ନକଲି ନମ୍ବରରେ ବୁଲୁଛି ବାଇକ୍‌

ଦାରିଙ୍ଗବାଡ଼ି,୮।୯(ଡି.ଏନ.ଏ)-କନ୍ଧମାଳ ଜିଲା ଦାରିଙ୍ଗବାଡ଼ିର ସୁଶାନ୍ତ ସାହୁଙ୍କ ମୋବାଇଲ ଫୋନକୁ ଶନିବାର ଗଞ୍ଜାମ ଆର୍‌ଟିଓଙ୍କଠାରୁ ଏକ ମେସେଜ ଆସିଲା। ସେଥିରେ ତାଙ୍କ ନାମରେ ୬ ହଜାର ଟଙ୍କାର ଚାଲାଣ କଟାଯାଇଥିବା ଉଲ୍ଲେଖ ରହିଥିଲା। ସେ ଏହି ମେସେଜ ପାଇବାପରେ ଗଞ୍ଜାମ ଆର୍‌ଟିଓ କାର୍ଯ୍ୟାଳୟକୁ ଯୋଗାଯୋଗ କରିଥିଲେ। ହେଲମେଟ ପିନ୍ଧି ନ ଥିବାରୁ ଏହି ଚାଳଣ କଟାଯାଇଥିବା କୁହାଯାଇଥିଲା। ତେବେ ସୁଶାନ୍ତ ଅଭିଯୋଗ କରିଥିଲେ ଯେ, ସେ ଏବେ ଦାରିଙ୍ଗବାଡ଼ିରେ ଅଛନ୍ତି, ଗଞ୍ଜାମ ଯାଇନାହାନ୍ତି। ପରେ ଗଞ୍ଜାମ ଆର୍‌ଟିଓ ଚାଲାଣ କଟାଯାଇଥିବା ଏକ ବାଇକ ନଂ.(ଓଡି-୦୭-ୱାଇ-୪୬୯୬) କହିବା ସହ ତାହାର ଫଟୋ ସୁଶାନ୍ତଙ୍କ ନିକଟକୁ ପଠାଇଥିଲେ। ଉକ୍ତ ବାଇକରେ ଦାରିଙ୍ଗବାଡ଼ିର ସାନ୍ତନୁଙ୍କ ସ୍କୁଟିର ନମ୍ବର ଉଲ୍ଲେଖ ଥିଲା। ଫଟୋ ସହ ଚାଳଣ ମଧ୍ୟ ସୁଶାନ୍ତଙ୍କ ନିକଟକୁ ପଠାଇଥିଲେ। ତେବେ ସୁଶାନ୍ତ ଆରଟିଓଙ୍କୁ ସୂଚନା ଦେଇ କହିଥିଲେ ଯେ ତାଙ୍କର ଏହି ନମ୍ବରରେ କୌଣସି ବାଇକ ନାହିଁ ବରଂ ସ୍କୁଟି ରହିଛି। ତେବେ ଆରଟିଓ ଏନେଇ ଥାନାରେ ମାମଲା ଦେବାକୁ ସୁଶାନ୍ତଙ୍କୁ ପରାମର୍ଶ ଦେଇଛନ୍ତି। ଆରଟିଓ ବ୍ଲକିଂ କରି ଯାଞ୍ଚ କରିବା ସମୟରେ କାହିଁକି ଉକ୍ତ ନକଲି ନମ୍ବର ବାଇକକୁ ଜବତ କରିବା ସହ ଦୁର୍ବୁତ୍ତଙ୍କୁ ଧରିଲେ ନାହିଁ ସେନେଇ ପ୍ରଶ୍ନ କରିଛନ୍ତି। ଏଦିଗରେ ଦୃଢ଼ ପଦକ୍ଷେପ ସୁଶାନ୍ତଙ୍କ ସମେତ ଦାରିଙ୍ଗବାଡ଼ି ବଣିକକ ସଂଘର ସଭାପତି ଅରୁଣ କୁମାର ସାହୁ ପ୍ରମୁଖ ଦାବି କରିଛନ୍ତି। ନକଲ କରି ଦୁର୍ବୁତ୍ତ ମାନେ ବାଇକ ବୁଲାଉତବବାବେଳେ ନିରୀହ ଲୋକଙ୍କ ନାମରେ ଚାଳଣ କଟାଯାଉଛି। ଏହାର ଶିଘ୍ର ତଦନ୍ତ କରି ଦୁର୍ବୁତ୍ତଙ୍କୁ ଧରିବାକୁ ଦାବି ହୋଇଛି।


All Right Reserved By Dharitri.Com

ବୁଡ଼ିଗଲାଣି ବୋଳଂ ଲୁଣଚାଷ

ବାଲିଆପାଳ, ୧୨।୯(ଡି.ଏନ.ଏ.)-ବାଲେଶ୍ୱର ଜିଲାର ବାଲିଆପାଳ ବ୍ଲକ ଅନ୍ତର୍ଗତ ଉପକୂଳବର୍ତ୍ତୀ ବୋଳଂ ପଞ୍ଚାୟତ ଓ ଆଖପାଖ ଅଞ୍ଚଳରେ ହେଉଥିବା ଲୁଣ ଚାଷ ଏବେ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି।...

