ବିମାନ ଉଡ଼ାଇଲେ ଆଦିବାସୀ ଝିଅ -ମାଲକାନଗିରି ଜିଲାର ପ୍ରଥମ ମହିଳା ପାଇଲଟ ଅନୁପ୍ରିୟା ଲାକ୍ରା

ମାଲକାନଗିରି,୮।୯(ଡି.ଏନ୍‌.ଏ.)ଆକାଶ ଛୁଇଁବା, ପକ୍ଷୀ ଭଳି ଉଡ଼ିବାର ଇଚ୍ଛା ଥିଲା। ଦୀର୍ଘ ୭ ବର୍ଷର ତାଲିମ ପରେ ଏବେ ତାହା ସାକାର ହୋଇଛି। ମାଲକାନଗିରି ଭଳି ଉପାନ୍ତ ଓ ମାଓବାଦୀ ଅଧ୍ୟୁଷିତ ଅଞ୍ଚଳର ଜଣେ ଆଦିବାସୀ ଝିଅ ଅନୁପ୍ରିୟା ଲାକ୍ରା ଆକାଶରେ ବିମାନ ଉଡ଼ାଇବା ପାଇଁ ଦେଖିଥିବା ସ୍ବପ୍ନ ପୂରଣ କରିଛନ୍ତି। ସେ ଏବେ ନିଜ ଜିଲାର ପ୍ରଥମ ମହିଳା ପାଇଲଟ ପାଲଟି ଯାଇଛନ୍ତି।
ଓଡ଼ିଶା ପୋଲିସ୍‌ରେ ହାବିଲଦାର ଭାବେ କାମ କରୁଥିବା ମାରିନିୟସ ଲାକ୍ରା ଓ ଗୃହିଣୀ ଜାମାଜ୍‌ ୟାସମିନ୍‌ ଲାକ୍ରାଙ୍କ ଝିଅ ଅନୁପ୍ରିୟା। ମାଲକାନଗିରିସ୍ଥିତ ଦୀପ୍ତି କନ୍‌ଭେଣ୍ଟ ସ୍କୁଲରେ ପାଠପଢ଼ା ଆରମ୍ଭ କରିଥିଲେ ଅନୁପ୍ରିୟା। ସେଠାରୁ ପ୍ରାଥମିକ ପଢ଼ା ସାରି ସେମିଳିଗୁଡା ଜୀବନଜ୍ୟୋତି ବିଦ୍ୟାଳୟରେ ଯୁକ୍ତ ଦୁଇ ପର୍ଯ୍ୟନ୍ତ ପଢ଼ିଥିଲେ। ପରେ ଭୁବନେଶ୍ୱରରେ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମ ଲେଖାଇଥିଲେ। ପିଲାବେଳୁ ତାଙ୍କ ସ୍ବପ୍ନ ଥିଲା ପାଇଲଟ୍‌ ହେବା। ଏହି ସ୍ବପ୍ନକୁ ସାକାର କରିବା ପାଇଁ ସେ ଇଞ୍ଜିନିୟରିଂ ପାଠ ଅଧାରୁ ଛାଡ଼ିଥିଲେ। ପରେ ଭୁବନେଶ୍ୱରର ଏକ ଇନ୍‌ଷ୍ଟିଚ୍ୟୁଟ୍‌ରେ ପାଇଲଟ୍‌ ତାଲିମ ପାଇଁ ଆବେଦନ କରିଥିଲେ। ପରେ ଦିଲ୍ଲୀ, ବେଙ୍ଗାଲୁରୁ ଓ ମୁମ୍ବାଇର ବିଭିନ୍ନ ସ୍ଥାନରେ ପାଇଲଟ ନିମନ୍ତେ ପ୍ରବେଶିକା ପରୀକ୍ଷା ଦେଇଥିଲେ। ଏଥିରେ ଯୋଗ୍ୟ ବିବେଚିତ ହେବା ପରେ ୨୦୧୨ରୁ ଭୁବନେଶ୍ୱରସ୍ଥିତ ଏକ ପାଇଲଟ୍‌ ତାଲିମ କେନ୍ଦ୍ରରେ ତାଙ୍କର ସ୍ବତନ୍ତ୍ର ତାଲିମ ଆରମ୍ଭ ହୋଇଥିଲା। ଚଳିତ ମାସରେ ତାଲିମ ଶେଷ ହେବାପରେ ତାଙ୍କୁ ଏକ ଘରୋଇ କମ୍ପାନୀରେ କୋ-ପାଇଲଟ ଭାବେ ନିଯୁକ୍ତି ମିଳିଛି। ଆଦିବାସୀ ଅଞ୍ଚଳରୁ ଆସି ଏତେ ବଡ଼ ସ୍ବପ୍ନ ପୂରା କରିବା ସହଜ ନ ଥିଲା। ବାପା ମା’ଙ୍କ ଅବଦାନ ଓ ନିଜର ଦୃଢ଼ ଇଚ୍ଛାଶକ୍ତି ପାଇଁ ଏହା ସମ୍ଭବ ହେଲା ବୋଲି ଅନୁପ୍ରିୟା କହିଛନ୍ତି।


All Right Reserved By Dharitri.Com

ବାପ-ପୁଅ ଦଳରେ ପରିଣତ ହୋଇଛି କଂଗ୍ରେସ : ନିରଞ୍ଜନଙ୍କ ଉପରେ ବର୍ଷିଲେ କାହ୍ନୁ

ଭୁବନେଶ୍ୱର,୨୭ା୫(ବ୍ୟୁରୋ) : ୨୦୧୯ ସାଧାରଣ ନିର୍ବାଚନରେ ଓଡିଶାରେ କଂଗ୍ରେସ ଅତ୍ୟନ୍ତ ଦୁର୍ବଳ ପ୍ରଦର୍ଶନ କରିବାପରେ ନେତାମାନଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇଯାଇଛି। ଦଳର ରାଜ୍ୟ...

ମଣ୍ଡଳସ୍ତରୀୟ ପରିବର୍ଦ୍ଧିତ ତଥ୍ୟ ସଂଗ୍ରହ ବ୍ୟବସ୍ଥା ସମ୍ପର୍କିତ ତାଲିମ: ଏଣିକି ଅନ୍‌ଲାଇନ୍‌ରେ ପିଲାଙ୍କ ତଥ୍ୟ ପୂରଣ ହେବ

ଜଗତ୍‌ସିଂହପୁର ଅଫିସ୍‌,୬ା୨: ବିଦ୍ୟାଳୟଗୁଡିକରେ ଛାତ୍ରୀଛାତ୍ରଙ୍କ ନାମ ଲେଖାଠାରୁ ଆରମ୍ଭ କରି ବିଦ୍ୟାଳୟ ଛାଡିବା ପର୍ଯ୍ୟନ୍ତ ସମସ୍ତ ତଥ୍ୟ ଫାଇଲ୍‌ରେ ରଖାଯାଉଛି। ଯଦ୍ଦ୍ବାରା ଅଯଥା କାଗଜପତ୍ର କାମ...

‘ବାପାଙ୍କ ଗାଳି ମୋ ଜୀବନର ଟର୍ନିଂ ପଏଣ୍ଟ’

ତାଳଧ୍ୱଜ ରଥର ମୁଖ୍ୟ ବିଶ୍ୱକର୍ମା ନରସିଂହ ମହାପାତ୍ର ନିଜ ଅନୁଭୂତି ସମ୍ପର୍କରେ କହନ୍ତି, ୧୧ବର୍ଷ ବୟସରେ ମୁଁ ରଥଖଳାକୁ ଚାଲି ଆସିଥିଲି। ୧୯୯୬ ମସିହାରେ ଶାଢି...

ଓସ୍କାର ଦୌଡ଼ରେ ଆଉ ଜଣେ ଓଡ଼ିଆଙ୍କ ଚଳଚ୍ଚିତ୍ର: ବିଶ୍ୱ ଦରବାରରେ ଓଡ଼ିଶାକୁ ସଫଳତା

ଭୁବନେଶ୍ୱର,୩ା୧(ବ୍ୟୁରୋ): ନକଲ ତଥା କପି ପେଷ୍ଟ୍‌ର ଟ୍ରେଣ୍ଡ୍‌କୁ ନେଇ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ବିଭିନ୍ନ ସମୟରେ ସମାଲୋଚିତ ହେଉଥିବାବେଳେ ମୌଳିକଧର୍ମୀ ଫିଲ୍ମ ଦେଖିବାକୁ ପାଉ ନ...

କନ୍ଦଳକୁ ନେଇ ଚର୍ଚ୍ଚାରେ କଂଗ୍ରେସ

ଭୁବନେଶ୍ୱର,୧୭-୯(ବ୍ୟୁରୋ): କିଛିଦିନ ହେବା ନିଷ୍କ୍ରିୟ ହୋଇପଡିଥିବା କଂଗ୍ରେସ ପୁଣିଥରେ ଦଳୀୟ କନ୍ଦଳକୁ ନେଇ ଚର୍ଚ୍ଚାକୁ ଆସିଯାଇଛି। ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ...

ଲାଞ୍ଚ ନେଇ ପରିସଂଖ୍ୟାନ କିରାଣି ଗିରଫ

କଟକ ଅଫିସ, ୯ା୧୧: ୧ହଜାର ଟଙ୍କା ଲାଞ୍ଚ ନେଇ ନରସିଂହପୁର ବ୍ଲକ ଅଧୀନ କାନପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ପରିସଂଖ୍ୟାନ କିରାଣି ହୃଦାନନ୍ଦ ଲେଙ୍କା ଭିଜିଲାନ୍ସ...

ସମୁଦ୍ରରେ ବୁଡ଼ି ଛାତ୍ର ମୃତ

ଗୋପ, ୧୬।୬(ଡି.ଏନ୍‌.ଏ.)-ସାଙ୍ଗ ସାଥୀଙ୍କ ସହ ରଜ ସଂକ୍ରାନ୍ତିରେ କୋଣାର୍କ ବୁଲିବାକୁ ଆସିଥିବା ଜଣେ କଲେଜ ଛାତ୍ରଙ୍କର ରବିବାର ସମୁଦ୍ରରେ ବୁଡ଼ି ମୃତ୍ୟୁ ଘଟିଛି। ମୃତକ ଜଣକ...

ସରକାରୀ ଚାକିରି ଲାଗି ବୟସସୀମା ବୃଦ୍ଧି କରିବାକୁ ଦାବି

ଭୁବନେଶ୍ୱର, ୨୪।୭(ବ୍ୟୁରୋ): ସରକାରୀ ଚାକିରି କ୍ଷେତ୍ରରେ ବୟସସୀମା ୪୩ରୁ ୪୪ କରାଯାଉ। ଏହାଦ୍ୱାରା ବେକାରିମାନଙ୍କୁ ନିଯୁକ୍ତି ମିଳିପାରିବ। ଦୀର୍ଘ ବର୍ଷ ଧରି ଚାକିରି ଅପେକ୍ଷାରେ ଥିବା...

Leave a comment

Your email address will not be published. Required fields are marked *