Posted inଖେଳ

ଲେକ୍‌ରେକ୍‌ଙ୍କୁ ପୋଲ୍‌ ପୋଜିଶନ

ମୋଞ୍ଜା (ଇଟାଲୀ), ୮ା୯ (ଏଏଫ୍‌ପି)- ଇଟାଲିଆନ ଫର୍ମୁଲା ଓ୍ବାନ ଗ୍ରାଁ ପ୍ରି ମୋଟର ରେସ୍‌ ପାଇଁ ଫେରାରିର ଚାଲର୍‌ସ ଲେକ୍‌ରେକ୍‌ ପୋଲ ପୋଜିଶନ ହାସଲ କରିଛନ୍ତି। ପ୍ରଥମ ସ୍ଥାନ ପାଇଁ ୫ଥର ଚାମ୍ପିୟନ ଲୁଇସ୍‌ ହାମିଲଟନଙ୍କ ସହିତ ତାଙ୍କର ତୀବ୍ର ପ୍ରତିଯୋଗିତା ହୋଇଥିଲା। ତେବେ ହାମିଲଟନ ଦ୍ୱିତୀୟ ସ୍ଥାନରେ ରହିଥିଲେ। ଫେରାରିର ସେବାଷ୍ଟିଆ ଭେଟେଲଙ୍କୁ ପଛରେ ପକାଇ ମର୍ସିଡିଜ୍‌ର ଭାଲ୍‌ଟେରି ବୋଟାସ ତୃତୀୟ ହୋଇଥିଲେ। ରେନଲ୍ଟର ଦୁଇ ଡ୍ରାଇଭର ଡାନିଏଲ ରିକାର୍ଡୋ ଏବଂ ନିକୋ ହକେନବର୍ଗ ୫ମ ଓ ୬ଷ୍ଠ ସ୍ଥାନ ଅଧିକାର କରିଥିଲେ। ସେହିପରି ମ୍ୟାକଲରେନର କାର୍ଲୋସ ସେଞ୍ଜ ଜୁନିୟର, ରେଡ୍‌ବୁଲ୍‌ରୁ ଆଲେକ୍‌ଜାଣ୍ଡର ଆଲ୍‌ବନ, ରେସିଂ ପଏଣ୍ଟର ଲାନ୍ସ ଷ୍ଟ୍ରୋଲ୍‌ ଏବଂ ଆଲ୍‌ଫା ରୋମିଓର କିମି ରାଇକୋନେନ ଯଥାକ୍ରମେ ୭ମ, ୮ମ, ୯ମ ଏବଂ ୧୦ମ ହୋଇଥିଲେ। ସୂଚନାଯୋଗ୍ୟ, ଗତ ସପ୍ତାହରେ ଅନୁଷ୍ଠିତ ବେଲଜିଆନ ଗ୍ରାଁ ପ୍ରିରେ ଲେକ୍‌ରେକ୍‌ ତାଙ୍କର ପ୍ରଥମ ଫର୍ମୁଲା ଓ୍ବାନ ଟାଇଟଲ ଜିତିଥିଲେ।


All Right Reserved By Dharitri.Com

Posted inଖେଳ View All

ଯୁବିଙ୍କ ବଟଲ କ୍ୟାପ୍‌ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୧୦।୭- ସୋସିଆଲ ମିଡିଆରେ ଗତ କିଛିଦିନ ହେଲେ ବଟଲ କ୍ୟାପ୍‌ ଚ୍ୟାଲେଞ୍ଜ ଲୋକପ୍ରିୟତା ହାସଲ କରିଛି। ଏହି ଚ୍ୟାଲେଞ୍ଜରେ ବୋଟଲକୁ ସ୍ପର୍ଶ ନ କରି କ୍ୟାପ୍‌...

ବିଶ୍ୱକପ୍‌ ବିଜେତା ଡି ରୋସିଙ୍କ ଅବସର

ବୁଏନ୍ସ ଏରିଜ୍‌, ୭।୧ (ଏଏଫ୍‌ପି)- ବିଶ୍ୱକପ୍‌ ବିଜେତା ଭେଟେରାନ ଇଟାଲୀ ଫୁଟ୍‌ବଲ ଖେଳାଳି ଡାନିଏଲ ଡି ରୋସି ଅବସର ଘୋଷଣା କରିଛନ୍ତି। ୩୬ ବର୍ଷୀୟ ରୋସି...