ବର୍ଷାଦିନେ ନଦୀବନ୍ଧ ପଥର ପ୍ୟାକିଂ : ସୂଚନା ଫଳକରେ ସୀମିତ ରହିଛି କାର୍ଯ୍ୟ

ନାଉଗାଁ,୧୪।୮(ସ୍ବ.ପ୍ର.): ନାଉଗାଁ ବ୍ଲକର ଗଜରାଜପୁର, ରୋହିଆ, ବଛାଳୋ, ଗଳଦାରୀ, ଶିଖର, ଓଷକଣା ଓ କୋରୁଅ ଆଦି ପଞ୍ଚାୟତ ଦେଇ ପ୍ରବାହିତ ହୋଇଛି ଦେବୀ ନଦୀ। ତଳିଆ...

ବିଲ ଭିତରକୁ ପଶିଗଲା ଟ୍ରକ : ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର

କୋଳିମାଟି,୬ା୬(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ଘଷିପୁରା ଥାନା ଅଧୀନରେ ଥିବା ୨୦ନଂ ଜାତୀୟ ରାଜ କୋଳିମାଟି ଛକ ନିକଟରେ ବୁଧବାର ରାତିରେ ଘଟଗାଁ ପଟରୁ...

କର୍ମଚାରୀ ସଂଘର ସାଧାରଣ ସଭା : ଚିନିଶିଳ୍ପ ବନ୍ଦ ଲାଗି ଚକ୍ରାନ୍ତ ଚାଲିଛି

ଆସିକା,୨୯ା୬ (ଡି.ଏନ୍‌.ଏ.) -ଆସିକା ସମବାୟ ଚିନିଶିଳ୍ପ କର୍ମଚାରୀ ସଂଘର ସାଧାରଣ ସଭା ଶୁକ୍ରବାର ଚିନିଶିଳ୍ପ ପରିସରରେ ଏଆଇଟିୟୁସି ନେତା ବିଦେଶୀ ନାହାକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।...

ମଦ ନିଗମ ସମ୍ମୁଖରେ ଶ୍ରମିକଙ୍କ ଧାରଣା

ଖୋର୍ଦ୍ଧା ଅଫିସ, ୨୩।୮: ଛଟେଇ ବନ୍ଦ କରିବା, ଲୋଡିଂ ଅନଲୋଡିଂ ଗୋଟିଏ ପେଟି ପ୍ରତି ୧ ଟଙ୍କା କରାଇବା ଓ ଦାୟିତ୍ୱ ନ ପାଇ ସବୁ...

ଲଘୁଚାପ ବର୍ଷାରେ ଖଇରା ଉବୁଟୁବୁ

ଖଇରା, ୧୪।୮(ଡି.ଏନ.ଏ.)-୨ଦିନ ଧରି ଲଗାଣ ବର୍ଷାରେ ବାଲେଶ୍ୱର ଜିଲା ଖଇରା ବ୍ଲକର ଦେଇ ଯାଇଥିବା ବିଭିନ୍ନ ନଦୀ ଓ ନାଳ ଉଛୁଳି ପଡିଛି ା ଏହି...

କାଳିପୂଜା ପାଇଁ ଉତ୍ସବ ମୁଖର ଆନନ୍ଦପୁର

ଆନନ୍ଦପୁର,୨୯।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁରର ବିଭିନ୍ନ ସ୍ଥାନ ମା’ କାଳୀଙ୍କ ପୂଜା ପାଇଁ ଉତ୍ସବ ମୁଖର ହୋଇଉଠିଛି। ଆନନ୍ଦପୁର ବଡଦାଣ୍ଡଠାରେ ସାର୍ବଜନୀନ କାଳିପୂଜା ବେଶ ଧୁମ୍‌ଧାମରେ...

ଶାଗୁଆନ ପଟା ସହ ଅଟୋ ଜବତ, ଚାଳକ ଫେରାର

ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗଁ। ,୪।୭(ଡି.ଏନ.ଏ.)-ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଅଞ୍ଚଳରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ଶାଗୁଆନ କାଠପଟା ବୋଝେଇ ଅଟୋକୁ ବନ ବିଭାଗ ଜବତ କରିଛି । ଘଟଣାସ୍ଥଳରୁ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *