ରାସ୍ତା ସାରା ପଡୁଛି ପାଉଁଶ:ଗାଡ଼ି ଅଟକ, ଉତ୍ତେଜନା

ପରଜଙ୍ଗ,୨୧।୫(ଡି.ଏନ.ଏ.)ଢେଙ୍କାନାଳ ଜିଲା ପରଜଙ୍ଗ ଅଞ୍ଚଳ ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟରେ ବ୍ୟବହୃତ ପାଉଁଶଗୁଣ୍ଡ ଉଡି ପରିବେଶ ବିଷାକ୍ତ ହେଉଛି। ଏଥିଯୋଗୁ ଯାତାୟାତକାରୀଙ୍କ ସହ ଅଞ୍ଚଳବାସୀ ଅସୁବିଧା ଭୋଗୁଛନ୍ତି। ରାସ୍ତା ନିର୍ମାଣ ଦାୟିତ୍ୱ ନେଇଥିବା ଘରୋଇ ସଂସ୍ଥାର ମନମୁଖି କାମ ଯୋଗୁ ଜନସାଧାରଣ ହଇରାଣ ହେଉଥିବାରୁ ସୋମବାର ପରଜଙ୍ଗ ବ୍ୟବସାୟୀ ସଂଘ ପକ୍ଷରୁ ପାଉଁଶ ଗାଡ଼ି ଅଟକାଇ ପରିବହନ ବନ୍ଦ କରାଇଥିଲେ। ଏହାକୁ ନେଇ ସେଠାରେ ଉତ୍ତେଜନା ଦେଖାଦେଇଥିଲା।
ସଂଘର ଅଭିଯୋଗ ମୁତାବକ, ରାସ୍ତା ନିର୍ମାଣରେ ବିଷାକ୍ତ ପାଉଁଶ ଗୁଣ୍ଡ ବ୍ୟବହାର କରାଯାଉଛି। ହାଇଓ୍ବା ଆଦି ଭାରିଯାନରେ ଏହା ପରିବହନ ହେଉଛି। ହେଲେ ଅଧିକାଂଶ ଗାଡ଼ିରେ ପାଲ ବନ୍ଧା ହେଉ ନ ଥିବାରୁ ରାସ୍ତା ସାରା ପାଉଁଶ ଉଡୁଛି। ଫଳରେ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଥିଯୋଗୁ ଲୋକେ ଅଣନିଃଶ୍ୱାସୀ ହୋଇପଡୁଛନ୍ତି। ବଜାର ମଧ୍ୟରେ ପାଉଁଶ ପଡୁଥିବାରୁ ବ୍ୟବସାୟୀମାନେ ବେପାର ମଧ୍ୟ କରିପାରୁ ନାହାନ୍ତି। ଏ ନେଇ ଅଭିଯୋଗ କରିବା ସତ୍ତ୍ୱେ ବଜାର ମଧ୍ୟରେ ଯାଇଥିବା ରାସ୍ତାରେ ପାଣି ପକାଯାଉ ନ ଥିଲା। ତୁରନ୍ତ ଏ ଦିଗରେ ଦୃଷ୍ଟି ଦିଆଯାଇ ରାସ୍ତାରେ ପାଣି ଛିଞ୍ଚିବା ଓ ପାଲ ଭିଡି ଗାଡି ଚଳାଚଳ କରିବାକୁ ବ୍ୟବସାୟୀ ସଂଘ ଦାବି କରିଆସୁଥିଲା। ହେଲେ କମ୍ପାନୀ ପକ୍ଷରୁ ଏହାକୁ ଭ୍ରୁକ୍ଷେପ କରାଯାଇ ନ ଥିଲା। ସୋମବାର ବଜାର ମଧ୍ୟରେ ଏକ ପାଉଁଶ ଗାଡିରୁ ପ୍ରବଳ ମାତ୍ରାରେ ପାଉଁଶ ରାସ୍ତାରେ ଖସି ଉଡିବାକୁ ଲାଗିଥିଲା। ବ୍ୟବସାୟୀମାନେ ଉତ୍ତ୍ୟକ୍ତ ହୋଇ ପାଉଁଶ ବୋଝେଇ ହାଇଓ୍ବା ଗାଡ଼ିଗୁଡିକୁ ଅଟକାଇ ଥିଲେ। ପ୍ରତିଦିନ ରାସ୍ତାରେ ପାଣି ପକାଇବା ସହ ପାଉଁଶ ଉଠାଇବା ଓ ଓଭର ଲୋଡ଼ିଂ କରି ନ ଆଣିବାକୁ ଦାବି କରିଥିଲେ। ଦୀର୍ଘ ୩ ଘଣ୍ଟା ପରେ କମ୍ପାନୀ କର୍ତ୍ତୃପକ୍ଷ ବୁଝାଶୁଝା କରିବା ସହ ପ୍ରତିଦିନ ଟ୍ୟାଙ୍କର ଯୋଗେ ପାଣି ପକାଇବା ଓ ଓଭର ଲୋଡ଼ିଂ କରି ପାଉଁଶ ନ ଆଣିବାକୁ ପ୍ରତିଶ୍ରୁତି ଦେବା ପରେ ଗାଡ଼ି ଚଳାଚଳ ସ୍ବାଭାବିକ ହୋଇଥିଲା।


