ସ୍ବାମୀଙ୍କୁ ଟାଙ୍ଗିଆରେ ହାଣି ଜେଲ ଗଲେ ସ୍ତ୍ରୀ

ଶଙ୍କରାଖୋଲ/ଟିକାବାଲି, ୮ା୯(ଡି.ଏନ୍‌.ଏ.)-ଚକାପାଦ ଥାନା ପସରା ପଞ୍ଚାୟତର ଗୋଚ୍ଛାବାରି ଗ୍ରାମରେ ଜଣେ ମହିଳାଙ୍କ ସହ ଅନୈତିକ ସମ୍ପର୍କ ରଖିଥିବା ସନ୍ଦେହ କରି ଗୁରୁବାର ରାତିରେ ସ୍ବାମୀଙ୍କୁ ଟାଙ୍ଗିଆରେ ହାଣିଛନ୍ତି ସ୍ତ୍ରୀ। ରାତିସାରା ରକ୍ତ ଜୁଡୁବୁଡୁ ହୋଇ ପଡିଥିବା ରମାକାନ୍ତଙ୍କୁ ଶୁକ୍ରବାର ସକାଳେ ପୋଲିସ ସହାୟତାରେ ଗ୍ରାମବାସୀ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ। ଏନେଇ ଥାନାରେ ନଂ.୪୮/୧୯ରେ ମାମଲା ରୁୁଜୁ କରାଯାଇ ସ୍ତ୍ରୀଙ୍କୁ କୋର୍ଟ ଚାଲାଣ କରାଯାଇଛି। ସେ ହେଲେ ସବିତା ବେହେରା। ପ୍ରକାଶ ଯେ, ଗୋଛାବାରି ଗ୍ରାମ ନାଳ ଆରପଟେ ଥିବା ଭଡ୍ରାସିଂ ଗ୍ରାମର ଜଣେ ମହିଳାଙ୍କ ସହ ଅନୈତିକ ସମ୍ପର୍କ ରଖିଥିବା ନେଇ ରମାକାନ୍ତ ଓ ସ୍ତ୍ରୀ ସବିତାଙ୍କ ମଧ୍ୟରେ ବାରମ୍ବାର ପାଟିତୁଣ୍ଡ ହେଉଥିଲା। ଗୁରୁବାର ରାତିରେ ସ୍ତ୍ରୀ ନାଳ ନିକଟରେ ଏକ ବୁଦାମୂଳେ ଟାଙ୍ଗିଆଧରି ଛପି ରହିଥିଲେ। ପ୍ରାୟ ୧୦ଟାରେ ସମ୍ପୃକ୍ତ ମହିଳାଙ୍କ ଘରୁ ସ୍ବାମୀ ରମାକାନ୍ତ ଫେରୁଥିବାବେଳେ ବେକକୁ ଟାଙ୍ଗିଆରେ ଚୋଟ ପକାଇଥିଲେ। ରମାକାନ୍ତ ତଳେ ପଡିଯାଇଥିଲେ। ମରିଗଲା ବୋଲି ଭାବି ସବିତା ପଳାଇ ଆସିଥିଲେ। ଶୁକ୍ରବାର ସକାଳେ ଗୋଛାବାରି ଗ୍ରାମର ଲୋକମାନେ ନାଳକୁ ଗାଧୋଇବାକୁ ଯିବାବେଳେ ରମାକାନ୍ତଙ୍କୁ ପଡିଥିବା ଦେଖି ତାଙ୍କ ସାନ ଭାଇ ଓ ଥାନାକୁ ଜଣାଇଥିଲେ। ଚକାପାଦ ପୋଲିସ ପହଞ୍ଚତ୍ ତଦନ୍ତ କରିଥିବା ବେଳେ ଚକାପାଦ ଥାନାରେ ରମାକାନ୍ତଙ୍କ ସାନଭାଇ ନଳନୀ ଏତଲା ଦେଇଥିଲେ।


All Right Reserved By Dharitri.Com

ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଜି.ଉଦୟଗିରି, ୪ା୯(ଡି.ଏନ.ଏ.)-ଜି.ଉଦୟଗିରି ପୋଲିସ ମଙ୍ଗଳବାର ଜି.ଉଦୟଗିରିରୁ ୩ କିମି ଦୂର ଲାଣ୍ଡା ନିକଟ ପେଟାଗୁଡ଼ା ଜଙ୍ଗଲରୁ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି। ମୃତ...

ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ, ବର୍ତ୍ତିଲେ ୪୦ ରୋଗୀ

ଖଜୁରିପଡ଼ା (ଡି.ଏନ୍‌.ଏ.)/ବଲସକୁମ୍ପା,୨୦ା୧୨- ଖଜୁରିପଡ଼ା ଥାନା ଗାଡ଼ିଆପଡ଼ା ଘାଟିରେ ମହାନଦୀ ନେତ୍ର ଚିକିତ୍ସାଳୟ ଆମ୍ବୁଲାନ୍ସ (ନଂ.ଓଡି୩୧ଡି-୯୧୦୧) ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଥିବା ୪୦ ଜଣ ଚକ୍ଷୁରୋଗୀ ଅଳ୍ପକେ...

ମହିଳା ଜୀବିକା ସୁରକ୍ଷା ମଞ୍ଚର ବିକ୍ଷୋଭ

ଫିରିଙ୍ଗିଆ, ୨୭ା୯- ଭୂମିହୀନଙ୍କୁ ଜମି ପଟ୍ଟା ପ୍ରଦାନ ଦାବିରେ ଫିରିଙ୍ଗିଆ ମହିଳା ଜୀବୀକା ସୁରକ୍ଷା ମଞ୍ଚ ପକ୍ଷରୁ ଗୁରୁବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏଥିସହ ତହସିଲ...

ହର୍ବାଲ୍‌ ପ୍ରଡକ୍ଟ ଦେଇଛି ମହିଳାଙ୍କୁ ରୋଜଗାର

ଦାରିଙ୍ଗବାଡ଼ି,୯।୧୨(ଡି.ଏନ.ଏ)-କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ରୋଜଗାର ବୃଦ୍ଧି ପାଇଁ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା କାର୍ଯ୍ୟକାରୀ...

ତରକାରି ଅଲଣା ହେବାରୁ ପିଟିଲେ ସ୍ବାମୀ, ଖଟିଆରେ ବୁହାହେଲେ ଗୁରୁତର ମହିଳା

ଫିରିଙ୍ଗିଆ,୨୩ା୧୦- କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ସାଡ଼ିଙ୍ଗିଆ ପଞ୍ଚାୟତ ମୁଣ୍ଡାମାସ୍କା ଗ୍ରାମରେ ସ୍ବାମୀଙ୍କଠାରୁ ମାଡ଼ ଖାଇ ଗୁରୁତର ହୋଇଥିବା ଜଣେ ମହିଳାଙ୍କୁ ଖଟିଆରେ ବୁହାଯାଇ ଡାକ୍ତରଖାନାକୁ...

ଗୁଣି ସନ୍ଦେହରେ ଜଣଙ୍କୁ ହତ୍ୟା: ମାମୁ, ଭଣଜା ଗିରଫ

ଦାରିଙ୍ଗବାଡ଼ି,୧୪ା୧(ଡ଼ି.ଏନ.ଏ)-କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା କ୍ରୁପାଗାଡ଼ି ଜଙ୍ଗଲରେ ଗତ ୩ ତାରିଖରେ କାଟିଙ୍ଗିଆ ପଞ୍ଚାୟତ ତଳକୁଟ୍ରୁକା ଗ୍ରାମର ସୁଦାମ ମଲ୍ଲିକ (୪୦)ଙ୍କୁ ହତ୍ୟା...

କୋଟଗଡ଼ରେ ଗଣେଶ ପୂଜା

କୋଟଗଡ଼,୨।୯(ଡି.ଏନ୍‌.ଏ.): କନ୍ଧମାଳ ଜିଲା କୋଟଗଡ଼ ବଜାର, କୁମ୍ଭାରସାହି, ହାଇସ୍କୁଲ ଓ ଟାଉନ ଆଖପାଖରେ ଗଜାନନଙ୍କ ପୂଜା ଧୂମ୍‌ଧାମରେ ପାଳିତ ହେଉଛି। ମେଢ଼ଗୁଡ଼ିକରେ ଗଣେଶ ବିଭିନ୍ନ ରୂପରେ...

ସାଇନପଡ଼ା ସମିତି ସଭ୍ୟ ନିର୍ବାଚନ: ବଳରାମ ମଲିକ ନିନ୍ଦ୍ୱନ୍ଦରେ ନିର୍ବାଚିତ

କ.ନୂଆଗାଁ, ୪।୧୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା କ.ନୂଆଗାଁ ବ୍ଲକ ସାଇନପଡ଼ା ସମିତି ସଭ୍ୟ ଭାବେ ବିଜେଡି ସମର୍ଥୀତ ପ୍ରାର୍ଥୀ ବଳରାମ ମଲିକ ନିନ୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି। ସୂଚନାଯୋଗ୍ୟ,...

Leave a comment

Your email address will not be published. Required fields are marked *