ୍ଦ୍ରୀୟ ବ୍ୟାଙ୍କ ତଥ୍ୟ ମୁତାବକ, ବିମୁଦ୍ରୀକରଣ ପରେ କଞ୍ଜ୍ୟୁମର ଗୁଡ୍‌ସ ଲାଗି ଋଣ ପ୍ରଦାନ ନିମ୍ନଗାମୀ ହେବା ସହ ନିରନ୍ତର ହ୍ରାସ ପାଇ ଚାଲିଛି। ୨୦୧୭ ମାର୍ଚ୍ଚ ଶେଷ ସୁଦ୍ଧା ବ୍ୟାଙ୍କଗୁଡିକ ପକ୍ଷରୁ କଞ୍ଜ୍ୟୁମର ଗୁଡ୍‌ସ ବାବଦକୁ ରେକର୍ଡ ୨୦,୭୯୧ କୋଟି ଟଙ୍କା ଋଣ ପ୍ରଦାନ କରାଯାଇଥିଲା। ଗତ ୬ ବର୍ଷ ଧରି ଏଥିରେ ଲଗାତାର ଅଭିବୃଦ୍ଧି ରହିଥିଲା। ମାତ୍ର ବିମୁଦ୍ରୀକରଣ ପରେ ଏହା ପ୍ରାୟ ୭୩% ହ୍ରାସ ଘଟି ବର୍ତ୍ତମାନ ୫,୬୨୩ କୋଟିକୁ ଖସି ଆସିଛି। ୨୦୧୭-୧୮ ଆର୍ଥତ୍କ ବର୍ଷରେ ୫.୨% ଏବଂ ୨୦୧୮-୧୯ରେ ଏହା ୬୮% ଖସିଛି। ଚଳିତ ବର୍ଷ ବର୍ତ୍ତମାନ ସମୟ ପର୍ଯ୍ୟନ୍ତ କଞ୍ଜ୍ୟୁମର ଡ୍ୟୁରେବୁଲ କ୍ଷେତ୍ରକୁ ଋଣରେ ୧୦.୭% ହ୍ରାସ ଘଟିଛି।
ସେହିଭଳି ଏମ୍‌ଏସ୍‌ଏମ୍‌ଇ ୟୁନିଟଗୁଡିକର କାରବାର ବିମୁଦ୍ରୀକରଣ ପରେ ଗଭୀର ଭାବେ କ୍ଷତିଗ୍ରସ୍ତ ହୋଇଥିବା ବିଶେଷଜ୍ଞମାନେ କହିଛନ୍ତି। ଏହି ପ୍ରସଙ୍ଗ ଉପରେ ଚତୁର୍ଦ୍ଦଶ ଅର୍ଥ କମିଶନ ସଦସ୍ୟ ଗୋବିନ୍ଦ ରାଓ କହିଛନ୍ତି, ମାନ୍ଦାବସ୍ଥା ଲୋକଙ୍କ ଆୟ ସହ ସାମଞ୍ଜସ୍ୟ ରଖିଛି। ବିମୁଦ୍ରୀକରଣ ପରେ କଞ୍ଜ୍ୟୁମର ଗୁଡ୍‌ସ କ୍ଷେତ୍ରକୁ ଋଣରେ ହ୍ରାସ , ନଗଦ ଅଭାବ ଯୋଗୁ ଏମ୍‌ଏସ୍‌ଏମ୍‌ଇଗୁଡିକ ସମସ୍ୟା ଭୋଗିବାରୁ ବନ୍ଦ ହେବା, କର୍ମଚାରୀଙ୍କ ମଧ୍ୟରେ ଅର୍ଥାଭାବ, କମ୍ପାନୀଗୁଡିକର ଷ୍ଟକ ନ ଶେଷ ହେବା, ଲୋକଙ୍କ ଆୟ ହ୍ରାସ, ବେକାରି ହାର ବୃଦ୍ଧି ମାନ୍ଦାବସ୍ଥାକୁ ଡାକି ଆଣିଛି ବୋଲି ରାଓ କହିଛନ୍ତି। ଏପରି ସ୍ଥିତିରେ ଏମ୍‌ଏସ୍‌ଏମ୍‌ଇଗୁଡିକର ସ୍ଥିତି କ’ଣ ରହିଛି ସେ ସମ୍ପର୍କରେ ସରକାର କୌଣସି ସର୍ଭେ କରାଇ ନାହାନ୍ତି। ଏଣୁ ପ୍ରକୃତ ସ୍ଥିତି କିଭଳି ରହିଛି ତାର ଡାଟା ଜଣା ପଡୁ ନାହିଁ। ଏହାବାଦ ଶିଳ୍ପ କ୍ଷେତ୍ରକୁ ଋଣ ପରିମାଣ ବର୍ତ୍ତମାନ ସୁଦ୍ଧା ୩% ହ୍ରାସ ଘଟିଛି। ଏହା ସେବା କ୍ଷେତ୍ରରେ ୪.୩% ରହିଛି। ସେହିଭଳି ଜାହାଜ ଚଳାଚଳ କ୍ଷେତ୍ରରେ ଏହା ସର୍ବନିମ୍ନ ୨୪.୧% କମିଛି। ଏହାବାଦ ହାଉସିଂ ଋଣ ୩.୪% ବଢିବାରୁ ମୋଟ ହାଉସହୋଲ୍ଡ ଋଣ ପରିମାଣ ୨.୫% ବଢିଥିବା ଆର୍‌ବିଆଇ ଡାଟାରୁ ଜଣା ପଡିଛି।


All Right Reserved By Dharitri.Com

ଦୁର୍ନୀତି ବିରୋଧରେ ଲଢ଼େଇ;ବିଦା ହେଲେ ଆହୁରି ୨୨ ଆୟକର ଅଧିକାରୀ

ନୂଆଦିଲ୍ଲୀ,୨୭-୮: ଦୁର୍ନୀତି ବିରୋଧରେ ନରେନ୍ଦ୍ର ମୋଦି ସରକାର ୨.୦ ଦୃଢ଼ ମନୋଭାବ ଆପଣାଇଛନ୍ତି। ସରକାରୀ ବିଭାଗରେ ବ୍ୟାପିଥିବା ଦୁର୍ନୀତିକୁ ଦୂର କରିବା ଲାଗି ଏବେ ଅଭିଯାନ...

ବିଏସ୍‌ଏନ୍‌ଏଲ୍‌-ଏମ୍‌ଟିଏନ୍‌ଏଲ୍‌ ମିଶ୍ରଣ ଉଦ୍ୟମ

ନୂଆଦିଲ୍ଲୀ,୩୧-୭: କ୍ଷତିରେ ଚାଲୁଥିବା ରାଷ୍ଟ୍ରାୟତ୍ତ ଟେଲିକମ୍‌ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ(ବିଏସ୍‌ଏନ୍‌ଏଲ୍‌) ଏବଂ ମହାନଗର ଟେଲିକମ୍‌ ନିଗମ ଲିିମିଟେଡ(ଏମ୍‌ଟିଏନ୍‌ଏଲ୍‌)କୁ ମିଶାଇ ଦେବା ଲାଗି ଉଦ୍ୟମ...

ଗୋଦ୍‌ରେଜ ଅଧ୍ୟକ୍ଷଙ୍କୁ ମିଳିଛି ୧୧୪ ଗୁଣା ବେତନ

ନୂଆଦିଲ୍ଲୀ,୮-୭: ଗୋଦ୍‌ରେଜ କଞ୍ଜ୍ୟୁମର ପ୍ରଡକ୍ଟସ ଲିମିଟେଡର ଅଧ୍ୟକ୍ଷ ଆଦି ଗୋଦ୍‌ରେଜଙ୍କୁ ୨୦୧୮-୧୯ ଆର୍ଥିକ ବର୍ଷରେ କର୍ମଚାରୀଙ୍କ ବେତନର ୧୧୪ ପ୍ରତିଶତ ଅଧିକ ପାରିତୋଷିକ ମିଳିଛି। ତାଙ୍କୁ...