ରାଜ୍ୟ ସ୍କୁଲ ଓପନ ଚେସ୍‌: ଅବିନାଶ ଚାମ୍ପିୟନ

ଭୁବନେଶ୍ୱର, ୪।୯(କ୍ରୀଡ଼ା ପ୍ରତିନିଧି)-ପୁରୁଣା ଭୁବନେଶ୍ୱରସ୍ଥିତ ଲିଙ୍ଗରାଜ କ୍ଲବ ଆନୁକୂଲ୍ୟରେ କୈଳାସ ସଦନରେ ମଙ୍ଗଳବାର ରାଜ୍ୟ ସ୍କୁଲ ଓପନ ଚେସ୍‌ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ମଦର୍ସ...

ସଚିନଙ୍କ ପୁଅଙ୍କ ଯୋଗୁ ଏହି ଖେଳାଳିଙ୍କ ଭାଗ୍ୟ ଫିଟିଲା

ମୁମ୍ବାଇ,୧୬।୧୦: ଚଳିତ ବିଜୟ ହଜାରେ ଟ୍ରଫିରେ ଯଦିଓ ମୁମ୍ବାଇ ଦଳର ପ୍ରଦର୍ଶନ ସେତେଟା ଖାସ୍‌ ନାହିଁ ତଥାପି ଦଳର ଯୁବ ବ୍ୟାଟ୍ସମ୍ୟାନ୍‌ ଯଶସ୍ବୀ ଯଶଓ୍ବାଲ୍‌ ସମସ୍ତଙ୍କ...

ଗଗନ ନାରଙ୍ଗ ଶୁଟିଂ ସେଣ୍ଟର ଆରମ୍ଭ: ସ୍କୁଲରୁ ପ୍ରତିଭା ଚିହ୍ନଟ କାର୍ଯ୍ୟ

ଭୁବନେଶ୍ୱର,୧୪।୧୧(ସ୍ପୋଟର୍‌ସ ବ୍ୟୁରୋ)- ବିର୍ଲା ଗଗନ ନାରଙ୍ଗ ହାଇ ପରଫର୍ମାନ୍ସ ସେଣ୍ଟର ଇନ୍‌ ଶୁଟିଂ ବୁଧବାର କାର୍ଯ୍ୟ କରିବା ଆରମ୍ଭ କରିଛି। ଗଗନ ନାରଙ୍ଗ ସ୍ପୋଟର୍‌ସ ପ୍ରମୋଶନ...

ଦିନିକିଆ ସିରିଜ କବ୍‌ଜା କଲା ଓ୍ବେଷ୍ଟଇଣ୍ଡିଜ

ଲକ୍ଷ୍ନୌ, ୧୦।୧୧- ଆଫଗାନିସ୍ତାନ ବିପକ୍ଷରେ ଏଠାରେ ଖେଳାଯାଇଥିବା ୨ୟ ଦିନିକିଆ ମ୍ୟାଚ୍‌ରେ ଓ୍ବେଷ୍ଟଇଣ୍ଡିଜ ୪୭ ରନରେ ବିଜୟ ଲାଭ କରିଛି। ଏଥିସହିତ କିରନ ପୋଲାର୍ଡଙ୍କ ନେତୃତ୍ୱାଧୀନ...

‘୪୫ ମିନିଟ୍‌ ଖରାପ କ୍ରିକେଟ୍‌ ଖେଳ ବଦଳାଇ ଦେଇଥିଲା’

ମାଞ୍ଚେଷ୍ଟର, ୧୧।୭ (ପି.ଟି.)- ଆଇସିସି ବିଶ୍ୱକପ୍‌ର ପ୍ରଥମ ସେମିଫାଇନାଲରେ ନ୍ୟୁଜିଲାଣ୍ଡ ନିକଟରୁ ହୃଦୟ ବିଦାରକ ପରାଜୟ ପରେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ମ୍ୟାଚ୍‌ର...

ଇଟାଲିଆନ ଓପନ୍‌ ଟେନିସ୍‌: ଜୋକୋଭିଚ୍‌- ନାଡାଲ ଫାଇନାଲ

ରୋମ,୧୯।୫(ଏଏଫ୍‌ପି)-ଏଠାରେ ଚାଲିଥିବା ଇଟାଲିଆନ ଓପନ୍‌ ଟେନିସ ଟୁର୍ନାମେଣ୍ଟର ପୁରୁଷ ସିଙ୍ଗଲ୍ସ ଫାଇନାଲ ମୁକାବିଲା ସ୍ପଷ୍ଟ ହୋଇଛି। ଟାଇଟଲ ପାଇଁ ଫାଇନାଲ ମ୍ୟାଚ୍‌ରେ ସର୍ବିଆର ନୋଭାକ ଜୋକୋଭିଚ୍‌...

Leave a comment

Your email address will not be published. Required fields are marked *