All Right Reserved By Dharitri.Com

ପ୍ରସନ୍ନଙ୍କୁ ଧର୍ମେନ୍ଦ୍ରଙ୍କ ପ୍ରଶ୍ନ: ପଶ୍ଚିମ ଓଡ଼ିଶାର ବିକାଶ ହେବ ବୋଲି କହି ଆଣିଥିଲ, ମୁଖ୍ୟମନ୍ତ୍ରୀ କାହିଁକି ଛାଡ଼ି ଚାଲିଗଲେ

ଭୁବନେଶ୍ୱର/ବରଗଡ଼ ଅଫିସ,୧୮।୧୦(ବ୍ୟୁରୋ): ଆଉ ତିନି ଦିନ ପରେ ବିଜେପୁର ଉପନିର୍ବାଚନ। ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କ ପାଇଁ ପ୍ରଚାର ମଙ୍ଗ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧରିଥିବା...

ଭଞ୍ଜନଗର ସହରରେ ଜବରଦଖଲ ଉଚ୍ଛେଦ

ଭଞ୍ଜନଗର,୩୦।୮(ଡି.ଏନ.ଏ)- ବହୁ ପ୍ରତିକ୍ଷିତ ଭଞ୍ଜନଗର ଏନ୍‌ଏସିର ଖଲାସି ସାହିରୁ ଗୁରୁବାର ଜବରଦଖଲ ଉଚ୍ଛେଦ ଆରମ୍ଭ ହୋଇଛି। ଉଚ୍ଛେଦ ଆରମ୍ଭ ସମୟରେ ସାମାନ୍ୟ ଉତ୍ତେଜନା ପ୍ରକାଶ ପାଇଥିଲା।...

ବାଇକ୍‌କୁ ଧକ୍କା ଦେଲା ହାଇଓ୍ବା: ପରୀକ୍ଷା ଦେବାକୁ ଯିବା ବାଟରେ ଜଣେ ଛାତ୍ରୀ ମୃତ, ଦୁଇ ଆହତ

ବରଗଡ଼ ଅଫିସ/ଅତାବିରା,୧୩।୧୨(ଡି.ଏନ୍‌.ଏ.): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଅତାବିରା-ଟୋପ ରାସ୍ତାରେ ଶୁକ୍ରବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜଣେ କଲେଜ ଛାତ୍ରୀଙ୍କ ମୃତ୍ୟୁ...

ମୁଖ୍ୟମନ୍ତ୍ରୀଙ୍କୁ ଉତ୍କଳ ସମ୍ମିଳନୀର ଅଭିନନ୍ଦନ: ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଙ୍ଗୀତ ମାନ୍ୟତା ଦାବି

ଭୁବନେଶ୍ୱର, ୨୯ା୫(ବ୍ୟୁରୋ): ଗତ ସାଧାରଣ ନିର୍ବାଚନରେ ବିପୁଳ ଜନସର୍ଥନ ଲାଭ କରିବା ସହ ଲଗାତର ପଞ୍ଚମଥର ପାଇଁ ଓଡ଼ିଶାରେ ସରକାର ଗଠନ କରିଛନ୍ତି ବିଜେଡି ସୁପ୍ରିମୋ...

ଦିଲ୍ଲୀ ଗସ୍ତରୁ ଫେରିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୧।୬ (ବ୍ୟୁରୋ) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଦୁଇଦିନିଆ ନୂଆଦିଲ୍ଲୀ ଗସ୍ତରୁ ଫେରିଛନ୍ତି। ଏକ ଦେଶ, ଏକ ନିର୍ବାଚନ ପ୍ରସଙ୍ଗରେ ହୋଇଥିବା ବୈଠକରେ ଯୋଗ...

ବିପଦ୍‌ ମୁଢ଼େଇ ଦଦ୍‌ରା ଘରେ ରହୁଛନ୍‌ ଅସାହା ଦମ୍ପତି

  ଲାଠୋର, ୨୭ା୮ (ଡି.ଏନ୍‌.ଏ): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଅଧୀନ ଲାଠୋର ପଁଚେତ୍‌ ସଦର ଗୁଦାମପଡ଼ାରେ ବାସ କରୁଛନ୍‌ ଭଗବାନ ଛତ୍ରିଆ। ପରିବାର କହେଲେ...

ବିଜୁଳି ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର,୧୯।୭(ବ୍ୟୁରୋ): ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣବଳୟ ପ୍ରଭାବରେ ରାଜ୍ୟର କେତେକ ସ୍ଥାନରେ ବିଜୁଳି ସହ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ରାଜ୍ୟର କଳାହାଣ୍ଡି,...

ମହମ୍ମଦ ବାଜିଙ୍କ ବିୟୋଗରେ ଶୋକପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, କହିଲେ ‘ଦେଶ ଜଣେ ସଚ୍ଚା ଗାନ୍ଧୀବାଦୀଙ୍କୁ ହରାଇଲା’

ଭୁବନେଶ୍ୱର,୨୭।୬(ବ୍ୟୁରୋ): ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ମହମ୍ମଦ ବାଜିଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକପ୍ରକାଶ କରିଛନ୍ତି। ଏହି ଉପଲକ୍ଷେ ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ସ୍ବର୍ଗତ...

Leave a comment

Your email address will not be published. Required fields are marked *