ନିମ୍ନମାନର ଖାଦ୍ୟକୁ ବିରୋଧ କରି ଅଙ୍ଗନଓ୍ବାଡି କେନ୍ଦ୍ରରେ ତାଲା

ବାରିପଦା ଅଫିସ,୮ା୯- ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଗ୍ରାମାଞ୍ଚଳର ପ୍ରସୂତି, ଗର୍ଭବତୀ ଓ ଶିଶୁମାନଙ୍କୁ ବିଭିନ୍ନ ପ୍ରକାର ରନ୍ଧାଖାଦ୍ୟ ଓ ଶୁଖିଲା ଖାଦ୍ୟ ପ୍ରଦାନ କରାଯାଉଛି। ହେଲେ ମୋରଡା ବ୍ଲକ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ଅଧୀନ ମୋରଡା ପଞ୍ଚାୟତର ଗଉଡ଼ସାହି ଅଙ୍ଗନଓ୍ବାଡି କେନ୍ଦ୍ରରେ ପ୍ରତିଦିନ ନିମ୍ନମାନର ଖାଦ୍ୟ ପ୍ରଦାନ କରାଯାଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏଠାକୁ ଅଙ୍ଗନଓ୍ବାଡି କର୍ମୀ ନିୟମିତ ଆସୁ ନ ଥିବା ବେଳେ ପାଚିକା ହିଁ ଏହି କେନ୍ଦ୍ରକୁ ପରିଚାଳନା କରନ୍ତି। ଏହାକୁ ବିରୋଧ କରି ଶୁକ୍ରବାରଠାରୁ ସ୍ଥାନୀୟ ମହିଳାମାନେ କେନ୍ଦ୍ରରେ ତାଲା ପକାଇଥିଲେ। ଶନିବାର ସୁପରଭାଇଜର ରେଣୁବାଲା ମହାନ୍ତି ମହିଳାମାନଙ୍କୁ ବୁଝାଶୁଝା କରି ତାଲା ଖୋଲାଇଥିଲେ। ଅଙ୍ଗନଓ୍ବାଡି କର୍ମୀଙ୍କ ଅବହେଳା ଯୋଗୁ ନିମ୍ନମାନର ଖାଦ୍ୟ ପ୍ରଦାନ କରାଯାଉଥିବା ସୁପରଭାଇଜର ସ୍ବୀକାର କରିଥିଲେ। ସେହିପରି ଏହି ଘଟଣାରେ ସିଡିପିଓ ମିନତି ଦେଇଙ୍କ ମତାମତ ନେବାରୁ ସମ୍ପୃକ୍ତ ଅଙ୍ଗନଓ୍ବାଡି କର୍ମୀଙ୍କୁ ଠିକ୍‌ ଭାବେ କାର୍ଯ୍ୟ କରିବାକୁ ତାଗିଦ କରିଥିବା ଓ ଏ ସମ୍ପର୍କରେ ଉଚ୍ଚ ଅଧିକାରୀଙ୍କୁ ଜଣାଇବେ ବୋଲି କହିଛନ୍ତି।


All Right Reserved By

ପିଆରଏମ ମେଡିକାଲ କଲେଜରେ ୟୁନିଡୋର ପ୍ରତିନିଧି ଦଳ

ବାରିପଦା ଅଫିସ,୧୬ା୯- ୟୁନାଇଟେଡ ନେସନ ଇଣ୍ଡଷ୍ଟ୍ରିଆଲ ଡେଭଲପମେଣ୍ଟ ଅର୍ଗାନାଇଜେସନ(ୟୁନିଡୋ)ର ଏକ ପ୍ରତିନିଧୀ ଦଳ ରବିବାର ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ପରିଦର୍ଶନରେ ଆସିଥିଲେ।...

ଜିଲାସ୍ତରୀୟ ସ୍ବାଧୀନତା ଦିବସ : ପତାକା ଉତ୍ତୋଳନ କଲେ ମନ୍ତ୍ରୀ ପ୍ରତାପ ଜେନା

ବାରିପଦା ଅଫିସ,୧୫।୮: ମୟୂରଭଞ୍ଜ ଜିଲା ବାରିପଦା ସହର ପୋଲିସ ରିଜର୍ଭ ପଡ଼ିଆଠାରେ ଜିଲାସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ଆଇନ ଓ ପଞ୍ଚାୟତିରାଜ...

୧୧୪ ବର୍ଷର ପୌର ପରିଷଦ, ନାହାନ୍ତି ସ୍ଥାୟୀ ଅଧିକାରୀ

ବାରିପଦା ଅଫିସ,୩୧।୮- ୧୧୪ ବର୍ଷର ସର୍ବପୁରାତନ ବାରିପଦା ପୌର ପରିଷଦର ଏକ ସ୍ବାତନ୍ତ୍ର୍ୟ ରହିଛି। ଏହି ପୌର ପରିଷଦରେ ଉତ୍କଳମଣି ଗୋପବନ୍ଧୁ ଦାସ ଉପାଧ୍ୟକ୍ଷ ଭାବେ...

ସ୍ବାସ୍ଥ୍ୟକେନ୍ଦ୍ର ଥାଇ ରୋଗୀଙ୍କୁ ମିଳୁନି ସେବା

କପ୍ତିପଦା,୨୬ା୮(ଡ଼ି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ୍‌ ଅଧୀନ ଶିମିଳିପାଳ ପାଦଦେଶ ଆଦିବାସୀ ଅଧ୍ୟୁଷିତ କୁଳିଅଳମ୍‌ ପଞ୍ଚାୟତର ନଛିପୁରଠାରେ ୧୯୯୦ରେ ଖୋଲିଥିବା ନୂତନ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଥାଇ...

କେନାଲ ଜମିରୁ ଜବରଦଖଲ ହଟିଲା

କପ୍ତିପଦା,୧୩ା୯(ଡି.ଏନ.ଏ)- କପ୍ତିପଦା ବ୍ଲକ୍‌ ଅଧୀନ ସୁନେଇ ଜଳ ସେଚନ ବିଭାଗର କେନାଲ ଜମିରୁ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଗୁରୁବାର ପ୍ରଶାସନ ଜବରଦଖଲ ହଟାଇଛି। ଏହି ଜମିକୁ...

ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ବେଖାତିର: ବାଇକ୍‌ ଚାଳକଙ୍କୁ ଜରିମାନା ୧୮,୫୦୦ ଟଙ୍କା

ବେତନଟୀ,୧୧ା୯(ଡି.ଏନ୍‌.ଏ.)- ନୂଆ ମୋଟରଯାନ ଆଇନ ଅନୁଯାୟୀ ଜରିମାନା ଆଦାୟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ ମାସ ପାଇଁ କୋହଳ କରିଛନ୍ତି। ମାତ୍ର ଏହି ଘୋଷଣାର ଦିନକ...

ବର୍ଷା ଅଭାବରୁ ୮୦ ଭାଗ ଜମି ପଡ଼ିିଆ

ରାସଗୋବିନ୍ଦପୁର,୭ା୮(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ବ୍ଲକର ଅଧିକାଂଶ ଲୋକ ଧାନଚାଷ ଉପରେ ନିର୍ଭର କରନ୍ତି। ଏହି ବ୍ଲକ ମଧ୍ୟରେ ସୁବର୍ଣ୍ଣରେଖା, ଜମ୍ଭୀରା ଓ ସାନନଦୀ ପ୍ରବାହିତ...

ନିର୍ମାଣ କାର୍ଯ୍ୟ ବନ୍ଦ ରଖିବାକୁ ନିର୍ଦ୍ଦେଶ

ବାରିପଦା ଅଫିସ,୪।୮- ବାରିପଦା ପୌର ପରିଷଦର କଚେରି ବଜାର ପରିସରରେ ଦୋକାନ ଘର ଲାଗି ଜାଗା ଓ ଲାଇସେନ୍ସ ପ୍ରଦାନରେ ଅନିୟମିତା ହେବା ଘଟଣା ପଦାକୁ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *