ଋଷିକୂଲ୍ୟାରେ ସତର୍କ ସୂଚନାଠାରୁ ଊର୍ଦ୍ଧ୍ୱରେ ପ୍ରବାହିତ ହେଉଛି ଜଳ

ପୁରୁଷୋତ୍ତମପୁର,୭।୯(ଡି.ଏନ୍‌.ଏ.) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଦୀର୍ଘ ୪ଦିନ ହେଲା ବର୍ଷା ଲାଗିରହିଛି । ଏହାର ପ୍ରଭାବରେ ସମସ୍ତ ଅଞ୍ଚଳ ଜଳାର୍ଣ୍ଣବ ହୋଇପଡ଼ିଛି। ଏଠାରେ ସମୁଦାୟ ୧୮୧.୬ ମିଲିମିଟର ବର୍ଷା ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ ରେକର୍ଡ କରାଯାଇଛି । ଋଷିକୂଲ୍ୟା ନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଏଠାରେ ନଦୀର ଜଳସ୍ତର ବିପଦ ସଂକେତ ୧୬.୮୩ ମିଟର ରହିଥିବା ବେଳେ ସତର୍କ ସୂଚନା ୧୫.୮୩ ମିଟର ରହିଛି । ମାତ୍ର ଏହି ଲଗାଣ ବର୍ଷା ପ୍ରକୋପରେ ନଦୀର ଜଳସ୍ତର ବୃଦ୍ଧି ହୋଇ ସତର୍କ ସୂଚନାକୁ ଟପି ୧୬.୧୫ମିଟର ଉଚ୍ଚତାରେ ପ୍ରବାହିତ ହେବାରେ ଲାଗିଛି ।


All Right Reserved By Dharitri.Com

ସହରରେ ବାଇକ୍‌ ପାଟ୍ରୋଲିଂ ଆରମ୍ଭ

ପୁରୀ ଅଫିସ,୧୧ା୪: କରୋନା ପାଇଁ ପୁରୀରେ ଆରମ୍ଭ ହୋଇଛି ବାଇକ୍‌ ପାଟ୍ରୋଲିଂ। କରୋନା ଭୂତାଣୁ ସଂକ୍ରମଣରୁ ରକ୍ଷା ପାଇବା ଲାଗି ସାମାଜିକ ଦୂରତା ଉପରେ ଗୁରୁତ୍ୱ...

କରୋନା ପ୍ରତିରୋଧ ଲାଗି ପୁରୁଷୋତ୍ତମପୁରରେ ବିଶୋଧନ ପ୍ରକ୍ରିୟା ଆରମ୍ଭ, ଏନ୍‌ଏସି ପକ୍ଷରୁ ମାସ୍କ, ହ୍ୟାଣ୍ଡ ୱାସ୍‌ ବଣ୍ଟନ

ପୁରୁଷୋତ୍ତମପୁର, ୭।୪(ଡି.ଏନ୍‌.ଏ.): କରୋନା(କୋଭିଡ-୧୯) ଭୂତାଣୁ ସଂକ୍ରମଣ ମୁକାବିଲା ଲାଗି ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ଉଦ୍ୟମ ଜାରିରହିଛି। ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିିଲା ପୁରୁଷୋତ୍ତମପୁର ତହସିଲଦାର...

ପୂର୍ବତନ ବିଧାୟକ ଦୈତାରି ବେହେରାଙ୍କ ପରଲୋକ: ଚିକିତ୍ସା ଅବହେଳା ଅଭିଯୋଗ ଆଣିଲେ ପୁଅ

ଗଞ୍ଜାମ,୪ା୧(ଡି.ଏନ.ଏ.)- ଛତ୍ରପୁରର ପୂର୍ବତନ ବିଧାୟକ ଦୈତାରି ବେହେରାଙ୍କର ୮୪ ବର୍ଷରେ ଗୁରୁବାର ରାତିରେ ବ୍ରହ୍ମପୁର ବଡ ମେଡିକାଲରେ ପରଲୋକ ଘଟିଛି। ଚିକିତ୍ସା ଅବହେଳାରୁ ବାପାଙ୍କ ମୃତ୍ୟୁ...

ଟ୍ରକ୍‌କୁ ପିଟିଲା ଟ୍ରକ: ଜଣେ ମୃତ, ୨ ଆହତ

ସୋର, ୨୩।୪(ଡି.ଏନ.ଏ.)-ସୋର ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥର ତଳନଗର ଠାରେ ଏକ ଟ୍ରକରେ ମାଲବୋଝେଇ ସମୟରେ ଅନ୍ୟ ଏକ ଟ୍ରକ ଧକ୍କା ଦେଇଛି।...

ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୪ ଅସୁସ୍ଥ

ଝରିଗାଁ,୨୬।୬(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଚାଉଁରୀ ଗ୍ରାମରେ ମଙ୍ଗଳବାର ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୪ ଜଣ ଅସୁସ୍ଥ ହୋଇଛନ୍ତି। ସେମାନେ ହେଲେ...

ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍‌ପିଟାଲ ପରିଦର୍ଶନ କଲେ ମୁଖ୍ୟ ଶାସନ ସଚିବ, ୫-ଟି ସଚିବ

ବଲାଙ୍ଗୀର ଅଫିସ, ୭।୧୧- ଓଡ଼ିଶା ମୁଖ୍ୟ ଶାସନ ସଚିବ ଅଜିତ କୁମାର ତ୍ରିପାଠୀ, ୫-ଟି ସଚିବ ଭି କେ ପାଣ୍ଡିଆନ, ଏନଆର୍‌ଏଚ୍‌ଏମ୍‌ ଏମ୍‌ଡି ଶାଳିନୀ ପଣ୍ଡିତ...

ଲକ୍‌ଡାଉନ୍‌: କେନ୍ଦ୍ରାପଡାରେ ପ୍ରସ୍ତୁତ ହେଉଛି ୬ ହଜାର ଶଯ୍ୟା

କେନ୍ଦ୍ରାପଡା ଅଫିସ, ୨୮।୩- କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ସକାଶେ ଲକ୍‌ଡାଉନ୍‌ କରାଯାଇଥିବା ବେଳେ କେନ୍ଦ୍ରାପଡ଼ା ଜିଲା ପ୍ରଶାସନ ପକ୍ଷରୁ ଏ ଦିଗରେ ବିଶେଷ...

ଗୁଣି ସନ୍ଦେହରେ ଜଣଙ୍କୁ ହତ୍ୟା: ମାମୁ, ଭଣଜା ଗିରଫ

ଦାରିଙ୍ଗବାଡ଼ି,୧୪ା୧(ଡ଼ି.ଏନ.ଏ)-କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା କ୍ରୁପାଗାଡ଼ି ଜଙ୍ଗଲରେ ଗତ ୩ ତାରିଖରେ କାଟିଙ୍ଗିଆ ପଞ୍ଚାୟତ ତଳକୁଟ୍ରୁକା ଗ୍ରାମର ସୁଦାମ ମଲ୍ଲିକ (୪୦)ଙ୍କୁ ହତ୍ୟା...

Leave a comment

Your email address will not be published. Required fields are marked *