ଟ୍ରାଫିକ ନିୟମ କୋହଳ କରିବାକୁ ମନ୍ତ୍ରୀଙ୍କୁ ସ୍ମାରକପତ୍ର

ବାଲେଶ୍ୱର ଅଫିସ, ୭।୯-କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୋଦିତ ନୂତନ ସଂଶୋଧିତ ଟ୍ରାଫିକ ଜରିମାନା ବ୍ୟବସ୍ଥାକୁ ଛାତ୍ରୀଛାତ୍ରମାନଙ୍କ ପ୍ରତି କିଛି ପରିମାଣରେ କୋହଳ କରିବାକୁ ଦାବି କରାଯାଇଛି। ଏହି ପରିପ୍ରେକ୍ଷୀରେ ଏକ ସ୍ମାରକପତ୍ର ବାଲେଶ୍ୱର ଜିଲା ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଜିଲାସଭାପତି ସୀମନ ଦାସ ମହାପାତ୍ରଙ୍କ ନେତୃତ୍ୱରେ ବାଣିଜ୍ୟ ଏବଂ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କୁ ପ୍ରଦାନ କରାଯାଇଛି। ଦାବିପତ୍ର ଦେବା ସମୟରେ ବିଜୁ ଜନତା ଦଳର ଜିଲାସଭାପତି ଇଂ. ରବୀନ୍ଦ୍ର କୁମାର ଜେନା ଉପସ୍ଥିତ ଥିଲେ। ଦାବିପତ୍ରରେ ପ୍ରଥମେ ରାସ୍ତା, ନାଳଗୁଡ଼ିକ ମରାମତି ଶୀଘ୍ର ସାରିବା, ଟ୍ରାଫିକ୍‌ ଜରିମାନା ବ୍ୟବସ୍ଥା ଲାଗୁ କରିବା, ବୁଲା କୁକୁର, ବୁଲା ଷଣ୍ଢ ରାସ୍ତା ଉପରକୁ ଆସିବାକୁ ନିବୃତ୍ତ କରାଯିବା, ଜରିମାନା ଆଦାୟ ପ୍ରକ୍ରିୟାକୁ ସ୍ବଚ୍ଛ ଏବଂ ସରଳ କରାଯିବା ପାଇଁ ଉଲ୍ଲେଖ କରାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ଜିଲା ଉପସଭାପତି ଭୁବନାନନ୍ଦ ଦାସ, ଜିଲା କୃଷକ ସଭାପତି ଅଜୟ ସାମଲ, ଜିଲା ସମ୍ପାଦକ ମନୋଜ କୁମାର ରାଉତଙ୍କ ସହ ଛାତ୍ର ଜିଲା ମହାସଚିବ କୁଶାଲ ଚାଟାର୍ଜୀ, ଉପସଭାପତି ସିମନ ସାମଲ, ଟାଉନ ସଭାପତି ବ୍ରଜ କିଶୋର ପ୍ରଧାନ, କିରଣ ନାଥ, ଚିନ୍ମୟ ମହାନ୍ତିଙ୍କ ସମେତ ଶତାଧିକ ଛାତ୍ରନେତା ଉପସ୍ଥିତ ରହି ମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ। ମନ୍ତ୍ରୀ ବେହେରା ସମସ୍ୟାର ସମାଧାନ ପ୍ରତି ଗୁରୁତ୍ୱ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି।


All Right Reserved By Dharitri.Com

ପଞ୍ଚାମୃତ ଖାଇ ୬୦ରୁ ଊର୍ଦ୍ଧ୍ୱ ଅସୁସ୍ଥ

କେନ୍ଦୁଝର/ରାଇସୁଆଁ,୩।୯(ଡି.ଏନ.ଏ.):ଗଣେଶ ପୂଜା ପଞ୍ଚାମୃତ ଭୋଗ ଖାଇ ପଦ୍ମପୁର ଅଞ୍ଚଳରେ ୬୦ରୁ ଊର୍ଦ୍ଧ୍ୱ ଲୋକ ଅସୁସ୍ଥ ହୋଇପଡିଛନ୍ତି। ଅସୁସ୍ଥ ଲୋକଙ୍କୁ ପଦ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।...

ଫଳକ ଲଗା କାନ୍ଥ ଭୁଶୁଡ଼ିବା ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଛାତ୍ର ମୃତ

ପୁରୁଷୋତ୍ତମପୁର, ୧୦।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଆଙ୍ଗୁ ସରକାରୀ ନୂତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ନିକଟରେ ଥିବା ଇଟା କାନ୍ଥ ଭୁଶୁଡ଼ି ପଡ଼ିବାରୁ...

ବନବିଭାଗର ଚଢ଼ାଉ ପ୍ରତିବାଦରେ ଡିଏଫ୍‌ଓ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସ କର୍ମୀଙ୍କ ଧାରଣା

ରାଜନଗର,୧୯।୧୨(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ କଂଗ୍ରେସ କାର୍ଯ୍ୟାଳୟରେ ବୁଧବାର ରାଜନଗର ବନବିଭାଗ ପକ୍ଷରୁ ବାର୍‌ହା ମାଂସ ଜବତ କରିବା ଲାଗି ଚଢ଼ାଉ କରାଯାଇଥିଲା। ହେଲେ...

ଶନିବାର ମାଘବୁଡ଼: ଶ୍ରଦ୍ଧାଳୁଙ୍କ ଆଗମନକୁ ନେଇ ଚଳଚଞ୍ଚଳ କୋଣାର୍କ, ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି

କୋଣାର୍କ,୩୧।୧(ଡି.ଏନ୍‌.ଏ.): ପୁରୀ ଜିଲା କୋଣାର୍କ ପ୍ରସିଦ୍ଧ ମାଘବୁଡ଼ ଲାଗି ପ୍ରଶାସନିକ କ୍ଷେତ୍ରରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଶନିବାର ପ୍ରାତଃରେ ଚନ୍ଦ୍ରଭାଗା ପବିତ୍ର ପୁଷ୍କରିଣୀରେ ଶ୍ରଦ୍ଧାଳୁମାନେ...

ପ୍ରକୃତିର ଉପାସନା ଚୁରାଖାଇ ଯାତ୍‌ରା

ଗୁଡ଼ଭେଲିପଦର, ୩।୧୨(ଡି.ଏନ୍‌.ଏ.)- ବୌଦ୍ଧ ଜିଲା କଣ୍ଟାମାଳ ବ୍ଲକର ଦହ୍ୟା, କାଦୋପଦର, ମନୁପାଲି, ମହେଶ୍ୱରପିଣ୍ଡା, ଋଷିବନ୍ଧ, ତାଳପଦର ଲେଖେଁ ପାଖାପାଖି ୧୦ ଖଁଡ଼ ଗଁାକେ ନେଇ ପଁଚ୍‌ରା...

ମଦ ନିଶା ଜୀବନ ନେଲା: କଟୁରୀରେ ହାଣି ପୁତୁରାକୁ ହତ୍ୟା, କକା ଗିରଫ

କେନ୍ଦୁଝର,୨୨।୭(ସ୍ବ.ପ୍ର.)-କେନ୍ଦୁଝର ଜିଲା ନୟାକୋଟ ଥାନା ଅନ୍ତର୍ଗତ କଲଣ୍ଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ ବିବାଦକୁ କେନ୍ଦ୍ର କରି ଜଣେ ବ୍ୟକ୍ତି ତାଙ୍କ ପୁତୁରାଙ୍କୁ...

ମହାପ୍ରଭୁଙ୍କ ପହିଲି ଭୋଗ ନୀତି ଚୂଡ଼ାନ୍ତ

ପୁରୀ ଅଫିସ, ୧୪ା୧୨: ଆସନ୍ତା ୧୬ ତାରିଖ ରବିବାର ପବିତ୍ର ଧନୁ ସଂକ୍ରାନ୍ତି। ଶ୍ରୀମନ୍ଦିରରେ ଆରମ୍ଭ ହେବ ମହାପ୍ରଭୁଙ୍କ ପହିଲି ଭୋଗ ନୀତି। ମକର ସଂକ୍ରାନ୍ତି...

କେନ୍ଦ୍ରମନ୍ତ୍ରୀଙ୍କୁ ନିମାପଡ଼ାରେ ସ୍ବାଗତ ସମ୍ବର୍ଦ୍ଧନା

ନିମାପଡ଼ା,୩୧ା୧୨(ଡି.ଏନ୍‌.ଏ.): କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସୋମବାର ନିମାପଡ଼ା ପୁରୁଣା ବସ୍‌ଷ୍ଟାଣ୍ଡ ଛକ, ଖେଲାର ଏବଂ ହରିପୁର ଛକଠାରେ ଭାଜପା ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି।...

Leave a comment

Your email address will not be published. Required fields are marked *