ଭିଡିଓ ଲିଙ୍କ ଜରିଆରେ ହାଜର ହେବେ ନୀରବ ମୋଦି

ଲଣ୍ଡନ,୨୫-୪: ପଳାତକ ହୀରା ବ୍ୟବସାୟୀ ନୀରବ ମୋଦି ଭିଡିଓ ଲିଙ୍କ ଜରିଆରେ ଜେଲ୍‌ରୁ ପ୍ରତ୍ୟର୍ପଣ ମାମଲାରେ ହାଜର ହେବେ। ଶୁକ୍ରବାର ଓ୍ବେଷ୍ଟମିନିଷ୍ଟର କୋର୍ଟରେ ଏହି ମାମଲାର...

ବଜାରରୁ ୬୩୯୯ କୋଟି କାଢ଼ି ନେଲେ ଏଫ୍‌ପିଆଇ

ନୂଆଦିଲ୍ଲୀ,୨୦-୫: ବିଦେଶୀ ପୋର୍ଟଫୋଲିଓ ନିବେଶକ(ଏଫ୍‌ପିଆଇ) ମେ’ରେ ଅଦ୍ୟାବଧି ଭାରତୀୟ ପୁଞ୍ଜି ବଜାରରୁ ୬୩୯୯ କୋଟି ଟଙ୍କା କାଢ଼ି ନେଇଛନ୍ତି। ସାଧାରଣ ନିର୍ବାଚନ ଫଳାଫଳରେ ଅନିଶ୍ଚିତତା ଏବଂ...

ନୀରବଙ୍କ ହାଜତ ମିଆଦ ୨୫ ଜୁଲାଇ ପର୍ଯ୍ୟନ୍ତ ବୃଦ୍ଧି

ଲଣ୍ଡନ,୨୮-୬: ବ୍ରିଟେନର ଓ୍ବେଷ୍ଟମିନ୍‌ଷ୍ଟର କୋର୍ଟ ଗୁରୁବାର ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ଜେଲ୍‌ ହାଜତ ମିଆଦକୁ ଜୁଲାଇ ୨୫ ତାରିଖ ଯାଏ ବୃଦ୍ଧି କରିଛନ୍ତି।...

ମାରୁତି ଆସନ୍ତାବର୍ଷ ଏପ୍ରିଲରୁ ବିକିବନି ଡିଜେଲ କାର୍‌

ନୂଆଦିଲ୍ଲୀ,୨୫-୪: ଦେଶର ସର୍ବବୃହତ କାର୍‌ ନିର୍ମାତା କମ୍ପାନୀ ମାରୁତି ସୁଜୁକି ଆସନ୍ତାବର୍ଷ ଏପ୍ରିଲ ପହିଲାରୁ ଡିଜେଲ ଇଞ୍ଜିନ କାର୍‌ ଉତ୍ପାଦନ ବନ୍ଦ କରିଦେବ। ବର୍ତ୍ତମାନ କମ୍ପାନୀ...

କୟର ଇଣ୍ଡିଆର ନୂଆ ଶୋ’ରୁମ

ଭୁବନେଶ୍ୱର,୯-୭(ବ୍ୟୁରୋ): କୟର ଇଣ୍ଡିଆର ନୂଆ ଷ୍ଟୋର ସ୍ଥାନୀୟ ଖାରବେଳ ନଗରଠାରେ ସୋମବାର ଶୁଭାରମ୍ଭ ହୋଇଛି। ଏହାକୁ ଷ୍ଟୋରର ସ୍ବତ୍ତ୍ୱାଧିକାରୀ ରଶ୍ମିରଞ୍ଜନ ପାତ୍ର,ଓ୍ବେଲସ୍ପନ ଫ୍ଲୋରିଂ ଗ୍ଲୋବାଲ ବ୍ରାଣ୍ଡସ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *