କେନାଲ ଭାଙ୍ଗି ପୁଣି ଜମିରେ ପଶିଲା ପାଣି : ଚାଷୀ କ୍ଷତିଗ୍ରସ୍ତ

ଆନନ୍ଦପୁର,୭।୯(ସ୍ବ.ପ୍ର.) : କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ଅନ୍ତର୍ଗତ ଶାଳବଣି ପଞ୍ଚାୟତ ପଣ୍ଡୁଆଠାରେ ଜଳସମ୍ପଦ ବିଭାଗ ଦ୍ୱାରା ନିର୍ମାଣାଧୀନ ବାମପାର୍ଶ୍ୱ କେନାଲ ଭାଙ୍ଗି ପୁନର୍ବାର ବର୍ଷାପାଣି ପଶିବାରୁ ସାଧାରଣ ଚାଷ ସହିତ ମତ୍ସ୍ୟଚାଷ ବିଶେଷ ଭାବେ ପ୍ରଭାବିତ ହୋଇଛି। ପୂର୍ବରୁ ଘାଗରା ନଦୀର ଜଳ ଗତ ଅଗଷ୍ଟ ୨୪ରେ କେନାଲରେ ପ୍ରବେଶ କରି ବନ୍ଧ ଭାଙ୍ଗିଥିଲା। ଫଳରେ ବଳଦୁଆଁ, ପଣ୍ଡୁଆ ଓ ଚମର୍ଦାର ଚାଷୀମାନେ କୃତ୍ରିମ ବନ୍ୟାର ସମ୍ମୁଖୀନ ହୋଇ ବହୁ କ୍ଷତି ସହିଥିଲେ। ସରକାରଙ୍କ ମିଶ୍ରିତ ଚାଷ ଯୋଜନାରେ ପ୍ରୋତ୍ସାହିତ ହୋଇ ଚାଷକାର୍ଯ୍ୟରେ ନିଜକୁ ନିୟୋଜିତ କରିଥିବା କେତେକ ଯୁବଚାଷୀ ମଧ୍ୟ ଏହାର ପ୍ରଭାବରେ ଲକ୍ଷାଧିକ ଟଙ୍କାର କ୍ଷତିଗ୍ରସ୍ତ ହୋଇଥିଲେ। ଆନନ୍ଦପୁର ଜଳସମ୍ପଦ ବିଭାଗ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବୈତରଣୀ ନଦୀ ବ୍ୟାରେଜ୍‌ ଡିଭିଜନ ଅଧୀନରେ କାର୍ଯ୍ୟ ହେଉଥିବା ବାମପାର୍ଶ୍ୱ କେନାଲରେ ଅଚାନକ ଘାଗରା ନାଳରେ ବର୍ଷାପାଣି ପ୍ରବାହିତ ହୋଇ ୬ଟି ବିରାଟ ଘାଇ ସୃଷ୍ଟି ହୋଇଥିଲା। କେନାଲରେ ଘାଗରା ନାଳ ପାଣି ପ୍ରବେଶ କରୁଥିବା ସ୍ଥାନରେ ବନ୍ଦ କରାଯାଇ ନ ଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହେଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ପୁନର୍ବାର ପଣ୍ଡୁଆଠାରେ ଶୁକ୍ରବାର ରାତିରେ ହୋଇଥିବା ବର୍ଷାପାଣି ପ୍ରବେଶ କରି କେନାଲ ଭାଙ୍ଗି ଚାଷ କ୍ଷତିଗ୍ରସ୍ତ ହୋଇଛି। ଏହି ଘାଇ ଦ୍ୱାରା ବଳଦୁଆଁ ଗ୍ରାମର ଚକ୍ରଧର ଦାସ, ଜୟଦେବ ଦାସ, ପୂର୍ଣ୍ଣଚନ୍ଦ୍ର ଦାସ, ବନମାଳୀ ଦାସଙ୍କର ମାଛଚାଷ ସହିତ ଅନ୍ୟାନ୍ୟ ଚାଷ ବିଶେଷ ଭାବେ ପ୍ରଭାବିତ ହୋଇଛି। ପୂର୍ବରୁ ହୋଇଥିବା କ୍ଷତିର ଭରଣା ଏଯାଏ କରାଯାଇ ନ ଥିବାବେଳେ ପୁଣିଥରେ ଏଭଳି ପରିସ୍ଥିତି ଚାଷୀଙ୍କ ମେରୁଦଣ୍ଡକୁ ଦୋହଲାଇ ଦେଇଛି। ପୂର୍ବରୁ କ୍ଷତିଗ୍ରସ୍ତ ହୋଇଥିବା ସ୍ଥାନକୁ ବହୁ ବିଭାଗୀୟ ଅଧିକାରୀ ପରିଦର୍ଶନ କରି କ୍ଷତିପୂରଣ ଦେବାକୁ ପ୍ରତଶ୍ରୁତି ଦେଇଥିଲେ ମଧ୍ୟ ଅଦ୍ୟାବଧି କୌଣସି କ୍ଷତିପୂରଣ ମିଳି ନ ଥିବା ବଳଦୁଆଁ ଚାଷୀ ଚକ୍ରଧର ସାହୁ ଅଭିଯୋଗ କରିଛନ୍ତି।


All Right Reserved By

ପଞ୍ଚାୟତ ଅଫିସ୍‌ ତାଲା ଭାଙ୍ଗି ଚୋରି

ସଜନାଗଡ଼, ୧।୮(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ଥାନା ଶ୍ୟାମସୁନ୍ଦରପୁର ପଞ୍ଚାୟତ ଅଫିସ୍‌ରୁ ବୁଧବାର ରାତ୍ରିରେ ତାଲା ଭାଙ୍ଗି ଚୋରି ହୋଇଥିବା ଅଭିଯୋଗ ହୋଇଛି। ଦୁର୍ବୃତ୍ତମାନେ ସରପଞ୍ଚଙ୍କ ଅଫିସ୍‌...

ବୈତରଣୀରେ ବୃଦ୍ଧି ପାଉଛି ଜଳସ୍ତର

ଭଣ୍ଡାରିପୋଖରୀ, ୧୪ା୮(ଡି.ଏନ୍‌.ଏ.)- ଲଘୁଚାପ ଜନିତ ବର୍ଷା ଯୋଗୁ ବୈତରଣୀ ନଦୀ ଫୁଲିବା ଆରମ୍ଭ କରିଛି। ନଦୀର ଜଳସ୍ତର ଆଖୁଆପଦା ଆନିକଟ ଠାରେ ମଙ୍ଗଳବାର ସକାଳ ୬ଟାରୁ...

ବଣ୍ଡାଘାଟିରେ ବନ୍ୟା ପରିସ୍ଥିତି: ଅନେକ ଗ୍ରାମରେ ପହଞ୍ଚିପାରିନି ପ୍ରଶାସନ

ଖଇରପୁଟ, ୭ା୮(ଡି.ଏନ.ଏ.): ମାଲକାନଗିରି ଜିଲାର ଖଇରପୁଟ ବ୍ଲକରେ ଲଗାଣବର୍ଷା ଯୋଗୁ ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ଉପୁଜିଛି। ଅନେକ ଗ୍ରାମ ଜଳବନ୍ଦୀ ହୋଇରହିଛି। କେତେକ ଗ୍ରାମ...

ଆନନ୍ଦପୁର ଓ ଘଷିପୁରା ନିର୍ବାଚନମଣ୍ଡଳୀରେ ଭୋଟ ଗଣତି ଆରମ୍ଭ

ଆନନ୍ଦପୁର(ସ୍ବ.ପ୍ର.)/ହାଟଡିହି(ଡି.ଏନ.ଏ) ୨୩।୫: କେନ୍ଦୁଝର ଜିଲା ଆନନ୍ଦପୁର ଓ ଘଷିପୁରା ନିର୍ବାଚନମଣ୍ଡଳୀର ଭୋଟ ଗଣତି ଆରମ୍ଭ ହୋଇଛି। ଶାଳପଡ଼ା ମହିଳା ମହାବିଦ୍ୟାଳୟ ପରିସରରେ କଡ଼ା ସୁରକ୍ଷା ବ୍ୟବସ୍ଥାରେ...

‘ଖଣି ଅଞ୍ଚଳ ରାସ୍ତା ୭ ଦିନରେ ମରାମତି କର’

ଯୋଡ଼ା ୧୬।୯(ଡି.ଏନ.ଏ.)- କେନ୍ଦୁଝର ଜିଲା ଯୋଡା ବ୍ଲକ ସଭାଗୃହଠାରେ ସୋମବାର ଅନୁଷ୍ଠିତ କେନ୍ଦୁଝର ଜିଲାପାଳଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଖଣି ଅଞ୍ଚଳର ରାସ୍ତାଘାଟ, ଜୁରୁଡି ଏସେଲ...

୨ କ୍ୟାବିନ୍‌ରୁ ଚୋରି : ନଗଦ ୧୦ ହଜାର ଟଙ୍କା ସହ ବିଭିନ୍ନ ସାମଗ୍ରୀ ଚୋରି

ଆରଡ଼ି,୬।୯(ଡି.ଏନ୍‌.ଏ.) : ଭଦ୍ରକ ଜିଲା ଆରଡ଼ି ଫାଣ୍ଡି ଅନ୍ତର୍ଗତ କୁଳେଇପଦା ଛକରେ ଗୁରୁବାର ରାତିରେ ୨ଟି କ୍ୟାବିନ୍‌ରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ...

ବ୍ରହ୍ମପୁର ରେଳଷ୍ଟେଶନରେ ଦୀର୍ଘଦିନ ଧରି ପଡ଼ିରହିଛି ଏକ କାର୍‌: ଚିନ୍ତାରେ ପୋଲିସ, ଲୋକେ ଆତଙ୍କିତ

ବ୍ରହ୍ମପୁର ଅଫିସ,୧୩।୯- ବ୍ରହ୍ମପୁର ରେଳଷ୍ଟେଶନ ସମ୍ମୁଖରେ ଦୀର୍ଘଦିନ ହେଲା ଏକ ନାଲି ରଙ୍ଗର କାର ଛିଡା ହୋଇରହିଛି। ସମ୍ପୃକ୍ତ ଗାଡିର ମାଲିକ କାର୍‌ଟିକୁ ସେଠାରୁ ନେଉ...

ପାତ୍ରବସା ବସ୍ତିରେ ପାନୀୟ ଜଳ ଅଭାବ, ୬୦ରୁ ଊର୍ଦ୍ଧ୍ୱ ପରିବାର ହନ୍ତସନ୍ତ

ଭବାନୀପାଟଣା, ୨୦।୫ (ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କଲମପୁର ବ୍ଲକ୍‌ ଅନ୍ତର୍ଗତ ପଣ୍ଡିଗାଁ ପଞ୍ଚାୟତ ପାତ୍ରବସା ଗାଁରେ ଥିବା ବସ୍ତିରେ ପିଇବା ପାଣି ଅଭାବ ଦେଖାଦେଇଛି। ଫଳରେ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *